ୟୁକ୍ରେନ୍‌ ଓ ନାଟୋ

ନର୍ଥ ଆଟଲାଣ୍ଟିକ ଟ୍ରିଟି ସ୍ବାକ୍ଷର ସମାରୋହରେ ୪ଏପ୍ରିଲ ୧୯୪୯ରେ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ହ୍ୟାରୀ ଟ୍ରୁମାନ କହିଥିଲେ ଯେ ଯଦି ଏଭଳି ସରଳ ଦଲିଲ ୧୯୧୪ ଏବଂ ୧୯୩୯ରେ ଥାଆନ୍ତା, ତେବେ ଦୁଇଟି ବିଶ୍ୱ ଯୁଦ୍ଧକୁ ରୋକିପାରିଥାଆନ୍ତା। ନୂତନ ଭାବେ ଗଠିତ ମିଳିତ ମଞ୍ଚ ସମ୍ଭାବ୍ୟ ଆକ୍ରମଣକାରୀଙ୍କୁ ପ୍ରତିହତ କରି ଶାନ୍ତି ସୁନିଶ୍ଚିତ କରିବ ବୋଲି ସେ ମତ ଦେଇଥିଲେ। ଏହି ସାମୂହିକ ସୁରକ୍ଷା ରଣନୀତିର ସଫଳତା ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ (ନାଟୋ)ର ଖୋଲା ନୀତିର ଲାଭ ଉଠାଇଥିବା ଦେଶରେ ପ୍ରତିଫଳିତ ହୋଇଛି। ୧୯୪୯ ପରଠାରୁ ନିକଟରେ ଯୋଗ ଦେଇଥିବା ଫିନ୍‌ଲାଣ୍ଡ ଏବଂ ସୁଇଡେନ ସମେତ ମିଳିତ ମଞ୍ଚର ସଦସ୍ୟ ସଂଖ୍ୟା ୧୨ରୁ ୩୨କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସଦସ୍ୟ ଦେଶଗୁଡ଼ିକ ୟୁକ୍ରେନ୍‌କୁ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ଜରୁରୀ।
ୟୁକ୍ରେନ୍‌କୁ ନାଟୋକୁ ଆଣିବା ଅନେକ କାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରଥମରୁ ଯୋଗ ଦେଉଥିବା ଦେଶଗୁଡ଼ିକ ପାଇଁ ସୁରକ୍ଷା ଦେବାରେ ମିଳିତ ମଞ୍ଚର ପ୍ରତିବଦ୍ଧତା ଉପରେ କୌଣସି ସନ୍ଦେହ ହିଁ ଆକ୍ରୋଶକୁ ଆମନ୍ତ୍ରଣ କରିଥାଏ। ରୁଷିଆ ଏହାର ଏକ ଦୃଷ୍ଟାନ୍ତ। ୨୦୦୮ ବୁକାରେଷ୍ଟରେ ୟୁକ୍ରେନ୍‌ ଏବଂ ଜର୍ଜିଆର ସଦସ୍ୟତା ଆକାଂକ୍ଷାକୁ ସ୍ଥଗିତ କରିବାର ନିଷ୍ପତ୍ତି ଯୋଗୁ ସେହି ବର୍ଷ ଶେଷରେ ଜର୍ଜିଆ ଉପରେ ରୁଷିଆ ଆକ୍ରମଣ କରିଥିଲା। ସେହିଭଳି ୨୦୧୪ରେ ରୁଷିଆ କ୍ରିମିଆକୁ କବ୍‌ଜା କରିବା ଘଟଣାକୁ ଅଣଦେଖା କରିବା ଦ୍ୱାରା ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିଥିଲା। ୟୁକ୍ରେନ୍‌ରେ ରୁଷିଆକୁ ପରାସ୍ତ କରିବାରେ ବିଫଳ ହେବା ଅବଶ୍ୟ ଅଧିକ ଶତ୍ରୁତାର କାରଣ ହେବ। କିନ୍ତୁ ୟୁକ୍ରେନ୍‌କୁ ଗ୍ରହଣ କରି ନାଟୋ ଏହା ସପକ୍ଷରେ ଦୃଢତାର ସହ ଭାରସାମ୍ୟ ରକ୍ଷା କରିପାରିବ ଏବଂ ମିଳିତ ଶାନ୍ତି ପ୍ରତିଷ୍ଠାକୁ ନେଇ ସନ୍ଦେହ ଦୂର କରିପାରିବ।
ତେବେ ଅଧିକ ଉତ୍ତେଜନାର ଭୟ ପ୍ରକାଶ ପାଇବା କିମ୍ବା ଏହାର କାର୍ଯ୍ୟକଳାପକୁ ଅନ୍ୟ ଏକ ଶକ୍ତି ଦ୍ୱାରା ପରିଚାଳିତ କରିବାକୁ ଅନୁମତି ଦେବା ନାଟୋକୁ ଧ୍ୱଂସାଭିମୁଖୀ କରାଇବ। ଧମକ ଦେବା ଦ୍ୱାରା କେବଳ ଅଧିକ ବିପଦ ରହିବ। ଯଦି ୟୁକ୍ରେନ୍‌ର ପତନ ଘଟେ, ତେବେ ଇଷ୍ଟୋନିଆ, ପୋଲାଣ୍ଡ, ଫିନ୍‌ଲାଣ୍ଡ, କିମ୍ବା ତାଇୱାନର ପରବର୍ତ୍ତୀ ପାଳି ପଡ଼ିଯିବ। ନାଟୋର ଶୀତଳ ଯୁଦ୍ଧ ରଣନୀତିର ଗୋଟିଏ ମୌଳିକ ନିୟମ ହେଉଛି ଶକ୍ତିକୁ ତା’ଠାରୁ ଅଧିକ ଶକ୍ତି ଦ୍ୱାରା ମୁକାବିଲା କରିବାକୁ ହେବ। ୧୯୪୬ରେ ଆମେରିକାର କୂଟନୀତିଜ୍ଞ ଜର୍ଜ କେନାନ ଏହି ରଣନୀତିକ ନୀତିର ସଂକ୍ଷେପରେ ବ୍ୟାଖ୍ୟା କରି କହିଥିଲେ ଯେ ଯେତେବେଳେ ଏହାର ଆକ୍ରମଣକୁ ଦୃଢ ପ୍ରତିରୋଧ ହୋଇଛି ତାହା ପାଶ୍ଚତ୍ୟଗାମୀ ହୋଇଛି। ପରବର୍ତ୍ତୀ ଦଶନ୍ଧିଗୁଡ଼ିକ କେନାନଙ୍କ ନୀତିକୁ ପ୍ରମାଣିତ କଲା। ଶୀତଳ ଯୁଦ୍ଧରେ ପଶ୍ଚିମ ଜର୍ମାନୀ ଏବଂ ଦକ୍ଷିଣ କୋରିଆର ସୁରକ୍ଷା ପାଇଁ ପାଶ୍ଚାତ୍ୟ ଶକ୍ତି ପ୍ରଦର୍ଶନ କରିଥିବାବେଳେ ସୋଭିଏଟ୍‌ ୟୁନିଅନ ପରାସ୍ତ ହୋଇଥିଲା। ଅପରପକ୍ଷେ ଯେତେବେଳେ ପାଶ୍ଚାତ୍ୟ ଦ୍ୱିଧାବୋଧ କଲା, ସୋଭିଏଟ୍‌ ଆକ୍ରମଣ କଲା। ଆମେରିକାର ରାଷ୍ଟ୍ରପତି ଡୱାଇଟ ଇଜେନହାୱାରଙ୍କ ମିଳିତ ଜାତିସଂଘର ଚାର୍ଟର ଆହ୍ବାନ ୟୁଏସ୍‌ଏସ୍‌କୁ ହଙ୍ଗେରୀ ଉପରେ ଆକ୍ରମଣ ରୋକିବାରେ ବିଫଳ ହୋଇଥିଲା। ତାଙ୍କ ଉତ୍ତରାଧିକାରୀ ଜନ୍‌ ଏଫ୍‌ କେନେଡି ପଶ୍ଚିମ ବର୍ଲିନକୁ ସମାନ ଭାଗ୍ୟର ସମ୍ମୁଖୀନ ହେବାରୁ ରକ୍ଷା କରିଥିଲେ। ସେହିପରି ୧୯୬୮ରେ ଚେକୋସ୍ଲୋଭାକିଆ ଉପରେ ସୋଭିଏଟ୍‌ ନେତୃତ୍ୱାଧୀନ ଆକ୍ରମଣରେ ପାଶ୍ଚାତ୍ୟ ପ୍ରତିକ୍ରିୟା ପ୍ରକାଶ ନ କରିବାରୁ ୧୯୭୯ରେ ଆଫଗାନିସ୍ତାନ ଉପରେ ସୋଭିଏଟ ଆକ୍ରମଣ କରିଥିଲା।
ୟୁକ୍ରେନ ରାଷ୍ଟ୍ରମାନ୍ୟତା ପାଇଁ ଉଚିତ ସମୟ ସ୍ଥିର କରିବାକୁ ମନା କରି ରୁଷିଆର ଦାବି ସାମ୍ନାରେ ନାଟୋ ମୁଣ୍ଡନୁଆଁଇ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ରୁଷିଆ ସାମ୍ରାଜ୍ୟର ପୁନଃସ୍ଥାପିତ ସ୍ବପ୍ନର ବାସ୍ତବତାର ସଙ୍କେତ ଦେଉଛି ଏବଂ ଏହାଦ୍ୱାରା ତୃତୀୟ ବିଶ୍ୱଯୁଦ୍ଧ ସୁନିଶ୍ଚିତ ହୋଇଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ନାଟୋର ଦୁର୍ବଳତାକୁ ପ୍ରକାଶ କରିଛି। ଜର୍ମାନ ଚାନସେଲର ଓଲାଫ ସ୍କ୍ଲୋଜ ଘୋଷଣା କରିଛନ୍ତି ଯେ ନାଟୋ ଅଞ୍ଚଳର ସୁରକ୍ଷା ପାଇଁ ଜର୍ମାନୀ ୩୫,୦୦୦ ସୈନ୍ୟ ପଠାଇବାକୁ ପ୍ରସ୍ତୁତ। ଏହା ଗୁରୁତ୍ୱପୂର୍ଣ୍ଣ ମନେହୁଏ। କିନ୍ତୁ ୟୁକ୍ରେନରେ ୫,୦୦,୦୦୦ ରୁଷିଆ ସୈନ୍ୟ ଯୁଦ୍ଧ କରୁଥିବା କଥା ବିଚାର କଲେ ଜର୍ମାନୀର ଏହିି ପ୍ରତିବଦ୍ଧତା ଫିକା ପଡ଼ିଯାଏ। ତେବେ ୟୁରୋପୀୟ ପ୍ରତିରକ୍ଷା ଶିଳ୍ପ ୟୁକ୍ରେନ୍‌କୁ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତି ଯୋଗାଇବାରେ ଅସମର୍ଥ ବୋଲି ପ୍ରମାଣିତ କରିଛି ।
୨୦୨୨ ପ୍ରାରମ୍ଭରେ ତିନି ଦିନରେ ୟୁକ୍ରେନ୍‌ର ପତନ ଘଟିବ ବୋଲି ବିଶେଷଜ୍ଞମାନେ ଯାହା ପୂର୍ବାନୁମାନ କରିଥିଲେ ତାହା ଯଦି ଘଟିଥାନ୍ତା ତେବେ ରୁଷିଆର ସୈନ୍ୟମାନେ ବର୍ତ୍ତମାନ କାଜାଖସ୍ତାନ, ମୋଲଡୋଭା ଏବଂ ସମ୍ଭବତଃ ବାଲଟିକ ରାଜ୍ୟ ଏବଂ ପୋଲାଣ୍ଡରେ ରହିଥାନ୍ତେ। ଦେଖିବାକୁ ଗଲେ ୟୁକ୍ରେନ୍‌ ହିଁ ଏକମାତ୍ର ୟୁରୋପୀୟ ସେନା, ଯାହା ନିରବଚ୍ଛିନ୍ନ ଭାବରେ ରୁଷିଆ ବିରୋଧରେ ଯୁଦ୍ଧ କରୁଛି। ଏହା ନିଃସନ୍ଦେହ ଯେ, ୟୁକ୍ରେନ ନାଟୋର ମିଲିଟାରି ଦକ୍ଷତା ପ୍ରତିପାଦିତ କରିଛି। କେତେକେ ଯୁକ୍ତି କରିପାରନ୍ତି ଯେ ଏଭଳି ପଦକ୍ଷେପ କ୍ରେମଲିନକୁ ଜବାବ ଦେବାକୁ ବାଧ୍ୟ କରିବ, କିନ୍ତୁ ଆଣବିକ ଅସ୍ତ୍ର ବ୍ୟବହାର କରିବା ସମ୍ଭବ ନୁହେଁ। ୟୁଏସ୍‌ଏସ୍‌ଆର୍‌ ଅଧିକ ଆଣବିକ ବିପଦ ସୃଷ୍ଟି କରିଥିଲା, ତଥାପି ପାଶ୍ଚାତ୍ୟ ସୋଭିଏଟ ବ୍ଲାକମେଲରେ ଆତ୍ମସମର୍ପଣ କରି ନ ଥିଲା। ଜର୍ମାନୀ ଚାନ୍‌ସେଲର କୋନରାଡ ଆଡେନାଉର୍‌ ୧୯୬୧ରେ କହିଥିଲେ, ଯେତେବେଳେ ପରମାଣୁ ବିପଦ ନାଟୋ ସହଭାଗୀମାନଙ୍କ ବିରୋଧରେ ବିପଜ୍ଜନକ ଥିଲା, ସେତେବେଳେ ସୋଭିଏଟ୍‌ ସରକାର ନିଶ୍ଚୟ ଜାଣିଥିବେ ଯେ ଏହିପରି କୌଣସି ଝଟକାର ପ୍ରତିପକ୍ଷ ସମ୍ମୁଖୀନ ହେବ, ଯାହା ଦ୍ୱାରା ଏହା ଧ୍ୱଂସ ପାଇଯିବ। ବାସ୍ତବରେ ସେତେବେଳେ ୟୁଏସ୍‌ଏସ୍‌ଆର୍‌ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ଶୂନ୍ୟ ସମ୍ଭାବନା ଥିଲା କି? ନିଶ୍ଚିତ ନୁହେଁ । କିନ୍ତୁ ସେହି ସମୟରେ ପାଶ୍ଚାତ୍ୟ ନୀତି ନିର୍ଦ୍ଧାରକମାନେ ବୁଝିିଥିଲେ ଯେ ଧମକ ଦ୍ୱାରା ଏପରି ଆକ୍ରମଣ ହେବାର ସମ୍ଭାବନା ବଢିବ, ବରଂ ହ୍ରାସ ପାଇବ ନାହିଁ। ଶେଷରେ ପାଶ୍ଚାତ୍ୟ ନିଶ୍ଚିତ ଭାବରେ ଅନୁଭବ କରିବ ଯେ, ରୁଷିଆ ନାଟୋ ସହିତ ଯୁଦ୍ଧ କରିସାରିଛି। କ୍ରେମଲିନ ଆତଙ୍କବାଦକୁ ଆର୍ଥିକ ସହାୟତା ଦେଉଛି, ମିଥ୍ୟା ପ୍ରଚାର କରୁଛି, ବିଚ୍ଛିନ୍ନତା ଅଭିଯାନରେ ଜଡିତ ଅଛି, ଘରୋଇ ବିବାଦକୁ ବଢାଉଛି, ଗଣତାନ୍ତ୍ରିକ ଦେଶ ନିର୍ବାଚନରେ ହସ୍ତକ୍ଷେପ କରୁଛି ଏବଂ ୟୁରୋପରେ ଏକ ବିଶୃଙ୍ଖଳା ଅଭିଯାନର ଯୋଜନା କରୁଥିବା ଜଣାପଡ଼ିଛି। ଦୁର୍ଭାଗ୍ୟବଶତଃ ପାଶ୍ଚାତ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ବାସ୍ତବତାକୁ ଗ୍ରହଣ କରିବାରେ ମାନ୍ଦା ପଡ଼ିଯାଇଛନ୍ତି। ରାଜନୈତିକ ନେତାମାନେ ଯୁକ୍ତି କରିଥିଲେ ଯେ, ନାଟୋ ପୁଟିନଙ୍କୁ ଉତ୍ତେଜିତ କରିଛି କି? ଚାଇନା ଏବଂ ରୁଷିଆ ସେମାନଙ୍କର ସାମରିକ ଭାଗୀଦାରିକୁ ଆହୁରି ଗଭୀର କରି ଏକ ଅଶାନ୍ତିର ମେଣ୍ଟ ଗଠନ କରିଛନ୍ତି, ଯାହା ବର୍ତ୍ତମାନ ଆମେରିକାର ଶକ୍ତିକୁ କ୍ଷୁଣ୍ଣ କରିବ। ୧୯୮୮ରେ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନ ବୁଝାଇଥିଲେ ଯେ, ନାଟୋ ଆଜି କିମ୍ବା ଆସନ୍ତାକାଲିର ବିଷୟରେ ନୁହେଁ ବରଂ ୧୫ ବର୍ଷ ମଧ୍ୟରେ ୟୁରୋପ କିପରି ଦେଖାଯିବ ତାହାକୁ ପ୍ରତିପାଦିତ କରେ। ଆମେ ଭବିଷ୍ୟତ ଆକଳନ କରିପାରୁ ନ ଥିଲା ବେଳେ ଦୁଇଟି ଜିନିଷ ସ୍ପଷ୍ଟ ହୋଇଛି। ଯଦି ୟୁକ୍ରେନର ପତନ ଘଟେ, ୟୁରୋପରେ ଦଶନ୍ଧି ଧରି ରକ୍ତପାତ ଘଟିପାରେ, କାରଣ ରୁଷିଆ ଆକ୍ରମଣ ୟୁକ୍ରେନରେ ସୀମିତ ରହିବ ନାହିଁ । ବିକଳ୍ପ ଭାବେ ୟୁକ୍ରେନ ସଦସ୍ୟ ଭାବରେ ଶୀତଳ ଯୁଦ୍ଧ ସମୟରେ ଯେପରି ହୋଇଥିଲା, ସେଭଳି ମିଳିତ ମଞ୍ଚ ନିରାପତ୍ତା ମାଧ୍ୟମରେ ପ୍ରୋତ୍ସାହନ ଦେଇପାରେ।
ୟୁକ୍ରେନ, ୟୁରୋପ ଏବଂ ନାଟୋର ଭାଗ୍ୟ ପରସ୍ପର ସହ ସମ୍ବନ୍ଧିତ। ଯେହେତୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସ୍ବୀକାର କରିଛନ୍ତି, ୟୁରୋପଣ ଏବକାର ସ୍ଥିତି ରହିବ ନାହିଁ ଏବଂ ଏହାର ଅନ୍ତ ଘଟିପାଇପାରେ। ରୁଷିଆର ସୀମା ପୁନଃପ୍ରାପ୍ତି ଅଭିଳାଷ ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ଜରୁରୀ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତାକୁ ଦର୍ଶାଉଛି। ୟୁକ୍ରେନ୍‌କୁ ନାଟୋରେ ଯୋଗଦେବାକୁ ଆମନ୍ତ୍ରଣ କରିବା ପାଇଁ ନାଟୋ ସଦସ୍ୟମାନେ ୱାଶିଂଟନରେ ଜୁଲାଇ ଶିଖର ସମ୍ମିଳନୀକୁ ବ୍ୟବହାର କରିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?