ଦ୍ୱିତୀୟ ପାଳି ପାଇଁ ଟ୍ରମ୍ପ୍‌ ପ୍ରସ୍ତୁତ

ଓ୍ବାଶିଂଟନ,୨୯ା୮: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ୩ ମାସ ବାକି ଥିବାବେଳେ ଉଭୟ ଶାସକ ରିପବ୍ଲିକାନ୍‌ ଓ ବିରୋଧୀ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ପ୍ରଚାର ଅଭିଯାନକୁ ଜୋର୍‌ଦାର କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ପାଳି ପାଇଁ ଗୁରୁବାର ରିପବ୍ଲିକାନ୍‌ ପାର୍ଟିର ନାମାଙ୍କନ ସ୍ବୀକାର କରିଛନ୍ତି। ସେ ଏକୁଟିଆ ସମାଜବାଦ, ଅରାଜକତା ଓ କଠୋରପନ୍ଥୀ ତତ୍ତ୍ୱ ବିରୋଧରେ ପ୍ରାଚୀର ସଦୃଶ ଛିଡ଼ା ହୋଇଥିବା ଟ୍ରମ୍ପ୍‌ ଦୃଢ଼ୋକ୍ତି ବାଢ଼ିଛନ୍ତି। ଏହାସହ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନ୍‌ ବିଜୟୀ ହେଲେ ଆମେରିକାରେ ସଙ୍କଟ ଆହୁରି ଜଟିଳ ହେବ ବୋଲି ସତର୍କ କରାଇଛନ୍ତି।
ଆମେରିକାରେ କୋଭିଡ୍‌-୧୯ ଯୋଗୁ ଅର୍ଥନୀତି ବହୁଳ ଭାବେ ପ୍ରଭାବିତ ହୋଇଛି। ଲୋକେ ଜୀବିକା ହରାଇ ବେକାର ହେବାରେ ଲାଗିଛନ୍ତି। ଏପରି ସମୟରେ ସେପ୍ଟେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ରାଷ୍ଟ୍ରପତି ଟ୍ରମ୍ପ୍‌ ଓ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ପୁନଃ ନିର୍ବାଚିତ ହେବା ପାଇଁ ମଇଦାନକୁ ଓହ୍ଲାଇଥିବାବେଳେ ସେମାନଙ୍କୁ ଚେକ୍‌ ଦେବା ଲାଗି ଅଣ୍ଟା ଭିଡ଼ିଛନ୍ତି ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବିଡେନ ଏବଂ ତାଙ୍କର ରନିଂ ମେଟ୍‌ କମଲା ହାରିସ୍‌। ଭାରତୀୟ-ଆଫ୍ରିକୀୟ ହାରିସ୍‌ଙ୍କ ପ୍ରାର୍ଥତ୍ତ୍ୱ ନିର୍ବାଚନର ମୋଡ଼ ବଦଳାଇଦେଇଥିବାରୁ ରିପବ୍ଲିକାନ୍‌ ଏବେ ଆକ୍ରମଣାମତ୍କ ରଣନୀତି ଆପଣାଇଛନ୍ତି। ରାଷ୍ଟ୍ରପତିଙ୍କ ବାସଭବନକୁ ରାଜନୀତି ପାଇଁ ବ୍ୟବହାର କରାଯାଉଛି ବୋଲି ଅଭିଯୋଗ ହେଉଥିବାବେଳେ ହ୍ବାଇଟ୍‌ ହାଉସ୍‌ର ସାଉଥ୍‌ ଲନ୍‌ରେ ଏକ ପ୍ରେସ୍‌ କନ୍‌ଫରେନ୍ସକୁ ସମ୍ବୋଧିତ କରି ବିଡେନ୍‌-ହାରିସ୍‌ ଯୋଡ଼ିକୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ୍‌। ରିପବ୍ଲିକାନ୍‌ ନ୍ୟାଶନାଲ କନ୍‌ଫରେନ୍ସର ଚତୁର୍ଥ ସନ୍ଧ୍ୟାରେ ଟ୍ରମ୍ପ୍‌ କହିଛନ୍ତି, ଆମେ ଆମେରିକାର ସ୍ବପ୍ନକୁ ସାକାର କରିବା ନା ଏକ ସମାଜବାଦୀ କାର୍ଯ୍ୟସୂଚୀକୁ ନିଜ ଉଦ୍ୟମରେ ନିର୍ଦ୍ଧାରଣ କରିଥିବା ଭାଗ୍ୟକୁ ଧ୍ୱସ୍ତବିଧ୍ୱସ୍ତ ହେବାକୁ ଅନୁମତି ଦେବା ତାହା ଏହି ନିର୍ବାଚନ ସ୍ଥିର କରିବ। ଆମେ ଆଇନର ଅନୁପାଳନ କରି ଆମେରିକୀୟଙ୍କୁ ସୁରକ୍ଷା ଦେବା ନା ନିଜ ନାଗରିକମାନଙ୍କ ପ୍ରତି ବିପଦ ସୃଷ୍ଟିକାରୀ ଅରାଜକ ଆନ୍ଦୋଳନକାରୀ ଓ ଅପରାଧୀମାନଙ୍କୁ ମୁକୁଳା ଛାଡ଼ିଦେବା ତାହା ମଧ୍ୟ ଏହି ଲଢ଼େଇରୁ ନିର୍ଦ୍ଧାରିତ ହେବ। କରୋନା ଭାଇରସ୍‌ ଭୟ ସତ୍ତ୍ୱେ ଟ୍ରମ୍ପ୍‌ ୧,୦୦୦ରୁ ଅଧିକ ଲୋକଙ୍କ ସାମ୍ନାରେ ନିଜ ବକ୍ତବ୍ୟ ରଖିଥିଲେ। ତାଙ୍କ ଆଗରେ କେତେଜଣ ସମର୍ଥକ ଜାତୀୟ ପତାକା ଉଡ଼ାଇ ସ୍ଳୋଗାନ ଦେଉଥିଲେ ଆଉ ୪ ବର୍ଷ! ୟୁଏସ୍‌ଏ! ଟ୍ରମ୍ପ୍‌ଙ୍କ ଭାଷଣ ସ୍ଥଳରେ ତାଙ୍କ ବିରୋଧରେ ବିକ୍ଷୋଭକାରୀଙ୍କ ସ୍ଲୋଗାନ ମଧ୍ୟ ଶୁଣିବାକୁ ମିଳିଥିଲା।
୨୦୧୬ରେ ଅଶାନ୍ତି ଓ ଅପରାଧକୁ ଶେଷ କରିବା ପାଇଁ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଥିବା ଟ୍ରମ୍ପ୍‌ ଏହାକୁ ପାଳନ କରିବାରେ ବିଫଳ ହୋଇଥିବା ବିରୋଧୀ ଅଭିଯୋଗ ଆଣୁଛନ୍ତି। ଏହାସତ୍ତ୍ୱେ ଟ୍ରମ୍ପ୍‌ କହିଛନ୍ତି, ଡେମୋକ୍ରାଟିକ୍‌ ନୋମିନି ବିଡେନଙ୍କ ଆମେରିକାରେ କେହି ସୁରକ୍ଷିତ ରହିବେ ନାହିଁ। ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କୁ ଏହାର ଜବାବ ଦେବାରେ ବିଳମ୍ବ ନ କରି ବିଡେନ୍‌ ଟୁଇଟ୍‌ କଲେ, ନିଜ ଆଖପାଖରେ ଦେଖନ୍ତୁ ଓ ନିଜକୁ ପ୍ରଶ୍ନ କରନ୍ତୁ ଯେ, ଟ୍ରମ୍ପ୍‌ଙ୍କ ଆମେରିକାରେ ଆପଣମାନେ କେତେ ସୁରକ୍ଷିତ ମଣୁଛନ୍ତି। ଇତିମଧ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଦୃଷ୍ଟିରୁ ଦୁଇ ପ୍ରମୁଖ ରାଜନୈତିକ ଦଳ ନିଜ ନିଜ କନ୍‌ଭେନଶନ ବଢ଼ାଇଦେଇଛନ୍ତି ଏବଂ ଅଧିକାଂଶ ଇଭେଣ୍ଟ ଭର୍ଚୁଆଲ ହେଉଛି। ଜରୁରୀ ସ୍ବାସ୍ଥ୍ୟ ସତର୍କତାକୁ ଧ୍ୟାନରେ ରଖି ରାଲି କରାଯାଉଥିବା ଟ୍ରମ୍ପ୍‌ଙ୍କ କ୍ୟାମ୍ପେନ ଟିମ୍‌ କହିଛି।

ଆଗରେ ବଡ଼ ଚ୍ୟାଲେଞ୍ଜ
କୋଭିଡ୍‌-୧୯ ଯୋଗୁ ଆମେରିକାରେ ୧୮୦,୦୦୦ ଲୋକ ପ୍ରାଣ ହରାଇଲେଣି, ଯାହାକି ବିଶ୍ୱରେ ସର୍ବାଧିକ। ଅର୍ଥନୀତି ବହୁଳ ଭାବେ ପ୍ରଭାବି ହୋଇ ବେକାରି ସଂଖ୍ୟା ବଢ଼ିଚାଲିଛି। ଏସବୁ ଭିତରେ କୃଷ୍ଣକାୟଙ୍କ ପ୍ରତି ପୋଲିସର କ୍ରମାଗତ ବର୍ବରତା ଟ୍ରମ୍ପ୍‌ଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବର୍ତ୍ତମାନ ସୁଦ୍ଧା ଆସିଥିବା ଓପିନିୟନ୍‌ ପୋଲ୍‌ ପରିଣାମ ଟ୍ରମ୍ପ୍‌ଙ୍କୁ ନିରାଶ କରିଛି। କରୋନା ମହାମାରୀକୁ ନେଇ ଅଧିକାଂଶ ଲୋକ ଟ୍ରମ୍ପ୍‌ଙ୍କ ନୀତିଗୁଡ଼ିକୁ ସମାଲୋଚନା କରିଛନ୍ତି। ଟ୍ରମ୍ପ୍‌ଙ୍କଠାରୁ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନ ଆଗରେ ଥିବା ଅଧିକାଂଶ ସର୍ଭେରୁ ଜଣାପଡ଼ିଛି। ଏହାସତ୍ତ୍ୱେ ରିପବ୍ଲିକାନ୍‌ ଭୋଟରଙ୍କ ମଧ୍ୟରେ ଟ୍ରମ୍ପ୍‌ ନିଜ ଲୋକପ୍ରିୟତା ବଜାୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri