ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଘୁମୁସର ଉତ୍ତର ବନଖଣ୍ଡ ଏବଂ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ ଓ ମହିଳା ଶାଖାର ମିଳିତ ଉଦ୍ୟମରେ ଗୁରୁବାର ଏହି କାର୍ଯ୍ୟକ୍ରମ ହୋଇଥିଲା।

ଏହି ଅବସରରେ ଛାତ୍ରୀଛାତ୍ର, ଅତିଥି ଓ ବନ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ମିଳିତ ଭାବେ ମହାବିଦ୍ୟାଳୟ ପରିସରରେ ନିମ ଗଛକୁ ରାକ୍ଷୀ ବାନ୍ଧିଥିଲେ। ଏଥିସହ ଚାରାରୋପଣ କରାଯାଇ ବୃକ୍ଷର ସୁରକ୍ଷା ଓ ଯତ୍ନ ନେବା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ, ଏସିଏଫ ବିମଳ କୁମାର ପ୍ରଧାନ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପିକା ଡ ରଶ୍ମିତା ପାଢି, ମୁଜାଗଡ଼ ରେଞ୍ଜର ସରୋଜ କୁମାର ମହାନ୍ତି ଓ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ଅତିଥିମାନେ ମାନବ ସମାଜ ପାଇଁ ବୃକ୍ଷର ଆବଶ୍ୟକତା, ପରିବେଶ ସୁରକ୍ଷା ଏବଂ ବୃକ୍ଷ ସୁରକ୍ଷାରେ ଛାତ୍ରୀଛାତ୍ରଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ରାକ୍ଷୀ ପୂର୍ଣ୍ଣିମା ଭଳି ପବିତ୍ର ଦିନରେ ଗଛକୁ ରାକ୍ଷୀ ବାନ୍ଧିବା ପରିବେଶ ସୁରକ୍ଷା ପାଇଁ ଏକ ମହତ୍ୱ ପଦକ୍ଷେପ ବୋଲି ସେମାନେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ରବୀନ୍ଦ୍ର ମିଶ୍ର, ଏନ୍‌ସିସି ନାଭାଲ ସିଟିଓ ବିଦେଶୀ ରାଉତ, ବଟନି ବିଭାଗ ମୁଖ୍ୟ ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ, ସେଲ୍ଫ ଡିଫେନ୍ସ ସଂଯୋଜିକା ଅଧ୍ୟାପିକା ସ୍ମରଣିକା ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବନପାଳ ବବୁଲ ସେଠୀ, ବନରକ୍ଷୀ ବସନ୍ତ ସାହୁ, ସୁକାନ୍ତି ସାବତ, ଏନଏସଏସ କୋ-ୟୁନିଟ ଅଧିକାରୀ ବି. ପ୍ରଧାନ, ମହିଳା ଶାଖା ଅଧିକାରିଣୀ ସସ୍ମିତା ଦାସ, ଛାତ୍ରୀ ସୁନିତା ବେହେରା ଓ ପାୟଲ ରାଉତ, ଛାତ୍ର ରଞ୍ଜନ ନାଇକ, ନୀଳକଣ୍ଠ ପ୍ରଧାନ, ବନକର୍ମଚାରୀ
ପ୍ରତାପ ସ୍ବାଇଁ, ସରୋଜ ପାତ୍ର, ମିଥୁନ ପ୍ରଧାନ ଏବଂ ବନ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି କରିବାକୁ ଚାଷୀଙ୍କ ଦାବି, ବାକି ଅଛନ୍ତି…

ବଡ଼ଗାଁ,୨୭।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଚରଣ ସିଂ ମୀନା: ସାଇବର ଅପରାଧ ରୋକିବା ହେବ ପ୍ରାଥମିକତା

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଇପିଏସ ଚରଣ ସିଂ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଗୁରୁବାର ସକାଳେ ସର୍ବପ୍ରଥମେ ସେ ସମ୍ବଲପୁରର ଆରାଧ୍ୟ ଦେବୀ ମା’…

Appleର ବଡ଼ ଘୋଷଣା! ଏହି ତାରିଖରେ ଲଞ୍ଚ ହେବ iPhone 18 Pro, ଏତିକି ରହିବ ଦାମ୍

ନୂଆଦିଲ୍ଲୀ,୨୭।୮: Apple ଶେଷରେ ନିଜର ବଡ଼ ଲଞ୍ଚ ଇଭେଣ୍ଟର ତାରିଖ ଘୋଷଣା କରିଛି । କମ୍ପାନୀ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ Apple Event ଆୟୋଜନ କରିବ…

ସତ ହୋଇଗଲା ଭବିଷ୍ୟବାଣୀ! ବହୁ ବର୍ଷ ପୂର୍ବରୁ ନେପାଳକୁ ନେଇ ଏମିତି କହିଥିଲେ…

ନୂଆଦିଲ୍ଲୀ,୨୭।୮: ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ପୁରୁଣା ଭବିଷ୍ୟବାଣୀ। ସୋସିଆଲ ମିଡିଆରେ ଦାବି କରାଯାଉଛି…

କ୍ୟାନସର୍‌ ମେଡିସିନକୁ ମିଳିଲା ମଞ୍ଜୁରୀ: ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୭।୮: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି।…

୩୦୦ରୁ ଅଧିକ ଭାରତୀୟଙ୍କ ପତ୍ତା ମିଳୁନି, ଚିନ୍ତାରେ ପରିବାର: କେଉଁ ରାଜ୍ୟରୁ କେତେ ନିଖୋଜ ଜାଣନ୍ତୁ…

କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଭୟଙ୍କର ଧ୍ୱଂସଲୀଳା ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ସଂଖ୍ୟା…

ଗଞ୍ଜାମ ସହର ପାଇଁ ଗର୍ବ ଆଣିଲେ ଆନନ୍ଦିନୀ, ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୨୭ା୮(ବିଦ୍ୟାଧର ସାହୁ): ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ ଆନନ୍ଦିନୀ ପଣ୍ଡା ସଫଳତା ପାଇଛନ୍ତି । ଆନନ୍ଦିନୀ ହେଉଛନ୍ତି ଗଞ୍ଜାମ ସହର ଦୁର୍ଗା ଦେବୀ ସାହି ମହେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri