ୟୁଏଫ୍‌ଓ: ଆମେରିକା-ଚାଇନା ମୁହାଁମୁହିଁ

ଓ୍ବାଶିଂଟନ୍‌/ବେଜିଂ ୧୪ା୨:ରହସ୍ୟଜନକ ଉଡ଼ନ୍ତା ବସ୍ତୁକୁ ନେଇ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଚାଇନା ମଧ୍ୟରେ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଛି। ଆମେରିକା ୮ ଦିନ ଭିତରେ ୪ଟି ଅଚିହ୍ନା ଉଡ଼ନ୍ତା ବସ୍ତୁ (ୟୁଏଫ୍‌ଓ)କୁ ଆକାଶରୁ ଖସାଇବା ପରେ ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ବିପଦ ଆଶଙ୍କା ସୃଷ୍ଟି ହୋଇଛି। ରବିବାର ନ୍ୟାଶନାଲ ଗାର୍ଡ ପାଇଲଟ୍‌ ଯୁଦ୍ଧବିମାନ ସାହାଯ୍ୟରେ କାନାଡା ସୀମାନ୍ତ ମିଶିଗାନ୍‌ସ୍ଥିତ ହ୍ୟୁରୋନ୍‌ ହ୍ରଦ ନିକଟରେ ଏହି ଅଜଣା ଉଡ଼ନ୍ତା ବସ୍ତୁକୁ ତଳକୁ ଖସାଇଛି। ଜାନୁୟାରୀ ଶେଷ ସପ୍ତାହରେ ଆମେରିକା ଆକାଶରେ ଉଡ଼ୁଥିବା ଗୋଇନ୍ଦା ବେଲୁନ୍‌କୁ ନଷ୍ଟ କରାଯିବା ପରେ ଦେଶରେ ପ୍ରତିରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ୟୁଏସ୍‌ ନର୍ଦ୍ଦର୍ନ କମାଣ୍ଡ ଜେନେରାଲ ଗ୍ଲେନ୍‌ ଭାନହର୍କ ସୂଚନା ଦେଇଛନ୍ତି। ଏ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ଗ୍ଲେନ୍‌ କହିଛନ୍ତି ଯେ, ୟୁଏଫ୍‌ଓ କେଉଁଠାରୁ ଆସୁଛି ତାହା ଏବେ ସ୍ପଷ୍ଟ ହୋଇନାହିଁ। ତେବେ ଏହାପଛରେ ଏଲିଅନ୍‌ଙ୍କ ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଥିବା ଖବରଦାତାମାନେ ପ୍ରଶ୍ନ କରିଥିବାବେଳେ ଗ୍ଲେନ୍‌ ତାହାକୁ ଖଣ୍ଡନ କରିଥିଲେ। ଗତ ସପ୍ତାହରେ ଆମେରିକୀୟ ଫାଇଟର୍‌ ଜେଟ୍‌ କାନାଡା ଓ ଆଲାସ୍କାରୁ ଗୋଟିଏ
ଲେଖାଏ ଉଡ଼ନ୍ତା ବସ୍ତୁକୁ ତଳକୁ ଖସାଇଥିଲା। ଗ୍ଲେନ୍‌ଙ୍କ ମତରେ ୟୁନାଇଟେଡ୍‌ ଷ୍ଟେଟ୍‌ ନର୍ଦ୍ଦର୍ନ କମାଣ୍ଡରେ ଉଡ଼ନ୍ତା ବସ୍ତୁ ପ୍ରଥମ ଥର ଲାଗି ଦୃଷ୍ଟିଗୋଚର ହୋଇଛି। ଏ ନେଇ ଟୁଇଟର ସିଇଓ ଏଲନ୍‌ ମସ୍କ ସୋମବାର ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘ବ୍ୟସ୍ତ ହୁଅ ନାହିଁ, ମୋ ଏଲିଅନ୍‌ ବନ୍ଧୁମାନେ ଏହି ଉଡ଼ନ୍ତା ବସ୍ତୁକୁ ଅଟକାଇ ରଖିଛନ୍ତି।’
ଅନ୍ୟପକ୍ଷେ ୨୦୨୨ ଜାନୁୟାରୀ ପରଠୁ ଅଦ୍ୟାବଧି ଚାଇନା ଆକାଶକୁ ଆମେରିକା ୧୦ଟି ବେଲୁନ ପଠାଇଥିବା ନେଇ ବେଜିଂ ଅଭିଯୋଗ ଆଣିଛିି। ବେଆଇନ୍‌ ଭାବେ ଅନ୍ୟ ରାଷ୍ଟ୍ରର ଏୟାରସ୍ପେସ୍‌ରେ ପ୍ରବେଶ କରିବା ଆମେରିକା ପାଇଁ କୌଣସି ନୂଆ କଥା ନୁହେଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ କହିଛନ୍ତି। ଚାଇନାର ଏଭଳି ଅଭିଯୋଗକୁ ଆମେରିକା ଖଣ୍ଡନ କରିଛି। ଚାଇନାର ଅଭିଯୋଗ ଭିତ୍ତିହୀନ। ୫ ମହାଦେଶ ଓ ଆମେରିକା ସମେତ ୪୦ ଦେଶର ଗୋଇନ୍ଦା ସୂଚନା ହସ୍ତଗତ କରବା ଲାଗି ଚାଇନା ବେଲୁନ୍‌ ପ୍ରୋଗ୍ରାମ ଆରମ୍ଭ କରିଥିବା ନ୍ୟାଶନାଲ ସିକ୍ୟୁରିଟି କାଉଂସିଲ୍‌ର ମୁଖପାତ୍ର ଆଡ୍ରିନ୍‌ ଓ୍ବାଟସନ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri