Posted inଫୁରସତ

ଜଣଙ୍କୁ ପ୍ରେମ ବିବାହ କଲେ ଦୁଇ ଭଉଣୀ, ଖୁସିର ଏମିତି ରାଜ୍‌ କହିଲେ…

ସେମାନେ ଦୁଇ ଭଉଣୀ ତଥାପି ଅଲଗା ନୁହନ୍ତି। ଦୁହେଁ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ତିନିଜଣ ଏବେ ବହୁତ ଖୁସି ଥିବା କହିଛନ୍ତି। କାରଣ ସେମାନେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ହିଁ ବିବାହ କରିଛନ୍ତି। ଦୁଇ ଭଉଣୀ ଜୋଶ ବଲିଙ୍ଗ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଯାହା ନିକଟରେ ପ୍ରକାଶ ପାଇଛି। ବିବାହର ତିନି ବର୍ଷ ପରେ ମଧ୍ୟ ସେ ସୁଖମୟ ଜୀବନ ବିତାଉଛନ୍ତି। ଏହି ତିନିଜଣଙ୍କ ପାଇଁ ଏହା ସ୍ବାଭାବିକ ନୁହେଁ, କିନ୍ତୁ ଏହା ବିଶ୍ୱ ପାଇଁ ଏକ ଉଦାହରଣଠାରୁ କମ୍‌ ନୁହେଁ।

ଯାଆଁଳା ଭଉଣୀ ଆବି ଏବଂ ବ୍ରିଟାନି। ସେମାନେ ତଳଠାରୁ ଭିନ୍ନ ଏବଂ ଦୁଇଟି ମୁଣ୍ଡ ଅଛି। ୧୯୯୬ରେ ଓପ୍ରା ଓ୍ବିନ୍‌ଫ୍ରେଙ୍କ ଶୋ’ରେ ଉଭୟ ଭଉଣୀ ଦୁନିଆରେ ପ୍ରସିଦ୍ଧ ହୋଇଥିଲେ। ସେମାନଙ୍କର ନିଜସ୍ବ ଟିଭି ଶୋ’ ମଧ୍ୟ ପ୍ରସିଦ୍ଧ ହେଲା। ଯେଉଁଥିରେ ଲୋକମାନେ ଜାଣିବାର ସୁଯୋଗ ପାଇଲେ ଯେ, ଦୁହେଁ କିପରି ସାଧାରଣ ଜୀବନଯାପନ କରୁଛନ୍ତି ଏବଂ ଖୁସି ଅଛନ୍ତି।

ଆଜି ଉଭୟ ଭଉଣୀଙ୍କୁ ୩୪ ବର୍ଷ ବୟସ ହୋଇଛି ଏବଂ ନିକଟରେ ସେମାନଙ୍କର ବିବାହ ଫଟୋ ଶେୟାର କରିଛନ୍ତି। ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଦୁନିଆକୁ କହିବାକୁ ପସନ୍ଦ କରନ୍ତି ନାହିଁ। ତଥାପି ସେମାନେ କହିଛନ୍ତି , ଜଣେ ମା ହେବାକୁ ଚାହୁଁଛନ୍ତି କିନ୍ତୁ ଏହା କିପରି ହେବ ସେ ବିଷୟରେ ଆଲୋଚନା କରିବାକୁ ଚାହୁଁନାହାନ୍ତି।

ଆବି ଏବଂ ବ୍ରିଟାନୀଙ୍କ ସ୍ବାମୀ ଜୋଶ ବଲିଙ୍ଗ ପୂର୍ବରୁ ସେନାବାହିନୀରେ କାର୍ଯ୍ୟ କରିଥିଲେ। ଆଜି ସମସ୍ତ ତିନିଜଣ ମିନେସୋଟାଠାରେ ରୁହନ୍ତି। ଯେଉଁଠାରେ ଯାଆଁଳା ଭଉଣୀ ବଢ଼ିଥିଲେ। ଜୋଶ କହିଛନ୍ତି, ତିନିଜଣ ବୁଲିବାକୁ ଯାଇ ଆଇସକ୍ରିମ ଖାଇବାକୁ ପସନ୍ଦ କରନ୍ତି। ତାଙ୍କ ବିବାହ ପୂର୍ବରୁ ତାଙ୍କର ଏକ ୮ ବର୍ଷର ଝିଅ ମଧ୍ୟ ଅଛି, ଯିଏ ତାଙ୍କ ପରିବାରର ଏକ ଅଂଶ।

ଆବି ଏବଂ ବ୍ରିଟାନି ଜନ୍ମ ହେବା ପରେ, ସେମାନଙ୍କ ମା’ଏବଂ ବାପା ସେମାନଙ୍କୁ ପୃଥକ୍‌ କରିବେ କି ନାହିଁ ତାହା ସ୍ଥିର କରିଥିଲେ। କିନ୍ତୁ ସମ୍ଭାବ୍ୟ ଜଟିଳ ଅସ୍ତ୍ରୋପଚାର ହେତୁ ସେମାନେ ତାହା ନ କରିବାକୁ ସ୍ଥିର କଲେ। ଦୁହେଁ କୁହନ୍ତି, ସେମାନେ କେବେ ବି ଅଲଗା ହେବା ବିଷୟରେ ଚିନ୍ତା କରିନାହାନ୍ତି ଏବଂ ସେମାନେ ଖୁସି ଯେ, ସେମାନଙ୍କର ମାତାପିତା ସେମାନଙ୍କୁ ଅଲଗା କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ମୁହଁରେ ଭର୍ତ୍ତି କରି ଦେଇଥିଲେ AK-47, ସେଦିନର ଲୋମଟାଙ୍କୁରା ଘଟଣା ବଖାଣିଲେ ପାଇଲଟ୍‌

ନୂଆଦିଲ୍ଲୀ,୨୬ା୭: ଆଜି ଅର୍ଥାତ୍‌ ୨୬ ଶୁକ୍ରବାର କାର୍‌ଗିଲ ବିଜୟ ଦିବସର ୨୫ବର୍ଷ ପୂରଣ ହୋଇଛି। ଏହି ଦିନ କାର୍‌ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ...

ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରୁଥିଲା ଅଜଗର, ବ୍ୟକ୍ତି ଜଣଙ୍କ କଲେ ଏଭଳି, ଭିଡିଓ ଦେଖିଲେ…

ଭୋପାଳ,୨୬।୭: ମଧ୍ୟପ୍ରଦେଶର ଜବଲପୁରର କଲ୍ୟାଣପୁର ଗ୍ରାମରେ ୧୫ ଫୁଟ ଲମ୍ବର ଅଜଗର ସାପ ଆକ୍ରମଣ କରିବା ପରେ ଜଣେ ବ୍ୟକ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।...

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ଜୀବନରେ ‘ରିଫ୍ରେଶ’ ରହିବା ଜରୁରୀ

ପ୍ରତିବର୍ଷ ଜୁଲାଇ ମାସର ଚତୁର୍ଥ ଗୁରୁବାର ନ୍ୟାଶନାଲ୍‌ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ଏହି ଦିନ ଲୋକମାନେ ଥଣ୍ଡା ଲେମ୍ବୁ, ବରଫଯୁକ୍ତ ଚା’, କୋଲ୍ଡ ପାନୀୟ,...

ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିକାନ୍ଦି ଏମିତି କହିଲେ ଝିଅ: ବାପାଙ୍କ ଆଖିରେବି ରହିଲାନି ଲୁହ, ଭାଇରାଲ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଚା’  ବିକାଳଙ୍କ  ଝିଅ ତାଙ୍କ ବାପାଙ୍କୁ କୁଣ୍ଢାଇ ଧରିି କହନ୍ତି, ପାପା,...

ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରେ

ପ୍ରତିବର୍ଷ ଜୁଲାଇ ୨୩ରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ୧୯୨୭ରେ ବମ୍ବେ (ମୁମ୍ବାଇ)ଷ୍ଟେଶନରୁ ପ୍ରସାରିତ ପ୍ରଥମ ରେଡିଓ ପ୍ରସାରଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି...

ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ…

ବ୍ୟାଚେଲର୍‌ ହୁଅନ୍ତୁ ଅବା ହଷ୍ଟେଲରେ ରହି ପଢୁଥିବା ପିଲା, ସମସ୍ତଙ୍କର ପ୍ରଥମ ପସନ୍ଦ ଇନ୍‌ଷ୍ଟାଣ୍ଟ ନୁଡଲ୍ସ। ଖୁବ୍‌ ଜୋର୍‌ରେ ଭୋକ ହେଉଥିବା ବେଳେ ଫଟାଫଟ୍‌ ତିଆରି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri