ଗୋଡ଼ାଇ ଗୋଡ଼ାଇ ଲୁହାଛଡ଼ରେ ଆକ୍ରମଣ ମାମଲା: ଅଭିଯୁକ୍ତ ୨ ଭାଇ ଗଲେ ଜେଲ

ଦିଗପହଣ୍ଡି,୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକେଇ ଗ୍ରାମର ନିରାକାର ପ୍ରଧାନ ଏବଂ ହରି ପ୍ରଧାନ ଦୁଇ ଭାଇଙ୍କୁ ସୋମବାର କେ. ନୂଆଗାଁ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନା ମାମଲା ନଂ.୧୩୯/୨୦ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି।
ଗତ ଜୁନ ୪ ତାରିଖ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବମକେଇ ଗ୍ରାମର ଜିପୁ ପ୍ରଧାନ ଗ୍ରାମର କଲେଜ ନିକଟ ନାଳରୁ ଶୌଚ ହୋଇ ଫେରୁଥିବା ବେଳେ ୩ ଟି ବାଇକରେ ନିରାକାର ଓ ତାଙ୍କ ଭାଇ ହରିଙ୍କ ସମେତ ଅନ୍ୟ ୪ ଜଣ ଅଚିହ୍ନା ଯୁବକ ତାଙ୍କୁ ଅଟକାଇ ଗାଳି ଗୁଲଜ କରିଥିଲେ। ଭୟଭୀତ ହୋଇ ଜିପୁ ଦୋଡିବାରୁ ୨ ଭାଇ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ଜିପୁ ଘଟଣାସ୍ଥଳରୁ କୌଶଳକ୍ରମେ ତାଙ୍କ ସମ୍ପର୍କୀୟ ବାପି ପ୍ରଧାନଙ୍କ ଘରକୁ ଯାଇ ଚେତାଶୂନ୍ୟ ଅବସ୍ଥାରେ ପଡ଼ି ଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ଫେରିବାପରେ ଜିପୁ କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ମାଧବାନନ୍ଦ ନାୟକ ଅଭିଯୁକ୍ତ ମାନଙ୍କ ନାଁରେ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତ ୨ ଭାଇଙ ଗିରଫ ଭୟରେ ଘଟଣା ଦିନଠାରୁ ଫେରାର ଥିଲେ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଏସଆଇ ଶିଶିର ସାହାଣୀ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେଣ୍ଟ ହାଉସ ମାଲିକ କାନ ଧରି ଭୁଲ୍‌ ମାଗିଲେ

ରୂପ୍‌ସା,୧୦ା୯(ଡି.ଏନ୍‌.ଏ.): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତିମାଙ୍କୁ ଏକ ପିକ୍‌ଅପ ଭ୍ୟାନ ପଛପଟେ ବାନ୍ଧି ନିଆଯିବା ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ...

ମଣିନାଗ ପୀଠ ରାସ୍ତା କାମ ବନ୍ଦ: ଠାକୁରାଣୀଙ୍କୁ ଦର୍ଶନ କରିପାରୁ ନାହାନ୍ତି ପର୍ଯ୍ୟଟକ

ରଣପୁର,୨୯ା୧(ସ୍ବ.ପ୍ର.): ନୟାଗଡ଼ ଜିଲାର ରଣପୁର ନିକଟ ମା’ ମଣିନାଗ ପୀଠ ରାସ୍ତାକୁ ଜଣେ ଲୋକ ପଥର ପକାଇ ଅବରୋଧ କରିଛନ୍ତି। ଫଳରେ ରାସ୍ତା କାର୍ଯ୍ୟ ବନ୍ଦ...

ନୂଆ ରୂପ ନେବ ନନ୍ଦନକାନନ ବସ୍‌ଷ୍ଟାଣ୍ଡ

ବାରଙ୍ଗ,୧୦ା୧୨(ଡି.ଏନ୍‌.ଏ.): ନୂଆ ରୂପ ନେବ ନନ୍ଦନକାନନ ବସ୍‌ଷ୍ଟାଣ୍ଡ। ଏହାର ଉନ୍ନତୀକରଣ କରାଯିବ। ବସ୍‌ଷ୍ଟାଣ୍ଡରେ ରହିବ ମାର୍କେଟ କମ୍ପ୍ଲେକ୍ସ। ମାର୍କେଟ କମ୍ପ୍ଲେକ୍ସରେ ନନ୍ଦନକାନନ ବସ୍‌ଷ୍ଟାଣ୍ଡ ବଣିକ ସଂଘର...

କାକର ସାଙ୍ଗକୁ ଘନ କୁହୁଡ଼ି

ଉଦଳା, ୧୨।୧ (ଡି.ଏନ.ଏ.) – ଶିମିଳିପାଳ ପାଦଦେଶରେ ଅବସ୍ଥିତ ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡରେ ଏବେ ରାତିରେ ପ୍ରବଳ କାକର ପଡୁଥିବା ବେଳେ ସକାଳେ ଘନ...

୯୯% ଲକ୍ଷ୍ୟ, ୭୧%ଙ୍କୁ ମିଳିଛି ନିଯୁକ୍ତି

ସମ୍ବଲପୁର,୨୯।୧(ବ୍ୟୁରୋ): ଚଳିତ ଶିକ୍ଷାବର୍ଷ ଶେଷ ହୋଇନାହିଁ, ହେଲେ ଶେଷ ବର୍ଷର ୭୧ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ନିଯୁକ୍ତ ଦେବାକୁ ଅଫର ଦିଆସରିଛି। ସମ୍ବଲପୁର...

ଫେରୀଘାଟକୁ ନେଇ ବିବାଦ : ଯାତ୍ରୀ ନେବାକୁ ୨ ନିଲାମଧାରୀଙ୍କ ମଧ୍ୟରେ ପ୍ରତିଯୋଗିତା

କୁଜଙ୍ଗ,୨୪ା୬(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଜିଲାନାସୀ ପଞ୍ଚାୟତ ଦେଇ ପ୍ରବାହିତ ପାଇକା ନଦୀରେ ଫେରୀଘାଟ ପରିଚାଳନାକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଛି। ଉଭୟ ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା...

କେନ୍ଦ୍ରାପଡ଼ା: ୩୬୯୮ରୁ ୧୫୭୫ ବୁଥ୍‌ ଉତ୍ତେଜନାପ୍ରବଣ

କେନ୍ଦ୍ରାପଡ଼ା ଅଫିସ, ୩ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲାର ରାକକନିକା ବ୍ଲକ ଅଞ୍ଚଳରେ ସର୍ବାଧିକ ୪୮୪ ବୁଥ୍‌ ରହିଛି। ଏଠାରେ ମାତ୍ର ୯୬ଟି...

ନିଜ ପକେଟ ଗରମରେ ବ୍ୟସ୍ତ ଅବକାରୀ କର୍ମଚାରୀ: ରାଜସ୍ବ ଆଦାୟକୁ ଧ୍ୟାନ ନାହିଁ, ଧାର୍ଯ୍ୟ ଲକ୍ଷ୍ୟର ଅଧା ବି ପୂରଣ ହେଉନି

ଜଗତ୍‌ସିଂହପୁର ଅଫିସ,୨୬ା୭ : ଜଗତ୍‌ସିଂହପୁର ଜିଲାରେ ଦିନକୁ ଦିନ ବେଆଇନ ମାଦକ ଦ୍ରବ୍ୟ କାରବାର ବଢିଚାଲିଛି। ପୋଲିସ ଓ ଅବକାରୀ ବିଭାଗର ଅସାଧୁ କର୍ମଚାରୀମାନେ ଏହାକୁ...

Advertisement
Archives

Model This Week