ସମାପ୍ତି ହେଉନାହିଁ

ଦକ୍ଷିଣ ବମ୍ବେର ବାଲାର୍ଡ ଇଷ୍ଟେଟରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିଲ୍ଡିଂ ଗତ ଦଶନ୍ଧିରେ ଚର୍ଚ୍ଚାର କେନ୍ଦ୍ରରେ ରହି ଆସିଛି। ଅନେକ ଗୁରୁତ୍ୱପୂର୍ଣ୍ଣ ବା ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କୁ ସମ୍ପୃକ୍ତ କରି ହୋଇଥିବା ମାମଲାଗୁଡ଼ିକର ତଦନ୍ତକୁ ନେଇ ବହୁ ସମୟରେ ଏହା ବିବାଦୀୟ ବିତର୍କକୁ ଉଜାଗର କରିଛି। ଏପ୍ରିଲ ୨୭େରେ ବାଲାର୍ଡ ଇଷ୍ଟେଟସ୍ଥିତ ଇଡି ଅଫିସ୍‌ରେ ଅଗ୍ନିକାଣ୍ଡ ଯୋଗୁ ଏହା ପୁନର୍ବାର ଖବର ପାଲଟିଛି। ଇଡି ଜୋନ୍‌(୧) କାର୍ଯ୍ୟାଳୟରେ ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜଳିଯାଇଛି। ଏହି ନିଆଁକୁ ଆୟତ୍ତ କରିବାକୁ ୧୦ ଘଣ୍ଟା ଲାଗିଯାଇଥିଲା ଓ ଏଥିରେ କେହି ମୃତାହତ ହୋଇନାହାନ୍ତି। କୌତୂହଳର ବିଷୟ ଯେ ଦୀର୍ଘ ସମୟ ବିଲ୍ଡିଂ ଜଳିଥିଲେ ମଧ୍ୟ କେହି ବ୍ୟକ୍ତି ଆହତ ନ ହେବା ସବୁକିଛି ଷଡ଼ଯନ୍ତ୍ର ଦିଗକୁ ସୂଚିତ କରୁଛି। ଫଳରେ ହାଇ ପ୍ରୋଫାଇଲ ମାମଲାଗୁଡ଼ିକର ଦସ୍ତାବିଜ ଉପରେ ପ୍ରଶ୍ନ ଉଠିଛି। ଉଲ୍ଲେଖଯୋଗ୍ୟ, ନଷ୍ଟ ହୋଇଯାଇଥିବା ଫାଇଲଗୁଡ଼ିକ ମଧ୍ୟରେ ପଳାତକ ବ୍ୟବସାୟୀ ମେହୁଲ ଚୋକ୍‌ସୀ, ନୀରବ ମୋଦି ଏବଂ ଭାଜପାକୁ ସମର୍ଥନ କରୁଥିବା ଅଜିତ ପାଓ୍ବାରଙ୍କର ଏନ୍‌ସିପି ଗୋଷ୍ଠୀର ନେତା ଛଗନ ଭୁଜବଳଙ୍କ ତଦନ୍ତ ରେକର୍ଡ ସବୁ ରହିଛି। ଏହାସହ କମ୍ପ୍ୟୁଟର, ଡକ୍ୟୁମେଣ୍ଟେଶନ ସମେତ କାର୍ଯ୍ୟାଳୟର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବାରୁ ତଦନ୍ତ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଅନ୍ୟପକ୍ଷରେ ଇଡି ପକ୍ଷରୁ କୁହାଯାଇଛି, ଫାଇଲଗୁଡ଼ିକ ଡିଜିଟାଲି ସଂରକ୍ଷିତ ହୋଇ ରହିଥିବାରୁ ତଦନ୍ତ ଓ ବିଚାର ପ୍ରକ୍ରିୟା ପ୍ର୍ରଭାବିତ ହେବ ନାହିଁ । କିନ୍ତୁ ମହାରାଷ୍ଟ୍ରର ବିରୋଧୀ ଦଳଗୁଡ଼ିକ ଅଗ୍ନିକାଣ୍ଡକୁ ଦୁର୍ଘଟଣା ଭାବେ ଗ୍ରହଣ କରୁନାହାନ୍ତି, ବରଂ ଏହା ଏକ ଷଡ଼ଯନ୍ତ୍ର ବୋଲି କହୁଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ହର୍ଷବର୍ଦ୍ଧନ ସପ୍‌କାଲ କହିଛନ୍ତି, ଇଡି ଅଧିକାରୀମାନେ ଜାଣିଶୁଣି କାର୍ଯ୍ୟାଳୟରେ ନିଆଁ ଲଗାଇଦେଇଛନ୍ତି।
ଏହାସହ ଗତ ଏକ ଦଶନ୍ଧି ମଧ୍ୟରେ ଇଡିକୁ ବିରୋଧୀ ନେତାମାନଙ୍କୁ ଜେଲରେ ରଖିବାଠାରୁ ଆରମ୍ଭ କରି ଅନେକ ରାଜନେତାଙ୍କୁ ଡରାଇ ଦଳ ପରିବର୍ତ୍ତନ କରିବାରେ ବ୍ୟବହାର କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଦେଖିବାକୁ ଗଲେ ନିକଟ ବର୍ଷଗୁଡ଼ିକରେ କେବଳ ମହାରାଷ୍ଟ୍ରରେ ବିଭାଜନ ପୂର୍ବରୁ ଏନ୍‌ସିପିରେ ଥିବା ନେତା ଛଗନ ଭୁଜବଳ, ସମୀର ଭୁଜବଳ, ନଓ୍ବାବ ମଲିକ ଏବଂ ଅନିଲ ଦେଶମୁଖଙ୍କ ସହ ଶିବସେନା (ଉଦ୍ଧବ ଠାକ୍‌ରେ) ନେତା ସଞ୍ଜୟ ରାଓତଙ୍କୁ ଇଡି ଗିରଫ କରିଥିଲା। ଏହା ବ୍ୟତୀତ ମହାରାଷ୍ଟ୍ରର ଆହୁରି ଅନେକ ନେତା ଇଡି କାର୍ଯ୍ୟାଳୟରୁ ଡକରା ପାଇ ଯାଇଛନ୍ତି ଓ ସେଠାରୁ ଫେରିବା ପରେ ସେମାନଙ୍କ ଦୃଷ୍ଟିକୋଣ ବଦଳାଇଛନ୍ତି। ଏହାର ଏକ ଉଦାହରଣ ହେଉଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ମୁଖ୍ୟ ରାଜ୍‌ ଠାକ୍‌ରେ। ୨୦୧୯ରେ ଲୋକ ସଭା ନିର୍ବାଚନ ଶୋଭାଯାତ୍ରାରେ ଭାଜପାକୁ କଟାକ୍ଷ କରିଥିବାରୁ ନିର୍ବାଚନ ପରେ ଏକ ବହୁ ପୁରୁଣା ମାମଲାକୁ କେନ୍ଦ୍ରକରି ତାଙ୍କୁ ଇଡିରୁ ସମନ ଜାରି କରାଯାଇଥିଲା। ଇଡିରୁ ଫେରି ରାଜ ଠାକ୍‌ରେ ଭାଜପାକୁ ସମାଲୋଚନା କରିବା ବନ୍ଦ କରିଦେଇଥିଲେ। ପରେ ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ନିଃସର୍ତ୍ତ ସମର୍ଥନ କରିଥିଲେ। ଏହା ଏବେ ଏବକାର ଇଡିର ମୁଖ୍ୟ କର୍ତ୍ତବ୍ୟ ହୋଇଯାଇଛି ବୋଲି ବିରୋଧୀ ରାଜନେତାମାନେ ଦୋଷାରୋପ କରୁଛନ୍ତି।
ଇଡି ମୁଖ୍ୟତଃ ମନି ଲଣ୍ଡରିଂ (ଆର୍ଥିକ ହେରଫେର) ଏବଂ ବୈଦେଶିକ ବିନିମୟ ନିୟମ-୧୯୯୯ ଉଲ୍ଲଂଘନର ତଦନ୍ତ କରିଥାଏ। ଏହାର ମୁଖ୍ୟାଳୟ ଦିଲ୍ଲୀରେ ଥିବାବେଳେ ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଓ ସ୍ଥାନୀୟ କାର୍ଯ୍ୟାଳୟ ରହିଛି। ଏଣୁ ଇଡିକୁ ଆର୍ଥିକ ଅପରାଧର ତଦନ୍ତ ଓ ବିଚାର କରିବାରେ ବ୍ୟାପକ ବ୍ୟବସ୍ଥା ଅଛି। କିନ୍ତୁ ଏବେ ଇଡି ପାଇଁ ମଞ୍ଜୁରିପ୍ରାପ୍ତ ଅଧିକାରୀ ପଦବୀଗୁଡ଼ିକରୁ ୫୬ ପ୍ରତିଶତ ଖାଲି ପଡ଼ିଛି ଏବଂ ଏଥିରେ ଏହାକୁ କାର୍ଯ୍ୟ କରିବାକୁ ହେଉଛି। ଫଳରେ ସବୁ ତଦନ୍ତରେ ବିଳମ୍ବ ହେବା ସହିତ କୌଣସି ମାମଲାର ସମାପ୍ତି ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?