ଯାଜପୁର ଜିଲାରେ ୨୯ ଘାଇ

ଯାଜପୁର ଅଫିସ,୨୯ା୮: ବ୍ରାହ୍ମଣୀ, ବୈତରଣୀ ଏବଂ ଏହାର ଶାଖା ନଦୀଗୁଡ଼ିକ ଦ୍ୱାରା ଯାଜପୁର ଜିଲାରେ ବନ୍ୟା ସୃଷ୍ଟି ହୋଇଛି। ଶୁକ୍ରବାର ୨୯ଟି ସ୍ଥାନରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରିଛି। ରାସ୍ତା ଧୋଇ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୨୯ଟି ଘାଇ ମଧ୍ୟରୁ ବରୀ ବ୍ଲକର ୧୦, ରସୁଲପୁର ବ୍ଲକର ୭, ଯାଜପୁର ବ୍ଲକର ୫, ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ୩ ଲେଖାଏ ଏବଂ ସୁକିନ୍ଦା ବ୍ଲକର ଗୋଟିଏ ରହିଛି। ନଦୀବନ୍ଧ ନିର୍ମାଣ ଓ ମରାମତି କାର୍ଯ୍ୟ ନିମ୍ନମାନର ହୋଇଥିବା ଯୋଗୁ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ଧନଜୀବନ ହାନି ଘଟିଛି ବୋଲି ବନ୍ୟା ବିପନ୍ନମାନେ ଅଭିଯୋଗ କରୁଛନ୍ତି। ବନ୍ୟାଯୋଗୁ ଘରକାନ୍ଥ ପଡ଼ି ଯାଜପୁର ବ୍ଲକ ପଣସା ପଞ୍ଚାୟତ ବେହେରାପାଟଣା ଗ୍ରାମର ଅମର ମାଝିଙ୍କ ୩ ମାସର ଶିଶୁକନ୍ୟା ଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଛି। ସେହିପରି ରସୁଲପୁର ବ୍ଲକ ବନ୍ଧଢ଼ିହ ପଞ୍ଚାୟତର କାଣ୍ଡିଆ ସାହି ନିକଟରେ ବ୍ରାହ୍ମଣୀ ନଦୀବନ୍ଧରେ ୧୫୦ ଫୁଟର ଘାଇ ସୃଷ୍ଟି ହେବା ପରେ ୨ମହଲା ବିଶିଷ୍ଟ ଏକ କୋଠା ଭୁଶୁଡ଼ି ପଡ଼ିଛି। ବନ୍ୟାଯୋଗୁ ୧୦ ବ୍ଲକର ୧୨୪ ପଞ୍ଚାୟତର ୫୩୦ ଗ୍ରାମର ୪,୩୭,୦୧୪ ଲୋକ ଏବଂ ୨,୮୬,୩୨୭ ପ୍ରାଣୀ ପ୍ରଭାବିତ ହୋଇଛନ୍ତି। ୨୪,୦୯୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୨୭ଟି ରିଲିଫ୍‌ କେନ୍ଦ୍ରରେ ଥଇଥାନ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୧୯ ଡଙ୍ଗା, ୧୨ ଅଗ୍ନିଶମ ଦଳ ଓ ୨ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ନିୟୋଜିତ କରାଯାଇଛି। ପ୍ରଭାବିତ ଲୋକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ୪୧୨ କୁଇଣ୍ଟାଲ ଚୁଡା ଓ ୪୦ କୁଇଣ୍ଟାଲ ଗୁଡ ସହ ୫୨୨ ରୋଲ ପଲିଥିନ ବଣ୍ଟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୭ ଶାଳଗଣ୍ଡି ଜବତ

କାମାକ୍ଷାନଗର, ୪ା୭(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ ମୁକ୍ତାପଶି ଫରେଷ୍ଟ ସେକ୍ସନ୍‌ର କଙ୍କିଳି ବିଟ୍‌ ଜରିତଇଲା ସାହି ନିକଟରୁ ରବିବାର ୨୭ଟି ଶାଳଗଣ୍ଡି ଜବତ...

ଶୌଚାଳୟ ଟାଙ୍କିରେ ଖସିପଡ଼ିଲେ ମା’, ଛୁଆହାତୀ: ବନ ବିଭାଗ କଲା ଉଦ୍ଧାର

ପରଜଙ୍ଗ,୨୨ା୬ (ଡି.ଏନ୍‌.ଏ)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ସାଆନ୍ଦା ତଳବେରଣା ଗ୍ରାମରେ ଶନିବାର ଭୋର ସମୟରେ ଗ୍ରାମର ପ୍ରମୋଦ ପାଳଙ୍କ...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ପାଟଣା,୧୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଗୋଧିରାମପଡ଼ା ଗ୍ରାମରେରେ ଭାଲୁ ଆକ୍ରମଣରେ ବୁଧବାର ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ଘନଶ୍ୟାମ ମୁଣ୍ଡା। ଗୁରତର...

ଓସିଏ ନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ

କଟକ ଅଫିସ,୨୧।୧୦: ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ନିର୍ବାଚନ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ତେବେ ନିର୍ବାଚନ ଲାଗି...

ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ,ସ୍ବାସ୍ଥ୍ୟପରୀକ୍ଷା ଉପରେ ଗୁରୁତ୍ୱ

ମାଲକାନଗିରି,୧୦ା୫(ଡି.ଏନ୍‌.ଏ.)-ରାଜ୍ୟ ସରକାର ପ୍ରବାସୀ ଶ୍ରମିଙ୍କୁ ନିଜ ରାଜ୍ୟ ଓ ଜିଲାକୁ ଆଣିବା ପାଇଁ ଘୋଷଣା କଲା ପରେ ମାଲକାନଗିରି ଜିଲାକୁ ଆନ୍ଧ୍ର, ତେଲଙ୍ଗାନା, ମହାରଷ୍ଟ୍ର, କେରଳ,...

ବିପଦ୍‌ ଅବସ୍‌ତାରେ ପଁଚେତ୍‌ କୁଠା

ଲାଠୋର, ୧୬ା୯ (ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଆଁଝର ପଁଚେତ୍‌ ଅଫିସ କୁଠା ବିପଦ୍‌ ଅବସ୍‌ତାରେ ରହିଛେ। ହେଲେ ଇ କୁଠାର ମରାମତି...

ଜଙ୍ଗଲ ନିଆଁ ପ୍ରଭାବ: ସୀମାନ୍ତବର୍ତ୍ତୀ ଗାଁ ଧୂଆଁମୟ

ପାଟଣା,୧୧।୩: ଗତ କିଛିଦିନ ଧରି ମୟୂରଭଞ୍ଜ ଜିଲା ଶିମିଳିପାଳ ବନାଞ୍ଚଳ ନିଆଁରେ ଜଳୁଥିବା ବେଳେ ଏହାର ପ୍ରଭାବରେ ତତ୍‌ସଂଲଗ୍ନ କେନ୍ଦୁଝର ଜିଲା ପାଟଣା ରେଞ୍ଜ୍‌ ଅଞ୍ଚଳ...

ଲୋଧା ଛାତ୍ରୀଙ୍କ ଉଚ୍ଚଶିକ୍ଷା ଆଶା ପୂରଣ ହେଲା

ମୋରଡ଼ା, ୧୪।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଗଁା ପଞ୍ଚାୟତ ଲୋଧା କଲୋନୀ ସାହିର ଅଜିତ ମଲିକ ଓ ଦୁର୍ଗୀ ମଲିକଙ୍କ ଝିଅ...

Advertisement
Archives

Model This Week