Posted inଜାତୀୟ

ଚାପରେ ସେନା ପକ୍ଷରୁ ଇଫତାର ପାର୍ଟି ପୋଷ୍ଟ ଡିଲିଟ୍‌ କରାଗଲା…

ଶ୍ରୀନଗର, ୨୪।୪ : ଦେଶରେ ମୌଳବାଦୀମାନଙ୍କର ପ୍ରାଧାନ୍ୟ ବଢ଼ିବାରେ ଲାଗିଛି। ମୌଳବାଦୀ ଗୋଷ୍ଠୀଙ୍କ ଚାପରେ ଭାରତୀୟ ସେନା ପକ୍ଷରୁ ଆୟୋଜିତ ହୋଇଥିବା ରୋଜା ଇଫତାର ପାର୍ଟି ପୋଷ୍ଟକୁ ସୋସିଆଲ ମିଡ଼ିଆରୁ ଡିଲିଟ କରାଯାଇଛି। ସେନା ଏଭଳି କରିବାsକୁ ବାଧ୍ୟ ହୋଇଥିବା କୁହାଯାଉଛି। ବାସ୍ତବରେ, ପ୍ରତିବର୍ଷ ପରି, ଏଥର ମଧ୍ୟ ଭାରତୀୟ ସେନା ନିଜର ଧର୍ମନିରପେକ୍ଷ ଭାବମୂର୍ତ୍ତି ଉପସ୍ଥାପନ କରି ଜନସାଧାରଣଙ୍କ ସହ ସମ୍ପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ଜମ୍ମୁ-କଶ୍ମୀରର ଡୋଡା ଜିଲାର ଆର୍ନୋରାରେ ଏକ ଇଫତାର ପାର୍ଟିର ଆୟୋଜନ କରିଥିଲା।

ଏହା ପରେ ସେନାର ଜମ୍ମୁ ଅଞ୍ଚଳର ପିଆରଓ ଟୁଇଟ କରି ଲେଖିଥିଲେ ଯେ ଧର୍ମନିରପେକ୍ଷତାର ପରମ୍ପରାକୁ ବଞ୍ଚାଇ ରଖି ଭାରତୀୟ ସେନା ଇଫତାର ପାର୍ଟିର ଆୟୋଜନ କରିଛି। ଏହା ପରେ, ସୋସିଆଲ ମିଡିଆରେ ମୌଳବାଦୀମାନେ ସେନାର ଏହି ପଦକ୍ଷେପକୁ ସମାଲୋଚନା କରିବା ସହିତ ସେନାକୁ ଟାର୍ଗେଟ କରିବା ଆରମ୍ଭ କଲେ। ଯାହା ପରେ ସେନା ପକ୍ଷରୁ ଏହି ପୋଷ୍ଟକୁ ଡିଲିଟ କରାଯାଇଛି। ଭାରତୀୟ ସେନା ଜାମ୍ମୁ କାଶ୍ମୀରର ଡୋଡା ଠାରେ ୨୧ ଏପ୍ରିଲରେ ଏକ ଇଫତାର ପାର୍ଟିର ଆୟୋଜନ କରିଥିଲା । ଏହା ପରେ ଭାରତୀୟ ସେନାର ଜମ୍ମୁ ଅଞ୍ଚଳର ପିଆରଓ ଇଫତାର ପାର୍ଟିର ଫଟୋ ଶେୟାର କରି ଟୁଇଟ କରିଥିଲେ।

ବିଭିନ୍ନ ଫଟୋରେ ଯେଉଁଥିରେ ଭାରତୀୟ ସେନାର ଯବାନ ଏବଂ ସାଧାରଣ ଲୋକ ଏକତ୍ର ଉପବାସ ଭାଙ୍ଗୁଥିବାର ଦେଖାଯାଇଥିଲା। ଏହି ଟୁଇଟକୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଜମ୍ମୁ-କଶ୍ମୀରର ଲ୍ୟୁଟନାଟ୍‌ ଗଭର୍ନର ତଥା ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ରଙ୍କୁ ଟ୍ୟାଗ କରାଯାଇଥିଲା।

ଏହି ଟୁଇଟ ଶେୟାର ହେବା ପରେ ବହୁ ଲୋକ ଏହାକୁ ବିରୋଧ କରିବାକୁ ଲାଗିଥିଲେ। ଦେଶରେ ଧର୍ମନିରପେକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ସେନା ଦ୍ୱାରା ଆୟୋଜିତ ଇଫତାର ପାର୍ଟିର ଏହି ଟୁଇଟକୁ ବହୁ ଲୋକ ଧର୍ମନିରପେକ୍ଷତା ରୋଗ ଏବେ ମଧ୍ୟ ସେନାରେ ଆରମ୍ଭ ହୋଇଥିବା କମେଣ୍ଟ ଦେଇଥିଲେ। ଲୋକମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ପ୍ରସନ୍ନତାକୁ ଦୃଷ୍ଟିରେ ରଖି ସେନାର ପ୍ରଶଂସନୀୟ ପ୍ରୟାସକୁ ଦେଖି ସମାଲୋଚନା କରିବା ଆରମ୍ଭ କରିଥିଲେ। ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ବାଧ୍ୟ ହୋଇ ଏହି ପୋଷ୍ଟକୁ ଡିଲିଟ କରାଯାଇଥିଲା। ଲୋକଙ୍କ ବୁଝାମଣାକୁ ନେଇ ସେନା ଦୁଃଖ ପ୍ରକାଶ କରିଛି।

ଇଫତାର ପାର୍ଟିକୁ ଟ୍ରୋଲ କରାଯିବା ପରେ ଟୁଇଟ ଡିଲିଟ ହେବା ଉପରେ ଭାରତୀୟ ସେନା ମୁଖପାତ୍ର କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ତେବେ ଜଣେ ସେନା ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଜନସାଧାରଣଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ସେନ ଦ୍ୱାରା ଇଫତାର ପାର୍ଟି ନିୟମିତ ଆୟୋଜିତ ହୋଇଥାଏ। ତେଣୁ ଏହି ପରମ୍ପରାକୁ ଅନୁସରଣ କରି ଜମ୍ମୁ-କଶ୍ମୀରରେ ଏଥର ମଧ୍ୟ ଏକ ପାର୍ଟିର ଆୟୋଜନ କରାଯାଇଥିଲା।

ସେ କହିଛନ୍ତି ଯେ ଏହି ପାର୍ଟିକୁ ଗୁପ୍ତଭାବେ ଦିଆଯାଇ ନାହିଁ। ସେ କହିଛନ୍ତି ଯେ ଏହା ବିଷୟରେ ଟୁଇଟ କରିବା ସହିତ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିବୃତ୍ତି ମଧ୍ୟ ଜାରି କରାଯାଇଛି। ସେ କହିଛନ୍ତି ଯେ ଆମେ ଦୁଃଖିତ ଯେ ଲୋକମାନେ ଏହା ବିଷୟରେ ସଠିକ ଭାବରେ ବୁଝି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri