ଅନିଶ୍ଚିତତାରେ ଗ୍ରାମ୍ୟ ପର୍ଯ୍ୟଟନ

ଢେଙ୍କାନାଳ ଅଫିସ, ୧୧।୧୧: ପରିବେଶ ପର୍ଯ୍ୟଟନକୁ ନେଇ ଦେଶ ତଥା ଦେଶ ବାହାରେ ସୁନାମ ଅର୍ଜିଛି ଢେଙ୍କାନାଳ ଜିଲା। ସବୁଜିମା ବଳୟ ଘେରା କପିଳାସ ହେଉ କି ସପ୍ତଶଯ୍ୟା ସର୍ବଦା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି। ଏହାକୁ ରୁରାଲ ଟୁରିଜମ୍‌ରେ ଅନ୍ତର୍ଭୁକ୍ତ କରି ଜିଲାର ପର୍ଯ୍ୟଟନକୁ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ନୀଳ ନକ୍ସା। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସପ୍ତଶଯ୍ୟା ପଞ୍ଚାୟତର ଡୋକ୍ରା ଶିଳ୍ପକଳାର ଗ୍ରାମ ସଦେଇବେରେଣୀ ନବଜୀବନପୁରରେ ବିକାଶ କରାଯାଇଛି କଳାକୃତି ଗ୍ରାମ। ଏଥିରେ ଖର୍ଚ୍ଚ ହୋଇଛି ପ୍ରାୟ ୫ କୋଟି ଟଙ୍କା। ତେବେ ୨୦୧୯ ଅଗଷ୍ଟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ। ପରିଚାଳନା ଅଭାବରୁ କଳାକୃତି ଗ୍ରାମ ଲଟାବୁଦାରେ ପରିପୂର୍ଣ୍ଣ ହୋଇ ସରୀସୃପଙ୍କ ଆବାସସ୍ଥଳୀ ପାଲଟିଛି। ଏହାକୁ କାର୍ଯ୍ୟକ୍ଷମ କରିବାକୁ ନେଇ ପର୍ଯ୍ୟଟନ ବିଭାଗ ଏବଂ ଓର୍‌ମାସ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବାବେଳେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ପ୍ରକଳ୍ପର ଭବିଷ୍ୟତ।
ଡୋକ୍ରା ହସ୍ତଶିଳ୍ପ ପାଇଁ ରାଜ୍ୟ, ଜାତୀୟ ତଥା ବିଦେଶରେ ସୁନାମ ଅର୍ଜିଛି ସଦେଇବେରେଣୀ ନବଜୀବନପୁର। ଗ୍ରାମର ୧୨୦ରୁ ଊର୍ଦ୍ଧ୍ୱ ଶିଳ୍ପୀ ଏହି ବିଲୁପ୍ତ ପ୍ରାୟ କଳା ସହିତ ଜଡ଼ିତ। ପର୍ଯ୍ୟଟନ ଋତୁରେ ସପ୍ତଶଯ୍ୟାକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ସମାଗମ ହେଉଥିବାବେଳେ ଡୋକ୍ରା ଗ୍ରାମର ବିକାଶ କରି ପର୍ଯ୍ୟଟନ ଶିଳ୍ପକୁ ବଢ଼ାଇବା ଲାଗି କରାଯାଇଥିଲା ଯୋଜନା। ତତ୍କାଳୀନ ଜିଲାପାଳ ରୁପାରୋଶନ ସାହୁଙ୍କ ପ୍ରସ୍ତାବକ୍ରମେ ୨୦୧୬-୧୭ରେ ସଦେଇବେରେଣୀ ନବଜୀବନପୁରରେ ଗ୍ରାମୀଣ ପର୍ଯ୍ୟଟନର ବିକାଶ କରିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ପର୍ଯ୍ୟାୟକ୍ରମେ ୫କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା କଳାକୃତି ଗ୍ରାମ। ଡୋକ୍ରା କାରିଗରଙ୍କ ସାମଗ୍ରୀ ନିର୍ମାଣ ନିମନ୍ତେ ହଲ୍‌, ସାମଗ୍ରୀ ବିକ୍ରୟ ଓ ପ୍ରଦର୍ଶନ କେନ୍ଦ୍ର, ମୁଖଶାଳା, ବୈଠକ ସ୍ଥଳୀ, ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମସ୍ଥଳ ଏଥିରେ ଅନ୍ତର୍ଭୁକ୍ତ। ୨୦୧୯ ଅଗଷ୍ଟରେ ନିର୍ମାଣ ଶେଷ ହେବା ପରେ ରକ୍ଷଣାବେକ୍ଷଣ ଲାଗି ଏହାକୁ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ହେଲେ ପଞ୍ଚାୟତ ଅରାଜି ହେବା ପରେ ଏହାକୁ ପର୍ଯ୍ୟଟନ ବିଭାଗ ଏବଂ ଜିଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଏବେ ଓରମାସ୍‌କୁ ଏହାର ଦାୟିତ୍ୱ ଦିଆଯାଇଛି। ହେଲେ ଅର୍ଥାଭାବରୁ ପ୍ରକଳ୍ପ ପରିସରରେ ଆବଶ୍ୟକ ଆନୁଷଙ୍ଗିକ କାର୍ଯ୍ୟ କରିପାରୁନି ଓର୍‌ମାସ। ଅନ୍ୟପଟେ ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀ ନିଯୁକ୍ତି ଦିଆଯିବାର ଆବଶ୍ୟକତା ରହିଥିବାବେଳେ ଅର୍ଥ ସଙ୍କଟ ଏଥିରେ ଅନ୍ତରାୟ ସାଜିଛି। ଫଳରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏବଂ ଗ୍ରାମୀଣ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ନିର୍ମିତ ଏହି ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କରୋନା ମହାମାରୀ ସମୟରେ ଡୋକ୍ରା ଶିଳ୍ପୀଙ୍କ ଜୀବିକା ପ୍ରଭାବିତ ହୋଇଥିବାବେଳେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସେମାନେ ଏହାକୁ ପୁଞ୍ଜି କରି ଆର୍ଥିକ ଅବସ୍ଥା ସୁଧାରିପାରନ୍ତେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ସରପଞ୍ଚ ଜେଶସ ସାହୁ କୁହନ୍ତି, ରକ୍ଷଣାବେକ୍ଷଣରେ ସମସ୍ୟା ଉପୁଜିବାରୁ ଏହାର ଦାୟିତ୍ୱ ନେଲୁ ନାହିଁ। ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିଲେ ବି କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ କୁହନ୍ତି, ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଏହାକୁ ଓର୍‌ମାସକୁ ହସ୍ତାନ୍ତର କରାଯାଇଛି। ତେଣୁ ଜିଲା ପର୍ଯ୍ୟଟନ ବିଭାଗର କୌଣସି ଭୂମିକା ନାହିଁ। ଜିଲା ଓର୍‌ମାସ ଡେପୁଟି ସିଇଓ ନିରୋଜ ଜେନା କୁହନ୍ତି, ପର୍ଯ୍ୟଟନ ବିଭାଗ ପ୍ରକଳ୍ପ ହସ୍ତା ନ୍ତର କରି ଦାୟିତ୍ୱ ସାରିଦେଇଛି। ଏଠାରେ କିଛି କାମ ବାକି ରହିଛି। ଅର୍ଥାଭାବରୁ ଏହା କରାଯାଇପାରୁନାହିଁ। ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀ ମଧ୍ୟ ଆବଶ୍ୟକ। ଏସବୁ ବିଷୟରେ ଜିଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri