ତିନି ବନ୍ଧର ପୁନରୁଦ୍ଧାର ଲାଗି ପ୍ରୟାସ

ସଜନାଗଡ଼, ୨୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଗରଡିହି, ତେଲିପାଳ ଓ ଜାମୁଡ଼ିହା ପଞ୍ଚାୟତର ଚାଷୀମାନେ ବହୁଦିନ ଧରି ବାଙ୍ଗିରିବନ୍ଧ, ପୁଟିବନ୍ଧ ଓ ଚୁଡ଼ାଖିଆ ବନ୍ଧର ଉନ୍ନତିକରଣ ପାଇଁ ଦାବି କରିଆସୁଥିଲେ। ପାହାଡ଼ଘେରରେ ଥିବା ନୀଳଗିରି ଅଞ୍ଚଳରେ ବର୍ଷାଜଳ ଅଭାବରୁ ଚାଷକ୍ଷେତ୍ରରେ ଘୋର ଅସୁବିଧା ଉପୁଜୁଛି। ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଏହାର ସମାଧାନ ଲାଗି ଶୁକ୍ରବାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ବିଭିନ୍ନ ପଞ୍ଚାୟତରେ ଥିବା ବନ୍ଧଗୁଡ଼ିକର ପୁନରୁଦ୍ଧାର ସହ ଉନ୍ନତୀକରଣ ପାଇଁ କ୍ଷୁଦ୍ରଜଳସେଚନ ବିଭାଗର ପଦସ୍ଥ ଅଧିକାରୀଙ୍କୁ ଡକାଇ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭାଗୀୟ ଅଧିକାରୀମାନେ ନୀଳଗିରି ବିଧାୟକଙ୍କ ସହ ବିଭିନ୍ନ ବନ୍ଧ ଗରଡିହି ଓ ତେଲିପାଳ ପଞ୍ଚାୟତରେ ଥିବା ବାଙ୍ଗିରିବନ୍ଧ ଓ ପୁଟିବନ୍ଧ ପରିଦର୍ଶନ କରିଥିଲେ। ପାରିପାର୍ଶ୍ୱିକ ସ୍ଥିତି ଓ ଶତାଧିକ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଏହି ଦୁଇ ବନ୍ଧର ନବୀକରଣ ଲାଗି ସବୁଜ ସଙ୍କେତ ଦେଇଛନ୍ତି। ସେହିପରି ଜାମୁଡ଼ିହା ପଞ୍ଚାୟତରେ ଥିବା ଚୂଡ଼ାଖିଆ ବନ୍ଧର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏହା ପରିଦର୍ଶନ କରିଥିଲେ ା ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସୁପରଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ଗୁରୁପ୍ରସାଦ ପୃଷ୍ଟି, ଡେପୁଟି ନିର୍ବାହୀଯନ୍ତ୍ରୀ ଅରୁଣ ଦେ ଓ ନିର୍ବାହୀଯନ୍ତ୍ରୀ ସୁରେଶ ଚନ୍ଦ୍ର ଶତପଥୀଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?