Posted inଖେଳ

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି ଶେଷ ହେବା ପରେ ମ୍ୟାଚ୍‌ରେ ବ୍ୟବହୃତ ବଲ୍‌କୁ ଦୁଇ ଭାଗରେ କାଟି ଦିଆଯାଇଥିଲା। ଗୋଟିଏ ଭାଗ ଓଲି ରବିନସନ୍‌ଙ୍କୁ ଏବଂ ଅନ୍ୟ ଭାଗ ଜୋଶ ଟଙ୍ଗ୍‌ଙ୍କୁ ଦିଆଯାଇଥିଲା।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨ ୱିକେଟ୍ ହରାଇ ୧୧୨ ରନ୍ କରିଛି । ଅର୍ଥାତ୍ ପାକିସ୍ତାନର ପ୍ରଥମ ପାଳିର ସ୍କୋରଠାରୁ ଇଂଲଣ୍ଡ ମାତ୍ର ୫୯ ରନ୍ ପଛରେ ରହିଛି । ଏହା ପୂର୍ବରୁ ପାକିସ୍ତାନ ମାତ୍ର ୧୭୧ ରନ୍‌ରେ ଅଲଆଉଟ୍ ହୋଇଥିଲା। କ୍ରିକେଟ୍‌ରେ ଜଣେ ବୋଲର ଗୋଟିଏ ଇନିଂସ୍‌ରେ ୫ଟି ୱିକେଟ୍ ନେଲେ, ମ୍ୟାଚ୍‌ରେ ବ୍ୟବହୃତ ବଲ୍‌କୁ ସ୍ମୃତି ଭାବେ ସାଙ୍ଗରେ ନେବାର ଏକ ପରମ୍ପରା ରହିଛି । ହେଡିଂଲିରେ ଇଂଲଣ୍ଡର ଓଲି ରବିନସନ୍ ଓ ଜୋଶ ଟଙ୍ଗ୍ ଉଭୟେ ପାକିସ୍ତାନ ବିପକ୍ଷରେ ୫-୫ ୱିକେଟ୍ ନେଇଥିଲେ।

ତେଣୁ ଉଭୟ ବୋଲରଙ୍କୁ ବଲ୍‌ର ଅଧା ଅଧା ଦେବା ପାଇଁ ଗ୍ରାଉଣ୍ଡ ଷ୍ଟାଫ୍ ବଲ୍‌ଟିକୁ ସମାନ ଦୁଇ ଭାଗରେ କାଟିଥିଲେ । ଜୋଶ ଟଙ୍ଗ୍ କହିଛନ୍ତି ଯେ, ରବିନସନ୍ ତାଙ୍କୁ ବଲ୍‌କୁ ଦୁଇ ଭାଗ କରି ବାଣ୍ଟିବାର ପ୍ରସ୍ତାବ ଦେଇଥିଲେ। ଏହା ତାଙ୍କ ପାଇଁ ମଧ୍ୟ ଏକ ନୂଆ ଅନୁଭୂତି ବୋଲି ସେ କହିଛନ୍ତି। ଇଂଲଣ୍ଡର ଟେଷ୍ଟ ଇତିହାସରେ ପ୍ରାୟ ୨୦ ବର୍ଷ ପରେ ଗୋଟିଏ ଇନିଂସ୍‌ରେ ଦୁଇ ବୋଲର ୫-୫ ୱିକେଟ୍ ନେଇଛନ୍ତି। ଶେଷଥର ୨୦୦୬ ମସିହାରେ ମାଞ୍ଚେଷ୍ଟରରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ଏଭଳି ଘଟିଥିଲା। ସେତେବେଳେ ଷ୍ଟିଭ୍ ହାର୍ମିସନ୍ ଓ ମଣ୍ଟି ପାନେସର ୫-୫ ୱିକେଟ୍ ନେଇଥିଲେ । ତେବେ ସେହି ମ୍ୟାଚ୍‌ରେ ବଲ୍‌କୁ କାଟି ଦୁଇ ଭାଗ କରାଯାଇନଥିଲା।

ପାକିସ୍ତାନ ପକ୍ଷରୁ ଅବଦୁଲ୍ଲା ଶଫିକ୍ ସର୍ବାଧିକ ୬୧ ରନ୍ କରିଥିବାବେଳେ ଇମାମ-ଉଲ୍-ହକ୍ ୪୨ ରନ୍ କରିଥିଲେ । ଅନ୍ୟ ବ୍ୟାଟରମାନେ ବଡ଼ ଇନିଂସ୍ ଖେଳିପାରିନଥିଲେ ଏବଂ ଦଳ ୧୭୧ ରନ୍‌ରେ ସୀମିତ ହୋଇଯାଇଥିଲା।ରବିନସନ୍ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ହିଁ ପାକିସ୍ତାନର ଅଜାନ୍ ଅୱେସ୍‌ଙ୍କୁ ଆଉଟ୍ କରିଥିଲେ। ଏହା ସହିତ ସେ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ପାକିସ୍ତାନୀ ବ୍ୟାଟରଙ୍କୁ ଆଉଟ୍ କରିଥିବା ଦ୍ୱିତୀୟ ବୋଲର ହୋଇଛନ୍ତି । ତାଙ୍କ ପୂର୍ବରୁ କେବଳ କପିଲ ଦେବ ଏହି କାରନାମା କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?