ଅନୁଗୋଳରେ ବିଗୁଡୁଛି ଆଇନଶୃଙ୍ଖଳା ସ୍ଥିତି

ଅନୁଗୋଳ, ୧୩।୩ (ଅମିତ କୁମାର ସାମଲ): ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାରେ ଅହେତୁକ ବିଳମ୍ବ ହେଉଛି। ତାରିଖ ପରେ ତାରିଖ ଧାର୍ଯ୍ୟ ହେଉଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହେଉନାହିଁ। ଫଳରେ ଅଧାପନ୍ତରିଆ ରାସ୍ତା ଯୋଗୁ ଏହି ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି। ଅନେକ ସମୟରେ ଟ୍ରାଫିକ ଜାମ୍‌ ପରିସ୍ଥିତି ଦିନ ଦିନ ଧରି ଲାଗି ରହୁଛି। ଏପରି ଅକଥନୀୟ ଦୁର୍ଦ୍ଦଶାରୁ ଅନୁଗୋଳ ସହରବାସୀ ମଧ୍ୟ ବର୍ତ୍ତିପାରୁ ନାହାନ୍ତି। କେତେବେଳ ଜାମ୍‌ ମଧ୍ୟରେ ସହର ରହିଯାଉଛି ତ ଆଉ କେତେବେଳେ ଭାରିଯାନ ଧକ୍କାରେ ସହରର କାହାରି ପ୍ରାଣହାନି ଘଟୁଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷର ପ୍ରତିଫଳନ ଗତ ସୋମବାର ରାତିରେ ଦଶହରା ପଡ଼ିଆ ସମ୍ମୁଖରେ ଦୁର୍ଘଟଣା ପରେ ସୃଷ୍ଟି ହୋଇଥିବା ଉତ୍ତେଜନା ଓ ଗାଡ଼ି ପୋଡ଼ିରୁ ଦେଖିବାକୁ ମିଳୁଛି। ରାଜପଥ କାର୍ଯ୍ୟରେ ବିଳମ୍ବ ପାଇଁ ଆଇନଶଙ୍ଖଳା ପରିସ୍ଥିତି ବିଗୁଡ଼ୁଥିବା ବେଳେ ଏଥିପାଇଁ ସହରବାସୀ ଜାତୀୟ ରାଜପଥ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ, ଜିଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଅପାରଗତାକୁ ଦାୟୀ କରୁଛନ୍ତି।
ସୂଚନା ଅନୁଯାୟୀ, ଚଳିତବର୍ଷ ଏହି ଜାତୀୟ ରାଜପଥରେ ୫୩ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟି ୪୭ ଜଣଙ୍କ ମୃତ୍ୟୁ ହୋଇଛି। ଏସବୁ ଦୁର୍ଘଟଣା କଦର୍ଯ୍ୟ ରାସ୍ତା ପାଇଁ ହେଉଥିବା କୁହାଯାଉଛି। ଯଦିଓ ରାଜପଥ କାର୍ଯ୍ୟ ସରିବା ପାଇଁ ପ୍ରଶାସନ ପକ୍ଷରୁ ମାର୍ଚ୍ଚ ୩୧କୁ ତାରିଖ ଧାର୍ଯ୍ୟ କରାଯାଇଛି। ତଥାପି ଏହି ଅବଧି ମଧ୍ୟରେ କାର୍ଯ୍ୟ ଶେଷ ହେବ କି ନାହିଁ, ତାହା ମଧ୍ୟ କହିବା ଅସ୍ପଷ୍ଟ। ଅନ୍ୟପକ୍ଷରେ ରନ୍ତଲେଇ ଠାରୁ ହୋଇଥିବା ବାଇପାସ୍‌ରେ ଗାଡ଼ି ନ ଗଡ଼ିବା ପର୍ଯ୍ୟନ୍ତ ଦୁର୍ଘଟଣା ସମସ୍ୟାର ସମାଧାନ ହେବ ନାହିଁ ବୋଲି କୁହାଯାଉଛି। ଗତ ଜାନୁୟାରୀରେ ତୁରଙ୍ଗ ଠାରେ ଘଟିଥିବା ଦୁର୍ଘଟଣା ପରେ ଅନୁଗୋଳ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରାଶର ଶିକାର ହୋଇଥିଲା। ଏ ନେଇ ଥାନାରେ ନଂ. ୮୬/୨୪ରେ ମାମଲା ରୁଜୁ ହୋଇଥିଲା। ସେହିପରି ଗତ ସୋମବାର ରାତିରେ ଅନୁଗୋଳ ଥାନା ହୁଲୁରିସିଂହା ଅଞ୍ଚଳର ବିଶ୍ୱଜିତ ନନ୍ଦ ଦୋକାନ ବନ୍ଦ କରି ବାଇକ୍‌ରେ ଘରକୁ ଫେରୁଥିବା ସମୟରେ ଟ୍ରକ୍‌ ଧକ୍କାରେ ତାଙ୍କ ପ୍ରାଣହାନି ଘଟିଥିଲା। ଏହାପରେ ଉତ୍ତେଜନା ସୃଷ୍ଟି ହେବା ସହ ଗାଡ଼ି ପୋଡ଼ିଯାଏ କଥା ଯାଇଥିଲା। ରାଜପଥ କାର୍ଯ୍ୟରେ ବିଳମ୍ବ ଯୋଗୁ ଘଟୁଥିବା ଦୁର୍ଘଟଣା ପରେ ଲୋକେ କିପରି ତାତୁଛନ୍ତି ଏହି ୨ଟି ଘଟଣା ତାହାର ଉଦାହରଣ ବୋଲି କୁହାଯାଉଛି। ଏ ଦିଗରେ ଜିଲା ପ୍ରଶାସନ, ରାଜନେତାଙ୍କ ନୀରବତା ସେମାନଙ୍କୁ ଉତ୍ତ୍ୟକ୍ତ କରିଦେଉଥିବା ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଅନୁଗୋଳ ଉପଜିଲାପାଳ ବରଣ୍ୟେନ୍ଦୁ ମହାନ୍ତି କହିଛନ୍ତି, ରାଜପଥ କାର୍ଯ୍ୟ ଶେଷ କରିବାକୁ ବୈଠକ କରାଯାଉଛି। ପ୍ରଶାସନ ପକ୍ଷରୁ ନୋ ଏଣ୍ଟ୍ରି ମଧ୍ୟ ଲଗାଯାଉଛି। ଅନୁଗୋଳ ଜିଲାରେ ବିଭିନ୍ନ ଶିଳ୍ପ ସଂସ୍ଥା ଥିବାରୁ ନୋ ଏଣ୍ଟ୍ରି ପରେ ମଧ୍ୟ ଗାଡ଼ିଗୁଡ଼ିକ ଦ୍ରୁତଗତିରେ ଯାଉଛନ୍ତି। ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?