ବୋହୂ ପାଇଁ ଭୋଟ ମାଗିଲେ କେପି ସିଂହଦେଓ

ଢେଙ୍କାନାଳ,୨୩ା୫(ରତନ ନାୟାର): ନିର୍ବାଚନ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ ଢେଙ୍କାନାଳ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁସ୍ମିତା ସିଂହଦେଓଙ୍କ ପାଇଁ ବୁଧବାର ଅପରାହ୍ନରେ ପ୍ରଚାର କରିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ। ସୁସ୍ମିତା ହେଉଛନ୍ତି କାମାକ୍ଷା ପ୍ରସାଦଙ୍କ ପୁତୁରା ବୋହୂ। ସେ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଗଁଦିଆ ବ୍ଲକର ଚନ୍ଦ୍ରଶେଖରପୁର ଓ ନେଉଳପୋଇ ଅଞ୍ଚଳ ବୁଲି ସୁସ୍ମିତାଙ୍କ ପାଇଁ ଭୋଟ ମାଗିଥିଲେ। ଏହି ଅବସରରେ ଗଣମାଧ୍ୟମକୁ କାମାକ୍ଷା ପ୍ରସାଦ ସିଂହଦେଓ କହିଲେ, ଲୋକମାନେ ତାଙ୍କୁ ଢେଙ୍କାନାଳରୁ ୬ଥର ଏମ୍‌ପି କରି ପଠାଇଥିଲେ। ଚଳିତ ନିର୍ବାଚନରେ ତାଙ୍କ ବୋହୂ ସୁସ୍ମିତା କଂଗ୍ରେସରୁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ସମସ୍ତେ ଆଶୀର୍ବାଦ କରିବା ପାଇଁ କେପି ସିଂହଦେଓ ଲୋକମାନଙ୍କୁ ନିବେଦନ କରିଥିଲେ। ଏହି ପ୍ରଚାର ସମୟରେ ସୁସ୍ମିତାଙ୍କ ସ୍ବାମୀ ରାଜୀବ ଲୋଚନ ସିଂହଦେଓଙ୍କ ସମେତ ସମର୍ଥକମାନେ ଯାଇଥିଲେ। ଦୀର୍ଘଦିନ ପରେ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବରିଷ୍ଠ କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂହଦେଓ ପ୍ରଚାର କରିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଲୋୟର ସୁକତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ମଥୁରାରେ କିଣିଥିଲେ ଜମି, ଲକର ଖୋଲିବା ଅଛି ବାକି

ବଲାଙ୍ଗୀର/ ଭୁବନେଶ୍ୱର,୨୬ା୭: ବଲାଙ୍ଗୀର ଲୋୟର ସୁକ୍‌ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ...

ଯିଏ ଅଣଓଡ଼ିଆଙ୍କ କଣ୍ଟ୍ରୋଲରେ ଥିଲେ ସିଏ ଆମକୁ ଓଡ଼ିଆ ‘ଅସ୍ମିତା’ ଶିଖାଉଛନ୍ତି: ଭାଜପା

ଭୁବନେଶ୍ୱର, ୨୩।୭: ଦୀର୍ଘ ୨୫ ବର୍ଷ ପରେ ବିରୋଧୀ ଆସନକୁ ଆସିଥିବା ବିଜେଡି ବିଧାନସଭାରେ ହଙ୍ଗାମା କରୁଥିବା ଦେଖାଯାଇଛି। ମଙ୍ଗଳବାର ରାଜ୍ୟପାଳଙ୍କ ପୁଅ ଏଏସ୍‌ଓଙ୍କୁ ମାଡ଼...

ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ କହି ଠକେଇ

ଢେଙ୍କାନାଳ,୨୧ା୭(ରତନ ନାୟାର): ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ବୋଲି କହି ଢେଙ୍କାନାଳ ଭଗବାନପୁର ଅଞ୍ଚଳର ବାପପୁଅ ସେଠାକାର ୨ଜଣ ମହିଳାଙ୍କୁ ଠକେଇ କରିଥିବା ଶନିବାର ଟାଉନ...

ଅସୁସ୍ଥ ଦନ୍ତାହାତୀକୁ କାବୁ କରିପାରୁନି ବନ ବିଭାଗ

ଢେଙ୍କାନାଳ,୨୦ା୭(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ୍‌ ଖଡ଼ଗପ୍ରସାଦ ବଡ଼ପୋଲ ଅଞ୍ଚଳରେ ଏକ ଦନ୍ତାହାତୀ ଅସୁସ୍ଥ ହୋଇ ଗର୍ଜନ କରୁଥିବା ଦେଖାଯାଇଥିଲା। ହାତୀଟିର...

ବସିଲା ଭାଜପାର ରାଜ୍ୟ ପଦାଧିକାରୀ ବୈଠକ

ପୁରୀ,୧୯ା୭: ଶୁକ୍ରବାର ପୁରୀରେ ଭାଜପାର ରାଜ୍ୟ ପଦାଧିକାରୀ ବୈଠକ ଆରମ୍ଭ ହୋଇଛି। ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପଦାଧିକାରୀ ବୈଠକ ବସିଥିବା ଜଣାପଡ଼ିଛି। ଉକ୍ତ...

ଭୁବନ ଏନ୍‌ଏସିରେ ହାତୀ ଆତଙ୍କ, ଜନସାଧାରଣ ଭୟଭୀତ

ଭୁବନ,୧୯ା୭(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅରାସାହିରେ ଗୋଟିକିଆ ହାତୀ ଆତଙ୍କ ସୃଷ୍ଟି କରିଛି। ହାତୀଟି ଭୁବନ ଏନ୍‌ଏସି ଚିନ୍ତା ପୋଖରୀ ରାସ୍ତା...

ବାଇକ୍‌କୁ ଚାପି ଦେଲା ଟ୍ରକ: ଚାଲିଗଲା ୨ଯୁବକଙ୍କ ଜୀବନ

ଢେଙ୍କାନାଳ,୧୮।୭: ଢେଙ୍କାନାଳ ଜିଲା ୫୫ ନମ୍ବର ଜାତୀୟ ରାଜପଥ ମୋଟଙ୍ଗା ଥାନା ଚିନ୍ତାପୋଖରୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌କୁ ପଛପଟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri