ସମାପ୍ତି ହେଉନାହିଁ

ଦକ୍ଷିଣ ବମ୍ବେର ବାଲାର୍ଡ ଇଷ୍ଟେଟରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିଲ୍ଡିଂ ଗତ ଦଶନ୍ଧିରେ ଚର୍ଚ୍ଚାର କେନ୍ଦ୍ରରେ ରହି ଆସିଛି। ଅନେକ ଗୁରୁତ୍ୱପୂର୍ଣ୍ଣ ବା ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କୁ ସମ୍ପୃକ୍ତ କରି ହୋଇଥିବା ମାମଲାଗୁଡ଼ିକର ତଦନ୍ତକୁ ନେଇ ବହୁ ସମୟରେ ଏହା ବିବାଦୀୟ ବିତର୍କକୁ ଉଜାଗର କରିଛି। ଏପ୍ରିଲ ୨୭େରେ ବାଲାର୍ଡ ଇଷ୍ଟେଟସ୍ଥିତ ଇଡି ଅଫିସ୍‌ରେ ଅଗ୍ନିକାଣ୍ଡ ଯୋଗୁ ଏହା ପୁନର୍ବାର ଖବର ପାଲଟିଛି। ଇଡି ଜୋନ୍‌(୧) କାର୍ଯ୍ୟାଳୟରେ ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜଳିଯାଇଛି। ଏହି ନିଆଁକୁ ଆୟତ୍ତ କରିବାକୁ ୧୦ ଘଣ୍ଟା ଲାଗିଯାଇଥିଲା ଓ ଏଥିରେ କେହି ମୃତାହତ ହୋଇନାହାନ୍ତି। କୌତୂହଳର ବିଷୟ ଯେ ଦୀର୍ଘ ସମୟ ବିଲ୍ଡିଂ ଜଳିଥିଲେ ମଧ୍ୟ କେହି ବ୍ୟକ୍ତି ଆହତ ନ ହେବା ସବୁକିଛି ଷଡ଼ଯନ୍ତ୍ର ଦିଗକୁ ସୂଚିତ କରୁଛି। ଫଳରେ ହାଇ ପ୍ରୋଫାଇଲ ମାମଲାଗୁଡ଼ିକର ଦସ୍ତାବିଜ ଉପରେ ପ୍ରଶ୍ନ ଉଠିଛି। ଉଲ୍ଲେଖଯୋଗ୍ୟ, ନଷ୍ଟ ହୋଇଯାଇଥିବା ଫାଇଲଗୁଡ଼ିକ ମଧ୍ୟରେ ପଳାତକ ବ୍ୟବସାୟୀ ମେହୁଲ ଚୋକ୍‌ସୀ, ନୀରବ ମୋଦି ଏବଂ ଭାଜପାକୁ ସମର୍ଥନ କରୁଥିବା ଅଜିତ ପାଓ୍ବାରଙ୍କର ଏନ୍‌ସିପି ଗୋଷ୍ଠୀର ନେତା ଛଗନ ଭୁଜବଳଙ୍କ ତଦନ୍ତ ରେକର୍ଡ ସବୁ ରହିଛି। ଏହାସହ କମ୍ପ୍ୟୁଟର, ଡକ୍ୟୁମେଣ୍ଟେଶନ ସମେତ କାର୍ଯ୍ୟାଳୟର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବାରୁ ତଦନ୍ତ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଅନ୍ୟପକ୍ଷରେ ଇଡି ପକ୍ଷରୁ କୁହାଯାଇଛି, ଫାଇଲଗୁଡ଼ିକ ଡିଜିଟାଲି ସଂରକ୍ଷିତ ହୋଇ ରହିଥିବାରୁ ତଦନ୍ତ ଓ ବିଚାର ପ୍ରକ୍ରିୟା ପ୍ର୍ରଭାବିତ ହେବ ନାହିଁ । କିନ୍ତୁ ମହାରାଷ୍ଟ୍ରର ବିରୋଧୀ ଦଳଗୁଡ଼ିକ ଅଗ୍ନିକାଣ୍ଡକୁ ଦୁର୍ଘଟଣା ଭାବେ ଗ୍ରହଣ କରୁନାହାନ୍ତି, ବରଂ ଏହା ଏକ ଷଡ଼ଯନ୍ତ୍ର ବୋଲି କହୁଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ହର୍ଷବର୍ଦ୍ଧନ ସପ୍‌କାଲ କହିଛନ୍ତି, ଇଡି ଅଧିକାରୀମାନେ ଜାଣିଶୁଣି କାର୍ଯ୍ୟାଳୟରେ ନିଆଁ ଲଗାଇଦେଇଛନ୍ତି।
ଏହାସହ ଗତ ଏକ ଦଶନ୍ଧି ମଧ୍ୟରେ ଇଡିକୁ ବିରୋଧୀ ନେତାମାନଙ୍କୁ ଜେଲରେ ରଖିବାଠାରୁ ଆରମ୍ଭ କରି ଅନେକ ରାଜନେତାଙ୍କୁ ଡରାଇ ଦଳ ପରିବର୍ତ୍ତନ କରିବାରେ ବ୍ୟବହାର କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଦେଖିବାକୁ ଗଲେ ନିକଟ ବର୍ଷଗୁଡ଼ିକରେ କେବଳ ମହାରାଷ୍ଟ୍ରରେ ବିଭାଜନ ପୂର୍ବରୁ ଏନ୍‌ସିପିରେ ଥିବା ନେତା ଛଗନ ଭୁଜବଳ, ସମୀର ଭୁଜବଳ, ନଓ୍ବାବ ମଲିକ ଏବଂ ଅନିଲ ଦେଶମୁଖଙ୍କ ସହ ଶିବସେନା (ଉଦ୍ଧବ ଠାକ୍‌ରେ) ନେତା ସଞ୍ଜୟ ରାଓତଙ୍କୁ ଇଡି ଗିରଫ କରିଥିଲା। ଏହା ବ୍ୟତୀତ ମହାରାଷ୍ଟ୍ରର ଆହୁରି ଅନେକ ନେତା ଇଡି କାର୍ଯ୍ୟାଳୟରୁ ଡକରା ପାଇ ଯାଇଛନ୍ତି ଓ ସେଠାରୁ ଫେରିବା ପରେ ସେମାନଙ୍କ ଦୃଷ୍ଟିକୋଣ ବଦଳାଇଛନ୍ତି। ଏହାର ଏକ ଉଦାହରଣ ହେଉଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ମୁଖ୍ୟ ରାଜ୍‌ ଠାକ୍‌ରେ। ୨୦୧୯ରେ ଲୋକ ସଭା ନିର୍ବାଚନ ଶୋଭାଯାତ୍ରାରେ ଭାଜପାକୁ କଟାକ୍ଷ କରିଥିବାରୁ ନିର୍ବାଚନ ପରେ ଏକ ବହୁ ପୁରୁଣା ମାମଲାକୁ କେନ୍ଦ୍ରକରି ତାଙ୍କୁ ଇଡିରୁ ସମନ ଜାରି କରାଯାଇଥିଲା। ଇଡିରୁ ଫେରି ରାଜ ଠାକ୍‌ରେ ଭାଜପାକୁ ସମାଲୋଚନା କରିବା ବନ୍ଦ କରିଦେଇଥିଲେ। ପରେ ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ନିଃସର୍ତ୍ତ ସମର୍ଥନ କରିଥିଲେ। ଏହା ଏବେ ଏବକାର ଇଡିର ମୁଖ୍ୟ କର୍ତ୍ତବ୍ୟ ହୋଇଯାଇଛି ବୋଲି ବିରୋଧୀ ରାଜନେତାମାନେ ଦୋଷାରୋପ କରୁଛନ୍ତି।
ଇଡି ମୁଖ୍ୟତଃ ମନି ଲଣ୍ଡରିଂ (ଆର୍ଥିକ ହେରଫେର) ଏବଂ ବୈଦେଶିକ ବିନିମୟ ନିୟମ-୧୯୯୯ ଉଲ୍ଲଂଘନର ତଦନ୍ତ କରିଥାଏ। ଏହାର ମୁଖ୍ୟାଳୟ ଦିଲ୍ଲୀରେ ଥିବାବେଳେ ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଓ ସ୍ଥାନୀୟ କାର୍ଯ୍ୟାଳୟ ରହିଛି। ଏଣୁ ଇଡିକୁ ଆର୍ଥିକ ଅପରାଧର ତଦନ୍ତ ଓ ବିଚାର କରିବାରେ ବ୍ୟାପକ ବ୍ୟବସ୍ଥା ଅଛି। କିନ୍ତୁ ଏବେ ଇଡି ପାଇଁ ମଞ୍ଜୁରିପ୍ରାପ୍ତ ଅଧିକାରୀ ପଦବୀଗୁଡ଼ିକରୁ ୫୬ ପ୍ରତିଶତ ଖାଲି ପଡ଼ିଛି ଏବଂ ଏଥିରେ ଏହାକୁ କାର୍ଯ୍ୟ କରିବାକୁ ହେଉଛି। ଫଳରେ ସବୁ ତଦନ୍ତରେ ବିଳମ୍ବ ହେବା ସହିତ କୌଣସି ମାମଲାର ସମାପ୍ତି ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri