Posted inଜାତୀୟ

ଚାପରେ ସେନା ପକ୍ଷରୁ ଇଫତାର ପାର୍ଟି ପୋଷ୍ଟ ଡିଲିଟ୍‌ କରାଗଲା…

ଶ୍ରୀନଗର, ୨୪।୪ : ଦେଶରେ ମୌଳବାଦୀମାନଙ୍କର ପ୍ରାଧାନ୍ୟ ବଢ଼ିବାରେ ଲାଗିଛି। ମୌଳବାଦୀ ଗୋଷ୍ଠୀଙ୍କ ଚାପରେ ଭାରତୀୟ ସେନା ପକ୍ଷରୁ ଆୟୋଜିତ ହୋଇଥିବା ରୋଜା ଇଫତାର ପାର୍ଟି ପୋଷ୍ଟକୁ ସୋସିଆଲ ମିଡ଼ିଆରୁ ଡିଲିଟ କରାଯାଇଛି। ସେନା ଏଭଳି କରିବାsକୁ ବାଧ୍ୟ ହୋଇଥିବା କୁହାଯାଉଛି। ବାସ୍ତବରେ, ପ୍ରତିବର୍ଷ ପରି, ଏଥର ମଧ୍ୟ ଭାରତୀୟ ସେନା ନିଜର ଧର୍ମନିରପେକ୍ଷ ଭାବମୂର୍ତ୍ତି ଉପସ୍ଥାପନ କରି ଜନସାଧାରଣଙ୍କ ସହ ସମ୍ପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ଜମ୍ମୁ-କଶ୍ମୀରର ଡୋଡା ଜିଲାର ଆର୍ନୋରାରେ ଏକ ଇଫତାର ପାର୍ଟିର ଆୟୋଜନ କରିଥିଲା।

ଏହା ପରେ ସେନାର ଜମ୍ମୁ ଅଞ୍ଚଳର ପିଆରଓ ଟୁଇଟ କରି ଲେଖିଥିଲେ ଯେ ଧର୍ମନିରପେକ୍ଷତାର ପରମ୍ପରାକୁ ବଞ୍ଚାଇ ରଖି ଭାରତୀୟ ସେନା ଇଫତାର ପାର୍ଟିର ଆୟୋଜନ କରିଛି। ଏହା ପରେ, ସୋସିଆଲ ମିଡିଆରେ ମୌଳବାଦୀମାନେ ସେନାର ଏହି ପଦକ୍ଷେପକୁ ସମାଲୋଚନା କରିବା ସହିତ ସେନାକୁ ଟାର୍ଗେଟ କରିବା ଆରମ୍ଭ କଲେ। ଯାହା ପରେ ସେନା ପକ୍ଷରୁ ଏହି ପୋଷ୍ଟକୁ ଡିଲିଟ କରାଯାଇଛି। ଭାରତୀୟ ସେନା ଜାମ୍ମୁ କାଶ୍ମୀରର ଡୋଡା ଠାରେ ୨୧ ଏପ୍ରିଲରେ ଏକ ଇଫତାର ପାର୍ଟିର ଆୟୋଜନ କରିଥିଲା । ଏହା ପରେ ଭାରତୀୟ ସେନାର ଜମ୍ମୁ ଅଞ୍ଚଳର ପିଆରଓ ଇଫତାର ପାର୍ଟିର ଫଟୋ ଶେୟାର କରି ଟୁଇଟ କରିଥିଲେ।

ବିଭିନ୍ନ ଫଟୋରେ ଯେଉଁଥିରେ ଭାରତୀୟ ସେନାର ଯବାନ ଏବଂ ସାଧାରଣ ଲୋକ ଏକତ୍ର ଉପବାସ ଭାଙ୍ଗୁଥିବାର ଦେଖାଯାଇଥିଲା। ଏହି ଟୁଇଟକୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଜମ୍ମୁ-କଶ୍ମୀରର ଲ୍ୟୁଟନାଟ୍‌ ଗଭର୍ନର ତଥା ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ରଙ୍କୁ ଟ୍ୟାଗ କରାଯାଇଥିଲା।

ଏହି ଟୁଇଟ ଶେୟାର ହେବା ପରେ ବହୁ ଲୋକ ଏହାକୁ ବିରୋଧ କରିବାକୁ ଲାଗିଥିଲେ। ଦେଶରେ ଧର୍ମନିରପେକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ସେନା ଦ୍ୱାରା ଆୟୋଜିତ ଇଫତାର ପାର୍ଟିର ଏହି ଟୁଇଟକୁ ବହୁ ଲୋକ ଧର୍ମନିରପେକ୍ଷତା ରୋଗ ଏବେ ମଧ୍ୟ ସେନାରେ ଆରମ୍ଭ ହୋଇଥିବା କମେଣ୍ଟ ଦେଇଥିଲେ। ଲୋକମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ପ୍ରସନ୍ନତାକୁ ଦୃଷ୍ଟିରେ ରଖି ସେନାର ପ୍ରଶଂସନୀୟ ପ୍ରୟାସକୁ ଦେଖି ସମାଲୋଚନା କରିବା ଆରମ୍ଭ କରିଥିଲେ। ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ବାଧ୍ୟ ହୋଇ ଏହି ପୋଷ୍ଟକୁ ଡିଲିଟ କରାଯାଇଥିଲା। ଲୋକଙ୍କ ବୁଝାମଣାକୁ ନେଇ ସେନା ଦୁଃଖ ପ୍ରକାଶ କରିଛି।

ଇଫତାର ପାର୍ଟିକୁ ଟ୍ରୋଲ କରାଯିବା ପରେ ଟୁଇଟ ଡିଲିଟ ହେବା ଉପରେ ଭାରତୀୟ ସେନା ମୁଖପାତ୍ର କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ତେବେ ଜଣେ ସେନା ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଜନସାଧାରଣଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ସେନ ଦ୍ୱାରା ଇଫତାର ପାର୍ଟି ନିୟମିତ ଆୟୋଜିତ ହୋଇଥାଏ। ତେଣୁ ଏହି ପରମ୍ପରାକୁ ଅନୁସରଣ କରି ଜମ୍ମୁ-କଶ୍ମୀରରେ ଏଥର ମଧ୍ୟ ଏକ ପାର୍ଟିର ଆୟୋଜନ କରାଯାଇଥିଲା।

ସେ କହିଛନ୍ତି ଯେ ଏହି ପାର୍ଟିକୁ ଗୁପ୍ତଭାବେ ଦିଆଯାଇ ନାହିଁ। ସେ କହିଛନ୍ତି ଯେ ଏହା ବିଷୟରେ ଟୁଇଟ କରିବା ସହିତ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିବୃତ୍ତି ମଧ୍ୟ ଜାରି କରାଯାଇଛି। ସେ କହିଛନ୍ତି ଯେ ଆମେ ଦୁଃଖିତ ଯେ ଲୋକମାନେ ଏହା ବିଷୟରେ ସଠିକ ଭାବରେ ବୁଝି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri