Posted inଜାତୀୟ

ସୋସିଆଲ ମିଡିଆରେ ବିଚ୍ଛିନ୍ନତାବାଦର ପ୍ରସାର କରିପାରିବେନି କର୍ମଚାରୀ

ନୂଆଦିଲ୍ଲୀ, ୨୨।୯: ଜମ୍ମୁ-କଶ୍ମୀରର ୫ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀ ସୋସିଆଲ୍‌ ମିଡିଆ ବ୍ୟବହାରରେ ନିରଙ୍କୁଶ ସ୍ବାଧୀନତା ହରାଇବେ। ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ରାଜନୀତି କରିପାରିବେ ନାହିଁ, ଆତଙ୍କବାଦୀ ସଂଗଠନର ଡାକରାରେ ବନ୍ଦ ପାଳନ କରିପାରିବେ ନାହିଁ ଏବଂ ଭାରତଠାରୁ ଅଲଗା ହେବାକୁ ଦାବି କରିପାରିବେ ନାହିଁ। ଏହାର ଉଲ୍ଲଂଘନ କଲେ କର୍ମଚାରୀଙ୍କୁ ରାଜ୍ୟ ରାଜକୋଷରୁ ବେତନ ମିଳିବାରେ ସମସ୍ୟା ଦେଖାଦେବ। ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏଭଳି ଅନେକ ନିୟମାବଳୀ ଓ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କଲେଣି। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ୯୦ ଭାଗରୁ ଊର୍ଦ୍ଧ୍ୱ ସୋସିଆଲ ମିଡିଆ ପ୍ରଚାର ଆଜାଦୀ କଶ୍ମୀର ଏବଂ ଭାରତ ବିରୋଧୀ ଲେଖା ଉପରେ କରାଯାଉଥିବାରୁ କଟକଣା ଲଗାଇବାକୁ ପଡ଼ିଛି। ଫଳରେ ଗତ ୩ ମାସ ମଧ୍ୟରେ ଏଭଳି ପ୍ରଚାର ଯଥେଷ୍ଟ ହ୍ରାସ ପାଇଛି। ୯୦ ଦଶକର ବିଚ୍ଛିନ୍ନତାବାଦର ପ୍ରଚାରକ ଏବଂ ବର୍ତ୍ତମାନ ମଧ୍ୟରେ ଯଥେଷ୍ଟ ପରିବର୍ତ୍ତନ ଘଟିଛି। ଏବେ ସୋସିଆଲ ମିଡିଆ ପ୍ରଚାର ପ୍ରସାରର ସବୁଠୁ ବଡ଼ ମାଧ୍ୟମ ହୋଇଛି। ସରକାରଙ୍କଠାରୁ ବେତନ ପାଉଥିବା ଅଧିକାଂଶ କର୍ମଚାରୀ ଏହି କାର୍ଯ୍ୟରେ ଲିପ୍ତ ରହିଥିଲେ। କଟକଣା ଯୋଗୁ ସେମାନଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜାଦୀର ପ୍ରଚାର କରୁଥିବା ସରକାରୀ କର୍ମଚାରୀମାନେ ସେମାନଙ୍କ ଫେସ୍‌ବୁକ୍‌, ଟୁଇଟର ଓ ଅନ୍ୟ ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରିଦେଇଛନ୍ତି କିମ୍ବା ବିବାଦୀୟ ପୋଷ୍ଟକୁ ଲିଭାଇ ଦେଇଛନ୍ତି। ଆହୁରି କେତେଜଣ କର୍ମଚାରୀ ଏଭଳି ପ୍ରଚାର ଜାରି ରଖିଛନ୍ତି। ଏହାକୁ ରୋକିବା ଲାଗି ପ୍ରଶାସନ ପକ୍ଷରୁ କଠୋର କଟକଣା ଜାରି ହୋଇଛି। ନୂଆ ନିୟମରେ ଏଭଳି ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ପ୍ରକ୍ରିୟାକୁ ସହଜ କରାଯିବା ସହ ସେମାନଙ୍କୁ ପାସ୍‌ପୋର୍ଟ ଇସ୍ୟୁ କରାଯିବନାହିଁ। କେହି ଦୁର୍ନୀତିରେ ଲିପ୍ତ ଥିଲେ କିମ୍ବା ଆୟ ବହିର୍ଭୂତ ସମ୍ପତ୍ତି ରଖିଥିଲେ, ପାସ୍‌ପୋର୍ଟ ଇସ୍ୟୁ ପାଇଁ ମଞ୍ଜୁରୀ ନ ଦେବାକୁ ପୋଲିସକୁ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri