ଖାତା ଖୋଲିପାରିଲେନି ଭାଜପା, କଂଗ୍ରେସ

ନୟାଗଡ଼ ଅଫିସ,୧।୩ – ନୟାଗଡ଼ ଜିଲାର ୮ଟି ବ୍ଲକରେ ଥିବା ୨୪ ଜିଲା ପରିଷଦ ଜୋନ୍‌ରୁ ୧୫ ଜୋନ୍‌ର ଫଳାଫଳ ପ୍ରକାଶ ପାଇସାରିଛି। ଏଥିରୁ ୧୪ ଜୋନ୍‌ରେ ବିଜେଡି ବିଜୟୀ ହୋଇଛି। ତେବେ ଖଣ୍ଡପଡ଼ା ବ୍ଲକର ୬ନଂ. ଜୋନ୍‌ରେ ୨ୟ ଦିବସ ଫଳାଫଳରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅନ୍ୟ ୬ଟି ଜୋନ୍‌ରେ ବିଜେଡି ବିଜୟୀ ହୋଇଛି। ରଣପୁର ବ୍ଲକର ୨୨ନଂ. ଜୋନ୍‌ରେ ଭାଜପାର ଦୁର୍ଗ ଭୁଶୁଡିଛି। ଦ୍ୱିତୀୟ ପର୍ଯ୍ୟାୟ ଗଣତିରେ ଭାଜପା ଓ କଂଗ୍ରେସ ଖାତା ଖୋଲିପାରିନାହାନ୍ତି ।
ଦୁଇ ପର୍ଯ୍ୟାୟ ଭୋଟ ଗଣତିରେ ଓଡ଼ଗଁା ବ୍ଲକର ୨ନଂ. ଜୋନ୍‌ରେ ବିଜେଡିର ବିରଜା ଲକ୍ଷ୍ମୀ ସାହୁ ୭,୭୩୨ ଭୋଟରେ ଭାଜପାର ଆରତି କୁମାରୀ ଗୌଡ଼ଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଏଠାରେ ବିଜେଡିରୁ ବିରଜାଲକ୍ଷ୍ମୀ ସାହୁ ୧୪,୧୨୬, ଭାଜପାର ଆରତି କୁମାରୀ ଗୌଡ଼ ୬,୩୯୪, କଂଗ୍ରେସର ସବିତା କର ୩୨୫, କଳିଙ୍ଗ ସେନାର ସଞ୍ଜୁକ୍ତା ସେଠୀ ୯୩ ଭୋଟ ପାଇଛନ୍ତି। ଖଣ୍ଡପଡ଼ା ବ୍ଲକର ୬ନଂ. ଜୋନ୍‌ରେ ସ୍ବାଧୀନ ପ୍ରାର୍ଥୀ ଉଜ୍ୱଳ ମହାରଣା ବିଜୟୀ ହୋଇ ବିଜେଡି ଓ ଭାଜପା ପ୍ରାର୍ଥୀଙ୍କୁ ଚକମା ଦେଖାଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ମହାରଣା ୩,୮୬୪ ଭୋଟରେ ବିଜେଡିର ରଶ୍ମିତା ସାହୁଙ୍କୁ ପରାସ୍ତ କରିଛନ୍ତି। ଏଠାରେ ସ୍ବାଧୀନ ପ୍ରାର୍ଥୀ ମହାରଣା ୧୧,୨୨୪, ବିଜେଡିର ସାହୁ ୭,୩୬୦, ଭାଜପାର କବିତା ରାଉତ ୧୩୬୩, କଂଗ୍ରେସର ମାଳତି ବେହେରା ୧୫୩ ଭୋଟ ପାଇଛନ୍ତି। ସେହିଭଳି ଦଶପଲ୍ଲା ବ୍ଲକ ୧୦ନଂ. ଜୋନ୍‌ରେ ବିଜେଡିର ସତ୍ୟଭାମା ନାୟକ ୩,୯୩୮ ଭୋଟରେ ସ୍ବାଧୀନ ପ୍ରାର୍ଥୀ ମମତା ପ୍ରଧାନଙ୍କୁ ପରାସ୍ତ କରିଛନ୍ତି। ଏଠାରେ ବିଜେଡିର ନାୟକ ୭,୬୮୫, ସ୍ବାଧୀନ ପ୍ରାର୍ଥୀ ପ୍ରଧାନ ୩, ୭୪୭, ଭାଜପାର ସଙ୍ଗୀତା କୁମାରୀ ନାୟକ ୨,୭୭୦, କଂଗ୍ରେସର ବନିତା ବେହେରା ୪୪୧, ବହୁଜନ ସମାଜ ପାର୍ଟିର ଲକ୍ଷ୍ମୀ ନାୟକ ୫୭ ଖଣ୍ଡ ଭୋଟ ପାଇଛନ୍ତି। ନୟାଗଡ଼ ବ୍ଲକର ୧୩ନଂ. ଜୋନ୍‌ରେ ବିଜେଡିର କ୍ଷୀରୋଦ କୁମାର ମହାପାତ୍ର ୬,୨୧୮ ଭୋଟରେ ଭାଜପାର ନସିର ଅହମ୍ମଦଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଏଠାରେ ବିଜେଡିର ମହାପାତ୍ର ୧୫,୯୧୧, ଭାଜପାର ଅହମ୍ମଦ ୯, ୬୯୩, କଂଗ୍ରେସର ହୋସେନ ଖଁା ୧୩୬୪, କଳିଙ୍ଗ ସେନାର ଅହଲ୍ୟା କୁମାରୀ ସାହୁ ୮୦, ସ୍ବାଧୀନ ପ୍ରାର୍ଥୀ ଗିରିଧାରୀ ରାଉତ ୧୮୬ ଓ ଦିଲୀପ କୁମାର ବେହେରା ୪୮ ଖଣ୍ଡ ଭୋଟ ପାଇଛନ୍ତି। ନୂଆଗଁା ବ୍ଲକର ୧୭ନଂ. ଜୋନ୍‌ରେ ବିଜେଡିର ପ୍ରତିମା ଦଳବେହେରା ୫,୮୦୪ ଭୋଟରେ ଭାଜପା ପ୍ରାର୍ଥୀ ପାର୍ବତୀ ମୁଦୁଲିଙ୍କୁ ପରାସ୍ତ କରିଛନ୍ତି। ଏଠାରେ ବିଜେଡିର ଦଳବେହେରା୧୬,୦୩୨, ଭାଜପା ପ୍ରାର୍ଥୀ ମୁଦୁଲି ୧୦,୨୨୮, କଂଗ୍ରେସର କଳ୍ପନା ଚମ୍ପତ୍ତି ୧୩୨୮ ଭୋଟ ପାଇଛନ୍ତି। ଭାପୁର ବ୍ଲକର ୧୯ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ସାହୁ ୯,୦୦୬ ଭୋଟରେ ଭାଜପା ପ୍ରାର୍ଥୀ କାର୍ତ୍ତିକ ଚନ୍ଦ୍ର ନାୟକଙ୍କୁ ପରାସ୍ତ କରି ବିଜୟ ଲାଭ କରିଛନ୍ତି। ଏଠାରେ ବିଜେଡି ପ୍ରାର୍ଥୀ ସାହୁ ୧୫ହଜାର ୫୫୯, ଭାଜପା ପ୍ରାର୍ଥୀ କାର୍ତ୍ତିକ ନାୟକ ୬,୫୫୩, କଂଗ୍ରେସର ନବୀନ ପ୍ରଧାନ ୩୧୮, ସ୍ବାଧୀନ ପ୍ରାର୍ଥୀ ନିତୁ ରଞ୍ଜନ ଦାଶ ୧,୪୫୪ ଓ ଦାଶରଥି ଦାଶ ୧୩୭୦ ଖଣ୍ଡ ଭୋଟ ପାଇଛନ୍ତି। ରଣପୁର ବ୍ଲକର ୨୨ନଂ. ଜୋନ୍‌ରେ ବିଜେଡିର ଦେବାଶିଷ ପଟ୍ଟନାୟକ ୪,୭୦୦ ଭୋଟରେ ଭାଜପାର ମହେନ୍ଦ୍ର କୁମାର ସାହୁଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଏଠାରେ ବିଜେଡିର ପଟ୍ଟନାୟକ ୧୫,୦୧୫, ଭାଜପାର ସାହୁ ୧୦,୩୧୫, କଂଗ୍ରେସର ସାରଦା ପ୍ରସନ୍ନ ସୁବୁଦ୍ଧି ୧୨୬୮, ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାକର୍‌ସବାଦୀ)ର କବିରାଜ ପ୍ରଧାନ ୮୧୨, ସ୍ବାଧୀନ ପ୍ରାର୍ଥୀ ବିପିନ ବିହାରୀ ବରାଡ଼ ୨୯୫ ଓ ସନ୍ତୋଷ କୁମାର ସାହୁ ୩୮୯ ଭୋଟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି

ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି।...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri