ଆଦିବାସୀ ଓ ଭାରତୀୟ ସଂସ୍କୃତି

ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସବୁବେଳେ ସ୍ବାଧୀନ ଭାବେ ଜୀବନଯାପନ କରିଆସିଛନ୍ତି। ସେମାନେ ପରିବେଶ ଉପଯୋଗୀ ଚାଷ ଏବଂ ପଶୁପାଳନ କରନ୍ତି। ବେଳେବେଳେ ଜଙ୍ଗଲଜାତ ସାମଗ୍ରୀକୁ ନେଇ ବଜାରରେ ବିକ୍ରି କରନ୍ତି। ତେବେ ଅତୀତରେ ଯେଉଁ ରାଜାମାନେ ଜଙ୍ଗଲରେ ଚାଷଜମି ବା ଜଙ୍ଗଲ ମଧ୍ୟ ଦେଇ ବାଣିଜ୍ୟ ପଥ ନିର୍ମାଣ କରୁଥିଲେ, ସେମାନଙ୍କ ସହ ଆଦିବାସୀମାନେ ଯୁଦ୍ଧ କରୁଥିଲେ। ଭିଲ୍‌ମାନେ ମୋଗଲ ସେନାକୁ ପରାସ୍ତ କରିଥିଲେ ଏବଂ ବିର୍ସା ମୁଣ୍ଡା ସର୍ବପ୍ରଥମେ ବ୍ରିଟିଶ୍‌ ଶାସନ ବିରୋଧରେ ବିଦ୍ରୋହର ସ୍ବର ଉଠାଇଥିଲେ। ଆଦିବାସୀମାନେ ସାଧାରଣତଃ ଟିକସ ଦେବାକୁ ମନା କରୁଥିଲେ ବି ବିଭିନ୍ନ ଗୋଷ୍ଠୀ ସହ ବାଣିଜ୍ୟ କରିବାକୁ ପସନ୍ଦ କରୁଥିଲେ। ବେଳେବେଳେ ରାଜାଙ୍କ ସେନାରେ ଯୋଗ ଦେଉଥିଲେ। ସେମାନେ ବି ବନବାସୀ, ଅଟବିକ (ବନ ଲୋକ) ଓ ଗିରିଜନ ଭାବେ ଜଣାଶୁଣା। କେତେକ ନିର୍ଦ୍ଦିଷ୍ଟ ଆଦିବାସୀଙ୍କ ପାଇଁ ନିଶାଦ କିମ୍ବା କିରାତ ଶବ୍ଦ ବ୍ୟବହାର କରାଯାଏ। ମହାଭାରତରେ ଆମେ ଏକଲବ୍ୟକୁ ବିରୋଧ କରିଛୁ, ଯିଏ ଥିଲେ ଜଣେ ନିଶାଦ। ଶିବ ଜଣେ କିରାତ ରୂପରେ ଅର୍ଜୁନଙ୍କ ସହ ଯୁଦ୍ଧ କରିଛନ୍ତି। ବିଶ୍ୱାସ କରାଯାଏ, ରାମାୟଣର ବାନର ଏବଂ ଅସୁରମାନେ ଥିଲେ ଜଙ୍ଗଲ ଓ ପାହାଡ଼ୀ ମଣିଷ। ଏହି ଦୁଇ କାବ୍ୟ କାହାଣୀରେ ପରିପୂର୍ଣ୍ଣ, ଯେଉଁଥିରେ ରାଜା ଓ ସନ୍ନ୍ୟାସୀମାନେ ଯକ୍ଷ ଓ ରାକ୍ଷସ ମହିଳାଙ୍କୁ ବିବାହ କରିଥିବା କଥା କୁହାଯାଇଛି। କୃଷ୍ଣଙ୍କ ସ୍ତ୍ରୀ ଜାମ୍ବବତୀ ଥିଲେ ଭାଲୁର ଝିଅ। ତେବେ ଆଦିବାସୀଙ୍କ ପାଇଁ ଏହିସବୁ କାହାଣୀ ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ସେମାନେ ଯଜ୍ଞ ତଥା ରୀତିନୀତି ଆଧାରିତ ଆର୍ଯ୍ୟଙ୍କ ଜୀବନଶୈଳୀକୁ ଗ୍ରହଣ କରି ନ ଥିଲା। ଭାଗବତ ପୁରାଣରେ କୁହାଯାଇଛି, ଯେତେବେଳେ ଲୋଭୀ ରାଜା ବେଣଙ୍କୁ ହତ୍ୟା କରାଗଲା, ସେତେବେଳେ ତାଙ୍କ ଶରୀରରୁ ଦୁଇଟି ଜୀବ ସୃଷ୍ଟି ହୋଇଥିଲେ; ନିଶାଦ ଜଙ୍ଗଲରେ ରହିବାକୁ ପସନ୍ଦ କରିଥିବାବେଳେ ପୃଥୁ ଚାଷ କରିବାକୁ ଚାହଁିଥିଲେ।
ଭାରତରେ ଆରାବଳି, ନୀଳଗିରି, ହିମାଚଳ, ଉତ୍ତରାଞ୍ଚଳ, ପୂର୍ବାଞ୍ଚଳ ପର୍ବତ ତଥା ତରାଇ ଜଙ୍ଗଲ ଏବଂ କେନ୍ଦ୍ର ଭାରତର ସମତଳ ଅଞ୍ଚଳରେ ପ୍ରାୟ ୭୦୦ ସମ୍ପ୍ରଦାୟର ଆଦିବାସୀ ରହୁଛନ୍ତି, ଯାହା ଦେଶର ମୋଟ ଜନସଂଖ୍ୟାର ପାଖାପାଖି ୧୦ ପ୍ରତିଶତ। ବଞ୍ଜାରା ଆଦିବାସୀ ଯାଯାବର ଗୋଷ୍ଠୀର। ଭିଲ୍‌ ଓ ଗୋଣ୍ଡା ବିନ୍ଧ୍ୟର ସବୁଆଡ଼େ ରହୁଛନ୍ତି। ହିମାଚଳର ପାର୍ବତ୍ୟାଞ୍ଚଳରେ କିନ୍ନାଉରମାନେ ରୁହନ୍ତି। ଉତ୍ତର ଭାରତରେ ଖାସି ଓ ଗାରୋ ଭଳି ଅନେକ ଆଦିବାସୀ ଅଛନ୍ତି। ହେଲେ ନାଗା ଗୋଟିଏ ଗୋଷ୍ଠୀର ଆଦିବାସୀଙ୍କୁ ସୂଚିତ କରେ ନାହିଁ। ପାହାଡ଼ିଆ ଅଞ୍ଚଳରେ ରହୁଥିବା ଆଦିବାସୀମାନଙ୍କ ପାଇଁ ସମତଳ ଅଞ୍ଚଳରେ ଏହି ଶବ୍ଦ ବ୍ୟବହାର ହୋଇଥାଏ। ସେମାନେ ସ୍ବଳ୍ପ ବସ୍ତ୍ର ପରିଧାନ କରିବା ସହ କାନ ଫୋଡ଼ନ୍ତି। ଦେଖିବାକୁ ଗଲେ କୃଷିକୁ ଫେରିଥିବା ଅନେକ ଯାଯାବର ଗୋଷ୍ଠୀର ଆଦିବାସୀଙ୍କ ମଧ୍ୟରୁ ପାଖାପାଖି ୧୦% ବିପଦରେ ଅଛନ୍ତି, ଯେଉଁମାନଙ୍କ ସଂସ୍କୃତି ଏବେ ବିପଦରେ। ସେମାନଙ୍କୁ ପର୍ଟିକୁଲାର ଭନରେବଲ ଟ୍ରାଇବାଲ ଗ୍ରୁପ୍‌ (ପିଭିଟିଜି) ବା ନିଶ୍ଚିତ ବିପଦରେ ଥିବା ଆଦିବାସୀ ଗୋଷ୍ଠୀରେ ରଖାଯାଇଛି। ଆନୁବଂଶିକ ବିଷୟକୁ ବିଚାରକୁ ନେଲେ ଜଣାଯାଏ ଯେ, ସେମାନଙ୍କଠାରେ ଆଫ୍ରିକାରୁ ଆସିଥିବା ଆଦି ମାନବଙ୍କ ଜିନ୍‌ ଅଛି। କେବଳ ଦକ୍ଷିଣରେ ରହୁଥିବା ଆଦିବାସୀଙ୍କଠାରେ ହରପ୍ପା ସଭ୍ୟତାର ଲୋକଙ୍କ ଜିନ୍‌ ମିଳେ। ଯେଉଁମାନେ ଉତ୍ତରରେ ଅଛନ୍ତି, ସେମାନଙ୍କଠାରେ ଆର୍ଯ୍ୟଙ୍କ ଜିନ୍‌ ଏବଂ ଯେଉଁମାନେ କେନ୍ଦ୍ର ଏସିଆରେ ରହୁଛନ୍ତି, ସେମାନଙ୍କଠାରେ ଦକ୍ଷିଣ-ପୂର୍ବ ଏସିଆ ଲୋକଙ୍କ ଜିନ୍‌ ଥିବା ଦେଖିବାକୁ ମିଳେ। ଏହା ବ୍ୟତୀତ ଉତ୍ତର-ପୂର୍ବରେ ବସବାସ କରୁଥିବା ଆଦିବାସୀଙ୍କଠାରେ ତିବ୍ବତ-ବର୍ମିଜ୍‌ ଜିନ୍‌ ଅଛି।
ଆଜକୁ ୧୨,୦୦୦ ବର୍ଷ ପୂର୍ବେ ଆଦିବାସୀମାନେ ଛାଡ଼ିଯାଇଥିବା ଅସ୍ତିତ୍ୱର ଚିହ୍ନ ଭୀମବେଟକା ଗୁମ୍ଫାର କାନ୍ଥ ଚିତ୍ର ଓ ଭାରତର ପଶ୍ଚିମ ଉପକୂଳରେ ଥିବା ପ୍ରସ୍ତର କଳାରୁ ମିଳିଥାଏ। ୪୫୦୦ ବର୍ଷ ପୂର୍ବର ହରପ୍ପା ସଭ୍ୟତାର ସିଲ୍‌ ବା ମୋହରରେ ପୁରୁଷ ଓ ମହିଳାମାନେ ଜଙ୍ଗଲୀ ଜୀବଙ୍କ ଶିଙ୍ଗ ମୁଣ୍ଡରେ ଲଗାଇବା ଦେଖିବାକୁ ମିଳେ। କେନ୍ଦ୍ର ଭାରତର ମାରିଆ ଆଦିବାସୀ ବି ଏଭଳି ଶିଙ୍ଗ ଲଗାନ୍ତି। ବିଦ୍ୱାନ୍‌ମାନେ ଉଲ୍ଲେଖ କରନ୍ତି, ଆଦିବାସୀଙ୍କର ନିଜସ୍ବ ପୁରାଣ ଓ ରାଶି ନକ୍ଷତ୍ରର କାହାଣୀ ଅଛି। ଏଥିରୁ ବୁଝାପଡ଼େ, ସେମାନେ ମୁଖ୍ୟଧାରାର ଭାରତୀୟଙ୍କ ତୁଳନାରେ ଭିନ୍ନ ଜୀବନ ବଞ୍ଚନ୍ତି। ଉଦାହରଣ ସ୍ବରୂପ, ହିନ୍ଦୁମାନେ କୃତ୍ତିକା ନକ୍ଷତ୍ରମଣ୍ଡଳକୁ ଦିବ୍ୟ ଦେବୀଙ୍କ ଗୋଷ୍ଠୀ ବୋଲି ବିଚାର କରୁଥିବାବେଳେ ବଞ୍ଜରାମାନେ ଏହାକୁ ରତ୍ନଗୁଚ୍ଛ ଭାବେ ଦେଖନ୍ତି। କୋକୁମାନେ ଟୁକୁଡ଼ା ମାଂସ ଭାବେ, ଓ୍ବାର୍ଲିମାନେ ବିବାହ ଉତ୍ସବର ବାଜାବାଲା ଓ ବତି ଭାବେ ଦେଖନ୍ତି। ନିକୋବରିମାନେ ଏହାକୁ ପୂର୍ବପୁରୁଷ ଏବଂ ଗୋଣ୍ଡମାନେ ପକ୍ଷୀଦଳଙ୍କୁ ପଥର ଫିଙ୍ଗାଯାଉଥିବା ମନେକରନ୍ତି। ଭାରତରେ ଅନେକ ମନ୍ଦିର ଅଛି, ଯାହା ସ୍ବାଧୀନଚେତା ଆଦିବାସୀ ଓ କୃଷିକୁ ନିୟନ୍ତ୍ରଣ କରିବା ପାଇଁ ମନ୍ଦିର ପ୍ରତିଷ୍ଠା କରିଥିବା ରାଜାମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପ୍ରକାଶ କରେ। ଓଡ଼ିଶାର ଜଗନ୍ନାଥ ମନ୍ଦିରର ସମ୍ପର୍କ ସ୍ଥାନୀୟ ଆଦିବାସୀଙ୍କ ସହ ରହିଛି, ଯେଉର୍ଁମାନେ ହେଉଛନ୍ତି ପ୍ରକୃତ ନୀଳମାଧବ ମୂର୍ତ୍ତିର ପୂଜକ। ଚେଞ୍ଚୁ ଆଦିବାସୀ ଝିଅ ଆନ୍ଧ୍ରପ୍ରଦେଶର ନରସିଂହାଙ୍କୁ ବିବାହ କରିଛନ୍ତି। ତାମିଲନାଡୁର ମୁରୁଗାନ୍‌ଙ୍କ ବଧୂମାନଙ୍କ ମଧ୍ୟରେ ବି ଜଣେ ଆଦିବାସୀ ଝିଅ ଭାଲି ଅଛି।
ଆଦିବାସୀମାନେ ଅଲଗା ହୋଇ ରହିବା ଯୋଗୁ ସେମାନେ ସେମାନଙ୍କ ବିଶ୍ୱାସ ଓ ପରମ୍ପରାଗୁଡ଼ିକୁ ବଜାୟ ରଖିପାରିଛନ୍ତି, ଯାହା ବିବାହ ପରମ୍ପରାରେ ସ୍ପଷ୍ଟ ହୁଏ। ବଣ୍ଡା ମହିଳାମାନେ କମ୍‌ ବୟସର ପୁରୁଷଙ୍କୁ ବିବାହ କରନ୍ତି, ଯିଏକି ବାର୍ଦ୍ଧକ୍ୟାବସ୍ଥାରେ ମହିଳାଙ୍କର ଯତ୍ନ ନେଇପାରିବ। ନୀଳଗିରିର ତୋଡା ଏବଂ ହିମାଚଳର କନ୍ନାଉର ପରମ୍ପରାରେ ସମ୍ପତ୍ତି ଭାଗ ନ ହେବା ପାଇଁ ଜଣେ ମହିଳା ଏକାଧିକ ପୁରୁଷଙ୍କୁ ବିବାହ କରେ। କେନ୍ଦ୍ର ଭାରତର ଭିଲ୍‌ମାନଙ୍କ କ୍ଷେତ୍ରରେ କନ୍ୟା ପାଇଁ ବରକୁ ମୂଲ୍ୟ ଦେବାକୁ ହୋଇଥାଏ। ବଇଗା ସମ୍ପ୍ରଦାୟରେ କନ୍ୟାର ମୂଲ୍ୟ ନ ଦେବା ଯାଏ ତାଙ୍କ ଘରେ ବର ବା ଜ୍ୱାଇଁ ରହିଥାନ୍ତି। ମେଘାଳୟର ଗାରୋ ଆଦିବାସୀମାନେ ବରଙ୍କୁ ଅପହରଣ କରନ୍ତି। ଯଦି ସେ ଖସି ଦୌଡ଼ି ପଳାଏ, ତେବେ ତାଙ୍କୁ ଝିଅକୁ ବିବାହ କରିବା ଲାଗି ଅନୁମତି ମିଳେ। ପୁରୁଷ ଓ ମହିଳାମାନେ କାହାକୁ ନ ଜଣାଇ ଗୁପ୍ତରେ ବିବାହ କରିବାକୁ ଗୋଣ୍ଡମାନେ ଉତ୍ସାହିତ କରନ୍ତି। ମୁରିଆ ସମ୍ପ୍ରଦାୟ ପୁଅ ଓ ଝିଅଙ୍କୁ ଜୀବନସାଥୀ ଚୟନ କରିବା ପୂର୍ବରୁ ଘୋଟୁଲ (ଯୁବକଙ୍କ ଡର୍‌ମିଟୋରି)ରେ ରହିବାକୁ ଅନୁମତି ଦେଇଥାଏ।
କେନ୍ଦ୍ର ଭାରତର ଆଦିବାସୀମାନେ ଲୁହା ଯନ୍ତ୍ରପାତି ପ୍ରଥମେ ତିଆରି କରିଥିଲେ। ରାଜସ୍ଥାନର ଆଦିବାସୀମାନେ ରୁପା ଓ ତମ୍ବା ଗହଣା ତିଆରି ପାଇଁ ପ୍ରସିଦ୍ଧ। ବଞ୍ଜାରା ଏକଦା ସାମଗ୍ରୀ ପରିବହନ ପାଇଁ ଜଣାଶୁଣା ଥିଲେ। ମହାଭାରତରେ ବର୍ଣ୍ଣତ ଓ୍ବାର୍ଲି ଏବଂ କେନ୍ଦ୍ର ଭାରତର ଗୋଣ୍ଡାମାନେ ନିଆରା ଚିତ୍ରକଳା ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି। ଗୁଜରାଟର ଡାଙ୍ଗ୍‌ମାନେ ବାଉଁଶବୁଣା କାମରେ ପାରଙ୍ଗମ ଏବଂ ନାଗାମାନେ ଟାଟୁରେ ନିପୁଣ। ସୂତା, ଉଲ୍‌ ଓ ସିଲ୍କରେ ପୋଷାକ ବୁଣିବାରେ ଉତ୍ତର-ପୂର୍ବାଞ୍ଚଳ ଆଦିବାସୀମାନେ ଧୁରନ୍ଧର। ଏହାବାଦ୍‌ ସବୁ ଗୋଷ୍ଠୀର ଆଦିବାସୀ ଜଙ୍ଗଲ ସଂରକ୍ଷଣ ଏବଂ ବନ୍ୟ ପ୍ରାଣୀ ଓ ଉଦ୍ଭିଦଙ୍କ ସୁରକ୍ଷା କରିଥା’ନ୍ତି।
ଆଦିବାସୀମାନଙ୍କୁ ସ୍କୁଲରେ ହିନ୍ଦୀ ଓ ଇଂଲିଶ୍‌ରେ ପଢ଼ାଯାଉଛି, ଯାହା ସେମାନଙ୍କ ମୂଳଭାଷା ନୁହେଁ। ଏଣୁ ସେମାନଙ୍କ ପାରମ୍ପରିକ ସଂସ୍କୃତିଠାରୁ ସେମାନେ ଧୀରେ ଧୀରେ ଦୂରେଇ ଯାଇ ଆଧୁନିକତାର ମୁଖ୍ୟ ଧାରାରେ ସାମିଲ ହେଉଛନ୍ତି ଓ ସହରରେ ରହିବାକୁ ପସନ୍ଦ କରୁଛନ୍ତି; ଶିଳ୍ପ, ସେନା ଓ ସରକାରରେ ରହୁଛନ୍ତି। ଅନେକେ ଏକେଶ୍ୱରବାଦ ଉପରେ ପ୍ରତିଷ୍ଠିତ ଖ୍ରୀଷ୍ଟ କିମ୍ବା ଇସ୍‌ଲାମ ଧର୍ମ ଗ୍ରହଣ କରିବା ଯୋଗୁ ଆଦିବାସୀ ଦେବଦେବୀଙ୍କୁ ପୂଜା କରିବାରୁ ବଞ୍ଚତ୍ତ ହୋଇଛନ୍ତି। କେତେକେ ଦାବି କରନ୍ତି ଯେ, ସନାତନ ଧର୍ମରେ ଆଦିବାସୀ ଅଛନ୍ତି। ଆଦିବାସୀଙ୍କର ନିଜସ୍ବ ଦେବତା, ରୀତିନୀତି ଏବଂ ପରମ୍ପରା ଥିବାରୁ ଅନ୍ୟମାନେ ଏହାକୁ ଗ୍ରହଣ କରନ୍ତି ନାହିଁ। ଝଡ଼ଖଣ୍ଡ ଓ ଛତିଶଗଡ଼ରେ ଅନେକେ ଯୁକ୍ତି କରନ୍ତି ଯେ, ବନ, ଉପବନ ଓ ପିବତ୍ର ପୁଷ୍କରିଣୀ ପୂଜାକୁ ଆଧାର କରି ତିଷ୍ଠି ରହିଥିବା ଆଦିବାସୀଙ୍କ ଧର୍ମୀୟ ବିଶ୍ୱାସ ଶରଣବାଦକୁ ଗୁରୁତ୍ୱ ଦେବା ଦରକାର, ଯାହା ସେମାନଙ୍କ ଅସ୍ତିତ୍ୱକୁ ନିଶ୍ଚିତ କରିବ। ଯଦି ଆଦିବାସୀମାନେ ସେମାନଙ୍କ ରୀତିନୀତି, ବିବାହ ଏବଂ ଖାଦ୍ୟାଭ୍ୟାସଠାରୁ ଦୂରେଇ ଯିବେ, ତେବେ ସେମାନଙ୍କ ସଂସ୍କୃତିର ବିଲୋପ ଘଟିବ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?