ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି ପରଠାରୁ ଦେଖାଯାଇ ନ ଥିଲା। ନିଃସନ୍ଦେହ ଯେ ଜଳବାୟୁର ବ୍ୟାପକ କ୍ଷତକୁ ରୋକିବା ପାଇଁ ଦେଶମାନଙ୍କର ଆଇନଗତ ଦାୟିତ୍ୱ ଅଛି ଏବଂ ସେଥିରେ ବିଫଳତାର ପରିଣାମ ସ୍ପଷ୍ଟ ହେଉଛି। ମୋର ନିଜ ଦେଶ ଭାନୁଆତୁ ଏହି ସମସ୍ୟାକୁ ବିଶ୍ୱ ଏବଂ ଆଇସିଜେ ସାମ୍ନାକୁ ଆଣିଥିଲେ ମଧ୍ୟ ଆମେ ଏକା ନ ଥିଲୁ। ଆମେ ଦେଶଗୁଡ଼ିକର ଏକ ମିଳିତ ମଞ୍ଚ ଗଠନ କରିଥିଲୁ ଏବଂ ଯୁବ ଆନ୍ଦୋଳନରୁ ନିରନ୍ତର ସମର୍ଥନ ହାସଲ କରିଥିଲୁ। ପରିଶେଷରେ, ୧୩୨ ଦେଶ ମିଳିତ ଜାତିସଂଘର ସଂକଳ୍ପ ପାଇଁ ଏକ ପ୍ରସ୍ତାବକୁ ସହ-ପ୍ରାୟୋଜିତ କରି ଆଇସିଜେକୁ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ କହିଥିଲେ, ଯାହା ପରେ ସହମତି ଭିତ୍ତିରେ ପାରିତ ହୋଇଥିଲା। ଏହା ଏକ ଐତିହାସିକ ମୁହୂର୍ତ୍ତ ଥିଲା ।
ବର୍ତ୍ତମାନ ଆମେ ମିଳିତ ଜାତିସଂଘ ସାଧାରଣ ସଭାକୁ ଫେରିଛୁ, ଆଇସିଜେଙ୍କ ନିଷ୍ପତ୍ତିର ବ୍ୟବହାରିକ ପ୍ରଭାବ ବୃଦ୍ଧି କରିବା ପାଇଁ ଏକ ସଂକଳ୍ପ ଉପସ୍ଥାପନ କରି ଏହାକୁ ସମର୍ଥନ କରିବାକୁ ବିଶ୍ୱକୁ ଆହ୍ବାନ ଦେଇଛୁ। ଏହା ଏକ ସାଧାରଣ ପ୍ରକ୍ରିୟା, ଯେଉଁଠାରେ ସଂକଳ୍ପ ବିଶେଷକରି ସଦସ୍ୟ ରାଷ୍ଟ୍ରମାନଙ୍କୁ ଏହିପରି ନିୟମଗୁଡ଼ିକର ରାଜନୈତିକ ଏବଂ ସାଧାରଣ ପ୍ରାଧିକରଣକୁ ଦୃଢ଼ କରିବାକୁ ସୁଯୋଗ ଦେଇଥାଏ। ଏହି ନୂତନ ସଂକଳ୍ପ କେବଳ ମତାମତକୁ ସମର୍ଥନ କରିବାକୁ ଜାତିସଂଘକୁ ଆହ୍ବାନ ଦେଇନାହିଁ ବରଂ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ କୋର୍ଟ ନିର୍ଦ୍ଧାରିତ ଦାୟିତ୍ୱବୋଧ ପାଳନ କରିବାକୁ ଅନୁରୋଧ କରେ। ପରବର୍ତ୍ତୀ ପଦକ୍ଷେପ ପାଇଁ ଏହା ଜାତିସଂଘ ବ୍ୟବସ୍ଥାରେ ଏକ ମଞ୍ଚ ସ୍ଥିର କରିଥାଏ, ଯାହା ଆଗକୁ ଅନୁପାଳନ କରିବା ସକାଶେ ମହାସଚିବଙ୍କୁ ଏକ ଔପଚାରିକ ଅନୁରୋଧ ରଖେ।
ଆମେ ବିଶ୍ୱାସ କରୁ ଯେ ଏହି ନୂତନ ସଙ୍କଳ୍ପ ହେଉଛି ଜଳବାୟୁ ପରିବର୍ତ୍ତନ ମୁକାବିଲା କରିବା ପାଇଁ ସବୁଠୁ ଭଲ ଉପାୟ। ଏହାକୁ କିଭଳି ଅଣଦେଖା କିମ୍ବା ବନ୍ଦ କରାଯିବ ନାହିଁ ତାହା ନିଶ୍ଚିତ କରିବାକୁ ହେବ। ଏହା ନିଶ୍ଚିତ ଭାବରେ ବିଶ୍ୱରେ ପ୍ରତିଫଳିତ ହେବା ଆବଶ୍ୟକ; ଯଦିଓ କିଛି ଦେଶ ଏହି ନିଷ୍ପତ୍ତି ହୋଇ ନାହିଁ ବୋଲି ଛଳନା କରନ୍ତି। ଆଇସିଜେଙ୍କ ନିଷ୍ପତ୍ତିକୁ କେତେକ ଦେଶ କାର୍ଯ୍ୟକାରୀ କରିବା କଷ୍ଟକର ବୋଲି ଆମର କୌଣସି ଭ୍ରମ ନାହିଁ। କିନ୍ତୁ ଆମେ ନିଷ୍କ୍ରିୟତାର କ୍ଷତିକୁ ଅଣଦେଖା କରିପାରିବୁ ନାହିଁ। କେବଳ ଜଳବାୟୁ ପାଇଁ ନୁହେଁ ଅନ୍ତର୍ଜାତୀୟ ସହଯୋଗର ଭବିଷ୍ୟତ ପାଇଁ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଯୁଦ୍ଧ ପରେ, ଉପନିବେଶ ପରବର୍ତ୍ତୀ ଅନ୍ତର୍ଜାତୀୟ ବ୍ୟବସ୍ଥା ଅତ୍ୟଧିକ ଚାପରେ ଅଛି। ବୃହତ୍‌ ଦେଶଗୁଡ଼ିକ ଅନ୍ତର୍ଜାତୀୟ ଚୁକ୍ତିରୁ ଓହରି ଯାଉଛନ୍ତି ଏବଂ ଅନ୍ତର୍ଜାତୀୟ ସଂଗଠନରୁ ପାଣ୍ଠି ଯୋଗାଣକୁ ବନ୍ଦ କରିଦେଉଛନ୍ତି। ସାମୂହିକ ବ୍ୟବସ୍ଥା ବଦଳରେ ଦ୍ୱିପାକ୍ଷିକ ଚୁକ୍ତି ହେଉଛି। ବିଶ୍ୱ ସ୍ତରରେ ନୀତି, ନିୟମ ପ୍ରତିଷ୍ଠାକାରୀ ସଂସ୍ଥା ଏବଂ କୋର୍ଟ ଏବଂ ଅନ୍ତର୍ଜାତୀୟ ଉତ୍ତରଦାୟିତ୍ୱ ଆମ ଆଖି ଆଗରେ ଭୁଶୁଡ଼ି ପଡ଼ିଛି।
ଏହି ପରିପ୍ରେକ୍ଷୀରେ, ଆଇସିଜେ ପରି ଅନୁଷ୍ଠାନର ଭୂମିକାକୁ ନିଶ୍ଚିତ କଲେ ତାହା ଅନେକ ଦେଶକୁ ଏକାଠି କାମ କରିବା ଲାଗି ଶକ୍ତି ଯୋଗାଇବ। ପ୍ରାୟ ୩,୪୦,୦୦୦ ଜନସଂଖ୍ୟାବିଶିଷ୍ଟ ଦେଶ ଭାନୁଟୁ ଯାହା କରିଛି ତାହା ଦର୍ଶାଏ ଯେ ବ୍ୟବସ୍ଥା କାର୍ଯ୍ୟ କରିପାରିବ। ଆମେ ଉପଯୁକ୍ତ ଅନୁଷ୍ଠାନ ନିକଟରେ ଏକ ଆଇନଗତ ପ୍ରଶ୍ନ ଉପସ୍ଥାପନ କରିଥିଲୁ ଏବଂ ସେହି ଅନୁଷ୍ଠାନ ତାହାର କାର୍ଯ୍ୟ କରିଥିଲା। ପ୍ରକ୍ରିୟା ମନ୍ଥର ଥିଲା ଏବଂ ଆମେ ବହୁ ପ୍ରତିରୋଧର ସମ୍ମୁଖୀନ ହୋଇଥିଲୁ । କିନ୍ତୁ ନ୍ୟାୟ ସାମ୍ନାକୁ ଆସିଲା। ସମସ୍ତ ଦେଶ କୋର୍ଟରେ ଯୁକ୍ତି ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ ଏବଂ ଫଳାଫଳ ସ୍ପଷ୍ଟ ହୋଇଥିଲା।
ଏହି ନିଷ୍ପତ୍ତି ବା ରାୟ ବିଶ୍ୱରେ ବିପଦରେ ଥିବା ଲୋକଙ୍କୁ ଆଶା ଦେଇଥିଲା ଏବଂ ଅନ୍ତର୍ଜାତୀୟ ଜଳବାୟୁ ପଦକ୍ଷେପକୁ ନୂତନ ଭାବରେ ଗତିଶୀଳ କରିଥିଲା। ବିଶେଷ କରି ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଜଳବାୟୁ ପରିବର୍ତ୍ତନ ଉପରେ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ୩୦ ବର୍ଷରୁ ଅଧିକ ସମୟ ଧରି ସଙ୍ଗଠିତ କରିଥିଲା। ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌)ରେ ଅଂଶଗ୍ରହଣ କରୁଥିବା ସମସ୍ତ ଦେଶ ଜାଣନ୍ତି ଯେ ବିଶ୍ୱ କୋର୍ଟ ଏବେ କେଉଁ ସ୍ଥିତିରେ ଅଛି। ଜଳବାୟୁ ସମସ୍ୟାର ଗୁରୁତ୍ୱପୂଣ୍ଣର୍ର୍ ସମାଧାନ କ୍ଷେତ୍ରରେ ସହଯୋଗ କରିବାର କର୍ତ୍ତବ୍ୟ କେବଳ ରାଜନୈତିକ ଏବଂ ନୈତିକ ନୁହେଁ, ବରଂ ଆଇନଗତ। ସପ୍ତାହେ ଧରି ବୁଝାମଣା ପରେ, ଆମର ନୂତନ ସଙ୍କଳ୍ପ ଜାତିସଂଘର ପ୍ରାୟ ସମସ୍ତ ସଦସ୍ୟଙ୍କ ସହଯୋଗରେ ହୋଇଛି ଏବଂ ବିଶ୍ୱର ପ୍ରତ୍ୟେକ ଅଞ୍ଚଳରେ ଥିବା ଦେଶଗୁଡ଼ିକୁ ନେଇ ଗଠିତ ଏକ ମୂଳ ଗୋଷ୍ଠୀ ଦ୍ୱାରା ଏହା ସଞ୍ଚାଳିତ ହୋଇଛି ।
ଏହା ଦର୍ଶାଏ ଯେ, ଜଳବାୟୁ ପରିବର୍ତ୍ତନକୁ ନେଇ ପ୍ରକୃତ ବିଶ୍ୱ ସ୍ତରୀୟ ପ୍ରତିକ୍ରିୟା ପାଇଁ ଦୃଢ଼ ଆଗ୍ରହ ଅଛି, ଏପରି କି ଏବର ଭୌଗୋଳିକ ରାଜନୈତିକ ମୁହୂର୍ତ୍ତରେ ମଧ୍ୟ । ଦେଶଗୁଡ଼ିକ ଏହି ସଂକଳ୍ପ ବିରୋଧରେ ଭୋଟ ଦେବାର କୌଣସି କାରଣ ନାହିଁ। ଯଦି ଆମେ ଏଠାରେ ବିଫଳ ହେବା, ତେବେ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ିକୁୁ ସଙ୍କେତ ଦେବା ଯେ ସହଯୋଗ ଆଧାରରେ ଗଠିତ ଏକ ବ୍ୟବସ୍ଥାରୁ ଦୂରେଇ ଯାଇ କେବଳ କ୍ଷମତା ଦ୍ୱାରା ପରିଚାଳିତ ଏକ ସିଷ୍ଟମକୁ ଗ୍ରହଣ କରିଛୁ। ସ୍ବୀକାରଯୋଗ୍ୟ, ସାମୂହିକ ଭାବେ ବଞ୍ଚିବାର ନିଶ୍ଚିତତା ଦିଗରେ ଆମେ କରିଥିବା ଅଗ୍ରଗତିକୁ ନ୍ୟସ୍ତ ସ୍ବାର୍ଥର ଚାପ କ୍ଷୁଣ୍ଣ କରିପାରେ। ଶକ୍ତିଶାଳୀ ନ୍ୟସ୍ତ ସ୍ବାର୍ଥ ଦେଶସବୁ ଜୀବାଶ୍ମ ଇନ୍ଧନରୁ ସ୍ଥାନାନ୍ତରଣକୁ ବିଳମ୍ବ କରିବାକୁ ଚାହୁଁଛନ୍ତି। ନବୀକରଣ ଯୋଗ୍ୟ ଶକ୍ତିର ଦ୍ରୁତ ହ୍ରାସ ସତ୍ତ୍ୱେ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବାର ପ୍ରଚେଷ୍ଟାକୁ ନିରାଶ କରିବା ପାଇଁ ସେମାନେ ଅର୍ଥ ଏବଂ କ୍ଷମତା ବ୍ୟବହାର କରୁଛନ୍ତି। ଏଭଳି ଦେଶଗୁଡ଼ିକ ପାଇଁ ଭାନୁଆଟୁ ପରି ଛୋଟ ଦ୍ୱୀପପୁଞ୍ଜ ଏବେ ଅସୁବିଧାରେ ।
ତଥାପି, ଜୀବାଶ୍ମ-ଇନ୍ଧନ ଅର୍ଥବ୍ୟବସ୍ଥା ଉପରେ ନିର୍ଭର କରିବାର ପରିଣାମ ଏବର ବିଶ୍ୱ ଦେଖୁଛି। ଭାନୁଆତୁ ଦୀର୍ଘଦିନ ଧରି ଘୂର୍ଣ୍ଣିବଳୟ ଏବଂ ମରୁଡ଼ି ପରି ଜଳବାୟୁ ସମ୍ବନ୍ଧୀୟ ବିପଦ ପାଇଁ ଅସୁରକ୍ଷିତ ଥିବାବେଳେ ଆମେ ବର୍ତ୍ତମାନ ଏକ ଭିନ୍ନ ପ୍ରକାରର ଝଡ଼ର ସମ୍ମୁଖୀନ ହେଉଛୁ। ଜୀବାଶ୍ମ ଇନ୍ଧନରୁ ଦୂରେଇଯିବାର ବିଫଳତାରୁ ଝଟକା ପାଇ ଶିକ୍ଷା ପାଉଛୁ। ମଧ୍ୟପ୍ରାଚ୍ୟ ବିବାଦ ଆମକୁ ସ୍ମରଣ କରାଇ ଦେଇଛି ଯେ, ଜୀବାଶ୍ମ ଇନ୍ଧନ କେବଳ ପୃଥିବୀକୁ ଉତ୍ତପ୍ତ କରେ ନାହିଁ, ବରଂ ସେସବୁ ସଂଘର୍ଷକୁ ତେଜନ୍ତି। ଆମେ ସମସ୍ତେ ଯେତେ ଶୀଘ୍ର ଏହିପରି ଅସ୍ଥିରତାଠାରୁ ଦୂରେଇ ଯିବା ସେତେ ଭଲ ହେବ।
ଅନ୍ତର୍ଜାତୀୟ ସହଯୋଗ ପାଇଁ ଲଢ଼େଇ ଜାରି ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। କାରଣ ବିଶ୍ୱ ସମ୍ମିଳିତ ଭାବରେ ଏହାର କଠିନ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁନାହିଁ। ଏହା ବର୍ତ୍ତମାନ ଅପେକ୍ଷା ଆହୁରି ଖରାପ ହେବ । ଭାନୁଆତୁ ଏବଂ ଏହାର ସମଭାବାପନ୍ନ ଦେଶଗୁଡ଼ିକ ଆମର ଏବଂ ଆପଣଙ୍କ ସମ୍ପ୍ରଦାୟ ତରଫରୁ ଆଗକୁ ବଢ଼ିବେ। କୋଟି କୋଟି ଲୋକ ସମୁଦ୍ର ଜଳ ପତନ ବୃଦ୍ଧି, ଘୂର୍ଣ୍ଣିବଳୟ, ଘାତକ ବନାଗ୍ନି ଏବଂ ଆମେ ନିର୍ମାଣ କରିଥିବା ସବୁ ଜିନିଷ ନିରନ୍ତର କ୍ଷୟର ସମ୍ମୁଖୀନ ହୋଇସାରିଛନ୍ତି କିମ୍ବା ଶୀଘ୍ର ସାମ୍ନା କରିବେ। ଆମେ ଜାଣୁ ଜଳବାୟୁ ପରିବର୍ତ୍ତନ ପାଇଁ ଆଇନର ନିୟମ ପ୍ରଯୁଜ୍ୟ, କିନ୍ତୁ ଆପଣ ଏହା ଉପରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି କି?

ରାଲଫ ରେଗେନଭାନୁ

ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ,ଭାନୁଆତୁ

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?