Advertisement

ନ୍ୟାୟ ଅପେକ୍ଷାରେ ଦୃଷ୍ଟିହୀନ ଦମ୍ପତି

ବୋଲଗଡ଼,୪ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ତଥା ବେଗୁନିଆ ଥାନା ଅଧୀନ କଡ଼ବ ଗ୍ରାମ ତଳସାହିର ଦୃଷ୍ଟିବାଧିତ ବାଲୁଙ୍କେଶ୍ବର ପାଇକରାୟ (୫୨) ପୈତୃକ ସମ୍ପତ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ଠାରୁ ଜିଲା ପ୍ରଶାସନ, ରାଜସ୍ବ ବିଭାଗ, ଗୃହ ବିଭାଗ, ଉଚ୍ଚ ନ୍ୟାୟାଳୟ ଆଇନସେବା ପ୍ରାଧିକରଣ କମିଟି, ଓଡ଼ିଶା ଆସୋସିଏଶନ ଫର ବ୍ଲାଇଣ୍ଡ ଅନୁଷ୍ଠାନ ଓ ମାନବ ଅଧିକାର କମିଶନଙ୍କୁ ବିଭିନ୍ନ ସମୟରେ ଲିଖିତ ଅଭିଯୋଗ ପରେ ତଦନ୍ତ ହୋଇଥିଲେ ମଧ୍ୟ ନ୍ୟାୟ ମିଳିପାରି ନାହିଁ। ଦୀର୍ଘ ୨୦ ବର୍ଷ ହେବ ନିଜ ଅଧିକାର ସମ୍ପତ୍ତିକୁ ଫେରିପାଇବାକୁ ନ୍ୟାୟିକ ଲଢେଇ ଜାରି ରଖିଛନ୍ତି। ସୂଚନାଥାଉ କି, କଡ଼ବ ଗ୍ରାମ ତଳସାହିରେ ରୁହନ୍ତି ବାଲୁଙ୍କେଶ୍ୱର ଓ ତାଙ୍କ ସ୍ତ୍ରୀ। ତେବେ ବାଲୁଙ୍କେଶ୍ୱରଙ୍କ ସମ୍ପତ୍ତିର କିଛି ଅଂଶକୁ ତାଙ୍କର ଜଣେ ସମ୍ପର୍କୀୟ ଜବରଦଖଲ କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ବାସଗୃହ ପଛରେ ଥିବା ଶୌଚାଳୟକୁ ଯିବା ପାଇଁ ବିବାଦୀୟ ପାଚେରିକୁ ଉଚ୍ଛେଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ରଲେଖି ଗୁହାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଥରେ ଖୋଳା ହେବ ଏମାର ମଠ

ପୁରୀ ଅଫିସ,୪।୨: ପୁରୀର ଏମାର ମଠକୁ ଆଜି ପୁଣି ଥରେ ଖୋଳା ଯିବ। ମଠ ପରିସରରେ ପୂର୍ବ ଚିହ୍ନିତ ୩ଟି ସ୍ଥାନକୁ ଖୋଳାଯିବ। ମେଟାଲ ଡିଟେକ୍ଟର...

ଜୁଲାଇ ୪ରେ ତାଳଚେର ବନ୍ଦ ଡାକରା

ତାଳଚେର,୩୦।୬(ନି.ପ୍ର.) ତାଳଚେର ମେଡିକାଲ କଲେଜକୁ ରାଜ୍ୟ ସରକାର ଶୀଘ୍ର ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଉ ନାହିଁ। ଏହାର...

ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ଅନ୍ୟ ୫ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ଜୀବନଗଲା

ଝାରସୁଗୁଡା ଅଫିସ,୩।୬: ଝାରସୁଗୁଡା ଥାନା ବିଟିଏମ୍‌ ଫାଣ୍ଡି ଅଧୀନ ଲହଣ୍ଡାବୁଡ଼ ଅଞ୍ଚଳରେ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ସହି ନ ପାରି ଅନ୍ୟ ୫ ଜଣ...

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା: ରାସ୍ତାରେ ବସିଲେ ଛାତ୍ରୀଛାତ୍ର

ବନ୍ତଳା, ୭।୧୨(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚ, ଅଭିଭାବକମାନେ ଶୁକ୍ରବାର ସକାଳେ ବିଦ୍ୟାଳୟ...

ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ନରେନ୍ଦ୍ର ପୁଷ୍କରିଣୀ

ପୁରୀ ଅଫିସ,୨।୪: ଆସନ୍ତା ୨୬ତାରିଖରେ ପ୍ରସିଦ୍ଧ ଚନ୍ଦନଯାତ୍ରା। ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ୨୧ଦିନ ଧରି ମହାପ୍ରଭୁଙ୍କ ସହ ଜଳ କ୍ରୀଡ଼ା କରିବେ ପଞ୍ଚ ମହାଦେବ। ଏ...

ଚିନ୍ତା ବଢ଼ାଇଲାଣି ଡେଙ୍ଗୁ

ଭୁବନେଶ୍ୱର,୨୬।୭ (ବ୍ୟୁରୋ)କରୋନା କବଳରୁ ମୁକୁଳି ପାରି ନ ଥିବା ରାଜଧାନୀବାସୀଙ୍କୁ ଏବେ ଡେଙ୍ଗୁ ଡର ଘାରିଛି। ସହରରେ ସଂକ୍ରମଣ ବ୍ୟାପୁଥିବାବେଳେ ଘରେ ଘରେ ଡେଙ୍ଗୁ ଜ୍ୱର...

ସ୍ବାଭିମାନ ଅଞ୍ଚଳରେ ମନ୍ତ୍ରୀ, ୭ ବିଦ୍ୟାଳୟର ହଷ୍ଟେଲ ଉଦ୍‌ଘାଟନ

ଚିତ୍ରକୋଣ୍ଡା,୨୧।୧୦(ଡି.ଏନ୍‌.ଏ): ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ବିକାଶର ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଯନ୍ତାପାଇକୁ ଶୁକ୍ରବାର ଆଇନ, ଅନୁସୂଚିତ...

ଟ୍ରକ୍‌ ଧକ୍କାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା

ତାଳଚେର,୧୯।୧(ନି.ପ୍ର.): ତାଳଚେର ବସ୍‌ଷ୍ଟାଣ୍ଡ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି। ତାଙ୍କର ନାମ ସନ୍ଧ୍ୟାରାଣୀ ଦାସ ଘର ଅନୁଗୋଳ ଗୀତାଗ୍ରାମରେ। ସେ ଆଜଡେରା...

Advertisement
Archives

Model This Week