କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌

ବାଲେଶ୍ୱର ଅଫିସ, ୧୦।୭: ବାଲେଶର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି। ଗତ ୬ତାରିଖରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ନୀଳଗିରି ବିଧାୟକ ନାୟକଙ୍କ ସହ ମିଶି ଗତ ୨ ଓ ୩ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏପରି କି ବାଲେଶ୍ୱର ସଦର ବିଧାୟକ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ଏକାଦଶାହ କାର୍ଯ୍ୟରେ ମଧ୍ୟ ଯୋଗ ଦେଇଥିଲେ। ବିଧାୟକ ନାୟକ କରୋନା ପଜିଟିଭ ଚିହ୍ନଟ ହେବାପରେ ଗତ ୬ତାରିଖଠାରୁ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ସଙ୍ଗରୋଧରେ ଥିଲେ। ଗୁରୁବାର ତାଙ୍କର ସ୍ବାବ ସଂଗ୍ରହ କରାଯାଇ ଦିଲ୍ଲୀ ଏମ୍‌ସରେ ପରୀକ୍ଷା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ଚିକିତ୍ସାଳୟରେ ପଶିଲା କରୋନା

ଅନୁଗୋଳ ଅଫିସ୍‌, ୫।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୁର୍ଘଟଣାଗ୍ରସ୍ତ ହୋଇ ଆସିଥିବା ଜଣେ ଯୁବକଙ୍କ କରୋନା ଟେଷ୍ଟ ରିପୋର୍ଟ ଶନିବାର ପଜିଟିଭ ବାହାରିଛି। ଯୁବକ...

ବୈଠକରେ ସୀମିତ ସଡ଼କ ସୁରକ୍ଷା: ରାଜପଥ କଡ଼ ପାଲଟିଛି ପାର୍କିଂସ୍ଥଳୀ

ନୟାଗଡ଼ ଅଫିସ,୧୨।୯: ନୟାଗଡ଼ ସହରରେ ସଡ଼କ ସୁରକ୍ଷା ଯୋଜନା ପ୍ରହସନ ପାଲଟିଛି। ସହର ମଧ୍ୟ ଦେଇ ଜାତୀୟ ରାଜପଥ-୫୭ ଓ ରାଜ୍ୟ ରାଜପଥ-୨୧ ଯାଇଥିବା ବେଳେ...

ଭାରତ ବନ୍ଦ ଡାକରା: ଟ୍ରେନ ସେବା ପ୍ରଭାବିତ

ଭଦ୍ରକ ଅଫିସ, ୮।୧: ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳୁ...

ଏଟିପି ଫାଇନାଲ୍ସ: ଥିମ୍‌ଙ୍କଠାରୁ ହାରିଲେ ଫେଡରର

ଲଣ୍ଡନ,୧୧।୧୧(ଏଏଫ୍‌ପି): ସ୍ଥାନୀୟ ଓ୨ ଏରିନାରେ ରବିବାର ଏଟିପି ଫାଇନାଲ୍ସ ଆରମ୍ଭ ହୋଇଛି। ସେସନ ଶେଷରେ ଆୟୋଜିତ ହେଉଥିବା ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ସୁଇଜରଲାଣ୍ଡ...

ମିଳୁନି ପକ୍କାଘର: ଭଙ୍ଗାଘରେ ନିରୁପମାଙ୍କ ପରିବାର

ବାଲିକୁଦା,୧୦ା୧୧(ସ୍ବ.ପ୍ର.): ବାଲିକୁଦା ବ୍ଲକ ଅଧୀନ ସଂଗ୍ରାମପୁର ପଞ୍ଚାୟତ ଗୋଗୋଳ ଗ୍ରାମର ବିଧବା ବୃଦ୍ଧା ନିରୁପମା ମଲ୍ଲିକଙ୍କ ଫାଇଁ ପକ୍କାଘର ସାତସପନ ପାଲଟିଛି। ଫଳରେ ସେ ଭାଗ୍ୟକୁ...

ଅଶ୍ୱିନୀ କୋଭିଡ ହସ୍ପିଟାଲରେ ୬ ଆକ୍ରାନ୍ତ , ଚାଲିଛି ଚିକିତ୍ସା

କଟକ ଅଫିସ,୪। ୪: କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ରାଜ୍ୟ ସରକାର କୋଭିଡ ହସ୍ପିଟାଲରେ ପରିଣତ କରିଛନ୍ତି। ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ବଦଳରେ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଘରକୁ ଗଲେ ୧୧୯ ଜଣ, ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌

ଶେରଗଡ଼,୨୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରେ ଗତ ୨୯ ଏପ୍ରିଲ୍‌ରୁ ସୁରଟରୁ ଆସିଥିବା ପ୍ରବାସୀମାନେ ରହିଥିଲେ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ...

କଣ୍ଟେନ୍‌ମେଣ୍ଟ ଜୋନ୍‌ର ନିର୍ଭୀକ ସେବାକାରୀ

ବଲାଙ୍ଗୀର ଅଫିସ, ୧୯ା୭:  ବଲାଙ୍ଗୀର ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ସମୟରେ ଜିଲାର କରୋନା ଯୋଦ୍ଧା ସେମାନଙ୍କର ନିରବଚ୍ଛିନ୍ନ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *