ୟୁଏଫ୍‌ଓ: ଆମେରିକା-ଚାଇନା ମୁହାଁମୁହିଁ

ଓ୍ବାଶିଂଟନ୍‌/ବେଜିଂ ୧୪ା୨:ରହସ୍ୟଜନକ ଉଡ଼ନ୍ତା ବସ୍ତୁକୁ ନେଇ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଚାଇନା ମଧ୍ୟରେ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଛି। ଆମେରିକା ୮ ଦିନ ଭିତରେ ୪ଟି ଅଚିହ୍ନା ଉଡ଼ନ୍ତା ବସ୍ତୁ (ୟୁଏଫ୍‌ଓ)କୁ ଆକାଶରୁ ଖସାଇବା ପରେ ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ବିପଦ ଆଶଙ୍କା ସୃଷ୍ଟି ହୋଇଛି। ରବିବାର ନ୍ୟାଶନାଲ ଗାର୍ଡ ପାଇଲଟ୍‌ ଯୁଦ୍ଧବିମାନ ସାହାଯ୍ୟରେ କାନାଡା ସୀମାନ୍ତ ମିଶିଗାନ୍‌ସ୍ଥିତ ହ୍ୟୁରୋନ୍‌ ହ୍ରଦ ନିକଟରେ ଏହି ଅଜଣା ଉଡ଼ନ୍ତା ବସ୍ତୁକୁ ତଳକୁ ଖସାଇଛି। ଜାନୁୟାରୀ ଶେଷ ସପ୍ତାହରେ ଆମେରିକା ଆକାଶରେ ଉଡ଼ୁଥିବା ଗୋଇନ୍ଦା ବେଲୁନ୍‌କୁ ନଷ୍ଟ କରାଯିବା ପରେ ଦେଶରେ ପ୍ରତିରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ୟୁଏସ୍‌ ନର୍ଦ୍ଦର୍ନ କମାଣ୍ଡ ଜେନେରାଲ ଗ୍ଲେନ୍‌ ଭାନହର୍କ ସୂଚନା ଦେଇଛନ୍ତି। ଏ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ଗ୍ଲେନ୍‌ କହିଛନ୍ତି ଯେ, ୟୁଏଫ୍‌ଓ କେଉଁଠାରୁ ଆସୁଛି ତାହା ଏବେ ସ୍ପଷ୍ଟ ହୋଇନାହିଁ। ତେବେ ଏହାପଛରେ ଏଲିଅନ୍‌ଙ୍କ ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଥିବା ଖବରଦାତାମାନେ ପ୍ରଶ୍ନ କରିଥିବାବେଳେ ଗ୍ଲେନ୍‌ ତାହାକୁ ଖଣ୍ଡନ କରିଥିଲେ। ଗତ ସପ୍ତାହରେ ଆମେରିକୀୟ ଫାଇଟର୍‌ ଜେଟ୍‌ କାନାଡା ଓ ଆଲାସ୍କାରୁ ଗୋଟିଏ
ଲେଖାଏ ଉଡ଼ନ୍ତା ବସ୍ତୁକୁ ତଳକୁ ଖସାଇଥିଲା। ଗ୍ଲେନ୍‌ଙ୍କ ମତରେ ୟୁନାଇଟେଡ୍‌ ଷ୍ଟେଟ୍‌ ନର୍ଦ୍ଦର୍ନ କମାଣ୍ଡରେ ଉଡ଼ନ୍ତା ବସ୍ତୁ ପ୍ରଥମ ଥର ଲାଗି ଦୃଷ୍ଟିଗୋଚର ହୋଇଛି। ଏ ନେଇ ଟୁଇଟର ସିଇଓ ଏଲନ୍‌ ମସ୍କ ସୋମବାର ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘ବ୍ୟସ୍ତ ହୁଅ ନାହିଁ, ମୋ ଏଲିଅନ୍‌ ବନ୍ଧୁମାନେ ଏହି ଉଡ଼ନ୍ତା ବସ୍ତୁକୁ ଅଟକାଇ ରଖିଛନ୍ତି।’
ଅନ୍ୟପକ୍ଷେ ୨୦୨୨ ଜାନୁୟାରୀ ପରଠୁ ଅଦ୍ୟାବଧି ଚାଇନା ଆକାଶକୁ ଆମେରିକା ୧୦ଟି ବେଲୁନ ପଠାଇଥିବା ନେଇ ବେଜିଂ ଅଭିଯୋଗ ଆଣିଛିି। ବେଆଇନ୍‌ ଭାବେ ଅନ୍ୟ ରାଷ୍ଟ୍ରର ଏୟାରସ୍ପେସ୍‌ରେ ପ୍ରବେଶ କରିବା ଆମେରିକା ପାଇଁ କୌଣସି ନୂଆ କଥା ନୁହେଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ କହିଛନ୍ତି। ଚାଇନାର ଏଭଳି ଅଭିଯୋଗକୁ ଆମେରିକା ଖଣ୍ଡନ କରିଛି। ଚାଇନାର ଅଭିଯୋଗ ଭିତ୍ତିହୀନ। ୫ ମହାଦେଶ ଓ ଆମେରିକା ସମେତ ୪୦ ଦେଶର ଗୋଇନ୍ଦା ସୂଚନା ହସ୍ତଗତ କରବା ଲାଗି ଚାଇନା ବେଲୁନ୍‌ ପ୍ରୋଗ୍ରାମ ଆରମ୍ଭ କରିଥିବା ନ୍ୟାଶନାଲ ସିକ୍ୟୁରିଟି କାଉଂସିଲ୍‌ର ମୁଖପାତ୍ର ଆଡ୍ରିନ୍‌ ଓ୍ବାଟସନ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri