ପ୍ରସଙ୍ଗ ପୁରୁଣା, ପୁଣି ପ୍ରତିଶ୍ରୁତି

ବରଗଡ଼ ଅଫିସ୍‌,(ପ୍ରେମାନନ୍ଦ ଖମାରୀ)୨୫।୧୧: ପଦ୍ମପୁର ଉପନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ଏହି ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ମତଦାନ ହେବ। ତେବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ୧୦ ପ୍ରାର୍ଥୀ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ଲାଗି ପଡ଼ିଛନ୍ତି। ଏଥିରେ କଂଗ୍ରେସ, ଭାଜପା ଏବଂ ବିଜେଡ଼ି ପ୍ରାର୍ଥୀଙ୍କ ପ୍ରଚାର ଚର୍ଚ୍ଚାର ବିଷୟ ହୋଇଛି। ପଦ୍ମପୁରକୁ ଜିଲା ଗଠନ, ବରଗଡ଼ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ାକୁ ରେଳ ଲାଇନ, ଫସଲବୀମା ଓ ଇନପୁଟ୍‌ ସବସିଡ଼ି ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଉକ୍ତ ପ୍ରସଙ୍ଗକୁ ନେଇ ଶାସନରେ ଥିବା ରାଜ୍ୟର ବିଜେଡ଼ି ଏବଂ କେନ୍ଦ୍ରର ଭାଜପା ସରକାର ପରସ୍ପର ଦୋଷ ଲଦାଲଦି ହେଉଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗରେ ପଦ୍ମପୁରକୁ ଅବହେଳା ପ୍ରତି କଂଗ୍ରେସ ଉଭୟ ବିଜେଡ଼ି, ଭାଜପାକୁ ଟାର୍ଗେଟ୍‌ କରି ପ୍ରଚାର ଚଳାଇଛି। ତେବେ ଉକ୍ତ ପ୍ରସଙ୍ଗ ବହୁ ପୁରୁଣା ହୋଇଥିବାବେଳେ ଏହାକୁ ନେଇ ସବୁଦଳଙ୍କ ମଧ୍ୟରେ ଉପନିର୍ବାଚନରେ ଆରୋପ, ପ୍ରତ୍ୟାରୋପ ସାଧାରଣରେ ଆଲୋଚନା ହେଉଛି ।
ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୩ ପ୍ରମୁଖ ଦଳ ମଧ୍ୟରୁ କେହି ନୂଆ ନୁହନ୍ତି। ପଦ୍ମପୁରବାସୀ କଂଗ୍ରେସ, ବିଜେଡ଼ି ଏବଂ ଭାଜପା ଉପରେ ଆସ୍ଥା ପ୍ରକଟ କରି ଏହି ନିର୍ବାଚନ ମଣ୍ଡଳୀର ଶାସନ ଭାର ଦେଇଛନ୍ତି। ୧୯୬୧ ସାଧାରଣ ନିର୍ବାଚନରୁ ଅନୁଧ୍ୟାନ କଲେ ଉକ୍ତ ନିର୍ବାଚନ ମଣ୍ଡଳୀବାସୀ ଏଠାରେ କଂଗ୍ରେସକୁ ଅଧିକ ସୁଯୋଗ ଦେଇଛନ୍ତି। ୧୯୬୧, ୧୯୭୧, ୧୯୭୪, ୧୯୮୦, ୧୯୮୫ ଏବଂ ୨୦୦୪ରେ ଏଠାରେ ଭାରତୀୟ ଜାତୀୟ କଂଗ୍ରେସ ବିଜୟ ଲାଭ କରିଛି। ସେଥିମଧ୍ୟରୁ ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୩ ଥର ବିଜୟ ଲାଭ କରି ପଦ୍ମପୁର ବିଧାୟକ ରହିଥିଲେ। ଫଳରେ ଏହି ନିର୍ବାଚନ ମଣ୍ଡଳୀରେ ତାଙ୍କ ଦଳ କିମ୍ବା ସେ ନୂଆ ନୁହନ୍ତି ।
ସେହିପରି ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରଦୀପ ପୁରୋହିତ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ ନୂଆ ନୁହନ୍ତି। କ୍ରମାଗତ ପରାଜୟ ପରେ ୨୦୧୪ ସାଧାରଣ ନିର୍ବାଚନରେ ପଦ୍ମପୁରବାସୀ ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। କିନ୍ତୁ ନିର୍ବାଚନମଣ୍ଡଳବାସୀଙ୍କ ଆସ୍ଥା, ବିଶ୍ୱାସକୁ ପୁରୋହିତ ଅତୁଟ ରଖି ପାରି ନ ଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ଏହି ଆସନ ହାତଛଡ଼ା କରିବାକୁ ପଡ଼ିଥିଲା। ଚଳିତ ଉପନିର୍ବାଚନରେ ପୁରୋହିତ ପୁଣି ଲୋକଙ୍କ ଆସ୍ଥା ଫେରାଇବାରେ କେତେ ସକ୍ଷମ ହେବେ ତାହା ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ ।
ପଦ୍ମପୁର ନିର୍ବାଚନ ମଣ୍ଡଳୀକୁ ଲୋକେ ବିଜେଡ଼ିର ଗଡ଼ କୁହନ୍ତି । ୨୦୦୪ ଓ ୨୦୧୪ ସାଧାରଣ ନିର୍ବାଚନକୁ ଛାଡ଼ିଦେଲେ ୧୯୯୦ ସାଧାରଣ ନିର୍ବାଚନରୁ ଏପର୍ଯ୍ୟନ୍ତ ପୂର୍ବର ଜନତା ଦଳ ତଥା ଏବକାର ବିଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରି ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଏଠାରୁ ବାଜିମାତ୍‌ କରିଆସୁଥିଲେ। ଏଥର ବିଜେଡି ସ୍ବର୍ଗତ ବରିହାଙ୍କ ଝିଅ ବର୍ଷାଙ୍କୁ ଦଳୀୟ ପ୍ରାର୍ଥିନୀ କରିଛି। ବର୍ଷା ପ୍ରଥମଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେ କେବଳ ସ୍ବର୍ଗତ ବରିହାଙ୍କ ଝିଅ ନୁହନ୍ତି, ପୂର୍ବତନ ସତ୍ୟବାଦୀ ବିଧାୟକ ରମାରଞ୍ଜନ ବଳିୟାର ସିଂଙ୍କ ବୋହୂ। ଏହି ଦୃଷ୍ଟିରୁ ସେ ରାଜନୀତିରେ ଅଭିଜ୍ଞ ହୋଇ ନ ଥିଲେ ମଧ୍ୟ ରାଜନୈତିକ ପରିବେଶ ତଥା ପରିବାରରେ ରହି ଆସୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ।
ପଦ୍ମପୁରବାସୀ ସବୁଦଳ ଅର୍ଥାତ୍‌ କଂଗ୍ରେସ, ଭାଜପା, ବିଜେଡ଼ିକୁ ନିର୍ବାଚନ ମଣ୍ଡଳୀରେ ଶାସନ ସୁଯୋଗ ଦେଇଛନ୍ତି। ଏହାସତ୍ତ୍ୱେ ଏଠାରେ ରହିଥିବା ସମସ୍ୟା ସମାଧାନ ହୋଇପାରିନାହିଁ। ପଦ୍ମପୁରକୁ ଜିଲା ଗଠନ ଦାବି ନୂଆଁ ନୁହେଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ଜିଲା ପୁନର୍ଗଠନ ବେଳେ ପଦ୍ମପୁରବାସୀ ନୂଆ ଜିଲା ଚାହୁଁଥିଲେ। ସେହିପରି ବର୍ତ୍ତମାନ ଫସଲବୀମା, ଇନପୁଟ୍‌ ସବ୍‌ସିଡ଼ି ସବୁ ଦଳ ପାଇଁ ଏକ ପ୍ରସଙ୍ଗ ପାଲଟିଛି। ପଦ୍ମପୁର ଉପଖଣ୍ଡ ମରୁଡ଼ି ପ୍ରପୀଡ଼ିତ ବୋଲି ସଭିଏଁ ଜାଣିଛନ୍ତି। କିନ୍ତୁ ସବୁଦଳକୁ ଏଠାରେ ସୁଯୋଗ ଦିଆଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପଦ୍ମପୁରରେ ମରୁଡ଼ିର ସ୍ଥାୟୀ ପ୍ରତିକାର କରାଯାଇପାରିନାହିଁ। ସେହିପରି ବରଗଡ଼ ଭାୟା ପଦ୍ମପୁର ଦେଇ ନୂଆପଡ଼ାକୁ ରେଳ ଲାଇନ ସଂଯୋଗ ମଧ୍ୟ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି। କିନ୍ତୁ ଏଥିପ୍ରତି କେହି ଦୃଷ୍ଟି ଦେଇ ନ ଥିବାବେଳେ ଏବେ ସବୁଦଳ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିବା ସାଧାରଣରେ ଆଲୋଚନା ହେଉଛି ।
ପଦ୍ମପୁରର ଜଣେ ସାମାଜିକ କର୍ମୀ ନିରୋଜ ଦୋରା କୁହନ୍ତି, ନିର୍ବାଚନ ଆସିଲେ ସୁବ ଦଳ ପ୍ରତିଶ୍ରୁତି ଦେଇଥାନ୍ତି, ମାତ୍ର ତାହା ପୂରଣ ନ ହେବା ଦୁର୍ଭାଗ୍ୟଜନକ। ଏବେ ମଧ୍ୟ ସବୁଦଳ ସେଭଳି ପ୍ରତିଶ୍ରୁତି ଦେଉଛନ୍ତି, ପ୍ରତିଶ୍ରୁତି ମୁତାବକ କାମ କଲେ ଅଞ୍ଚଳର ବିକାଶ ହେବ ଏବଂ ଅଞ୍ଚଳବାସୀ ଉପକୃତ ହେବେ। ସେହିପରି ଜଣେ ସଚେତନ ନାଗରିକ ରମେଶ ଗୁର୍ଲା କହିଛନ୍ତି, ଉପନିର୍ବାଚନ ଏବେ ଏକ ଖୋଲା ରଙ୍ଗମଞ୍ଚ ହୋଇଯାଇଛି ଏବଂ ଏକ ନାଟକ ହେଉଛି ବୋଲି ଅନୁଭୂତ ହେଉଛି। ସବୁଦଳର ନେତା ଗାଁରେ ବୁଲୁଛନ୍ତି ଏବଂ ଅଭିନୟ କରୁଛନ୍ତି। କିଏ ମୁଣ୍ଡିଆ ମାରି ତ ଆଉ କିଏ କାନ୍ଦି କାନ୍ଦି ଭୋଟ୍‌ ନିବେଦନ କରୁଛନ୍ତି। କିନ୍ତୁ ଜିତିଗଲା ପରେ ନିର୍ବାଚନୀ ପ୍ରତିଶ୍ରୁତିକୁ ଭୁଲି ଯାଉଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ଅନ୍ୟ ଜଣେ ନାଗରିକ କହ୍ନେଇ ଦୋରା କହିଛନ୍ତି, ନିର୍ବାଚନ ସମୟରେ ସବୁ ପ୍ରାର୍ଥୀ ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ତାହା ପ୍ରତିଶ୍ରୁତିରେ ହିଁ ରହିଯାଏ। ଫଳରେ ବର୍ତ୍ତମାନ ମଧ୍ୟ ପ୍ରାର୍ଥୀଙ୍କ ପ୍ରତିଶ୍ରୁତିକୁ ସହଜରେ ବିଶ୍ୱାସକୁ ନେଇ ହେଉନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri