ଭୋଗରାଇ, ୨୫ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ଅଭିଯୋଗକ୍ରମେ କମର୍ଦ୍ଦା ପୋଲିସ ବୁଧବାର ମାମଲା(ନଂ. ୧୫୪/୨୬) ରୁଜୁ କରି ଅଭିଯୁକ୍ତ ଟ୍ୟୁଶନ ଶିକ୍ଷକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି l ପୀଡ଼ିତାଙ୍କୁ ଡାକ୍ତରୀମାଇନା ଲାଗି ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିବା ବେଳେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଥାନା ବାଗ ଗ୍ରାମର ଅନିଲ କୁମାର ସାହୁ ଦୀର୍ଘଦିନ ଧରି ଗାଁର ପିଲାମାନଙ୍କୁ ଟ୍ୟୁଶନ ପଢ଼ାଉଥିଲେ। ଟ୍ୟୁଶନ ଚାଲିଥିବା ବେଳେ ସେ ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ମୁଣ୍ଡ ବିନ୍ଧୁଥିବା କହି ଅଲଗା ରୁମକୁ ଡାକିଥିଲେ। ଛାତ୍ରୀଜଣକ ମୁଣ୍ଡରେ ଔଷଧ ଲଗାଇ ଦେବା ପରେ ପାଣି ଆଣିବାକୁ କହିଥିଲେ ଅଭିଯୁକ୍ତ ଶିକ୍ଷକ। ଛାତ୍ରୀ ଫେରିଆସିବା ପରେ ତାଙ୍କୁ ରୁମ ଭିତରେ ଅଟକାଇ ବଳାତ୍କାର କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କମର୍ଦ୍ଦା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଦୀର୍ଘବର୍ଷ ଧରି ଗାଁ ସାଥୀ ଭାବେ କାମ କରୁଥିଲେ।

