ବୋହୂ ପାଇଁ ଭୋଟ ମାଗିଲେ କେପି ସିଂହଦେଓ

ଢେଙ୍କାନାଳ,୨୩ା୫(ରତନ ନାୟାର): ନିର୍ବାଚନ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ ଢେଙ୍କାନାଳ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁସ୍ମିତା ସିଂହଦେଓଙ୍କ ପାଇଁ ବୁଧବାର ଅପରାହ୍ନରେ ପ୍ରଚାର କରିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ। ସୁସ୍ମିତା ହେଉଛନ୍ତି କାମାକ୍ଷା ପ୍ରସାଦଙ୍କ ପୁତୁରା ବୋହୂ। ସେ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଗଁଦିଆ ବ୍ଲକର ଚନ୍ଦ୍ରଶେଖରପୁର ଓ ନେଉଳପୋଇ ଅଞ୍ଚଳ ବୁଲି ସୁସ୍ମିତାଙ୍କ ପାଇଁ ଭୋଟ ମାଗିଥିଲେ। ଏହି ଅବସରରେ ଗଣମାଧ୍ୟମକୁ କାମାକ୍ଷା ପ୍ରସାଦ ସିଂହଦେଓ କହିଲେ, ଲୋକମାନେ ତାଙ୍କୁ ଢେଙ୍କାନାଳରୁ ୬ଥର ଏମ୍‌ପି କରି ପଠାଇଥିଲେ। ଚଳିତ ନିର୍ବାଚନରେ ତାଙ୍କ ବୋହୂ ସୁସ୍ମିତା କଂଗ୍ରେସରୁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ସମସ୍ତେ ଆଶୀର୍ବାଦ କରିବା ପାଇଁ କେପି ସିଂହଦେଓ ଲୋକମାନଙ୍କୁ ନିବେଦନ କରିଥିଲେ। ଏହି ପ୍ରଚାର ସମୟରେ ସୁସ୍ମିତାଙ୍କ ସ୍ବାମୀ ରାଜୀବ ଲୋଚନ ସିଂହଦେଓଙ୍କ ସମେତ ସମର୍ଥକମାନେ ଯାଇଥିଲେ। ଦୀର୍ଘଦିନ ପରେ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବରିଷ୍ଠ କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂହଦେଓ ପ୍ରଚାର କରିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

‘୨୪ ବର୍ଷରେ ଯାହା ହୋଇନି, ୨ ବର୍ଷରେ ତାହା କରୁଛୁ’-୫ ବର୍ଷରେ ଯାହା …

ଭୁବନେଶ୍ୱର,୧୧।୮: ଖୁବଶୀଘ୍ର ଓଡ଼ିଶା ନୂଆ ଲୋକାୟୁକ୍ତ ଦେଖିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏ ନେଇ ପ୍ରକ୍ରିୟା ଚାଲିଥିବା ସେ କହିଛନ୍ତି। ମନ୍ତ୍ରୀ…

ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତିରେ ବେକାରି ସ୍ଥିତି କ’ଣ? କେତେ ନମ୍ବରରେ ଭାରତର ସ୍ଥାନ, ପଢନ୍ତୁ …

ନୂଆଦିଲ୍ଲୀ, ୧୧।୮: ଭାରତରେ ଡିଗ୍ରୀର ଭାର ବୋହି ଯେତେବେଳେ କୌଣସି ଯୁବକ ସକାଳୁ ସକାଳୁ ଚାକିରି ଖୋଜିବା ପାଇଁ ଘରୁ ବାହାରିଥାଏ, ସେତେବେଳେ ତାଙ୍କ ଆଖିରେ କେବଳ…

ଲଞ୍ଚ୍‌ର ୮୫ ସେକେଣ୍ଡ ପରେ ଜୋରଦାର ବିସ୍ଫୋରଣ: ନିଆଁ ପିଣ୍ଡୁଳା ପାଲଟିଲା ବାହୁବଳୀ ରକେଟ୍

ବେଜିଂ,୧୧।୮: ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ଚାଇନାର ଏକ ରକେଟ୍ ଅଗ୍ନି ପୁଣ୍ଡୁଳାରେ ପରିଣତ ହୋଇଛି । ଗତ ସୋମବାର (ଅଗଷ୍ଟ ୧୦) ଦିନ…

AI ଉପରେ କାର୍ଯ୍ୟାନୁଷ୍ଠାନ ପରେ ଭର୍ଚୁଆଲ ପ୍ରେମିକଙ୍କୁ ହରାଇ ଭାଙ୍ଗି ପଡ଼ିଲେଣି ଚାଇନାର ଅନେକ ଯୁବତୀ!

ବେଜିଂ,୧୧।୮: ଚାଇନା ସରକାର AI ବ୍ୟବହାର ସମ୍ପର୍କରେ କଠୋର ନିୟମ ଲାଗୁ କରିଛନ୍ତି, ଯାହା ଫଳରେ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ଏହି ନିୟମ ପାଳନ କରିବା ପାଇଁ ସେମାନଙ୍କର…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ରାଜଧାନୀରେ ହାଇଆଲର୍ଟ: ୧୯ ଆତଙ୍କବାଦୀଙ୍କ ପୋଷ୍ଟର

ନୂଆଦିଲ୍ଲୀ,୧୧।୮: ସ୍ବାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସାରା ରାଜଧାନୀରେ ହାଇଆଲର୍ଟ ଜାରି କରିଛି। ସ୍ପେଶାଲ ସେଲ, କ୍ରାଇମ ବ୍ରାଞ୍ଚ, ରେଳବାଇ…

ବିଦ୍ୟୁତ ଆଘାତ, ଯୌନ ନିର୍ଯାତନା… ରୁଷିଆ ଜେଲରେ ୟୁକ୍ରେନୀୟ କଏଦୀମାନଙ୍କୁ କିପରି ନିର୍ଯାତନା ଦିଆଯାଏ? ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୧୧।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିଛି। ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଅନେକ ପ୍ରୟାସ ବିଫଳ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri