ସୀମାନ୍ତରେ ମାଓବାଦୀଙ୍କ ଡ୍ରୋନ୍‌ ବ୍ୟବହାର

ମାଲକାନଗିର,୧୧।୬(ଡି.ଏନ୍‌.ଏ.): ମାଓବାଦୀଙ୍କୁ ଦମନ କରିବା ପାଇଁ ଡ୍ରୋନ୍‌ ମାଧ୍ୟମରେ ସୁରକ୍ଷା ବଳ ମାଓବାଦୀଙ୍କ ଉପରେ ନଜର ରଖୁଥିଲେ। ବର୍ତ୍ତମାନ ମାଓବାଦୀମାନେ ମଧ୍ୟ ଏହି ଡ୍ରୋନ୍‌ର ବ୍ୟବହାରକରି ସୁରକ୍ଷା ବଳ ଉପରେ ନଜର ରଖିବା ସହ ସେମାନଙ୍କ ସର୍ଚ୍ଚ ଅପରେଶନ ଉପରେ ମଧ୍ୟ ନଜର ରଖିବ ବୋଲି ସୂଚନା ମିଳିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ଛତିଶଗଡ଼ ବସ୍ତରରେ କାର୍ଯ୍ୟ କରୁଥିବା ମାଓବାଦୀ ସଙ୍ଗଠନ ନିକଟରେ ୧୦ରୁ ଅଧିକ ଡ୍ରୋନ୍‌ ରହିଛି। ଯେଉଁଥିରେ ସେମାନେ ସୁରକ୍ଷା ବଳ ଉପରେ ନଜର ରଖି ସେମାନଙ୍କୁ ଟାର୍ଗେଟ କରୁଛନ୍ତି। କେବଳ ଏହି ସ୍ଥାନ ନୁହେଁ, ଛତିଶଗଡ଼ ଓ ତେଲଙ୍ଗାନାର ବିଭିନ୍ନ ମାଓବାଦୀ ସଙ୍ଗଠନ ପାଖରେ ଏହି ଡ୍ରୋନ୍‌ ଥିବା ସୂଚନା ମିଳିଛି। ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମାଓବାଦୀମାନେ ବ୍ୟବହାର କରୁଥିବା ଡ୍ରୋନ୍‌ ଅନ୍‌ଲାଇନରେ ସହଜରେ ଉପଲବ୍ଧ ହେଉଥିବାରୁ ସେମାନେ ଏହାକୁ ସହଜରେ ଆଣି ବ୍ୟବାହର କରିପାରୁଛନ୍ତି। ଡ୍ରୋନ୍‌ କ୍ରୟ ଏବଂ ବିକ୍ରୟ ସମ୍ବନ୍ଧୀୟ ନୀତି ସ୍ଥିର ହୋଇ ନ ଥିବାରୁ ମାଓବାଦୀମାନେ ଏହାର ଫାଇଦା ନେଉଛନ୍ତି। ତେବେ ଛତିଶଗଡ଼ର ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଏ ବିଷୟରେ ଚିନ୍ତିତ ଥିବା ଦେଖିବାକୁ ମିଳିଛି। ବିଗତ କିଛିଦିନ ପୂର୍ବରୁ ଛତିଶଗଡ଼ର ସୁକ୍‌ମା, ବିଜାପୁର ଏବଂ ନାରାୟଣପୁରରେ ସୁରକ୍ଷା ବାହିନୀ କ୍ୟାମ୍ପ ନିକଟରେ ଅନେକ ଥର ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଯେତେବେଳେ ତେଲଙ୍ଗାନାର ଚେର୍ଲା ନିକଟରେ ମାଓବାଦୀ କ୍ୟୁରିଅର ନାଗେଶ୍ୱରା ରାଓ, ମଲ୍ଲିକାର୍ଜୁନା ରାଓ ଏବଂ ପଙ୍ଗୁଲୁ ଉମାଶଙ୍କରଙ୍କୁ ପୋଲିସ ଗିରଫ କଲା, ସେତେବେଳେ ସେମାନଙ୍କଠାରୁ ଏକ ଡ୍ରୋନ୍‌ ମଧ୍ୟ ଜବତ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହୋଇଛି, ମାଓବାଦୀମାନେ ବର୍ତ୍ତମାନ ସୁରକ୍ଷା ବାହିନୀକୁ ଚ୍ୟାଲେଞ୍ଜ କରିବା ପାଇଁ ଡ୍ରୋନ୍‌ ବ୍ୟବହାର କରୁଛନ୍ତି।
ସୂଚନାଯୋଗ୍ୟ, ଗତ ୭ ତାରିଖରେ ତେଲଙ୍ଗାନା ପୋଲିସ ୩ଜଣ ମାଓବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଏକ ଡ୍ରେନ୍‌ ଜବତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri