Posted inଖେଳ

ଜାତୀୟ କ୍ରୀଡ଼ା ପୁରସ୍କାର ଅର୍ଥରାଶିରେ ଆଶାତୀତ ବୃଦ୍ଧି

ନୂଆଦିଲ୍ଲୀ,୩୦।୮(ପି.ଟି.): ଜାତୀୟ କ୍ରୀଡ଼ା ପୁରସ୍କାର ଅର୍ଥ ରାଶିରେ ଆଶାତୀତ ବୃଦ୍ଧି କରାଯାଇଛି। ଏ ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜିଜୁ ଶନିବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ତେବେ ୭ଟିରୁ ୪ଟି ବର୍ଗରେ ପୁରସ୍କାର ଅର୍ଥରାଶି ବୃଦ୍ଧି କରାଯାଇଛି।
ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ବିବେଚିତ ହେଉଥିବା ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ରାଶି ପୂର୍ବରୁ ୭.୫ ଲକ୍ଷ ଟଙ୍କା ଥିଲା। ତେବେ ଏହାକୁ ଏଥର ବୃଦ୍ଧି କରାଯାଇ ୨୫ ଲକ୍ଷ ଟଙ୍କା ରଖାଯାଇଛି। ସେହିପରି ଅଜୁର୍ନ ପୁରସ୍କାର ୫ରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଦ୍ରୋଣାଚାର୍ଯ୍ୟ (ଲାଇଫ୍‌ଟାଇମ୍‌) ପୁରସ୍କାର ରାଶି ୫ରୁ ୧୫ ଲକ୍ଷକୁ ବୃଦ୍ଧି କରାଯାଇଛି। ତେବେ ଦ୍ରୋଣାଚାର୍ଯ୍ୟ (ରେଗୁଲାର) ବିଜେତାମାନେ ଏଥର ୫ ବଦଳରେ ୧୦ ଲକ୍ଷ ଟଙ୍କା ପୁରସ୍କାର ହାସଲ କରିବେ। ଅନ୍ୟପଟେ ଧ୍ୟାନଚାନ୍ଦ ପୁରସ୍କାର ରାଶିକୁ ୫ରୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି। ଚଳିତ ବର୍ଷଠାରୁ ଏହି ବର୍ଦ୍ଧିତ ଅର୍ଥରାଶି ପୁରସ୍କାର ବିଜେତାଙ୍କୁ ପ୍ରଦାନ କରାଯିବ।
ପୂର୍ବରୁ ୨୦୦୮ରେ ପୁରସ୍କାର ଅର୍ଥରାଶି ନେଇ ଶେଷଥର ପାଇଁ ସମୀକ୍ଷା ହୋଇଥିଲା। ପ୍ରତ୍ୟେକ ୧୦ ବର୍ଷରେ ପୁରସ୍କାର ଅର୍ଥରାଶି ନେଇ ସମୀକ୍ଷା ହେବାର ନିୟମ ରହିଛି। ଅନ୍ୟ କ୍ଷେତ୍ରରେ ପେସାଦାର କାର୍ଯ୍ୟକର୍ତ୍ତାଙ୍କ ରୋଜଗାରରେ ବୃଦ୍ଧି ହେଉଛି। ତେଣୁ କ୍ରୀଡ଼ାବିତଙ୍କର କାହିଁକି ହେବ ନାହିଁ ବୋଲି ରିଜିଜୁ କହିଛନ୍ତି।
ତାରକା କ୍ରିକେଟର ରୋହିତ ଶର୍ମା, ରେସଲର ଭିନେସ ଫୋଗତ୍‌, ମହିଳା ହକି ଅଧିନାୟକ ରାନୀ ରାମପଲ, ଟେବୁଲ ଟେନିସ୍‌ ତାରକା ମନିକା ବାତ୍ରା ଓ ରିଓ ପାରାଅଲିମ୍ପିକ୍ସରେ ହାଇଜମ୍ପରେ ସ୍ବର୍ଣ୍ଣ ପଦକ ଜିତିଥିବା ମେରିୟାପ୍ପାନ ଥଙ୍ଗାଭେଲୁ ରାଜୀବ ଗାନ୍ଧୀ ପୁରସ୍କାର ହାସଲ କରିବେ। ସେହିପରି ୨୭ଜଣ ଆଥଲେଟ୍‌ ଅର୍ଜୁନ ପୁରସ୍କାର, ୧୩ କୋଚ୍‌ ଦ୍ରୋଣାଚାର୍ଯ୍ୟ ଓ ଅନ୍ୟ ୧୫ଜଣ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?