ଭୁବନେଶ୍ୱର,୧୧।୬(ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ବି ବହୁ ମୃତଦେହକୁ ଚିହ୍ନଟ କରାଯାଇପାରି ନାହିଁ। ମୃତଦେହ ଚିହ୍ନଟ ଲାଗି ବିଭିନ୍ନ ପର୍ଯ୍ୟାୟରେ ଏମ୍ସ ଭୁବନେଶ୍ୱରକୁ ୧୬୨ମୃତ ଦେହ ଆସିଥିଲା। ୮୧ ମୃତଦେହକୁ ଚିହ୍ନଟ ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ବାକି ୮୧ଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। କେତେକ ମୃତଦେହର ଏକାଧିକ ଦାବିଦାର ଥିବାବେଳେ ଅନେକ ମୃତଦେହର କେହି ଦାବିଦାର ନାହାନ୍ତି। ତେଣୁ ଡିଏନ୍ଏ ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩ଟି ନମୁନା ଦିଲ୍ଲୀ ପଠାଯାଇଥିବାବେଳେ ଶନିବାର ସୁଦ୍ଧା ୭୦ରୁ ଊର୍ଦ୍ଧ୍ୱ ନମୁନା ସଂଗ୍ରହ କରାଯାଇଛି। ତେବେ ରିପୋର୍ଟ ଆସିବା ବିଳମ୍ବ ହେଉଥିବାରୁ ମୃତଦେହ ଚିହ୍ନଟ ଓ ସଂରକ୍ଷଣ ବଡ଼ ଚ୍ୟାଲେଞ୍ଜ ହୋଇଛି। ଦୁର୍ଘଟଣାର ୩୬ରୁ ୪୦ ଘଣ୍ଟା ପରେ ମୃତଦେହଗୁଡିକ ଏମ୍ସ ଶବ ସଂରକ୍ଷଣ ଗୃହକୁ ଆସିଥିଲା। ବିକୃତ ଭାବେ ଅନେକ ଶରୀର ଥିବାରୁ ସେଗୁଡିକ ପ୍ରଥମେ ଏମ୍ବାଲ୍ମ୍ବିଂ (ମୃତଦେହ ସଂରକ୍ଷଣ ପ୍ରକ୍ରିୟା) କରାଯାଇଥିଲା। ଶବ ଗୃହରେ ସ୍ଥାନାଭାବ ଯୋଗୁ ପାରାଦୀପରୁ ୫ଟି କଣ୍ଟେନର ଅଣାଯାଇ ସେଥିରେ ମୃତଦେହକୁ ରଖାଯାଇଛି। ତେବେ ଜଣେ ବ୍ୟକ୍ତିର ମୃତଦେହ ମୃତ୍ୟୁର ୧୨ ଘଣ୍ଟା ଭିତରେ ଏମ୍ବାଲ୍ମ୍ବିଂ କରାଗଲେ ଏହାକୁ ବର୍ଷାଧିକ ସମୟ ରଖାଯାଇପାରିବ। ମାତ୍ର ବାହାନଗା ଟ୍ରେନ ଦୁର୍ଘଟଣାରେ ଆସିଥିବା ମୃତଦେହଗୁଡିକ ୪୦ ଘଣ୍ଟା ପରେ ଆସିଥିବାରୁ, ପୁଣି ତାହା ବିକୃତ ହୋଇଯାଇଥିବାରୁ କଣ୍ଟେନର ଫ୍ରିଜରରେ ଏଗୁଡିକୁ ଅଧିକ ଦିନ ରଖିବା ସମ୍ଭବ ନୁହେଁ। ତେଣୁ ମୃତଦେହ ଚିହ୍ନଟ ହୋଇ ନ ପାରିଲେ ଓ କେହି ଦାବିଦାର ନ ଆସିଲେ ତାହାକୁ ସତ୍କାର କରିଦିଆଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଡିଏନ୍ଏ ଟେଷ୍ଟ ରିପୋର୍ଟ ଦିନକରେ ପଠାଇବାକୁ ଏମ୍ସ ଦିଲ୍ଲୀକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଆସିବା ବିଳମ୍ବ ହେଉଛି। ଏନେଇ ଭୁବନେଶ୍ୱର ଏମ୍ସର ଆଡିଶନାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି, ଏବେ ଏମ୍ସରେ ୮୧ଟି ମୃତଦେହ ରହିଛି। ଏହା ଭିତରୁ ଅନେକ ମୃତଦେହର କେହି ଦାବିଦାର ନାହାନ୍ତି। ସେପଟେ ଏକାଧିକ ଲୋକ ମଧ୍ୟ ଗୋଟିଏ ମୃତଦେହର ଦାବିଦାର ରହିଛନ୍ତି। ସେଥିପାଇଁ ୭୦ଜଣ ଲୋକଙ୍କ ଡିଏନ୍ଏ ନମୁନା ସଂଗ୍ରହ ହୋଇଛି। ଆଉଦିନେ ଦୁଇଦିନ ଭିତରେ ସ୍ପଷ୍ଟ ରିପୋର୍ଟ ଆସିବ। ଦୁର୍ଘଟଣାରେ ଅଧିକ କ୍ଷତବିକ୍ଷତ ହୋଇଥିବା ମୃତଦେହଗୁଡିକ ଆଉ ୬ରୁ ୭ ଦିନ ସଂରକ୍ଷିତ ରଖାଯାଇପାରିବ। ତଥାପି ଅଧିକ ଦିନ ସଂରକ୍ଷିତ ରଖିବାକୁ ଚେଷ୍ଟା କରାଯାଉଛି। ସ୍ଥିତିକୁ ଦେଖି ଦାବିଦାର ନ ଥିବା ମୃତଦେହକୁ ୪ରୁ ୫ ଦିନ ପରେ ନିୟମ ଅନୁସାରେ ସଂସ୍କାର କରି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ
ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…
ଏହି ନେତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ ନାନା ପାଟେକର; ପ୍ରଧାନମନ୍ତ୍ରୀ ପଦକୁ ନେଇ କହିଥିଲେ ଗୁରୁତ୍ୱପୂର୍ଣ୍ଣ କଥା
ମୁମ୍ବାଇ,୮।୧୦: ହିନ୍ଦୀ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ନିଜର ଦୀର୍ଘ ଚଳଚ୍ଚିତ୍ର କ୍ୟାରିୟର ମଧ୍ୟରେ ସେ କେବଳ ନିଜ ଚଳଚ୍ଚିତ୍ର ପାଇଁ…
୨୫ ଏକରର ଫାର୍ମହାଉସ କୋଟି କୋଟି ଟଙ୍କାର ସମ୍ପତ୍ତି: କାହା ପାଇଁ କ’ଣ ଛାଡ଼ିଯାଇଛନ୍ତି ନାନା? ଜାଣିଲେ ଆଶ୍ଚର୍ଯ୍ୟ ହେବେ
ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତ ଶୋକାକୁଳ ହୋଇପଡ଼ିଛି। ଗୁରୁବାର ସକାଳେ (ଅକ୍ଟୋବର ୮) ଗୋଆସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ…
ଘଡ଼ଘଡ଼ି ସହ ଛେଚିବ ବର୍ଷା: ସତର୍କ କଲା ପାଣିପାଗ କେନ୍ଦ୍ର
ଭୁବନେଶ୍ୱର, ୮ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍ କରୁଛି। ତେବେ ଆସନ୍ତା ୨ରୁ…
ଏହି କ୍ରିକେଟର୍ଙ୍କୁ ହୃଦୟରୁ ପସନ୍ଦ କରୁଥିଲେ ନାନା ପାଟେକର: ଆଉଟ୍ ହେଲେ ଖାଉ ନ ଥିଲେ…
ମୁମ୍ବାଇ,୮।୧୦: ବଲିଉଡ୍ର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରଲୋକରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ନାନା ପାଟେକର…
ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ
ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…
ଅମଳ ପୂର୍ବରୁ ଚାଷୀମୁଣ୍ଡରେ ଚଡ଼କ: ଧାନ ଫସଲରେ ରୋଗପୋକ, ମଉଳି ଯାଉଛି ଅମଳ ଆଶା
ବରଗଡ଼,୮ା୧୦(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି ବୋଲି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ସମସ୍ୟା ଏଠାରେ ସାଧାରଣରେ…
ବରଗଡ଼ରେ ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ଗାଡ଼ି ଚଳାଚଳ ଠପ୍
ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା…

