ଦୁଇ ସମାନ୍ତର ସରଳରେଖା-ଚେତନା ଓ ଚାତୁର୍ଯ୍ୟ

ଯିଏ ଆମ କଥା ଗ୍ରାହ୍ୟ କରିବେ ଆମେ ତାଙ୍କ ମୁଣ୍ଡରେ ସୁନାକଳସ ଢାଳିବୁ, ଆମ ହାତୀ ଉପରେ ସେ ହିଁ ବସିବ, ଆମେ ତାଙ୍କୁ ରାଜ୍ୟପତି କରିଦେବୁ, କୁଳପତି କରିଦେବୁ, ଛତ୍ରପତି କି ଶିକ୍ଷାପତି ବନେଇ ଦେବୁ, ଯେତେ କମିଟି ଥିବ ସେଥିରେ ସେ ହେବେ କାରପଟଦାର। ସେ ଯାହା ହୋଇଥିଲେ ଆମର କ’ଣ ଅଛି ? ସେ ନପୁଂସକ ହୋଇଥିଲେ ଆମେ ତାଙ୍କୁ ପୁରୁଷପୁଙ୍ଗବ ବୋଲି ପ୍ରମାଣ କରିଦେବୁ। ସେ ଅଜ୍ଞ ହୋଇଥିଲେ ଆମେ ତାଙ୍କୁ ବିଜ୍ଞ ପ୍ରମାଣ କରିଦେବୁ। ସେ ଅକାର୍ଯ୍ୟକର୍ତ୍ତା ହୋଇଥିଲେ ସେ ଯେ ସୁକାର୍ଯ୍ୟଦକ୍ଷ ତାହା ପ୍ରମାଣ କରିବାକୁ ପ୍ରୟାସ କରିବାରେ ଆଦୌ ପଶ୍ଚାଦପଦ ହେବୁ ନାହିଁ। ଆମ ପାଇଁ ଏପରି କ୍ରିୟାଯୋଗ ଭିନ୍ନ ଏକ ଆମତ୍ପ୍ରସାଦ ଅନ୍ୟ ଏକ ମରମିକଥା। ଏଥିପାଇଁ ଆମେ ଦୁଃସାହସୀ ଏବଂ ଯେ ଯେତେ ଠିକ୍‌ କଥା କହିଲେ ମଧ୍ୟ ଆମେ ସେ ସବୁକୁ ନସ୍ୟାତ୍‌ କରିଦେବୁ। ରାସ୍ତା କରିବା ପାଇଁ ଯେପରି ବୁଲ୍‌ଡୋଜର ମଡ଼ାଯାଏ, ସେହିପରି ଆମ କ୍ଷମତା ରାସ୍ତା ନିର୍ମାଣ ପାଇଁ ଆମେ ଆମ ମର୍ଜିର ବୁଲ୍‌ଡୋଜର ମଡ଼ାଇବାକୁ କାହିଁକି ପରାଙ୍‌ମୁଖ ହେବୁ ? ଏ ସଂସାରରେ ‘ସର୍ଭାଇଭାଲ ଅଫ୍‌ ଦି ଫିଟେଷ୍ଟ’ ବା ଯୋଗ୍ୟତମର ବଞ୍ଚିରହିବାର ଅଧିକାର ଅଛି ବୋଲି ବୈଜ୍ଞାନିକ ସିଦ୍ଧାନ୍ତଟିଏ ଦିଆଯାଇ ନାହଁିକି କେଉଁକାଳରୁ ଡାର୍‌ଉଇନଙ୍କ ପରି ପ୍ରଖ୍ୟାତ ବୈଜ୍ଞାନିଙ୍କ ଦ୍ୱାରା ? ଆମେ ଯାହା କରୁଛୁ, କେବଳ ସେଇ ମହାମତ୍ାଙ୍କ ସାଧୁବାଣୀ ଅବଲମ୍ବନରେ କରୁଛୁ। ତାଙ୍କ ବକ୍ତବ୍ୟକୁ ବେଦର ମନ୍ତ୍ର ପରି ଗ୍ରହଣ କରି ଶୋଷି ନେଇଛୁ।
ଏବେ ଆମେ ତ କେବଳ ଯୋଗ୍ୟତମ। ତା’ ନ ହୋଇଥିଲେ ଜନତାଙ୍କ ଜନାର୍ଦ୍ଦନ ହୋଇପାରି ନ ଥାନ୍ତୁ। କେତେକେତେ ମୁଣ୍ଡିଆଳ ଥାଉ ଥାଉ ଏଇ ସମୂହ ଆମକୁ କାହିଁକି ଇଚ୍ଛିଲେ, ତେଣୁ ବରିଲେ ? ଯେକୌଣସି କନ୍ୟା ତା’ର ଇଚ୍ଛା ଅନୁସାରେ ବରଟିଏ ପାଇବାକୁ ଚାହେଁ ନାହିଁ କି ? ଏଇ ଜନତାରୂପୀ କନ୍ୟା ତା’ର ଇଚ୍ଛାନୁରୂପ ବର ବୋଲି ଆମକୁ ଘେନିଲା ଏବଂ ସ୍ବୟମ୍ବରରେ ବହୁ ବହୁ ଯୋଗ୍ୟଥିବାବେଳେ ଆମେ ଯୋଗ୍ୟତମ ବୋଲି ତାଙ୍କ ଦ୍ୱାରା ବରଣମାଳା ପ୍ରାପ୍ତ ହେଲୁ। କେବଳ ଯୋଗ୍ୟତମ ବୋଲି । ଆମେ ଆମକୁ ଯୋଗ୍ୟତମ କହିବାରେ କିଛି କ’ଣ ଭୁଲ ଅଛି ନା ସେଥିପାଇଁ ଆମର ସାମାନ୍ୟ ଶୋଚନା ଅଛି ? କାରଣ ଆମେ ସିନା ଅବାଟରେ ଯାଇଥିଲେ ଭୁଲ କରିଥାନ୍ତୁ। ଆମର ଯୋଗ୍ୟତା ହେଉଛି ଯେ ଆମେ ଯୋଗ୍ୟତମ। ଡାରଉଇନଙ୍କ ‘ଯୋଗ୍ୟତମ’ ଅନୁସାରେ ଆମେ ଯୋଗ୍ୟତମ। ସେ ହିଁ ଯୋଗ୍ୟତମ ଯେ ଅନ୍ୟମାନଙ୍କୁ ମାଡ଼ିମକଚି ନିଜକୁ କଳେବଳେ କୌଶଳେ ଜାହିର କରିପାରେ। ସମସ୍ତେ କ’ଣ ପରିବେଶ ଓ ପରିସ୍ଥିତିର ଆହ୍ବାନକୁ ମୁକାବିଲା କରିପାରନ୍ତି। କେବଳ ଯୋଗ୍ୟତମ ହିଁ ସେହି ଅସାଧାରଣ କ୍ରିୟା ସମ୍ପାଦନ କରିପାରେ। ତେଣୁ ଯୋଗ୍ୟତମ ସାଧାରଣ ମାନବ ନୁହଁ, ଅବା ନୁହେଁ ମାମୁଲି ପ୍ରାଣୀଟିଏ। ତା’ର ପ୍ରାଣ ଅଛି ହଁ, ଅନ୍ୟ ପ୍ରାଣୀ ଏପରି କି ତା’ର ପ୍ରଜାପତିର ମଣିଷମାନଙ୍କ ପରି। କିନ୍ତୁ ଅନ୍ୟ ମଣିଷମାନେ ସେହି ମହାର୍ଘ ଗୁଣ ଅର୍ଜନ କରି ନ ଥାନ୍ତି ଯାହା ଆମେ ଅର୍ଜନ କରିଛୁ ବୋଲି ଯୋଗ୍ୟତମ ବୋଲାଉଛୁ। ଏପରି ଉପାଧି ଆମକୁ ବି ମିଳିଛି କାହା କାହା ଦ୍ୱାରା। ହେଲେ ଯେଉଁମାନେ ଆମକୁ ଏପରି ମର୍ଯ୍ୟାଦା ପ୍ରଦାନ କରିଛନ୍ତି ସେମାନେ ଜାଣିନାହାନ୍ତି ଯେ ଆମେ ଯୋଗ୍ୟତମ ହେବା ମୂଳରେ କେଉଁ ଉପାଦନ ବିହିତ। ସତ ତଥା ଦୃଢ଼କରି କହିଲେ ତାହା ହେଉଛି ଆମର ଚାତୁର୍ଯ୍ୟ ଅବା ଚତୁରପଣିଆ।
ଆମେ ଜାଣିଛୁ, ବେଶ୍‌ ଭଲକରି ଜାଣିଛୁ କେବଳ ଚତୁରମାନେ ଏ ସଂସାରରେ ତିଷ୍ଠିବେ, କାରଣ ସେଇମାନେ ହିଁ ଯୋଗ୍ୟତମ । ଆଉ ଯେଉଁ ମୂର୍ଖକୁବିନ୍ଦମାନେ ଚେତନା କଥା ବାରମ୍ବାର ଓଗାଳିଛନ୍ତି ସେମାନେ କେତେ ତିଷ୍ଠିଛନ୍ତି ତାହା ବିଚାର୍ଯ୍ୟ। ହଁ, ସେମାନଙ୍କୁ କଦବା କେହି କେହି ସ୍ମରଣକୁ ଆଣନ୍ତି ଓ ମାନନ୍ତି। କିନ୍ତୁ ଚତୁରମାନେ ପ୍ରୟୋଗବାଦୀ ତଥା ବାସ୍ତବବାଦୀ ହୋଇଥିବାରୁ ସେମାନେ ବିଜ୍ଞାନୀ କୈବର୍ତ୍ତମାନଙ୍କ ଦ୍ୱାରା ଆଦୃତ ହୁଅନ୍ତି। ଚେତନା କ’ଣ ବାସ୍ତବ ଜୀବନର ଆବଶ୍ୟକତା ପୂରଣ କରିପାରେ? ପାଞ୍ଚଜଣ ଧାଡ଼ିରେ ଅଛନ୍ତି ଟିକଟ କାଟିବାକୁ। ଚେତନା କହିବ, ”ତୋ ପାଳି ଆସିଲେ, ତୁ ଟିକଟ କାଟିବୁ। ତେଣୁ ମୁଁ ଧସେଇ ପଶେନାହିଁ। ହେଲେ ପକ୍ଷାନ୍ତରରେ ଚତୁରମାନେ ଏପରି ଅବିସୃଶ୍ୟକାରିତାକୁ ନାପସନ୍ଦ କରନ୍ତି। ତାଙ୍କ କାମଟି ଯେକୌଣସି ପ୍ରକାରେ ହେବା ଦରକାର। ତାଙ୍କ ପାଇଁ ଲକ୍ଷ୍ୟ ହାସଲ ବଡ଼, ପନ୍ଥା ବଡ଼ ନୁହଁ, ଟିକଟ ହାସଲ କରିବା ଦରକାର। ତେଣୁ ପଛରେ ଥିଲେ ଧସ୍ତାଧସ୍ତି କରି ଜବରଦସ୍ତି ଆଗକୁ ଯାଇ ସେ ଖଣ୍ଡିକ ହାସଲ କରିବାରେ କେଉଁ ପ୍ରଣବ ଅଶୁଦ୍ଧ ହୋଇଯିବ? ଏ ତ ହେଉଛି ଯଥାର୍ଥ ପ୍ରୟୋଜକବାଦର ନିଆରା ଦୃଷ୍ଟାନ୍ତ। ଏଥିପାଇଁ ଚତୁର କେତେ ମାତବର ! କେତେ ଯଥାଯଥ ! କେତେ ବାସ୍ତବ! କ’ଣ ହେବ ଆଦର୍ଶର ଅନୁଧାବନ କରି ? ନିର୍ବାଚନରେ ଜିତିବାକୁ ଚୁତରତା ଦରକାର, ଚେତନା ନୁହଁ। ଚେତନା ତ ଚେତେଇ ଦିଏ, ଭଲ, ମନ୍ଦ ଦେଖେଇ ଦିଏ। ବନ୍ଧୁପରି ହାତଧରି ପାପରୁ ନିବୃତ୍ତ କରାଇ ହିତରେ ଲଗାଇ ଦିଏ। ପକ୍ଷାନ୍ତରେ ଚାତୁର୍ଯ୍ୟ ଯାହା ତତ୍କାଳିକତା ଦ୍ୱାରା ଅନୁପ୍ରେରିତ ଓ ନିୟନ୍ତ୍ରିତ, ତାହା କାର୍ଯ୍ୟ ହାସଲ ପାଇଁ ପାପ କି ଅନ୍ୟାୟ ବି ପ୍ରଚୋଦିତ କରେ। ମୋତେ ନିର୍ବାଚନରେ ଜିତିବାକୁ ହେଲେ ଯାହା ନିଶ୍ଚୟ କରିବା କଥା ତାହା ମୁଁ କରିବାକୁ ଆଦୌ କୁଣ୍ଠାବୋଧ କରିବି ନାହିଁ। ନିର୍ବାଚନ ଜିତିବାକୁ ‘ରୁପିଆ“ ଖର୍ଚ୍ଚ କରିବାକୁ ହେବ। କହି ନାହାନ୍ତି କି ବିଶିଷ୍ଟ ବକ୍ତା ”ଟାକା ନିତେ ହବେ, ଟାକା ଦିତେ ହବେ, ଟାକା ରାଖତେ ହବେ“ -(ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ- ପ୍ରଫେସର ମନ୍ମଥନାଥ ଦାସ)। ତେଣୁ ଲକ୍ଷ୍ୟକଲେ ବେଶ୍‌ ଧରିହୁଏ ଚେତନମାନେ ନୁହନ୍ତି, ଚତୁରମାନେ ନିର୍ବାଚନ ବୈତରଣୀ ଭିନ୍ନ ଏକ ନାବରେ ଭିନ୍ନ ଏକ ନାଉରୀ ଦ୍ୱାରା ପାରିହୋଇ ଯାଆନ୍ତି। ଆଉ ଯେ ଚେତନ ସେ ଭକୁଆ ମାରେ ମାରେ ଚିତ୍‌ପଟାଙ୍ଗ ମାନେ ସେ ହୁଏ ଭଗଜାନୁ ଖାରବେଳ ଏକ ଅସଫଳ ସତ୍ତା, ନିର୍ମୂଳିଲତା, କବିବର ଗୁରୁ ମହାନ୍ତିଙ୍କ ‘ଗୋବର ଗଣେଶ’। ସେ କେବେ ବି ଯୋଗ୍ୟତମ ହୋଇପାରେନା ଯଦିଓ ବହୁ ଯୋଗ୍ୟତାରେ ସେ ଝଲସୁଥାଏ। ତା’ପାଖରେ ଥାଏ ଜ୍ଞାନ, ଥାଏ କର୍ମ, ଥାଏ ଭକ୍ତି ଏବଂ ଥାଏ ଯୋଗ ଏବଂ ତା’ର ନିରନ୍ତର ପ୍ରାର୍ଥନା ଥାଏ, ”ଯୁକ୍ତ କରୋ ହେ ସବାର ସଙ୍ଗେ ମୁକ୍ତ କରୋ ହେ ବଦ୍ଧ“। ହେଲେ ଅଜ୍ଞାନ, ଅଭକ୍ତି ଓ ଦୁଷ୍କର୍ମ ଦ୍ୱାରା ସେ ବିଯୁକ୍ତ ହୋଇଯାଏ। ତା’ସତ୍ତ୍ୱେ ସେ କାଳକାଳକୁ ଭୀମ ଭୋଇଙ୍କ ବିହନ ହୋଇ ରହେ ଆଉ ଯୋଗ୍ୟତମ ବାପୁଡ଼ା କବିଙ୍କ ଓଜିମାଣ୍ଡିଆର ଦୁଃସ୍ଥିତିରେ ହୁଏ ପ୍ରପୀଡ଼ିତ।
ଯେଉଁ ଆଗଚଲା, କଥାକୁହା କପିଳାମାନେ ଆପଣାକୁ ଯୋଗ୍ୟତର ଭାବି, ଅହଂକାରରେ ଫୁଲି ଉଠି, ”ମହୀମଣ୍ଡଳେ ନାହିଁ ଏମନ୍ତ ଜନ / ମୋ ଅଧିକାରେ ଯେହୁ କରିବ ଛିନ୍ନ“ ସ୍ପର୍ଦ୍ଧା ଫୁଟାଉଛନ୍ତି, ସେମାନେ ଦୟାକରି ଅନ୍ତତଃ ଥରେ ଶୁଣନ୍ତୁ, ”ରେ ଆମତ୍ନ, ନିଦ୍ରା ପରିହରି ଫେଡ଼ି ଚିନ୍ତାର ଲୋଚନ, କର କର ନିରୀକ୍ଷଣ, ନିଃଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି, ଭେଟିବାକୁ ମୃତ୍ୟୁସିନ୍ଧୁ କରାଳ ଲହରି।

ବ୍ରଜମୋହନ ମିଶ୍ର
ଅବସରପ୍ରାପ୍ତ ପ୍ରାଧ୍ୟାପକ, ଭଦ୍ରକ
ମୋ:୮୦୧୮୦୮୭୮୩୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

୪ର୍ଥରୁ ୬ଷ୍ଠକୁ ଖସିଲା

ନିକଟରେ ଏପ୍ରିଲ ୨୦୨୬ରେ ପ୍ରକାଶିତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ୱ ଅର୍ଥନୈତିକ ଆଉଟ୍‌ଲୁକ୍‌ ରିପୋର୍ଟ ଅନୁସାରେ ଭାରତ ଭଲ ଅଭିବୃଦ୍ଧି ହାସଲ କରିବା ସତ୍ତ୍ୱେ ଜାପାନ ଏବଂ ବ୍ରିଟେନଠାରୁ…

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

ଭୂଗର୍ଭ ଜଳ ସମସ୍ୟା

ଜୀବଜଗତ ବଞ୍ଚିବା ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ‘ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ’। ଜଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri