ବାଲିଯାତ୍ରାରେ ଓର୍‌ମାସର କଟକିଆ ବ୍ରାଣ୍ଡ୍‌

କଟକ ଅଫିସ,୪ା୧୧: ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠଛି ତଳ ଓ ଉପର ପଡିଆ। ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ବ୍ୟବସାୟୀମାନେ ଦୋଳି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। କରୋନା ମହାମାରୀ ଯୋଗୁ ୨ବର୍ଷ ଧରି ବାଲିଯାତ୍ରା ବନ୍ଦ ରହିଥିବାବେଳେ ଚଳିତବର୍ଷ ସରସ ସୁନ୍ଦର କରିବା ପାଇଁ ଏକାଧିକ କାର୍ଯ୍ୟକ୍ରମ ପ୍ରଶାସନ ହାତକୁ ନେଇଛି। ଏପରି କି ବାଲିଯାତ୍ରା ପଡିଆରେ ଅନେକ ନୂତନତା ଦେଖିବାକୁ ମିଳିବ। ଲେଜର ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’, ବାଲୁକାକଳା, ବୋଟିଂ ବ୍ୟବସ୍ଥା, କଟକ ଇନ୍‌ କଟକ ଥିମ୍‌ ଆକର୍ଷଣର କେନ୍ଦ୍ର ପାଲଟିବ। ତେବେ ଏଥରର ମୁଖ୍ୟ ଆକର୍ଷଣ ହେଉଛି ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା। ବାଲିଯାତ୍ରାରେ ମହିଳା ଉଦ୍ୟୋଗୀମାନେ ବିଭିନ୍ନ ହାତ ତିଆରି ସାମଗ୍ରୀ ବିକ୍ରି କରିବେ। ଏଥର ଓରମାସ୍‌ ପକ୍ଷରୁ ଉକ୍ତ ସାମଗ୍ରୀକୁ କଟକିଆ ବ୍ରାଣ୍ଡ୍‌ ନାମ ଦିଆଯାଇଛି। ଉକ୍ତ ବ୍ରାଣ୍ଡ୍‌କୁ ପରିଚିତ କରାଇବା ପାଇଁ ଓରମାସ ପକ୍ଷରୁ ୮୦ଟି ସ୍ବତନ୍ତ୍ର ଷ୍ଟଲ ବ୍ୟବସ୍ଥା କରାଯାଇଛି। ଏଠାରେ ବଡମ୍ବା, ଡମପଡା, ମାଣିଆବନ୍ଧ ଅଞ୍ଚଳର ଓରମାସ୍‌, ମିଶନଶକ୍ତି, ଓଏଲ୍‌ଏମ୍‌ ପକ୍ଷରୁ ବିଭିନ୍ନ ପାରମ୍ପରିକ ହସ୍ତତନ୍ତ, ଟେରାକୋଟା ସାମଗ୍ରୀ, ଶାଢି, ପାଟ, ତାରକସି ଅଳଙ୍କାର, ଡୋକ୍ରା କାଷ୍ଟିଂ ସମେତ ବିଭିନ୍ନ ସାମଗ୍ରୀ ମିଳିବ। ବିଶେଷକରି କଟକ ଜିଲାର ଉକ୍ତ ସାମଗ୍ରୀକୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଓରମାସ୍‌ର ଯୁଗ୍ମ କାର୍ଯ୍ୟନିର୍ବାହୀ ବିପିନ ବିହାରୀ ରାଉତ କହିଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ଜିଲାରୁ ଆଉ କିଛି ନୂଆ ସାମଗ୍ରୀକୁ ଏଥିରେ ସାମିଲ କରାଯିବ। ଓରମାସ୍‌ ପକ୍ଷରୁ ପୂର୍ବ ବର୍ଷ ଷ୍ଟଲ ସଂଖ୍ୟା ୩୮୦ ଥିବାବେଳେ ଚଳିତବର୍ଷ ୪୦ଟି ବୃଦ୍ଧି କରାଯାଇଛି। ହସ୍ତତନ୍ତ, ହସ୍ତଶିଳ୍ପ ସହିତ ରାଜ୍ୟ ତଥା ଜାତୀୟ ସ୍ତରର ଅନେକ ହସ୍ତକଳା ଏଥିରେ ପ୍ରଦର୍ଶିତ ହେବ। ଅପରପକ୍ଷରେ ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ଗୁଜରାଟ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ, କେରଳ, କର୍ନାଟକ, ମଣିପୁର, ମହାରାଷ୍ଟ୍ର ଆଦି ରାଜ୍ୟର ବ୍ୟବସାୟୀ ବାଲିଯାତ୍ରାରେ ବିଭିନ୍ନ ସାମଗ୍ରୀ ବିକ୍ରି କରିବେ ବୋଲି ଜଣାପଡିଛି। ପଲ୍ଲିଶ୍ରୀ ମେଳାରେ ଲୋକଙ୍କ ସୁବିଧା ପାଇଁ ଏଟିଏମ୍‌ କାଉଣ୍ଟର ଓ କଏନ୍‌ ଭେଣ୍ଡିଂ ମେଶିନ ବ୍ୟବସ୍ଥା କରାଯିବ। ଏଥିରେ କଟକ ଜିଲାରୁ ୮୦, ରାଜ୍ୟରୁ ୯୦ ଓ ମିଶନଶକ୍ତିର ୩୦ଟି ସ୍ବତନ୍ତ୍ର ଗ୍ରୁପ ସାମିଲ ହୋଇଛି।

ପ୍ରଥମ ଥର କ୍ଲକ୍‌ ରୁମ୍‌

ପ୍ରଥମଥର ପାଇଁ ବାଲିଯାତ୍ରାରେ କ୍ଲକ୍‌ ରୁମ୍‌ ବ୍ୟବସ୍ଥା କରାଯିବ। ଏଠାରେ ଜିଲା ତଥା ରାଜ୍ୟ ବାହାରର ବ୍ୟବସାୟୀମାନେ ଚାହିଁଲେ ନିଜ ସାମଗ୍ରୀ ଷ୍ଟକ୍‌ ରଖିପାରିବେ। ପୂର୍ବରୁ ବ୍ୟବସାୟୀମାନେ ନିଜ ସାମଗ୍ରୀ ବାହାରେ ରଖି ବ୍ୟବସାୟ କରୁଥିଲେ। ହେଲେ ଏଭଳି ବ୍ୟବସ୍ଥା ଦ୍ୱାରା ବ୍ୟବସାୟୀମାନେ ଉପକୃତ ହେବେ।

ଆକର୍ଷିତ କରିବ ବାଉଁଶ ସାମଗ୍ରୀ

ଏଥର ବାଲିଯାତ୍ରାରେ ବାଉଁଶ ତିଆରି ସାମଗ୍ରୀ ଲୋକଙ୍କୁ ଆକର୍ଷିତ କରିବ ବୋଲି ଆଶା ରହିଛି। କଟକ ଜିଲା ଡମପଡା ଅଞ୍ଚଳର ମହିଳାମାନେ ଏହାକୁ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ଷ୍ଟଲରେ ଲ୍ୟାମ୍ପ, ଆସନ, ଡଷ୍ଟବିନ, ଫଳ ଚାଙ୍ଗୁଡି, ପେନ୍‌ଷ୍ଟାଣ୍ଡ, ବୋତଲ ଷ୍ଟାଣ୍ଡ, ଫୁଲଗଛ ଭଳି ସାମଗ୍ରୀ ଉପଲବ୍ଧ ରହିବ। ଏହାକୁ ସୁଲଭ ମୂଲ୍ୟରେ ବିକ୍ରି କରି ଭଲ ରୋଜଗାର କରିବା ପାଇଁ ମହିଳାମାନେ ଆଶା ରଖିଛନ୍ତି। ପ୍ଲାଷ୍ଟିକ୍‌ ବ୍ୟବହାରକୁ କମାଇବା ଉଦ୍ଦେଶ୍ୟରେ ଏଭଳି ପ୍ରୟାସ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?