ରାସ୍ତା ପ୍ରଶସ୍ତୀକରଣ ପାଇଁ ଗଛ କଟିଲା

ଲୋଇସିଂହା,୨୫।୧୧(ଡି.ଏନ.ଏ): ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ ଚାଲିଛି। ଏଥିପାଇଁ ରାସ୍ତାକଡରେ ଥିବା ବ୍ରିଟିଶ ଅମଳର ମହାଦ୍ରୁମ ଲିମ୍ବ, ଅର୍ଜୁନ ଗଛ ସବୁ କଟା ଚାଲିଛି। ଲୋଇସିଂହା ଥାନା ସାଲେଭଟାରୁ ବଲାଙ୍ଗୀର ପର୍ଯ୍ୟନ୍ତ ପ୍ରାୟ ୩୦କିମି ମଧ୍ୟରେ ୩ ହଜାରରୁ ଅଧିକ ଗଛ କଟିଥିବା କୁହାଯାଉଛି। ଗଛକଟା ଯୋଗୁଁ ୨୬ ନଂ ଜାତୀୟ ରାଜପଥ ଏବେ ବୃକ୍ଷଶୂନ୍ୟ ହୋଇପଡିଛି। ଗଛ କଟିବା ପରେ ରାଜପଥ ଲଣ୍ଡା ଦେଖାଯାଉଛି। କେଉଁ ସ୍ଥାନ କେଉଁଠି ତାହା ପଥଚାରୀ ଜାଣିପାରୁନାହନ୍ତି। ଶୀତଋତୁ ଥିବାରୁ ରାଜପଥରେ ଗଛର ଅଭାବ ଅନୁଭୂତ ହେଉନାହିଁ। ହେଲେ ଆଗାମୀ ଗ୍ରୀଷ୍ମଦିନରେ ପଥାଚାରୀ ଛାୟା ନ ପାଇ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ନିଶ୍ଚିତ ବୋଲି ଏବେଠାରୁ ଲୋକେ ଆଲୋଚନା କଲେଣି। ବରଗଡ-ବୋରିଗୁମା ୨୬ ନଂ ଜାତୀୟ ରାଜପଥରେ ବଲାଙ୍ଗୀରୁ ବରଗଡର ଦୂରତା ୭୫କିମି। ପଥାଚାରୀଙ୍କୁ ଛାୟା ଦେବା ଉଦ୍ଦେଶ୍ୟରେ ରାଜାରାଜୁଡା ଅମଳରୁ ଏହି ପଥର ରାସ୍ତାପାର୍ଶ୍ୱରେ ଲିମ୍ବ ଓ ଅର୍ଜୁନ ସମେତ ବିଭିନ୍ନ ଗଛ ଲାଗିଥିଲା। ଲିମ୍ବଗଛ ଗୁଡିକ ପ୍ରାୟ ଦେଢଶହ ବର୍ଷର ପରୁଣା ବୋଲି ଲୋକେ କହନ୍ତି। କ୍ଲାନ୍ତ ଅନୁଭବ କଲେ ଯାତ୍ରୀମାନେ ଗଛଛାଇରେ ବିଶ୍ରାମ ନେଉଥିଲେ। ଏବେ ଜନସଂଖ୍ୟା ତାଳ ଦେଇ ଯାନବାହାନ ବୃଦ୍ଧି ପାଇଛି। ସମ୍ବଲପୁରକୁ ସଂଯୋଗୀକରଣ ହୋଇଥିବା ବଲାଙ୍ଗୀର-ବରଗଡ ରାଜପଥ ଗତ କିଛିଦଶନ୍ଧି ହେଲା ବ୍ୟସ୍ତବହୁଳ ହୋଇ ପଡିଛି। ୨୦୦୦ ମସିହା ପରେ ଉକ୍ତ ପଥକୁ ଦୁଇ ଲାଇନ ବିଶିଷ୍ଟ କରାଯାଇଥିଲା। ୨୦୧ନଂ ରାଜପଥରୁ ୨୬ ନଂ ରାଜପଥକୁ ଉନ୍ନୀତ କରାଯାଇଥିଲା। ଏବେ ପୁଣି ପ୍ରଶସ୍ତୀକରଣ ପରେ ରାସ୍ତା ପାର୍ଶ୍ୱ ଗଛ କଟିଛି। ଫଳରେ ଗଛଗୁଡିକରେ ଆଶ୍ରୟ ନେଇଥିବା ପକ୍ଷୀମାନେ ବାସହରା ହୋଇ ପଡିଛନ୍ତି। ଲୋଇସିଂହା ଚାରିଛକଠାରେ ଥିବା ଏକ ଲିମ୍ବଗଛ କଟିଯିବା ପରେ ସେଥିରେ ଆଶ୍ରୟ ନେଇଥିବା ବଗପଲ ବାସହରା ହୋଇ ଏଣେତେଣେ ଘୁରି ବୁଲିଥିବା ସ୍ଥାନୀୟ ଲୋକେ କହିଛନ୍ତି। ସ୍ଥାନୀୟ ଜଣେ ବନ କର୍ମଚାରୀ କହିଛନ୍ତି, ଲୋଇସିଂହା ବନ ରେଞ୍ଜ ଅନ୍ତର୍ଗତ ସାଲେଭଟାରୁ ଫାସଡ ସୀମା ମଧ୍ୟରେ ୬୩୬ଗଛ କଟିଛି। କଟିଥିବା ଗଛର ଗଣ୍ଡି ସବୁ ଓଡିଶା ବନ ଉନ୍ନୟନ ନିଗମକୁ ଯାଇଛି। ନିଗମ ପକ୍ଷରୁ ଗଣ୍ଡି ସବୁ ନିଲାମ କରି ବିକ୍ରି କରାଯାଇଥାଏ। ସେହି ଟଙ୍କା ଏବଂ ସରକାରୀ ଅନୁଦାନରେ କଟିଥିବା ଗୋଟିଏ ଗଛର ବଦଳା ୫ଟି ଗଛ ଲଗାଯିବ ବୋଲି କହିଛନ୍ତି। କଟିଥିବା ଗଛ ସବୁ ଅମୂଲ୍ୟ ଥିଲା। ତାହା ଭରଣା କରିବା କଷ୍ଟକର ବୋଲି ସେ କହିଥିଲେ। ପୁଣି ଯଦି ରାସ୍ତପାର୍ଶ୍ୱରେ ଗଛ ଲଗାଯାଏ ଶୀଘ୍ର ବଢୁଥିବା ଓ ଦୀର୍ଘଜୀବୀ ହେଉଥିବା ଲିମ୍ବ ଚାରା ଲଗାଇବାକୁ ସାଧାରଣରେ ଦାବି ହେଉଛି।
ରିପୋର୍ଟ: ସୁଶାନ୍ତ ବାରିକ


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?