ପାଠ ପଢ଼ିବେ ପାର୍ବତୀ

ବୈପାରିଗୁଡା,୧୭ା୯ (ଡି.ଏନ୍‌.ଏ.): ବାପା ମା’ ସ୍ନେହରୁ ବଞ୍ଚତ୍ତ ପାର୍ବତୀ ପୂଜାରୀଙ୍କ ମୁହଁରେ ହସ ଫୁଟିଛି। ଆର୍ଥିକ ଅନଟନ ଓ ପାରିବାରିକ ଅସୁବିଧା ଯୋଗୁ ତାଙ୍କ ପାଠପଢା ଅଧାରୁ ଅଟକିଯିବା ନେଇ ସୃଷ୍ଟି ହୋଇଥିବା ସଂସୟ ଦୂର ହୋଇଛି। ବ୍ଲକର ବାଲିଗଁାସ୍ଥିତ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ କନ୍ୟାଶ୍ରମରେ ରହି ପାର୍ବତୀ ଷଷ୍ଠ ଶ୍ରେଣୀରେ ପଢିବା ବ୍ୟବସ୍ଥା ହୋଇଛି। ଶନିବାରଠାରୁ ସେ ବିଦ୍ୟାଳୟକୁ ଆସିବେ ବୋଲି ବ୍ଲକ ମଙ୍ଗଳ ଅଧିକାରୀ ସୁଜ୍ଞାନ ରଞ୍ଜନ ଜାଲା କହିଛନ୍ତି।
୧୦ ବର୍ଷର ଝିଅ ପାର୍ବତୀଙ୍କ ଘର ବୈପାରିଗୁଡା ବ୍ଲକର ବାଣୁଆଗୁଡା ଗ୍ରାମରେ ା ଅତି ଛୋଟ ବୟସରୁ ସେ କଷ୍ଟରେ ବଢି ଆସିଛନ୍ତି। ସେ ବର୍ଷକର ହୋଇଥିବା ବେଳେ ତାଙ୍କୁ ଛାଡି ଅନ୍ୟତ୍ର ଚାଲିଯାଇ ମାଆ ବିବାହ କରି ଘରସଂସାର କରିଥିଲେ। ୨ ବର୍ଷ ପରେ ବାପା ତ୍ରିନାଥଙ୍କ ପରଲୋକ ହୋଇଥିଲା। ଏପରି ସ୍ଥଳେ ଖୁବ୍‌ ଅସହାୟ ହୋଇପଡିଥିବା ପାର୍ବତୀ ଜେଜେବାପା ଡମ୍ବରୁ ଓ ଜେଜେ ମା ମଣିମାଙ୍କ ନିକଟରେ ଲାଳିତପାଳିତ ହୋଇ ବଢିଥିଲେ। ଜେଜେ ମା’ ଏବେ ପକ୍ଷାଘାତ ରୋଗରେ ପିଡିତ ା ପୂର୍ବପରି ସେ ମୂଲମଜୁରି ଲାଗିପାରୁନାହାନ୍ତି। ଉଭୟେ ବୃଦ୍ଧାବୃଦ୍ଧ ଯାହା ମାସିକ ଭତ୍ତା ପାଆନ୍ତି ସେଥିରେ ପରିବାର ଚଳେ। ଅର୍ଥାଭାବରୁ ଚଳିତ ବର୍ଷ ପାର୍ବତୀ ମାଠପଡା ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରୁ ଉନ୍ନୀତ ହୋଇଥିଲେ ମଧ୍ୟ ଆଗକୁ ପଢିପାରୁ ନ ଥିଲେ। ନାତୁଣିଙ୍କୁ ତ୍ରିନାଥ ବାଲିଗଁାସ୍ଥିତ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ବାଳିକା ଆବାସିକ ବିଦ୍ୟାଳୟରେ ନାମ ଲେଖାଇବାକୁ ପ୍ରଧାନଶିକ୍ଷକଙ୍କୁ ଅନୁରୋଧ କରିଥିଲେ, ମାତ୍ର ସମୟ ଅତିବାହିତ ହୋଇଯାଇଥିବାରୁ ଆଡିମିଶନ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ନ ଥିଲେ। ଏ ସଂକ୍ରାନ୍ତରେ ‘ଅର୍ଥ ସାଜିଛି ପ୍ରତିବନ୍ଧକ,ପାର୍ବତୀଙ୍କ ପାଠ ପଢା ଅଧାରୁ ବନ୍ଦ’ ଶୀର୍ଷକ ଖବର ଗୁରୁବାର ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ପରିଷଦ ସଭ୍ୟ ରାଜେଶ ମହୁରିଆ ଏବଂ ମାଠପଡା ସରପଞ୍ଚ ଗଙ୍ଗା ମସିଆ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ଯୋଗାଯୋଗ କରି ପାର୍ବତୀଙ୍କ ନାମ ଲେଖାଇବା ବ୍ୟବସ୍ଥା କରିଛନ୍ତି। ପାର୍ବତୀଙ୍କୁ ପାଠ୍ୟ ଉପକରଣ କିଣି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଡିଆ କ୍ଲବ ପକ୍ଷରୁ ମାସ୍କ, ସାବୁନ ବଣ୍ଟନ

ବୁଗୁଡା,୨୨ା୪(ଡି.ଏନ.ଏ.)-ବୁଗୁଡ଼ା ମିଡିଆ କ୍ଲବ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ସହରର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ମାସ୍କ ଓ ସାବୁନ ବଣ୍ଟନ ସହ କରୋନା ସମ୍ପର୍କରେ ସଚେତନ କରାଯାଇଥିଲା।...

ଦିବ୍ୟାଙ୍ଗ ପୁଷ୍ପାଞ୍ଜଳିକେ ଘାରୁଛେ ପାଠ୍‌ପଢ଼ା ଚିନ୍‌ତା:ସ୍କୁଲ ଯିବାରେ ଭଂଗା ଟ୍ରାଇସାଇକେଲ ବାଧକ୍‌

ଲୋଇସିଂହା,୧୨।୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ସଦରର ପୁଷ୍ପାଞ୍ଜଳି ବେହେରା(୧୬)। ସେ ଜନ୍‌ମୁ ଦିବ୍ୟାଙ୍ଗ, ଚାଲବୁଲ କରି ନାଇଁପାରବାର। ଏହେଦେ ସେ ଥାନୀୟ ବାଳିକା ହାଇସ୍କୁଲରେ ନବମ...

ପୂର୍ବତନ ଯୁବ ବିଜେଡି ସଭାପତିଙ୍କ ଆତ୍ମହତ୍ୟା

ଘଟଗାଁ,୧୬।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପୂର୍ବତନ ଯୁବ ବିଜେଡି ସଭାପତି ଦିଲୀପ ମିଶ୍ର ରଶି ଲଗାଇ ନିଜ ବାସଭାବନରେ ଆତ୍ମହତ୍ୟା କରିଛନ୍ତି। ସେ ନିଜ...

ଉଦ୍ୟମ ବିଫଳ, ମିଳିତ ସହଯୋଗ ଆବଶ୍ୟକ

ସମ୍ବଲପୁର,୨୪ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ଡିସେମ୍ବର ୧୨ରେ କୋର୍ଟ ପରିସରରେ ଭଙ୍ଗାରୁଜା ସହ ବିଚାରପତିମାନଙ୍କୁ କୋର୍ଟରୁ ବାହାର କରିଦେବା...

ସଫା ଆଳରେ ସୁନାଗହଣା ଲୁଟ୍‌

ଧାମନଗର,୨୨।୧(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପଳିକିରି ମେଳଣଡିହି ଗ୍ରାମର ଆରତି ଦାସ ନାମ୍ନୀ ଜଣେ ମହିଳାଙ୍କଠାରୁ ସଫା ଆଳରେ ସୁନାଗହଣା ଲୁଟ୍‌ ହୋଇଥିବା ଧାମନଗର...

ଅଧିକ ଚିକିତ୍ସା ପାଇଁ ଏମ୍ସ ଗଲେ ବାଲେଶ୍ୱର ଏମ୍‌ପି

ବାଲେଶ୍ୱର ଅଫିସ,୩।୧: ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୋମବାର ସନ୍ଧ୍ୟାରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ବାଲେଶ୍ୱର ଫକୀର ମୋହନ ମେଡ଼ିକାଲ କଲେଜ ହସ୍ପିଟାଲରେ...

ହେଭିୱେଟ୍‌ଙ୍କ ଗଡ଼ ଭାଙ୍ଗିଦେଲା ବିଜେଡି

ବଲାଙ୍ଗୀର ଅଫିସ,୨୮ା୨: ବଲାଙ୍ଗୀର ଜିଲାର ଦୁଇ ହେଭିୱେଟ୍‌ କଂଗ୍ରେସ ଦଳର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ଭାଜପାର କନକ ବର୍ଦ୍ଧନ ସିଂଦେଓଙ୍କ ଗଡ଼ରେ ଚଳିତ...

ଜମି ଚିହ୍ନଟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବାରିପଦା ଅଫିସ, ୧୧ା୨- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ଦୁଧିଆଶୋଳ ଗ୍ରାମବାସୀ ଜମି ପଟ୍ଟା ପାଇଥିବା ବେଳେ ସେମାନଙ୍କ ଜମି ଚିହ୍ନଟ ହୋଇପାରୁ ନାହିଁ।...

Advertisement
Archives

Model This Week