Posted inଖେଳ

ପେସରଙ୍କ ପାଇଁ ଅଭ୍ୟାସ ମ୍ୟାଚ୍‌ରେ ଭାରତ ଆଗୁଆ

ଚେଷ୍ଟର-ଲି-ଷ୍ଟ୍ରିଟ୍‌,୨୧।୭: କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ଭାରତ ପ୍ରଥମ ଇନିଂସରେ ଲୋକେଶ ରାହୁଲଙ୍କ ଶତକ (୧୦୧ ରନ) ଓ ରବିନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ (୭୫) ସହାୟତାରେ ୯୩ ଓଭରରେ ୩୧୧ ରନକରି ଅଲଆଉଟ ହୋଇଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି କାଉଣ୍ଟି ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ୮୨.୩ ଓଭରରେ ୨୨୦ ରନକରି ଅଲଆଉଟ ହୋଇଛି। ଫଳରେ ଭାରତ ୯୧ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଓପନର ହାସିବ ହମିଦଙ୍କ ଶତକ (୧୧୨ ରନ, ୨୪୬ ବଲ, ୧୩ ଚୌକା) ସତ୍ତ୍ୱେ କାଉଣ୍ଟି ଦଳ ବଡ଼ ସ୍କୋର ହାସଲ କରି ପାରି ନ ଥିଲା। ସେହିପରି ଲିଆମ ପାଟରସନ-ହ୍ବାଇଟ୍‌ ୩୩ ଓ ଲିଣ୍ଡନ ଜେମ୍ସ ୨୭ ରନକରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଭଲ ପ୍ରଦର୍ଶନ କରି ନ ଥିଲେ।

କାଉଣ୍ଟି ଦଳ ୫୬ ରନରେ ୪ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୫ମ ଉଇକେଟରେ ହମିଦ ଓ ଲିଣ୍ଡନ ଜେମ୍ସ ୭୫ ରନକରି ସ୍ଥିତି ସମ୍ଭାଳିଥିଲେ। ଅନ୍ୟତମ ଓପନର ଜ୍ୟାକ ଲିବି ୧୨, ଅଧିନାୟକ ଓ୍ବିଲି ରୋଡ୍ସ ୧୧, ଓ୍ବାଶିଂଟନ ସୁନ୍ଦର ୧, ରବର୍ଟ ୟାଟେସ୍‌ ୧, ଜେମ୍ସ ରିଓ୍ବି ୨, ଜ୍ୟାକ କାର୍ସନ ୩ ରନକରି ଆଉଟ ହୋଇଥିଲେ। ବୋଲିଂରେ ଭାରତ ପକ୍ଷରୁ ଉମେଶ ୩, ସିରାଜ ୨, ବୁମ୍‌ରା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୦୬/୯ରୁ ଖେଳ ଆରମ୍ଭ କରି ଭାରତ ବୁଧବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଯଶପ୍ରୀତ ବୁମ୍‌ରା ୫ ରନକରି ଆଉଟ ହୋଇଥିତ୍ବାବେଳେ ମହମ୍ମଦ ସିରାଜ ୩ ରନ କରି ଅପରାଜିତ ରହିଥିଲେ। କାଉଣ୍ଟି ଦଳ ପକ୍ଷରୁ କ୍ରେଗ୍‌ ମାଇଲ୍ସ ସର୍ବାଧିକ ୪, ଲିଣ୍ଡନ ଜେମ୍ସ ଓ ଲିଆମ ପାଟରସନ ହ୍ବାଇଟ୍‌ ୨ଟି ଲେଖାଏ, ଜ୍ୟାକ କାର୍ସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରୁ ଅମିତ ମିଶ୍ରା, ଭୁବନେଶ୍ୱର କୁମାର ବାହାର

ଦୁବାଇ, ୬ା୧୦ (ପି.ଟି.)-ଦିଲ୍ଲୀ କ୍ୟାପିଟାଲ୍ସର ସିନିୟର ଲେଗ୍‌ ସ୍ପିନର ଅମିତ ମିଶ୍ରା ଓ ସନରାଇଜର୍ସ ହାଇଦ୍ରାବାଦର ସିନିୟର ପେସ୍‌ ବୋଲର ଭୁବନେଶ୍ୱର କୁମାର ଚଳିତ ଇଣ୍ଡିଆନ...

ସନ୍ଦିପ ମହାନ୍ତି ମେମୋରିଆଲ ଓପନ ଚେସ୍‌: ହର୍ଷିତ ଚାମ୍ପିୟନ, ସ୍ବପ୍ନିଳ ରନର୍ସଅପ୍‌

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ୧୩ତମ ସନ୍ଦିପ ମହାନ୍ତି ମେମୋରିଆଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ୭ ରାଉଣ୍ଡ...

ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଭାରତୀୟ ଟିମ୍‌ ଲାଗି ଖୁସିଖବର: ଫିଟ୍‌ ହେଲେ ଏହି କ୍ରିକେଟର…

ନୂଆଦିଲ୍ଲୀ,୨।୧: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ ଟିମ୍‌ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫେବୃୟାରୀ ୯ରୁ ନାଗପୁରରେ ଖେଳାଯିବାକୁ ଥିବା...

ପରାଜୟ ଝଟ୍‌କା ଭୁଲି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ଅହମଦାବାଦ,୧୩।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ମାମୁଲି ପ୍ରଦର୍ଶନ କରି ପରାଜୟ ବରଣ କରିବା ପରେ ଘରୋଇ ଭାରତ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି।...

ଭାରତ ଚାମ୍ପିୟନ୍‌ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି, ଖେଳ ମନ୍ତ୍ରୀ କହିଲେ..

ନୂଆଦିଲ୍ଲୀ,୧୭।୧୧:ଆସନ୍ତା ୧୦ ବର୍ଷ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଘୋଷଣା କରିଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ।...

ନିଜ ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ: ଅଲିମ୍ପିକ୍ସ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ

ଭୁବନେଶ୍ୱର(ସ୍ପୋଟର୍‌ସ ବ୍ୟୁରୋ)୨୨।୬: ଭାରତ ଦ୍ରୁତତମ ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ପଟିଆଲାରେ ଚାଲିଥିବା ଭାରତୀୟ...

ଖୁସି ଖବର ଦେଲେ ରୋନାଲଡୋ

ଲଣ୍ଡନ,୨୯।୧୦: ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଯମଜ ସନ୍ତାନର ପିତା ହେବାକୁ ଯାଉଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପର୍ତ୍ତୁଗାର୍ଲ...

ଖୁସି ଖବର ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଦକ୍ଷିଣ ଆଫ୍ରିକାର ଉଇକେଟ କିପର-ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ ନିଜ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। କ୍ୱିଣ୍ଟନଙ୍କ ସ୍ତ୍ରୀ ଶାଶା ଡି କକ ଆସନ୍ତା...

Advertisement
Archives

Model This Week