ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ ସାମଞ୍ଜସ୍ୟ ଥିବା ପ୍ରଭୁ ଶ୍ରୀ ନୀଳମାଧବଙ୍କ ଦୀର୍ଘ ବର୍ଷର ପରମ୍ପରା ତଥା ପୂଜା ନୀତିରେ ବ୍ୟତିକ୍ରମ ଘଟି ଥିବାରୁ ଶ୍ରଦ୍ଧାଳୁ, ପର୍ଯ୍ୟଟକ ବିଶେଷ କରି ନୀଳମାଧବ ପ୍ରେମୀ, ଭକ୍ତ ଓ ପୂଜକ ସମାଜ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଶନିବାର ମହାଳୟା ତିଥିରେ ଠାକୁରଙ୍କ ନିତିକାନ୍ତି ପରିଚାଳନା କରିବା ଦାୟିତ୍ୱ(ପାଳି) ହେଉଛି ପୂଜାରୀ ସ୍ବର୍ଗତ ବାସୁଦେବ ମିଶ୍ରଙ୍କ ପୁଅ ଚିତ୍ତରଞ୍ଜନ ମିଶ୍ରଙ୍କର। ଯେହେତୁ ସେ ପୁଜାକର୍ମ ଜାଣି ନାହାନ୍ତି ସେ ଅନ୍ୟ କୌଣସି ପୁଜକର୍ମ ଜାଣିଥିବା ପୂଜାରୀ ଦ୍ୱାରା କାର୍ଯ୍ୟ ସମ୍ପାଦନ କରିବା କଥା। ସମ୍ପୃକ୍ତ ପାଳି ତୁଲାଉଥିବା ପୂଜାରୀ ବିଧି ବ୍ୟବସ୍ଥା କ୍ରମେ ସକାଳ ୪ଟାରୁ ମନ୍ଦିର ପହଡ଼ ଖୋଲି ଠାକୁରଙ୍କ ସ୍ନାନ ଅବକାଶ, ମଙ୍ଗଳ ଆଳତି, ସକାଳ ଧୂପ, ବଲ୍ଲଭ ଆଦି ଠାକୁରଙ୍କ ପାରମ୍ପରିକ ନୀତି ସମ୍ପନ୍ନ କରିବା କଥା। ମାତ୍ର ବିଡ଼ମ୍ବନାର ବିଷୟ ପୂଜା ପଦ୍ଧତି ଜାଣି ନଥିବା ସ୍ବର୍ଗତ ବାସୁ ମିଶ୍ରଙ୍କ ପୁଅ ଚିତ୍ତରଞ୍ଜନ କୌଣସି ଅଭିଜ୍ଞ ତଥା ପୂଜାରୀଙ୍କ ବିନା ସହଯୋଗରେ ନିଜେ ପହଡ଼ ଖୋଲି ବିଧିକ୍ରମେ ମଇଲମ, ଅବକାଶ, ସ୍ନାନ ନୀତି ସମ୍ପାଦନ ନ କରି ଖାମଖିଆଲ ଭାବେ ନୀତି କରିଥିବା ନଜରକୁ ଆସିବା ପରେ ଶ୍ରଦ୍ଧାଳୁ ଭକ୍ତ, ପୂଜାରୀ ଶେଷତଃ ନୀଳମାଧବ ପୂଜକ ସମାଜର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସମ୍ପ୍ରତି ମଧ୍ୟାହ୍ନ ୧୨ଟା ହୋଇଯାଇଥିଲେ ମଧ୍ୟ ଠାକୁରଙ୍କ ମଙ୍ଗଳ ଆଳତି କିମ୍ବା ବଲ୍ଲଭ ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଶହ ଶହ ବର୍ଷର ପରମ୍ପରାରେ ବିଘ୍ନ ଘଟି ଠାକୁରଙ୍କ ନୀତିରେ ବିଭ୍ରାଟ ଘଟି ଥିବାରୁ ପୂଜକ ସମାଜର ସଭାପତି ଓ ସମ୍ପାଦକ ଯଥାକ୍ରମେ ନିହାର ରଞ୍ଜନ ମିଶ୍ର ଓ ମନୋରଞ୍ଜନ ମିଶ୍ର ଏ ସମ୍ପର୍କରେ ଦେବୋତ୍ତର ବିଭାଗକୁ ଦାୟୀ କରିବା ସହ ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାରଙ୍କୁ ଅବଗତ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ତହସିଲଦାର ବିଶ୍ୱବିଶ୍ରୁତ୍‌ ତ୍ରିପାଠୀଙ୍କ ସହ ଯୋଗାଯୋଗ କରିବାରେ ପରମ୍ପରା ଅନୁସାରେ ଠାକୁରଙ୍କୁ ମହାସ୍ନାନ କରାଯାଇ ନୀତିକାନ୍ତି ସ୍ବାଭାବିକ କରାଯିବ। ଏଥିସହିତ ବିଶୃଙ୍ଖଳା ସୃଷ୍ଟି କରିଥିବା ସେବାୟତ ଚିତ୍ତରଞ୍ଜନଙ୍କୁ ଲିଫ୍ଟ ତଲବ କରାଯାଇ ଆବଶ୍ୟକସ୍ଥଳରେ ତାଙ୍କୁ ସସ୍‌ପେଣ୍ଡ କରାଯିବ ବୋଲି କହିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

୨ ଅଧିନାୟକଙ୍କ ସାଇଲେଣ୍ଟ ୱାର୍‌: କ୍ରିକେଟ ମହଲରେ ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ,୧୦।୧୦: କ୍ରିକେଟ ପଡ଼ିଆରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସାଧାରଣତଃ ବାକ୍‌ଯୁଦ୍ଧ କିମ୍ବା ସ୍ଲେଜିଂ ଦେଖିବାକୁ ମିଳେନାହିଁ। କିନ୍ତୁ ଚଳିତ ଗସ୍ତକୁ ନେଇ ଦୁଇ ଦଳର ଅଧିନାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?