କୋଭିଶିଲ୍ଡକୁ ଆମେରିକାର ମଞ୍ଜୁରୀ

ନୂଆଦିଲ୍ଲୀ, ୨୨।୯: କୋଭିଡ୍‌-୧୯ ଟିକାର ଡବଲ ଡୋଜ୍‌ ନେଇଥିବା ଭାରତ ସମେତ ୩୩ଟି ଦେଶର ଲୋକେ ଆସନ୍ତା ନଭେମ୍ବର ମାସରୁ ଆମେରିକା ବିମାନ ଯାତ୍ରା କରିପାରିବେ। ଏଥିପାଇଁ ମଞ୍ଜୁରୀପ୍ରାପ୍ତ ଟିକା ତାଲିକାରେ ଭାରତ ପ୍ରସ୍ତୁତ କୋଭିଶିଲ୍ଡ ରହିଛି। ଅର୍ଥାତ୍‌ କେବଳ କୋଭିଶିଲ୍ଡ ଟିକା ନେଇଥିବା ଭାରତୀୟ ଆମେରିକା ଯାଇପାରିବେ। ଅନ୍ୟ ଦେଶ ମଧ୍ୟରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ୍‌, ସୁଇଜରଲାଣ୍ଡ, ଗ୍ରୀସ୍‌, ବ୍ରିଟେନ, ଆୟରଲାଣ୍ଡ, ଚାଇନା, ଦକ୍ଷିଣ ଆଫ୍ରିକା, ଇରାନ ଓ ବ୍ରାଜିଲର ଲୋକଙ୍କୁ ଆମେରିକା ଯିବା ପାଇଁ ଅନୁମତି ମିଳିଛି। ବିମାନ ଯାତ୍ରା କରିବା ପୂର୍ବରୁ ସେମାନଙ୍କୁ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ହେବ। ସେମାନେ ଆମେରିକାରେ ପହଞ୍ଚତ୍ବା ପରେ ଆଉ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ସୁଦ୍ଧା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ୭ କୋଭିଡ୍‌ ଟିକାକୁ ମଞ୍ଜୁରୀ ଦେଇଛି। ସେଗୁଡ଼ିକ ହେଲେ ମଡର୍ନା, ଫାଇଜର-ବାୟୋଏନ୍‌ଟେକ୍‌, ଜନ୍‌ସନ ଆଣ୍ଡ ଜନ୍‌ସନ, ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକା, ଭାରତର କୋଭିଶିଲ୍ଡ, ଚାଇନାର ସିନୋଫାର୍ମ ଏବଂ ସିନୋଭାକ୍‌। ଭାରତ ପ୍ରସ୍ତୁତ କୋଭାକ୍ସିନ୍‌କୁ ଡବ୍ଲ୍ୟୁଏଚ୍‌ଓ ଏବଂ ଆମେରିକାର ଏଫଡିଏ ଅନୁମୋଦନ କରି ନ ଥିବାରୁ ଏହି ଟିକା ନେଇଥିବା ଲୋକେ ଆମେରିକା ଯାଇପାରିବେ ନାହିଁ।
କୋଭିଶିଲ୍ଡ ଟିକା ନେଇଥିବା ଭାରତୀୟ ପାଇଁ ବ୍ରିଟେନ ଯିବା ଲାଗି ଅନୁମତି ମିଳୁ ନ ଥିବାରୁ କେନ୍ଦ୍ର ସରକାର ଜବାବୀ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଡିସ୍‌ଚାର୍ଜ ପୂର୍ବରୁ କରାଯାଇ ନ ଥିଲା ସ୍ବାବ୍‌ ପରୀକ୍ଷା’

ଯାଜପୁର ଅଫିସ୍‌/ରସୁଲପୁର, ୨।୬ (ଡି.ଏନ୍‌.ଏ.): କରୋନା ଚିକିତ୍ସାକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଆରୋଗ୍ୟ ହୋଇ ଫେରିଥିବା ଜଣେ ସଂକ୍ରମିତ। ମେଡିକାଲରୁ ଡିସ୍‌ଚାର୍ଜ କରାଯିବା ପୂର୍ବରୁ...

‘ଓମିକ୍ରନ’କୁ ନେଇ ଡବ୍ଲୁଏଚ୍‌ଓର ଚେତାବନୀ

ଜେନେଭା,୨୯।୧୧: କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’କୁ ନେଇ ସାରା ବିଶ୍ୱ ଭୟଭୀତ ହୋଇଛି। ବିଭିନ୍ନ ଦେଶଗୁଡିକ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିସାରିଲେଣି। ଏବେ...

ସରକାର ଘୋଷଣା କଲା ତାଲିବାନ୍‌

କାବୁଲ,୭।୯: ଆତଙ୍କବାଦୀ ଗୋଷ୍ଠୀ ତାଲିବାନ୍‌ ଏହାର ବରିଷ୍ଠ ଅଧିକାରୀଙ୍କୁ ନେଇ ମଙ୍ଗଳବାର ଆଫଗାନିସ୍ତାନ ସରକାର ଗଠନ କରିଛି। ତାଲିବାନ୍‌ର ନେତୃତ୍ୱ ପରିଷଦ ମୁଖ୍ୟ ମୁଲା ମହମ୍ମଦ...

କେନ୍ଦ୍ରାପଡ଼ାରେ ୬ କରୋନା ପଜିଟିଭ ଚିହ୍ନଟ : ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୬୧, ସୁସ୍ଥ ହେଲେଣି ୨୬ଜଣ

କେନ୍ଦ୍ରାପଡା ଅଫିସ, ୨୬ା୫: କେନ୍ଦ୍ରାପଡା ଜିଲା ଡେରାବିଶ, ମହାକାଳପଡା ବ୍ଲକ ଅଞ୍ଚଳରୁ ମଙ୍ଗଳବାର ନୂତନ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ...

ସଂସଦ ଭବନରେ ଲଗାଇଲେ ନିଆଁ, ୩୬ ଘଣ୍ଟିଆ ଲକ୍‌ଡାଉନ୍‌ ଘୋଷଣା…

ହୋନିଆରା,୨୫।୧୧: ପ୍ରଶାନ୍ତ ମହାସାଗରରେ ଥିବା ସୋଲୋମନ ଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କୁ ହଟାଇବାକୁ ଦାବି କରୁଥିବା ବିକ୍ଷୋଭକାରୀମାନେ ସଂସଦ ଭବନ ଏବଂ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି।...

ଶ୍ରୀ ହଜୁର ଶାହିବରୁ ଫେରିଥିବା ୫ ଜଣଙ୍କ ରିପୋର୍ଟ କରୋନା ପଜିଟିଭ

ଚଣ୍ଡିଗଡ଼,୨୮।୪: ମହାରାଷ୍ଟ୍ର ନାନ୍ଦେଡର ଶ୍ରୀ ହଜୁର ଶାହିବରୁ ପଞ୍ଜାବର ତନ ତରନ ଜିଲାକୁ ଫେରିଥିବା ୫ ଶ୍ରଦ୍ଧାଳୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କଠାରେ କରୋନା...

ମାଗଣାରେ ମିଳିବ ସ୍ପୁଟନିକ-ଭି!

ନୂଆଦିଲ୍ଲୀ,୬ ।୭: କରୋନା ମହାମାରୀକୁ ଦୂରେଇ ଦେବାକୁ ଏବେ ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଟିକକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏବେସୁଦ୍ଧା ଦେଶରେ...

ବଲାଙ୍ଗୀରରେ ପହଞ୍ଚିବେ ପ୍ରବାସୀ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବଲାଙ୍ଗୀର,୧୪ା୫: ବଲାଙ୍ଗୀର ରେଲ୍‌ୱେ ଷ୍ଟେଶନରେ ଗୁରୁବାର ମଧ୍ୟାହ୍ନରେ ତାମିଲନାଡୁର ତିରୁପୁରରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିବ। ଏହି ଟ୍ରେନରେ ଆସୁଥିବା ପ୍ରବାସୀଙ୍କ ସୁବିଧାଜନକ ଆଗମନ...

Advertisement
Archives

Model This Week