Posted inଖେଳ

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୨୪୯ ରନର ବିଶାଳ ସ୍କୋର ସଂଗ୍ରହ କରିଥିଲା। ଭାରତର ବୋଲିଂ ଏବଂ ଫିଲ୍ଡିଂ ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଥିଲା ଏବଂ ୱେଷ୍ଟଇଣ୍ଡିଜ ମାତ୍ର ୧୮.୩ ଓଭରରେ ୨୫୨ ରନ ସଂଗ୍ରହ କରି ଲକ୍ଷ୍ୟ ହାସଲ କରିନେଇଥିଲା। ଏହି ପରାଜୟ ସହିତ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟି-୨୦ କ୍ରିକେଟ ଇତିହାସରେ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ ଯୋଡ଼ିଛନ୍ତି।

ଶ୍ରେୟସ ଆୟର ଟି-୨୦ କ୍ରିକେଟ ଇତିହାସର ପ୍ରଥମ ଏବଂ ଏକମାତ୍ର ଅଧିନାୟକ ହୋଇଛନ୍ତି ଯାହାଙ୍କ ଦଳ ୨୪୦ରୁ ଅଧିକ ରନ ସଂଗ୍ରହ କରିବା ସତ୍ତ୍ୱେ ତିନିଥର ମ୍ୟାଚ ହାରିଛି। ଜଣେ ଅଧିନାୟକ ଭାବରେ, ଆୟର ଆଇପିଏଲ (IPL) ରେ ଦୁଇଥର ୨୪୦+ ରନର ଲକ୍ଷ୍ୟକୁ ରକ୍ଷା କରିବାରେ ବିଫଳ ହୋଇଥିଲେ। ଟିମ ଇଣ୍ଡିଆର ଜର୍ସି ପିନ୍ଧିଥିବା ସମୟରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ୨୦୨୪ରେ, ଆୟରଙ୍କ ଅଧିନାୟକତ୍ୱରେ KKR ଦଳ ୨୬୧ ରନର ଲକ୍ଷ୍ୟକୁ ରକ୍ଷା କରିବାରେ ବିଫଳ ହୋଇଥିଲା। ତା’ପରେ, ୨୦୨୫ରେ ତାଙ୍କ ନେତୃତ୍ୱରେ ପଞ୍ଜାବ ଦଳ ୨୪୫ ରନର ଲକ୍ଷ୍ୟକୁ ରକ୍ଷା କରିବାରେ ବିଫଳ ହୋଇଥିଲା। ଟିମ ଇଣ୍ଡିଆ ମଧ୍ୟ ତାଙ୍କ ଅଧିନାୟକତ୍ୱରେ ୨୪୯ ରନ ସଂଗ୍ରହ କରିବା ପରେ ଏକ ମ୍ୟାଚ ହାରିଛି।

ଅନ୍ତର୍ଜାତୀୟ T20 ଇତିହାସରେ ପ୍ରଥମ ଥର ପାଇଁ, ଭାରତୀୟ ଦଳ ୨୨୫ ରନ୍‌ରୁ ଅଧିକ ସ୍କୋର କରି ମଧ୍ୟ ଏକ ମ୍ୟାଚ ହାରିଯାଇଛି। ଏହା ସହିତ, ନିଜ ଦେଶର ମାଟିରେ ଖେଳାଯାଇଥିବା କୌଣସି T20 ମ୍ୟାଚ୍‌ରେ ଦଳ ପ୍ରଥମ ଥର ପାଇଁ ୨୫୦ ରନ୍‌ରୁ ଅଧିକ ରନ ପ୍ରତିପକ୍ଷକୁ ଦେଇଛି।

ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ସମୟରେ ଭାରତୀୟ T20 ଦଳର ପ୍ରଦର୍ଶନରେ ଏକ ବଡ଼ ଧରଣର ଅବନତି ଦେଖିବାକୁ ମିଳିଛି।

ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ପରାଜୟ: ଭାରତ ପ୍ରଥମ ଥର ପାଇଁ ଆୟର୍ଲାଣ୍ଡ ବିପକ୍ଷରେ ଏକ ଅନ୍ତର୍ଜାତୀୟ ମ୍ୟାଚ ଏବଂ ସିରିଜ ହାରିଛି।
ବିଜୟହୀନ ଧାରା: ପ୍ରଥମ ଥର ପାଇଁ ଭାରତୀୟ ଦଳ କ୍ରମାଗତ ଭାବେ ୫, ୬ ଏବଂ ୭ଟି T20 ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବିଜୟ ଲାଭ କରିବାରେ ବିଫଳ ହୋଇଛି।
ଲଜ୍ଜାଜନକ ବ୍ୟବଧାନରେ ପରାଜୟ: T20I ଇତିହାସରେ ଭାରତ ପ୍ରଥମ ଥର ପାଇଁ ୧୦୦ ରନ୍‌ରୁ ଅଧିକ ବ୍ୟବଧାନରେ ପରାଜିତ ହୋଇଛି ଏବଂ ଦଳର ସବୁଠାରୁ ବଡ଼ ପରାଜୟ (୧୨୫ ରନ ବ୍ୟବଧାନରେ)ର ସମ୍ମୁଖୀନ ହୋଇଛି।
ସ୍ବଳ୍ପ ସ୍କୋର ଏବଂ ରାଙ୍କିଙ୍ଗ ହରାଇବା:ଏହି ସମୟ ମଧ୍ୟରେ ଦଳ ନିଜର ଦ୍ୱିତୀୟ ସର୍ବନିମ୍ନ T20 ସ୍କୋର (୭୬ ରନ୍‌ରେ ଅଲ ଆଉଟ) କରିଥିଲା। ଏହା ବ୍ୟତୀତ, ଦଳ ୧,୬୦୫ ଦିନ ଧରି ବଜାୟ ରଖିଥିବା T20I ରାଙ୍କିଙ୍ଗର ପ୍ରଥମ ସ୍ଥାନ ମଧ୍ୟ ହରାଇଥିଲା।
ଗୋଟିଏ ସିରିଜ୍‌ରେ ଚାରୋଟି ପରାଜୟ: ଭାରତ ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଇଂଲଣ୍ଡ ବିପକ୍ଷ ସିରିଜ ହାରିଛି ଏବଂ ୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କ୍ରମାଗତ T20 ସିରିଜ ପରାଜୟର ସମ୍ମୁଖୀନ ହୋଇଛି। ଏହା ମଧ୍ୟ ପ୍ରଥମ ଭାରତ ଗୋଟିଏ T20 ସିରିଜ୍‌ରେ ଚାରୋଟି ମ୍ୟାଚ ହାରିଥିଲା।

ଭାରତୀୟ ଦଳର ସାମ୍ପ୍ରତିକ ପ୍ରଦର୍ଶନକୁ ଏହି ତଥ୍ୟରୁ ଅନୁମାନ କରାଯାଇପାରେ ଯେ, ଜାନୁଆରୀ ୨୦୨୪ରୁ ମେ’ ୨୦୨୬ ମଧ୍ୟରେ ଭାରତ ୬୧ଟି ଟି-୨୦ ଅନ୍ତର୍ଜାତୀୟ (T20I) ମ୍ୟାଚ ଖେଳି କେବଳ ୭ଟିରେ ପରାଜିତ ହୋଇଥିଲା। ଏହାର ବିପରୀତରେ, କେବଳ ଗତ ଚାରି ମାସ ମଧ୍ୟରେ ଦଳ ୧୮ଟି ମ୍ୟାଚ ମଧ୍ୟରୁ ୭ଟିରେ ପରାଜୟ ବରଣ କରିଛି। ଏହା ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୧ରୁ ବଦଳିବାକୁ ଯାଉଛି ଟଙ୍କା ପଇସା ସହ ଜଡ଼ିତ ଏହି ବଡ଼ ନିୟମ, ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ!

ନୂଆଦିଲ୍ଲୀ, ୨୭।୧୧: ନୂଆ ମାସ ଅର୍ଥାତ୍ ୧ ଡିସେମ୍ବର ୨୦୨୬ ନିଜ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ନେଇ ଆସୁଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ…

ଅଧିନାୟକ ପଦ ନ ମିଳିବାରୁ MIର ବଡ଼ ଅଫର୍‌ ପ୍ରତ୍ୟାଖ୍ୟାନ କଲେ ବୁମ୍‌ରାହ? ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ୍ ୨୦୨୭ ପୂର୍ବରୁ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ଅଧିନାୟକ ଭାବେ ନିଯୁକ୍ତ କରିବାର ବିଧିବଦ୍ଧ…

IPL ଇତିହାସରେ ଅଧିନାୟକ ଭାବେ ସର୍ୱାଧିକ ରନ କରିଥିବା ୫ ଖେଳାଳି: ଶୀର୍ଷରେ କୋହଲି, ଟପ-୩ରେ ରୋହିତ, ତାଲିକାରେ ଧୋନୀ…

ନୂଆଦିଲ୍ଲୀ,୨୭।୧୧: ମୁମ୍ୱାଇ ଇଣ୍ଡିଆନ୍ସ IPL ୨୦୨୭ ପୂର୍ୱରୁ ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ତିନି ବର୍ଷ ପରେ ଅଧିନାୟକ ପଦକୁ…

ତାମିଲନାଡୁ ରାଜନୀତିରେ ବଡ଼ ହଲଚଲ: ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ TVK ବିଧାୟକ

ଚେନ୍ନାଇ,୨୭।୧୧: ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗମ’ (TVK)ର କାଲ୍ଲାକୁରିଚି ବିଧାୟକ ସି. ଅରୁଲ ଭିଗ୍ନେଶଙ୍କୁ ଶୁକ୍ରବାର ସଂଧ୍ୟାରେ…

ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱରେ ଖେଳିବେ ଶ୍ରେୟସ ଆୟର; ଏହି ଟୁର୍ନାମେଣ୍ଟରେ ଏକାଠି ମଇଦାନକୁ…

ନୂଆଦିଲ୍ଲୀ,୨୭।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୬ର ସୁପର ଲିଗ୍ ଷ୍ଟେଜ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଦଳକୁ ବଡ଼ ବଳ ମିଳିଛି। ଭାରତୀୟ ଟି-୨୦ ଦଳର…

ରୋହିତ MI ଅଧିନାୟକ ହେବା ପରେ ସୂର୍ଯ୍ୟକୁମାର ଦେଲେ ଏମିତି ଇସାରା, ପୋଷ୍ଟ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୭।୧୧: ମୁମ୍ୱାଇ ଇଣ୍ଡିଆନ୍ସ ଆଇପିଏଲ (IPL) ୨୦୨୭ ପୂର୍ୱରୁ ବଡ଼ ନିଷ୍ପତ୍ତି ନେଇ ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ନେତୃତ୍ୱ ପ୍ରଦାନ କରିଛି। ପାଞ୍ଚ ଥର…

UPI ପେମେଣ୍ଟ କରୁଥିଲେ ଆସିଲା ବଡ଼ ଅପଡେଟ୍‌: ୧ ଜାନୁଆରୀରୁ ବନ୍ଦ ହେବ…

ନୂଆଦିଲ୍ଲୀ,୨୭।୧୧: ଆଜିକାଲି ଛୋଟରୁ ଛୋଟ କିଣାକିଣି ପାଇଁ ମଧ୍ୟ ଲୋକେ UPIରେ ପେମେଣ୍ଟ କରୁଛନ୍ତି। କେବେ ୫୦ ଟଙ୍କାର ଚା’ ତ କେବେ ୨୦୦ ଟଙ୍କାର ସାମଗ୍ରୀ…

PCBର ବଡ଼ ଝଟକା: ଏକାଥରକେ ୧୨ ଖେଳାଳିଙ୍କୁ କଣ୍ଟ୍ରାକ୍ଟରୁ ଆଉଟ୍‌, ମାତ୍ର ୮ ଜଣଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୭।୧୧: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ମହିଳା କ୍ରିକେଟ ଦଳର କେନ୍ଦ୍ରୀୟ ଚୁକ୍ତି (ସେଣ୍ଟ୍ରାଲ କଣ୍ଟ୍ରାକ୍ଟ)ରେ ବଡ଼ ପରିବର୍ତ୍ତନ କରିଛି। ବୋର୍ଡ ୨୦୨୬-୨୭ ସିଜିନ ପାଇଁ କେନ୍ଦ୍ରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?