ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା ଓ ସ୍ଥିତି ଯାହାର ସ୍ବଭାବ, ଭୂତ ଓ ଇନ୍ଦ୍ରିୟ ଯାହାର ସ୍ବରୂପ ତଥା ଜୀବାତ୍ମାର ଭୋଗ ଓ ମୋକ୍ଷ ପାଇଁ ଯାହାର ପ୍ରୟୋଜନ, ତାହା ଦୃଶ୍ୟମ୍‌ ଅର୍ଥାତ୍‌ ପ୍ରକୃତି ।
ସାଂଖ୍ୟ ଦର୍ଶନ ଅନୁସାରେ ପ୍ରକୃତିର ଦୁଇଗୋଟି ରୂପ- ଅବ୍ୟକ୍ତ ଓ ବ୍ୟକ୍ତ। ଅବ୍ୟକ୍ତ ପ୍ରକୃତି ହେଉଛି ମୂଳ ପ୍ରକୃତି ଯାହା ତ୍ରିଗୁଣାତ୍ମକ (ସତ୍ତ୍ୱ, ରଜ, ତମ)। ପ୍ରକାଶ, କ୍ରିୟା ଓ ସ୍ଥିତି ଯଥାକ୍ରମେ ସତ୍ତ୍ୱ, ରଜ, ତମ ଗୁଣର ପ୍ରତୀକ ହୋଇଥିବାରୁ ଏହା ଅବ୍ୟକ୍ତ ପ୍ରକୃତିର ସ୍ବଭାବ। ଏହା ଅନାଦି, ଅଜନ୍ମା, ସୂକ୍ଷ୍ମ ଓ ସୃଷ୍ଟି ପ୍ରାରମ୍ଭରୁ ବିଦ୍ୟମାନ। ଦୃଶ୍ୟମାନ ଜଗତ ଏକ ବୃକ୍ଷ ହେଲେ ମୂଳ ପ୍ରକୃତି ତାହାର ବୀଜ ସ୍ବରୂପ। ଉପନିଷଦ ଅନୁସାରେ ଜଗତ ହେଉଛି ଅବ୍ୟକ୍ତ ବ୍ରହ୍ମଙ୍କର ବ୍ୟକ୍ତ ଅବସ୍ଥା। ଜଗତ ଶବ୍ଦର ଅର୍ଥ ଯାହା ଗତି କରେ। ଜଗତ ବା ବ୍ୟକ୍ତ ପ୍ରକୃତି ପରଂବ୍ରହ୍ମଙ୍କର ଗତିଶୀଳ ସ୍ଥିତି ଯାହା କ୍ଷଣିକ ଓ ଯେଉଁଠାରେ ସମସ୍ତ ଅସ୍ଥାୟୀ ଓ ପରିବର୍ତ୍ତନଶୀଳ। ସୃଷ୍ଟି ପ୍ରାରମ୍ଭରେ ଅବ୍ୟକ୍ତ ପ୍ରକୃତି ସତ୍ତ୍ୱ, ରଜ ଓ ତମ ଗୁଣ ଭାବରେ ସାମ୍ୟ ଅବସ୍ଥାରେ ରହିଥାଏ। ଏହା ଚେତନ ପୁରୁଷ ସଂସ୍ପର୍ଶରେ ଆସିଲେ ତିନିଗୁଣ ମଧ୍ୟରେ କମ୍ପନ ସୃଷ୍ଟି ଦ୍ୱାରା ବିଷମତା ଭାବ ସୃଷ୍ଟି ହୁଏ। ବିଷମତାରୁ ପ୍ରଥମେ ଯେଉଁ ସ୍ଥୂଳ ଭୂତ ସୃଷ୍ଟି ହୁଏ ତାହା ମହତତ୍ତ୍ୱ ବା ବୁଦ୍ଧି । ମହତତ୍ତ୍ୱରୁ ଅହଂକାର ସୃଷ୍ଟି ହୁଏ। ଅହଂକାର ଦୁଇ ପ୍ରକାର- ସତ୍ତ୍ୱ ପ୍ରଧାନ ଓ ତାମସ ପ୍ରଧାନ। ସତ୍ତ୍ୱ ପ୍ରଧାନ ଅହଂକାରରୁ ଏକାଦଶ ଇନ୍ଦ୍ରିୟ (ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ମନ) ଓ ତାମସ ପ୍ରଧାନ ଅହଂକାରରୁ ପଞ୍ଚ ତନ୍ମାତ୍ରା (ଶବ୍ଦ, ରସ, ରୂପ, ଗନ୍ଧ, ସ୍ପର୍ଶ)ର ସୃଷ୍ଟି ହୁଏ। ପଞ୍ଚ ତନ୍ମାତ୍ରାରୁ ପଞ୍ଚ ଭୂତ (କ୍ଷିତି, ଅପ୍‌, ତେଜ, ମରୁତ, ବ୍ୟୋମ)ର ସୃଷ୍ଟି ହୋଇଥାଏ। ଏକାଦଶ ଇନ୍ଦ୍ରିୟ ବ୍ୟକ୍ତ ପ୍ରକୃତିର ଇନ୍ଦ୍ରିୟ ସ୍ବରୂପ ଓ ପଞ୍ଚ ତନ୍ମାତ୍ରାରୁ ସୃଷ୍ଟି ପଞ୍ଚଭୂତ ଏହାର ଭୂତ ସ୍ବରୂପ। ତେଣୁ ଦୃଶ୍ୟମାନ ଜଗତର ଦୁଇଗୋଟି ସ୍ବରୂପ- ଇନ୍ଦ୍ରିୟାତ୍ମକ ଓ ଭୂତାତ୍ମକ।
ସମସ୍ତ ଜଗତ ଈଶ୍ୱର, ଜୀବ ଓ ପ୍ରକୃତି ଉପରେ କେନ୍ଦ୍ରିଭୂତ। କାର୍ଯ୍ୟ- କାରଣ ବ୍ୟବସ୍ଥାରେ ଈଶ୍ୱର ସୃଷ୍ଟିର ନିମିତ୍ତ କାରଣ ଓ ପ୍ରକୃତି ଉପାଦାନ କାରଣ ଅଟେ। ସୃଷ୍ଟି ନିର୍ମାଣରେ ମୂଳ ପ୍ରକୃତି କାରଣ ଓ ଦୃଶ୍ୟମାନ ଜଗତ କାର୍ଯ୍ୟ ଅଟେ। ଈଶ୍ୱର ଜୀବର ସୃଷ୍ଟିକର୍ତ୍ତା, ଜୀବ ଭୋକ୍ତା ଓ ପ୍ରକୃତି ଭୋଗ୍ୟ । ସୃଷ୍ଟିର ଏହି ନିୟମ ଅନୁସାରେ ଜୀବାତ୍ମାର ଦୃଶ୍ୟ ଜଗତ ସହିତ ଲିପ୍ତତାକୁ ଭୋଗ ଓ ନିବୃତକୁ ଅପବର୍ଗ ବା ମୋକ୍ଷ କୁହାଯାଏ। ଜୀବାତ୍ମା କାମନା-ବାସନା ଜାଲରେ ଆବେଷ୍ଟିତ ହୋଇ କର୍ମ ଅନୁସାରେ ବିଭିନ୍ନ ଯୋନିରେ ଜନ୍ମଗ୍ରହଣ କରି ସଂସାରର ସୁଖ-ଦୁଃଖ ଭୋଗ କରେ। ଜୀବାତ୍ମାର ପ୍ରକୃତି ସହିତ ନିରନ୍ତର ସମ୍ପର୍କ ଯୋଗୁ ଏହା ସମ୍ଭବ ହୋଇଥାଏ। ଏହାର ମୁଖ୍ୟ କାରଣ ହେଉଛି ଜୀବାତ୍ମାର ଅବିବେକ ସ୍ଥିତି। ଯାହାକୁ ଯୋଗଦର୍ଶନରେ ସାଧାରଣ ଭାଷାରେ ଭୋଗ ବୋଲି କୁହାଯାଇଛି। ଜୀବାତ୍ମାର ବିବେକ ଜାଗ୍ରତ ହେଲେ ସେ ପ୍ରକୃତି ସହିତ ସମ୍ପର୍କ ଚ୍ଛିନ୍ନ କରିବାକୁ ପ୍ରୟାସ କରେ। ଏହା ବ୍ୟକ୍ତିର ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ସମ୍ଭବ ହୁଏ। ଜୀବର ନିଷ୍ଠାପୂର୍ଣ୍ଣ ପ୍ରୟାସ ଦ୍ୱାରା ଅପବର୍ଗ ବା ମୋକ୍ଷ ମିଳିଥାଏ।
ଅଜ୍ଞାନତା ସଂଯୋଗ ଓ ବୈରାଗ୍ୟ ବିଯୋଗ ଭାବ ସୃଷ୍ଟି କରିଥାଏ। ଜୀବାତ୍ମା ଦୃଶ୍ୟ ଜଗତରୁ ନିବୃତ୍ତ ହେଲେ ନିଜର ସ୍ବରୂପକୁ ସାକ୍ଷାତ କରିଥାଏ। ସେଥିପାଇଁ ଦୃଶ୍ୟମାନ ଜଗତକୁ ଜୀବାତ୍ମାର ଭୋଗ ଓ ଅପବର୍ଗ ପାଇଁ ପ୍ରୟୋଜନ ବୋଲି କୁହାଯାଇଛି। ଯୋଗ ଦର୍ଶନର ରଚୟିତା ଋଷି ପତଞ୍ଜଳି ସଂକ୍ଷିପ୍ତ ସୂତ୍ର ମାଧ୍ୟମରେ ଅବ୍ୟକ୍ତ ପ୍ରକୃତିର ସ୍ବଭାବ ବ୍ୟକ୍ତ ପ୍ରକୃତିର ସ୍ବରୂପ ଓ ପ୍ରୟୋଜନର ଗୂଢ଼ ରହସ୍ୟକୁ ପ୍ରତିପାଦନ କରିଛନ୍ତି।

ଡା. ଗୋପାଳ ଚନ୍ଦ୍ର ଦାଶ

ମୋ: ୭୮୪୮୮୫୦୯୫୦

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri