ଜୟପୁରରେ ସ୍ମାର୍ଟ ବଜାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୧୪।୨: ରିଲାଏନ୍ସ ରିଟେଲରର ପ୍ରମୁଖ ସଂସ୍ଥା ‘ସ୍ମାର୍ଟ ବଜାର’ର ଆଉ ଏକ ଏକ୍ସକ୍ଲୁସିଭ ଆଉଟଲେଟ ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି କୋରାପୁଟ ଜିଲା ଜୟପୁରର ରାଜାନଗର ଚୌକ ମେନରୋଡଠାରେ ଅବସ୍ଥିତ ଏସ୍‌ଆର୍‌ ସେଣ୍ଟ୍ରାଲ ମଲ୍‌ ପରିସରରେ ସ୍ମାର୍ଟ ବଜାରର ନୂତନ ତଥା ପ୍ରଥମ ଆଉଟଲେଟର ଶୁଭାରମ୍ଭ କରାଯାଇଛି। ବିଶେଷକରି ୧୫,୦୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ନିର୍ମିତ ଏହି ବୃହତ୍‌ ଆଉଟଲେଟକୁ ଆକର୍ଷଣୀୟ ଭାବେ ଡିଜାଇନ କରାଯାଇଛି। ବିଶେଷକରି ଗ୍ରାହକମାନଙ୍କୁ ବୃହତ୍ତର ସଞ୍ଚୟ ଏବଂ ଉନ୍ନତର କିଣାକିଣି ଅନୁଭୂତି ପ୍ରଦାନ ନିମନ୍ତେ ଏହା ଆରମ୍ଭ କରାଯାଇଛି। ସେହିଭଳି ଏଠାରେ ତେଜରାତିଠାରୁ ଆରମ୍ଭକରି ଫଳ, ପନିପରିବା, ଦୁଗ୍ଧଜାତ ସାମଗ୍ରୀ, କିଚେନ ୱେର, ହୋମୱେର, ପୋଷାକ, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଭଳି ବହୁବିଧ ବର୍ଗର ଉପତ୍ାଦ ଉପଲବ୍ଧ। ଏହା ମଧ୍ୟ ଗ୍ରାହକଙ୍କୁ ସର୍ବାଧିକ ଖୁଚୁରା ମୂଲ୍ୟ ଉପରେ ୫% ରିହାତି ଏବଂ ସ୍ବତନ୍ତ୍ର ଋତୁକାଳୀନ ଅଫର ସହ ବିଶେଷ ସମୟରେ ମହାସଞ୍ଚୟର ସୁଯୋଗ ପ୍ରଦାନ କରୁଛି। ସେହିପରି ଉକ୍ତ ଆଉଟଲେଟରେ ପ୍ରକ୍ରିୟାକୃତ ଖାଦ୍ୟ ଓ ପାନୀୟ, ପର୍ସନାଲ କେୟାର, ହେଲ୍‌ଥ କେୟାର, ସ୍ବାସ୍ଥ୍ୟରକ୍ଷା, ଫାବ୍ରିକ, ହୋମକେୟାର ଏବଂ ହୋମଡେକୋର ଭଳି ସାମଗ୍ରୀ ଉପଲବ୍ଧ ହେବ। ଏପରିକି ବିଭିନ୍ନ ବ୍ରାଣ୍ଡ୍‌ର ବିପୁଳ ସମ୍ଭାର ଆକର୍ଷଣୀୟ ଅଫର ଜରିଆରେ ଯୋଗାଇ ଦେବ। ଅପରପକ୍ଷରେ ସ୍ମାର୍ଟ ବଜାରରେ କିଣାକିଣିର ସ୍ବତନ୍ତ୍ର ଫାଇଦା ହେଉଛି, ଯେତେ ଅଧିକ ମୂଲ୍ୟର କିଣାକିଣି କରିବେ,ସେତେ ଅଧିକ ସଞ୍ଚୟ କରିବେ। ଉଦାହରଣ ସ୍ବରୂପ, ଜଣେ ଗ୍ରାହକ ସର୍ବନିମ୍ନ ୧୪୯୯ଟଙ୍କା ମୂଲ୍ୟର କିଣାକିଣି କଲେ ଏକ କିଲୋ ଚିନି ମାତ୍ର ୯ଟଙ୍କାରେ ପାଇବେ। ଏହାର ସଚେତନ ଗ୍ରାହକ ସହଯୋଗୀ ଓ କାର୍ଯ୍ୟକାରିତାଗତ ଡିଜାଇନ ଏବଂ ଲେ ଆଉଟ ସହିତ ଆକର୍ଷଣୀୟ ମୂଲ୍ୟରେ ଗୁଣାମତ୍କ ଉପତ୍ାଦଗୁଡିକୁ ନେଇ ସ୍ମାର୍ଟ ବଜାର ଗ୍ରାହକଙ୍କର ହୃଦୟ ଜିଣିବାରେ ଲାଗିଛି ଏବଂ ସେମାନଙ୍କ ଦୈନନ୍ଦିନ ଜୀବନର ଅଂଶ ବିଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?