ଖାତା ଖୋଲିପାରିଲେନି ଭାଜପା, କଂଗ୍ରେସ

ନୟାଗଡ଼ ଅଫିସ,୧।୩ – ନୟାଗଡ଼ ଜିଲାର ୮ଟି ବ୍ଲକରେ ଥିବା ୨୪ ଜିଲା ପରିଷଦ ଜୋନ୍‌ରୁ ୧୫ ଜୋନ୍‌ର ଫଳାଫଳ ପ୍ରକାଶ ପାଇସାରିଛି। ଏଥିରୁ ୧୪ ଜୋନ୍‌ରେ ବିଜେଡି ବିଜୟୀ ହୋଇଛି। ତେବେ ଖଣ୍ଡପଡ଼ା ବ୍ଲକର ୬ନଂ. ଜୋନ୍‌ରେ ୨ୟ ଦିବସ ଫଳାଫଳରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅନ୍ୟ ୬ଟି ଜୋନ୍‌ରେ ବିଜେଡି ବିଜୟୀ ହୋଇଛି। ରଣପୁର ବ୍ଲକର ୨୨ନଂ. ଜୋନ୍‌ରେ ଭାଜପାର ଦୁର୍ଗ ଭୁଶୁଡିଛି। ଦ୍ୱିତୀୟ ପର୍ଯ୍ୟାୟ ଗଣତିରେ ଭାଜପା ଓ କଂଗ୍ରେସ ଖାତା ଖୋଲିପାରିନାହାନ୍ତି ।
ଦୁଇ ପର୍ଯ୍ୟାୟ ଭୋଟ ଗଣତିରେ ଓଡ଼ଗଁା ବ୍ଲକର ୨ନଂ. ଜୋନ୍‌ରେ ବିଜେଡିର ବିରଜା ଲକ୍ଷ୍ମୀ ସାହୁ ୭,୭୩୨ ଭୋଟରେ ଭାଜପାର ଆରତି କୁମାରୀ ଗୌଡ଼ଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଏଠାରେ ବିଜେଡିରୁ ବିରଜାଲକ୍ଷ୍ମୀ ସାହୁ ୧୪,୧୨୬, ଭାଜପାର ଆରତି କୁମାରୀ ଗୌଡ଼ ୬,୩୯୪, କଂଗ୍ରେସର ସବିତା କର ୩୨୫, କଳିଙ୍ଗ ସେନାର ସଞ୍ଜୁକ୍ତା ସେଠୀ ୯୩ ଭୋଟ ପାଇଛନ୍ତି। ଖଣ୍ଡପଡ଼ା ବ୍ଲକର ୬ନଂ. ଜୋନ୍‌ରେ ସ୍ବାଧୀନ ପ୍ରାର୍ଥୀ ଉଜ୍ୱଳ ମହାରଣା ବିଜୟୀ ହୋଇ ବିଜେଡି ଓ ଭାଜପା ପ୍ରାର୍ଥୀଙ୍କୁ ଚକମା ଦେଖାଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ମହାରଣା ୩,୮୬୪ ଭୋଟରେ ବିଜେଡିର ରଶ୍ମିତା ସାହୁଙ୍କୁ ପରାସ୍ତ କରିଛନ୍ତି। ଏଠାରେ ସ୍ବାଧୀନ ପ୍ରାର୍ଥୀ ମହାରଣା ୧୧,୨୨୪, ବିଜେଡିର ସାହୁ ୭,୩୬୦, ଭାଜପାର କବିତା ରାଉତ ୧୩୬୩, କଂଗ୍ରେସର ମାଳତି ବେହେରା ୧୫୩ ଭୋଟ ପାଇଛନ୍ତି। ସେହିଭଳି ଦଶପଲ୍ଲା ବ୍ଲକ ୧୦ନଂ. ଜୋନ୍‌ରେ ବିଜେଡିର ସତ୍ୟଭାମା ନାୟକ ୩,୯୩୮ ଭୋଟରେ ସ୍ବାଧୀନ ପ୍ରାର୍ଥୀ ମମତା ପ୍ରଧାନଙ୍କୁ ପରାସ୍ତ କରିଛନ୍ତି। ଏଠାରେ ବିଜେଡିର ନାୟକ ୭,୬୮୫, ସ୍ବାଧୀନ ପ୍ରାର୍ଥୀ ପ୍ରଧାନ ୩, ୭୪୭, ଭାଜପାର ସଙ୍ଗୀତା କୁମାରୀ ନାୟକ ୨,୭୭୦, କଂଗ୍ରେସର ବନିତା ବେହେରା ୪୪୧, ବହୁଜନ ସମାଜ ପାର୍ଟିର ଲକ୍ଷ୍ମୀ ନାୟକ ୫୭ ଖଣ୍ଡ ଭୋଟ ପାଇଛନ୍ତି। ନୟାଗଡ଼ ବ୍ଲକର ୧୩ନଂ. ଜୋନ୍‌ରେ ବିଜେଡିର କ୍ଷୀରୋଦ କୁମାର ମହାପାତ୍ର ୬,୨୧୮ ଭୋଟରେ ଭାଜପାର ନସିର ଅହମ୍ମଦଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଏଠାରେ ବିଜେଡିର ମହାପାତ୍ର ୧୫,୯୧୧, ଭାଜପାର ଅହମ୍ମଦ ୯, ୬୯୩, କଂଗ୍ରେସର ହୋସେନ ଖଁା ୧୩୬୪, କଳିଙ୍ଗ ସେନାର ଅହଲ୍ୟା କୁମାରୀ ସାହୁ ୮୦, ସ୍ବାଧୀନ ପ୍ରାର୍ଥୀ ଗିରିଧାରୀ ରାଉତ ୧୮୬ ଓ ଦିଲୀପ କୁମାର ବେହେରା ୪୮ ଖଣ୍ଡ ଭୋଟ ପାଇଛନ୍ତି। ନୂଆଗଁା ବ୍ଲକର ୧୭ନଂ. ଜୋନ୍‌ରେ ବିଜେଡିର ପ୍ରତିମା ଦଳବେହେରା ୫,୮୦୪ ଭୋଟରେ ଭାଜପା ପ୍ରାର୍ଥୀ ପାର୍ବତୀ ମୁଦୁଲିଙ୍କୁ ପରାସ୍ତ କରିଛନ୍ତି। ଏଠାରେ ବିଜେଡିର ଦଳବେହେରା୧୬,୦୩୨, ଭାଜପା ପ୍ରାର୍ଥୀ ମୁଦୁଲି ୧୦,୨୨୮, କଂଗ୍ରେସର କଳ୍ପନା ଚମ୍ପତ୍ତି ୧୩୨୮ ଭୋଟ ପାଇଛନ୍ତି। ଭାପୁର ବ୍ଲକର ୧୯ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ସାହୁ ୯,୦୦୬ ଭୋଟରେ ଭାଜପା ପ୍ରାର୍ଥୀ କାର୍ତ୍ତିକ ଚନ୍ଦ୍ର ନାୟକଙ୍କୁ ପରାସ୍ତ କରି ବିଜୟ ଲାଭ କରିଛନ୍ତି। ଏଠାରେ ବିଜେଡି ପ୍ରାର୍ଥୀ ସାହୁ ୧୫ହଜାର ୫୫୯, ଭାଜପା ପ୍ରାର୍ଥୀ କାର୍ତ୍ତିକ ନାୟକ ୬,୫୫୩, କଂଗ୍ରେସର ନବୀନ ପ୍ରଧାନ ୩୧୮, ସ୍ବାଧୀନ ପ୍ରାର୍ଥୀ ନିତୁ ରଞ୍ଜନ ଦାଶ ୧,୪୫୪ ଓ ଦାଶରଥି ଦାଶ ୧୩୭୦ ଖଣ୍ଡ ଭୋଟ ପାଇଛନ୍ତି। ରଣପୁର ବ୍ଲକର ୨୨ନଂ. ଜୋନ୍‌ରେ ବିଜେଡିର ଦେବାଶିଷ ପଟ୍ଟନାୟକ ୪,୭୦୦ ଭୋଟରେ ଭାଜପାର ମହେନ୍ଦ୍ର କୁମାର ସାହୁଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଏଠାରେ ବିଜେଡିର ପଟ୍ଟନାୟକ ୧୫,୦୧୫, ଭାଜପାର ସାହୁ ୧୦,୩୧୫, କଂଗ୍ରେସର ସାରଦା ପ୍ରସନ୍ନ ସୁବୁଦ୍ଧି ୧୨୬୮, ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାକର୍‌ସବାଦୀ)ର କବିରାଜ ପ୍ରଧାନ ୮୧୨, ସ୍ବାଧୀନ ପ୍ରାର୍ଥୀ ବିପିନ ବିହାରୀ ବରାଡ଼ ୨୯୫ ଓ ସନ୍ତୋଷ କୁମାର ସାହୁ ୩୮୯ ଭୋଟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?