କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ

ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ ୪୨୭.୮୦ କୋଟି ଟଙ୍କା ଖର୍ଚ୍ଚରେ ହୋଇଥିବା ୭ଟି ନୂତନ ପ୍ରକଳ୍ପ ବିଭିନ୍ନ ସ୍ଥାନରେ ଲୋକାର୍ପଣ କରିଥିଲେ। ଆଗାମୀ ଦିନରେ ଘରୋଇ ସଂସ୍ଥା ଜରିଆରେ ହେବାକୁ ଥିବା ୧୫୮୦.୩୬ କୋଟି ଟଙ୍କାର ପ୍ରକଳ୍ପ ନିମନ୍ତେ ଚୁକ୍ତିନାମା ସ୍ବାକ୍ଷର କରାଯାଇଥିଲା। ଅପରାହ୍ନରେ ଆୟୋଜିତ ସଭାରେ ମନ୍ତ୍ରୀ ସୋନଓ୍ବାଲ ଯୋଗଦେଇ ପାରାଦୀପ ବନ୍ଦର ଏବଂ ଓଡ଼ିଶାର ବିକାଶ ସମ୍ପର୍କରେ ସୂଚନା ଦେଇଥିଲେ। ପାରାଦୀପ ବନ୍ଦର ଏବେ ସବୁକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ବର୍ତ୍ତମାନ ଭିତ୍ତିଭୂମି ଯେଉଁଭଳି ହୋଇଛି ଆଗାମୀ ଦିନରେ ଏହା ମେଗା ପୋର୍ଟ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ଭାରତର ବିକାଶର ଚିତ୍ର ଏବେ ସାକାର ହେବାକୁ ଯାଉଛି ବୋଲି ମନ୍ତ୍ରୀ ସୋନୱାଲ କହିଥିଲେ। ଜାତୀୟ ଜଳପଥ ପ୍ରାଧିକରଣ ଯୋଜନା ଅନୁଯାୟୀ ଓଡ଼ିଶାର ନଦୀ ବିକାଶ ପାଇଁ ଖସଡ଼ା କରାଯାଉଛି। ତାଳଚେର, ଅନୁଗୋଳ, କଳିଙ୍ଗ ନଗର, ଧାମରା ଦେଇ ପାରାଦୀପ ପର୍ଯ୍ୟନ୍ତ ନଦୀ ଖନନ ଓ ପ୍ରଶସ୍ତ କରାଯିବ। ଏଥିପାଇଁ ସରକାର ୩୦ ହଜାର ୯୬ କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ସୋନଓ୍ବାଲ କହିଥିଲେ। ଏହି ଅବସରରେ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଏମ୍‌ପି ବିଭୁପ୍ରସାଦ ତରାଇ, ବନ୍ଦର ଅଧ୍ୟକ୍ଷ ପି.ଏଲ୍‌. ହାରାନ୍ଧ ଓ ଉପାଧ୍ୟକ୍ଷ ଟି. ଭେନୁଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ପାଲଲହଡ଼ା,୨୨।୮: ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ ଗୁରୁତର…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ଆଉ ମିଳିବନି ବ୍ରାଣ୍ଡେଡ କମ୍ପାନୀର ପିଜା-ବର୍ଗର! McDonald’s ସମତେ ୭ ଫୁଡ ଆଉଟଲେଟର ଲାଇସେନ୍ସ ରଦ୍ଦ

ମୁମ୍ବାଇ,୨୨।୮: ଖାଦ୍ୟ ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ମାନଦଣ୍ଡର ଉଲ୍ଲଂଘନ ଅଭିଯୋଗରେ ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ରାଜ୍ୟବ୍ୟାପୀ ୧୩ଟି ଖାଦ୍ୟ ଦୋକାନର ଲାଇସେନ୍ସକୁ…

ଷ୍ଟେଜ ଉପରେ କାହିଁକି ହଠାତ ନାଚିଲେ ଟ୍ରମ୍ପ? ସାମ୍ନାକୁ ଆସିଲା ଭିଡ଼ିଓ

ଓ୍ବାଶିଂଟନ,୨୨।୮: ଦକ୍ଷିଣ କାରୋଲିନାର ପ୍ରସିଦ୍ଧ ରିସର୍ଟ ସହର ମର୍ଟଲ ବିଚରେ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ନାଚିଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା…

ଚିନି ଦାମ ବୃଦ୍ଧି ପାଇଁ ଇଥାନଲ ଦାୟୀ ନୁହେଁ; ତେବେ, କିଏ କଲା ମୂଲ୍ୟ ବୃଦ୍ଧି? ନାମ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୨୨।୮: ସାରା ଦେଶରେ ଚିନି ମୂଲ୍ୟରେ ଦ୍ରୁତ ବୃଦ୍ଧି ମଧ୍ୟରେ, ସରକାର ଶୁକ୍ରବାର ଏହି ଦାବିକୁ ଖାରଜ କରି ଦେଇଛନ୍ତି ଯେ ଇଥାନଲ ପାଇଁ ଚିନିର ମୂଲ୍ୟ…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

ଦେବୋତ୍ତର ଜମିରେ ହେବ ଧାନବିକ୍ରି ପଞ୍ଜୀକରଣ: ସେବାୟତଙ୍କ ଧାରଣା ପରେ ଦାବି ମାନିଲେ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୧୦ଦିନ ବାକି ରହିଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri