Advertisement

ଆଜିଠାରୁ ଟୁଇଟର କର୍ମଚାରୀଙ୍କ ଛଟେଇ ଆରମ୍ଭ, ଖର୍ଚ୍ଚ କାଟି ମସ୍କ ବଞ୍ଚାଇବେ ୮୨ ଅରବ ଟଙ୍କା

ୱାଶିଂଟନ,୪ ।୧୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଟୁଇଟରର ମାଲିକ । ଟୁଇଟରକୁ କିଣିବା ପରେ ଏବେ ସେ ଏହାର କର୍ମଚାରୀ ସଂଖ୍ୟା କମ କରିବା ପ୍ରୟାସ ଆରମ୍ଭ କରିଛନ୍ତି । ଶୁକ୍ରବାରଠାରୁ ଟୁଇଟର କର୍ମଚାରୀଙ୍କ ଛଟେଇ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ତେବେ କର୍ମଚାରୀ ଛଟେଇ କରି ମସ୍କ ପ୍ରାୟ ୮୨ ଅରବ ଟଙ୍କା ବଞ୍ଚାଇବାକୁ ଚାହୁଁଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ, ମସ୍କ ଟୁଇଟର ଇଂନକାପେରିଶେନ(ଟୁଇଟର ଆଇଏନସି)ର ନୂଆ ପ୍ରବନ୍ଧକଙ୍କୁ କହିଛନ୍ତି ସେ ଇନଫ୍ୟାଷ୍ଟ୍ରକଚର ଦାମକୁ କମ କରିବାକୁ ଚେଷ୍ଟା କରନ୍ତୁ । ମସ୍କ କହିଛନ୍ତି ବର୍ଷକୁ ଟୁଇଟରର ଖର୍ଚ୍ଚ ସେ ଏକ ଅରବ ଡଲାର କମ୍ କରିବାକୁ ଚାହୁଁଛନ୍ତି । ମସ୍କଙ୍କର ଏହି ଖର୍ଚ୍ଚ କାଟ ଯୋଜନାକୁ ‘ଡିପ କଟସ୍ ପ୍ଲାନ’ ନାମ ଦିଆଯାଇଛି ।
ଖର୍ଚ୍ଚ କାଟ ଯୋଜନା ସହ ଜଡିତ ସୂତ୍ରର ଖବର ଅନୁଯାୟୀ, ଟୁଇଟରର ଏକ ଭିତିରି ବାର୍ତ୍ତାରେ କୁହାଯାଇଛି କି କମ୍ପାନୀର ଲକ୍ଷ୍ୟ ସର୍ଭର ଓ କ୍ଲାଉଡ ସେବାରୁ ପ୍ରତିଦିନ ୧୫ ଲକ୍ଷ ଡଲାର ଓ ୩୦ ଲକ୍ଷ ଡଲାର ବଞ୍ଚାଇବାର ଅଛି । ଗୁପ୍ତ ତଥ୍ୟ ଅନୁଯାୟୀ, ଟୁଇଟରକୁ ଏବେ ପ୍ରାୟ ପ୍ରତିଦିନ ୩୦ ଲକ୍ଷ ଡଲାର କ୍ଷତି ହେଉଛି । ହେଲେ ଏହି ଯୋଜନାକୁ ନେଇ ଅଫିସିୟାଲି ସେମିତି କିଛି ଘୋଷଣା କରାଯାଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଇରାକ୍‌ରେ ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ

ର୍କିକୁକ(ଇରାକ),୫।୯: ତାଲିବାନ୍‌ ଆତଙ୍କବାଦୀ ସଙ୍ଗଠନ ଆଫ୍‌ଗାନିସ୍ତାନ ଦଖଲ ପରେ ବର୍ତ୍ତମାନ ଇରାକ୍‌ରେ ଆତଙ୍କବାଦୀ ଆଇଏସ୍‌ଆଇଏସ୍‌ର ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଆଇଏସ୍‌ଆଇଏସ୍‌ ଆତଙ୍କବାଦୀଙ୍କ ଗୁଳିରେ ୧୩...

ଚାଇନାରେ ସଙ୍କଟ: ଦୈନିକ ସଂକ୍ରମଣ ୩୯ ହଜାରରୁ ଅଧିକ…

ବେଜିଂ,୨୭।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଏହାକୁ ନେଇ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା...

କାନ୍ଦିକାନ୍ଦି ଏକା ଦେଶ ଛାଡ଼ୁଛନ୍ତି ବାଳକ

କ୍ୱିଭ୍‌,୯ା୩: ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରେ ଜନସାଧାରଣଙ୍କ ଦୁର୍ଦ୍ଦଶାର ଅସଂଖ୍ୟ କାହାଣୀ ଭିତରୁ ଗୋଟିଏର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ବାଳକ ହାତରେ କିଛି...

ପିତାଙ୍କ ଜୟନ୍ତିରେ ହଜାର ହଜାର ଲୋକଙ୍କୁ ଥଣ୍ଡାରେ ଠିଆ କରାଇଲେ କିମ୍‌

ପ୍ୟୋଙ୍ଗୟାଙ୍ଗ,୧୮ ।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କର ଆଉ ଏକ କ୍ରୁରତା ସାମ୍ନାକୁ ଆସିଛି । କିମ୍ ତାଙ୍କ ପିତା କିମ୍...

ବ୍ରିଟେନରେ ଜନ୍ମାଷ୍ଟମୀ ପାଳିଲେ ଋଷି ସୁନକ, ପତ୍ନୀଙ୍କ ସହ ପହଞ୍ଚିଲେ ଇସ୍କନ ମନ୍ଦିର

ଲଣ୍ଡନ,୧୯ ।୮: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢୁଥିବା ମୂଳ ଭାରତୀୟ ଋଷି ସୁନକ ବ୍ରିଟେନରେ ଜନ୍ମାଷ୍ଟମୀ ପାଳନ କରିଛନ୍ତି । ଏହି ଅବସରରେ ସେ...

ଆମେରିକା ପରେ ଇସ୍ରାଏଲରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

ଜେରୁଜେଲମ,୨୨ ।୧୨: ଡରାଇଲାଣି କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଆମେରିକା ପରେ ଏବେ ଇସ୍ରାଏଲରେ ଓମିକ୍ରନର ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି ।...

ଭାରତୀୟ ଆଇଟି କମ୍ପାନୀର ବଦଳିଲା ଭାଗ୍ୟ, କ୍ଷଣିକ ମଧ୍ୟରେ ୫୦୦ ପାଲଟିଲେ କୋଟିପତି…

ଓ୍ବାଶିଂଟନ,୨୩।୯: ଭାରତୀୟ ଆଇଟି କମ୍ପାନୀ ଫ୍ରେଶ୍‌ଓ୍ବାର୍କ ଆମେରିକାର ନାସଡାକ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ତାଲିକାଭୁକ୍ତ ହୋଇଛି। ଏହାଦ୍ୱାରା କ୍ଷଣିକ ମଧ୍ୟରେ ୫୦୦ ଲୋକ କୋଟିପତି ପାଲଟି ଯାଇଛନ୍ତି।...

ୟୁକ୍ରେନ୍ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଦ୍ୱିତୀୟ ବୈଠକ

ନ୍ୟୁୟର୍କ,୨୪ ।୨: ୟୁକ୍ରେନ୍ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସପ୍ତାହକ ମଧ୍ୟରେ ଦ୍ୱିତୀୟଥର ଏକ ଜରୁରୀକାଳିନ ବୈଠକ ଡାକିଛି । ଭାରତୀୟ ସମୟ...

Advertisement
Archives

Model This Week