ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର ଯିଏ ବାଢ଼ିଛନ୍ତି, ସେ ହେଉଛନ୍ତି ପ୍ରଗତିବାଦୀ ଚେତନାରେ ଅବଗାହୀ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ।
ପିଲାଦିନେ ମା’ଙ୍କଠାରୁ ଗୀତ ଶୁଣିଶୁଣି ସେ ପାଇଥିଲେ କବିତା ଲେଖିବାର ପ୍ରେରଣା। ପୁରୀ ସ୍କୁଲରେ ପଢୁଥିବା ବେଳେ ସେ ଗୋପବନ୍ଧୁ ଦାସଙ୍କୁ ଆଦର୍ଶ ବୋଲି ମାନୁଥିଲେ ଏବଂ ତାଙ୍କ ପାଖରୁ ଶିଖିଥିଲେ ସେବା, ତ୍ୟାଗ, ଦେଶପ୍ରେମ ତଥା ଗାନ୍ଧିବାଦର ମନ୍ତ୍ର।
ଗୋପବନ୍ଧୁଙ୍କ ପଥୁରିଆସାହି ବସାଘରକୁ ନିୟମିତ ଯିବା ଅବସରରେ ତାଙ୍କ ପାଖରୁ ବୁଝିଥିଲେ କବିତା ଲେଖିବାର କଳା ଓ ଉଦ୍ଦେଶ୍ୟ। ପ୍ରସଙ୍ଗକ୍ରମେ ଗୋପବନ୍ଧୁ କହିଥିଲେ ତାହା ହିଁ ପ୍ରକୃତ ସାହିତ୍ୟ, ଯାହା ଶିକ୍ଷିତ ଓ ଅଶିକ୍ଷିତ ନିର୍ବିଶେଷରେ ସମସ୍ତଙ୍କ ପ୍ରାଣରେ ସୃଷ୍ଟି କରିପାରେ ଆଲୋଡ଼ନ। ତେଣୁ ଲୋକଙ୍କ ମନ ଛୁଇଁଲା ଭଳି ସାହିତ୍ୟ ଲେଖିବା ପାଇଁ ହେଲେ ପ୍ରଥମେ ଜଗନ୍ନାଥ ଦାସଙ୍କ ଭାଗବତ ପଢ଼ିବା ଉଚିତ।
ରେଭେନ୍ସା କଲେଜରେ ପଢ଼ିବା ବେଳେ ବିଶ୍ବକବି ରବୀନ୍ଦ୍ରନାଥଙ୍କ କବିତା ସଂସ୍ପର୍ଶରେ ଆସିବା ଯୋଗୁ ସେ ବିଶୁଦ୍ଧ ରୋମାଣ୍ଟିକ ଚେତନା ଆଡ଼କୁ ଢଳିଲେ ଏବଂ ଅନ୍ନଦାଶଙ୍କର ରାୟ ଓ ବୈକୁଣ୍ଠନାଥ ପଟ୍ଟନାୟକ ପ୍ରମୁଖ ସହପାଠୀ ତଥା ସମଭାବାପନ୍ନ କବିଙ୍କୁ ସାଙ୍ଗରେ ନେଇ ଗଠନ କଲେ ନନ୍‌ସେନ୍ସ କ୍ଲବ। ସେମାନଙ୍କ ମିଳିତ ଉଦ୍ୟମରେ ପ୍ରକାଶ ପାଇଲା ହାତଲେଖା ପତ୍ରିକା ‘ଅବକାଶ’। ଗଢ଼ିଉଠିଲା ସବୁଜ ସାହିତ୍ୟ ନାମରେ ଏକ ସ୍ବତନ୍ତ୍ର ସାରସ୍ବତ ପରିମଣ୍ଡଳ। ସବୁଜ ସାହିତ୍ୟର ପୁରୋଧା ଭାବରେ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଲା ସବୁଜ ସାହିତ୍ୟ ସମିତିର ମୁଖପତ୍ର ‘ଯୁଗବୀଣା’ ।
ସବୁଜ ସାହିତ୍ୟର ଅତୀନ୍ଦ୍ରିୟ କାବ୍ୟ ଚେତନା ଓ ରହସ୍ୟମୟ ଅସ୍ପଷ୍ଟତାକୁ ନେଇ ପାଠକ ପ୍ରାଣରେ ଅବସାଦ ବଢୁଥିବା ବେଳେ ଗଣଚେତନାକୁ ଉଦ୍‌ବେଳିତ କରି ଉଭାହେଲା ପ୍ରଗତିଶୀଳ ସାହିତ୍ୟ ଚେତନା। କାଳିନ୍ଦୀ ଚରଣଙ୍କ ସାନଭାଇ ଭଗବତୀ ଚରଣଙ୍କ ନେତୃତ୍ୱରେ (୧୯୩୫) ‘ନବଯୁଗ ସାହିତ୍ୟ ସଂସଦ’ ଗଢ଼ିଉଠିବା ସହିତ ପ୍ରକାଶ ପାଇଲା ତା’ର ମୁଖପତ୍ର ‘ଆଧୁନିକ’। ପ୍ରଗତିଶୀଳ ସାହିତ୍ୟର ପାଠକୀୟ ଆଦୃତି ଆଗରେ ସଙ୍କୁଚିତ ହୋଇଗଲା ସବୁଜ ଗୋଷ୍ଠୀର ସ୍ବପ୍ନ ଓ ସମ୍ଭାବନା। ବିଶେଷକରି ପ୍ରେମ ଓ ସୌନ୍ଦର୍ଯ୍ୟର ନିରାଜନା କରୁଥିବା କବି କାଳିନ୍ଦୀ ଚରଣଙ୍କୁ ପ୍ରଗତିଶୀଳ ସାହିତ୍ୟର ସାମାଜିକ ବାସ୍ତବତା ଏତେ ପ୍ରଲୁବ୍ଧ କଲା ଯେ ସେ ଧାର୍ମିକ ଯୁକ୍ତିହୀନତା, ନିଷ୍କ୍ରିୟତା ତଥା ଧନତାନ୍ତ୍ରିକ ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ କଲେ ଏବଂ ସବୁଜ ପରୀର ଅଞ୍ଚଳ ତଳୁ ମୁହଁକାଢ଼ି ଗାଇଲେ-
”କବିତା ଗଢ଼େ ଏକ ବିରାଟ ସମାଜର, ସବୁରି ପାଇଁ ଯହିଁ ବଖୁରେ ହେଲେ ଘର“(ଆଗାମୀ)।
କାଳିନ୍ଦୀ ଚରଣ ସବୁଜରୁ ସମାଜବାଦୀ ଚେତନା ଆଡ଼କୁ ଢଳିବା ବେଳକୁ ଭାରତୀୟ ରାଜନୀତି ତଥା ସାହିତ୍ୟକୁ ସମ୍ପୂର୍ଣ୍ଣ କବଳିତ କରିସାରିଥିଲେ ବିଶ୍ବର ଦୁଇ ମହାନାୟକ ମାର୍କ୍ସ ଓ ଗାନ୍ଧୀ। ଗୋଟିଏ ପଟରେ ମାର୍କ୍ସଙ୍କର ବୈପ୍ଳବିକ ଚେତନା ଓ ଅନ୍ୟ ପଟରେ ଗାନ୍ଧିଜୀଙ୍କର ଅହିଂସା ନୀତି। କବି କାଳିନ୍ଦୀ ଚରଣ ମାର୍କ୍ସବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଦୁଘର, ଛୁରିଟିଏ ଲୋଡ଼ା, କିଏ ଶଳା ସଇତାନ ଆଦି କବିତା ଗ୍ରନ୍ଥ ଲେଖିଥିବା ବେଳେ ଜଣେ ଗାନ୍ଧିବାଦୀ ଭାବରେ ସତ୍ୟ ଓ ଅହିଂସାର ଜୟଗାନ କରି ଗାନ୍ଧାରୀର ଆଶୀର୍ବାଦ କବିତାରେ ଲେଖିଛନ୍ତି-‘ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ’। ଅର୍ଥାତ୍‌ ତାଙ୍କ କାବ୍ୟସ୍ବର ପରିପୁଷ୍ଟ ହୋଇନି ନିର୍ଦ୍ଦିଷ୍ଟ ଏକ ଚିନ୍ତାର କ୍ରମିକ ଅବଧାବନରେ। ଚିନ୍ତାର ବିବିଧତା ସତ୍ତ୍ବେ ତାଙ୍କ କାବ୍ୟ ଚେତନାଦେଇ ଅଙ୍କୁରିତ ହୋଇଛି ଓଡ଼ିଆ କବିତାର ଏକ ନୂଆ ସ୍ବର। କେବଳ କାବ୍ୟ ଜଗତ ନୁହେଁ, ତାଙ୍କ ବିପୁଳ କଥା ସୃଷ୍ଟି ମାଟିର ମଣିଷ, ଲୁହାର ମଣିଷ, ଆଜିର ମଣିଷ, ମୁକ୍ତାଗଡ଼ର କ୍ଷୁଧା ଓ ଅମରଚିତା ଆଦି ଉପନ୍ୟାସ ପାଖରୁ ଦ୍ବାଦଶୀ,ସାଗରିକା,ରାଶିଫଳ ଓ ମୋ କଥାଟି ସରିନାହିଁ ଆଦି ଗଳ୍ପଗ୍ରନ୍ଥ ପର୍ଯ୍ୟନ୍ତ ପରିବ୍ୟାପ୍ତ ଓ ମହିମା ମଣ୍ଡିତ। ଓଡ଼ିଶାର କୃଷି ନିର୍ଭର ଗ୍ରାମ୍ୟ ଜୀବନର ଆଦର୍ଶ ଉପରେ ଲିଖିତ ମାଟିର ମଣିଷ ଉପନ୍ୟାସଟି ଓଡ଼ିଆ ସାହିତ୍ୟର ଏକ ଅକ୍ଷୟ କୀର୍ତ୍ତି। ଓଃ, ତ୍ୟାଗ ଓ ଆତ୍ମୀୟତାର କି ଚରମ ପରାକାଷ୍ଠା। କୁହାଯାଏ ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ ହେଉଛି ଯୌଥ ପରିବାର। ବିଦେଶୀ ଶାସନ ସମୟରେ ହରି ମିଶ୍ରଙ୍କ ଭଳି ଟାଉଟରଙ୍କ ସହାୟତାରେ ସେହି ପରମ୍ପରାକୁ ଭାଙ୍ଗି ଗ୍ରାମୀଣ ଅର୍ଥନୀତିକୁ ଦୁର୍ବଳ କରିଦେବାର ଯେଉଁ ପ୍ରୟାସ ହୋଇଥିଲା, ଗାନ୍ଧିବାଦୀ ଉପନ୍ୟାସ ମାଟିର ମଣିଷ ତା’ର ଏକ ପ୍ରଚଣ୍ଡ ପ୍ରତିବାଦ। ଆଜି ବି ସେ ଉପନ୍ୟାସ କଥା ଭାବିଲେ ଆଖି ଆଗରେ ନାଚିଯାଏ ବରଜୁ ପ୍ରଧାନର ମୁହଁ। ଘରର ସମସ୍ତ ଆସବାବପତ୍ର, ଜମିବାଡ଼ି ଆଦି ସବୁକିଛି ସାନଭାଇକୁ ସମର୍ପି ଦେଇ ନିଜ ପିଲାଛୁଆଙ୍କୁ ଧରି ଖାଲି ହାତରେ ଗାଁ ଦାଣ୍ଡରେ ଚାଲି ଯାଉଥିବାର ଦୃଶ୍ୟ। ବାପା ଶ୍ୟାମ ପ୍ରଧାନ ମରିବା ଆଗରୁ ବରଜୁକୁ କହି ଯାଇଥିଲେ-”ଛକଡ଼ି ପିଲାଲୋକ। ଭାରି ଚଗଲା। ତା’ କଥା ତୋତେ ଲାଗିଲା। ଗୋଟିଏ କଥା ମନେ ରଖିବୁ, ବିଲ ମଝିରେ ହିଡ଼ ପଡ଼ିବ ନାହିଁ କି ଘର ମଝିରେ ପାଚେରି ଠିଆ ହେବ ନାହିଁ। ଏହି କଥା ପଦକ ବରଜୁ ପାଇଁ ହୋଇଗଲା ବେଦର ଗାର। ତା’ର ମଣିଷପଣିଆ ପାଖରେ ହାର୍‌ ମାନିଲା ସାନଭାଇ ଛକଡ଼ି ଓ ତା’ ଭାରିଯା ନେତ୍ରମଣିର ସକଳ ହିଂସାବାଦ। ଭାଙ୍ଗିଗଲା ଭିନ୍ନେ ହୋଇଯିବାର ଜିଦ୍‌। ବାସ୍ତବରେ ମାଟିର ମଣିଷ କିଛି ସାଧାରଣ ଉପନ୍ୟାସ ନୁହେଁ, ଏହା ମଣିଷ ପଣିଆର ଏକ ଭବିଷ୍ୟ ପୋଥି। ଜାତୀୟ ସ୍ତରର ଅନ୍ୟତମ ଶ୍ରେଷ୍ଠ ମହାକାବି୍ୟକ ଉପ୍ୟାସ।
କାଳିନ୍ଦୀ ଚରଣଙ୍କର ପ୍ରାୟତଃ ସମସ୍ତ ଗଳ୍ପ ମାଟି ମନସ୍କ, ମାନବ କୈନ୍ଦ୍ରିକ ଓ ସାମାଜିକ ବାସ୍ତବତାକୁ ଭିତ୍ତିକରି ରଚିତ। ବିଶେଷକରି ଜଣେ ଜୀବନଧର୍ମୀ ଓ ସମ୍ବେଦନଶୀଳ କଥାଶିଳ୍ପୀ ଭାବରେ ଗଭୀର ହୃଦୟବତ୍ତା ନେଇ ଓଡ଼ିଆ ସାହିତ୍ୟକୁ ସେ ଯେଉଁ ନୂତନ ଅନ୍ତର୍ଦୃଷ୍ଟି ଦେଇଛନ୍ତି, ତା’ର ଏକ ଚମତ୍କାର ଦୃଷ୍ଟାନ୍ତ ହେଉଛି ତାଙ୍କର ବହୁଚର୍ଚ୍ଚିତ ଗଳ୍ପ ‘ମାଂସର ବିଳାପ’। ଜଲି ଓ ଡୋରା ପରି ଦୁଇଟି ମାନବେତର ଚରିତ୍ର ମାଧ୍ୟମରେ ଗାଳ୍ପିକ ଯେଉଁ ନିବିଡ଼ ବନ୍ଧୁତ୍ୱର ଚିତ୍ର ଆଙ୍କିଛନ୍ତି, ସେଥିରେ ରହିଛି ପାଠକୀୟ ମଞ୍ଜ ଥରେଇ ଦେବାର ଅମାପ ଅନ୍ତ ଶକ୍ତି। ପ୍ରିୟଦର୍ଶୀ, ସୌମ୍ୟା, ପଦ୍ମିନୀ ଓ ସୁଦୂର ସଙ୍କେତ ଆଦି ନାଟକ ରଚନା କରି ଜଣେ ସଫଳ ନାଟ୍ୟକାରର ଗୌରବ ଅର୍ଜନ କରିଥିବା କାଳିନ୍ଦୀ ଚରଣ ଜଣେ ଚିନ୍ତାଶୀଳ ପ୍ରାବନ୍ଧିକ ଭାବେ ମଧ୍ୟ
ବେଶ୍‌ ପରିଚିତ ଓ ପ୍ରତିଷ୍ଠିତ। ଜ୍ଞାନର ସମୁଦ୍ର ମନ୍ଥନ କରି ଯେଉଁ ମଣିମୁକ୍ତା ସଂଗ୍ରହ କରିଛନ୍ତି, ତା’ର ଦୀପ୍ତିରେ ଦୀପ୍ତିମାନ ହୋଇଛି ତାଙ୍କର ପ୍ରବନ୍ଧ ପୁସ୍ତକ ‘ନେତୃତ୍ୱ ଓ ନେତୃତ୍ୱ’, ‘ପ୍ରବନ୍ଧ ସାହିତ୍ୟ’ ଓ ‘ସାହିତ୍ୟ ବିଚାର’। ଆତ୍ମ ଜୀବନୀ ‘ଯାହା ଅଙ୍ଗେ ଯାହା ନିଭାଇଛି’ ତାଙ୍କ ଅନୁଭୂତି ଓ ଅଭିଜ୍ଞାନର ଏକ ସତ୍ୟନିଷ୍ଠ ଉଚ୍ଚାରଣ।

ଡ଼.ପ୍ରଫୁଲ୍ଲ କୁମାର ସାହୁ

ଅବସରପ୍ରାପ୍ତ ଅଧ୍ୟକ୍ଷ,ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?