ଭାଜପା ପାଇଁ ଭୋଟ ମାଗିଲେ ଅରୁଣ ଗୋଭିଲ

ଢେଙ୍କାନାଳ,୨୩ା୫(ରତନ ନାୟାର): ରାମାୟଣ ଧାରାବାହିକର ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ତଥା ଭାଜପା ନେତା ଅରୁଣ ଗୋଭିଲ ବୁଧବାର ଢେଙ୍କାନାଳ ସହରରେ ଭାଜପା ପାଇଁ ଭୋଟ ମାଗିଛନ୍ତି। ଅପରାହ୍ନ ସାଢେ ୩ଟାରେ ଭାଜପା ପକ୍ଷରୁ ଆୟୋଜିତ ଏକ ରୋଡ୍‌ ଶୋ’ରେ ସାମିଲ ହୋଇ ଗୋଭିଲ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ମହାପ୍ରଭୁ ଶ୍ରୀବଳରାମଙ୍କ ମନ୍ଦିରରେ ପହଞ୍ଚିବା ପରେ ପ୍ରଥମେ ସେଠାରେ ଶ୍ରୀଜୀଉଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ସେଠାରୁ ଭାଜପା ଏମ୍‌ପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଓ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରା ବଳରାମ ମନ୍ଦିରଠାରୁ ବାହାରି ରଥଗଡା, ଗଣେଶ ବଜାର, ମହାବୀର ବଜାର, ଲକ୍ଷ୍ମୀବଜାର, ଜବାହାରଚୌକ, ମୀନାବଜାର, କାଞ୍ଚନ ବଜାର, ଆନନ୍ଦ ବଜାର ଦେଇ ବାଜିଚୌକଠାରେ ପହଞ୍ଚିଥିଲେ। ସେଠାରୁ ଅରୁଣ ଗୋଭିଲ ଫେରି ଯାଇଥିବା ବେଳେ ଏହି ରୋଡ୍‌ ଶୋ’ କାଲଟାକ୍ସ ପର୍ଯ୍ୟନ୍ତ ଯାଇଥିଲା ା ବାଦ୍ୟ ସଙ୍ଗୀତର ତାଳେତାଳେ ବହୁ ସଂଖ୍ୟାରେ ମହିଳା ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖାଯାଇଥିଲା। ରାଜସ୍ଥାନର ଆଇନମନ୍ତ୍ରୀ ଯୋଗାରାମ ପଟେଲ, ଜିଲା ସଭାପତି ନରେଶଚନ୍ଦ୍ର ମହାପାତ୍ର, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ବରିଷ୍ଠ ଭାଜପା ନେତା ରାମଚନ୍ଦ୍ର ପାତ୍ର, ନବକିଶୋର ଗୁରୁ, ହର୍ଷବର୍ଦ୍ଧନ ସିଂହଦେଓ, ଅକ୍ଷୟ ମହାନ୍ତି, କୋଦଣ୍ଡଧର ସାହୁ ପ୍ରମୁଖଙ୍କ ସମେତ ନେତୃବୃନ୍ଦ ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋୟର ସୁକତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ମଥୁରାରେ କିଣିଥିଲେ ଜମି, ଲକର ଖୋଲିବା ଅଛି ବାକି

ବଲାଙ୍ଗୀର/ ଭୁବନେଶ୍ୱର,୨୬ା୭: ବଲାଙ୍ଗୀର ଲୋୟର ସୁକ୍‌ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ...

ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ କହି ଠକେଇ

ଢେଙ୍କାନାଳ,୨୧ା୭(ରତନ ନାୟାର): ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ବୋଲି କହି ଢେଙ୍କାନାଳ ଭଗବାନପୁର ଅଞ୍ଚଳର ବାପପୁଅ ସେଠାକାର ୨ଜଣ ମହିଳାଙ୍କୁ ଠକେଇ କରିଥିବା ଶନିବାର ଟାଉନ...

ଅସୁସ୍ଥ ଦନ୍ତାହାତୀକୁ କାବୁ କରିପାରୁନି ବନ ବିଭାଗ

ଢେଙ୍କାନାଳ,୨୦ା୭(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ୍‌ ଖଡ଼ଗପ୍ରସାଦ ବଡ଼ପୋଲ ଅଞ୍ଚଳରେ ଏକ ଦନ୍ତାହାତୀ ଅସୁସ୍ଥ ହୋଇ ଗର୍ଜନ କରୁଥିବା ଦେଖାଯାଇଥିଲା। ହାତୀଟିର...

ଭୁବନ ଏନ୍‌ଏସିରେ ହାତୀ ଆତଙ୍କ, ଜନସାଧାରଣ ଭୟଭୀତ

ଭୁବନ,୧୯ା୭(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅରାସାହିରେ ଗୋଟିକିଆ ହାତୀ ଆତଙ୍କ ସୃଷ୍ଟି କରିଛି। ହାତୀଟି ଭୁବନ ଏନ୍‌ଏସି ଚିନ୍ତା ପୋଖରୀ ରାସ୍ତା...

ବାଇକ୍‌କୁ ଚାପି ଦେଲା ଟ୍ରକ: ଚାଲିଗଲା ୨ଯୁବକଙ୍କ ଜୀବନ

ଢେଙ୍କାନାଳ,୧୮।୭: ଢେଙ୍କାନାଳ ଜିଲା ୫୫ ନମ୍ବର ଜାତୀୟ ରାଜପଥ ମୋଟଙ୍ଗା ଥାନା ଚିନ୍ତାପୋଖରୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌କୁ ପଛପଟୁ...

ନୂଆ ରୂପରେ ସଜେଇ ହେଉଛି ଲକ୍ଷ୍ମୀ ବସ୍‌: ଏବେ ସବୁଜ ବଦଳରେ…

ଢେଙ୍କାନାଳ,୨ା୭(ରତନ ନାୟାର):ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଲକ୍ଷ୍ମୀ ବସ୍‌ଗୁଡିକର ରଙ୍ଗ ବଦଳାଯାଉଛି। ପୂର୍ବ ବିଜେଡି ସରକାରଙ୍କ ସମୟରେ ଗତ ଜାନୁଆରୀ ୩୧ ତାରିଖରେ ଢେଙ୍କାନାଳ ଜିଲାରେ...

ସପ୍ତଶଯ୍ୟାରେ ନିଖୋଜ ୫ ଛାତ୍ରଙ୍କୁ ଠାବକଲା ବନ ବିଭାଗ

ଢେଙ୍କାନାଳ,୧ା୭(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସବୁଜିମା ଜଙ୍ଗଲ ସପ୍ତଶଯ୍ୟା ବୁଲିବାକୁ ଆସିଥିବାବେଳେ ୫ଜଣ ଛାତ୍ର ରବିବାର ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ସହିତ ଆସିଥିବା...

ରୁଙ୍ଗଟା ମାଇନ୍ସରେ ଅଘଟଣ: ମେକାନିକାଲ ଷ୍ଟ୍ରକଚର୍‌ ଭୁଶୁଡ଼ି ଘଟଣାସ୍ଥଳରେ ୩ ମୃତ

ଢେଙ୍କାନାଳ,୨୪।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ଝାଡ଼ବନ୍ଧ ଗ୍ରାମ ସ୍ଥିତ ରୁଙ୍ଗଟା ମାଇନ୍ସ ଲିମିଟେଡ଼ କଂପାନୀରେ ଅଘଟଣ। ଏକ ମେକାନିକାଲ ଷ୍ଟ୍ରକଚର୍‌ ଭୁଷୁଡ଼ି ୩ଜଣ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri