୩ୟ ଥର ଟ୍ରୁଡୋ ପ୍ରଧାନମନ୍ତ୍ରୀ

ଟରଣ୍ଟୋ, ୨୧ା୯: କାନାଡାବାସୀ ପୁଣି ଲିବେରାଲ ପାର୍ଟିର ଜଷ୍ଟିନ୍‌ ଟ୍ରୁଡୋଙ୍କ ଉପରେ ଭରସା କରି ତୃତୀୟ ଥର ପାଇଁ ତାଙ୍କୁ କ୍ଷମତାକୁ ଆଣିଛନ୍ତି। କାନାଡାରେ ସୋମବାର ଅନୁଷ୍ଠିତ ୪୪ ତମ ସାଧାରଣ ନିର୍ବାଚନରେ ଟ୍ରୁଡୋ ବିଜୟୀ ହୋଇଥିଲେ ହେଁ ସଂଖ୍ୟାଗରିଷ୍ଠତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ସେ ସଂଖ୍ୟାଲଘୁ ସରକାର ଗଢ଼ିବା ନେଇ ପୂର୍ବରୁ ହୋଇଥିବା ସର୍ଭେ ଆକଳନ ଫଳାଫଳ ସତ ହୋଇଛି। ୩୩୮ ସଦସ୍ୟ ବିଶିଷ୍ଟ ହାଉସ୍‌ ଅଫ୍‌ କମନ୍ସରେ ବହୁମତ ପାଇଁ ଲିବେରାଲ ପାର୍ଟିକୁ ବହୁମତ ପାଇଁ ୧୭୦ ଆସନ ଆବଶ୍ୟକ ଥିବାବେଳେ ୧୪ଟି ସିଟ୍‌ କମ୍‌ ପାଇଛି। ଟ୍ରୁଡୋଙ୍କ ସରକାରରେ ୧୭ ଭାରତୀୟ-କାନାଡୀୟ ଏମ୍‌ପି ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ନିର୍ବାଚନରେ ତାଙ୍କ ଦଳକୁ ସ୍ପଷ୍ଟ ମତ ମିଳିଥିବା ସେ ଦାବି କରିଛନ୍ତି। ଏଥିପାଇଁ ସେ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।
ମୁଖ୍ୟ ବିରୋଧୀ କଞ୍ଜରଭେଟିଭ୍‌ ପାର୍ଟିକୁ ୧୨୨ ସିଟ୍‌ ମିଳିଛି। ଜଗମିତ୍‌ ସିଂଙ୍କ ନେତୃତ୍ୱାଧୀନ ନ୍ୟୁ ଡେମୋକ୍ରାଟିକ୍‌ ପାର୍ଟି(ଏନ୍‌ଡିପି)ର ଆସନ ଗତଥରଠାରୁ ୨୪ରୁ ୨୭କୁ ବୃଦ୍ଧି ପାଇଛି। ୧୯ ଭାରତୀୟ-କାନାଡା ଏମ୍‌ପିଙ୍କ ମଧ୍ୟରେ ଜଗମିତ୍‌ଙ୍କ ସମେତ ପୂର୍ବତନ ମନ୍ତ୍ରୀ ଟିମ୍‌ ଉପ୍ପଲ ଏବଂ ବର୍ତ୍ତମାନର ୩ କ୍ୟାବିନେଟ ମନ୍ତ୍ରୀ ହରଜିତ୍‌ ସିଂ ସାଜ୍ଜନ, ବର୍ଦିଶ ଛାଗର, ଅନିତା ଆନନ୍ଦ ପ୍ରମୁଖ ରହିଛନ୍ତି। କୋଭିଡ୍‌ ମହାମାରୀ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ନେଇ ବିରୋଧୀ ଦଳ ନେତା ଏରିନ୍‌ ଓ ଟୋଲି ବିରୋଧ କରିଥିଲେ। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଟ୍ରୁଡୋ ସରକାର ଭାଙ୍ଗି ଆଗୁଆ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇ ଲୋକଙ୍କ ଜୀବନକୁ ବିପଦରେ ପକାଇଥିବା ସେ ଅଭିଯୋଗ କରିଥିଲେ। ୨୦୧୫ରୁ କ୍ଷମତାରେ ଥିବା ୪୯ ବର୍ଷୀୟ ଟ୍ରୁଡୋ ୨୦୧୯ରେ ହାଉସ୍‌ ଅଫ୍‌ କମନ୍ସରେ ସଂଖ୍ୟା ଗରିଷ୍ଠତା ନ ଥାଇ ସରକାର ଗଢ଼ିଥିଲେ। ଏକକ ସଂଖ୍ୟାଗରିଷ୍ଠତା ପାଇ ଶାସନକୁ ଫେରିବା ଆଶାରେ ସେ ଆଗୁଆ ନିର୍ବାଚନ କରାଇଥିଲେ ହେଁ ସେ ବହୁମତ ହାସଲ କରିପାରିନାହାନ୍ତି। ଇଲେକ୍ସନ ଫଳାଫଳ ଜଣାପଡ଼ିବା ପରେ ସେ ଏକ ହୋଟେଲରେ କାର୍ଯ୍ୟକ୍ରମ ଆୟୋଜନ କରି ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?