ପ୍ରସଙ୍ଗ ପୁରୁଣା, ପୁଣି ପ୍ରତିଶ୍ରୁତି

ବରଗଡ଼ ଅଫିସ୍‌,(ପ୍ରେମାନନ୍ଦ ଖମାରୀ)୨୫।୧୧: ପଦ୍ମପୁର ଉପନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ଏହି ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ମତଦାନ ହେବ। ତେବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ୧୦ ପ୍ରାର୍ଥୀ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ଲାଗି ପଡ଼ିଛନ୍ତି। ଏଥିରେ କଂଗ୍ରେସ, ଭାଜପା ଏବଂ ବିଜେଡ଼ି ପ୍ରାର୍ଥୀଙ୍କ ପ୍ରଚାର ଚର୍ଚ୍ଚାର ବିଷୟ ହୋଇଛି। ପଦ୍ମପୁରକୁ ଜିଲା ଗଠନ, ବରଗଡ଼ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ାକୁ ରେଳ ଲାଇନ, ଫସଲବୀମା ଓ ଇନପୁଟ୍‌ ସବସିଡ଼ି ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଉକ୍ତ ପ୍ରସଙ୍ଗକୁ ନେଇ ଶାସନରେ ଥିବା ରାଜ୍ୟର ବିଜେଡ଼ି ଏବଂ କେନ୍ଦ୍ରର ଭାଜପା ସରକାର ପରସ୍ପର ଦୋଷ ଲଦାଲଦି ହେଉଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗରେ ପଦ୍ମପୁରକୁ ଅବହେଳା ପ୍ରତି କଂଗ୍ରେସ ଉଭୟ ବିଜେଡ଼ି, ଭାଜପାକୁ ଟାର୍ଗେଟ୍‌ କରି ପ୍ରଚାର ଚଳାଇଛି। ତେବେ ଉକ୍ତ ପ୍ରସଙ୍ଗ ବହୁ ପୁରୁଣା ହୋଇଥିବାବେଳେ ଏହାକୁ ନେଇ ସବୁଦଳଙ୍କ ମଧ୍ୟରେ ଉପନିର୍ବାଚନରେ ଆରୋପ, ପ୍ରତ୍ୟାରୋପ ସାଧାରଣରେ ଆଲୋଚନା ହେଉଛି ।
ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୩ ପ୍ରମୁଖ ଦଳ ମଧ୍ୟରୁ କେହି ନୂଆ ନୁହନ୍ତି। ପଦ୍ମପୁରବାସୀ କଂଗ୍ରେସ, ବିଜେଡ଼ି ଏବଂ ଭାଜପା ଉପରେ ଆସ୍ଥା ପ୍ରକଟ କରି ଏହି ନିର୍ବାଚନ ମଣ୍ଡଳୀର ଶାସନ ଭାର ଦେଇଛନ୍ତି। ୧୯୬୧ ସାଧାରଣ ନିର୍ବାଚନରୁ ଅନୁଧ୍ୟାନ କଲେ ଉକ୍ତ ନିର୍ବାଚନ ମଣ୍ଡଳୀବାସୀ ଏଠାରେ କଂଗ୍ରେସକୁ ଅଧିକ ସୁଯୋଗ ଦେଇଛନ୍ତି। ୧୯୬୧, ୧୯୭୧, ୧୯୭୪, ୧୯୮୦, ୧୯୮୫ ଏବଂ ୨୦୦୪ରେ ଏଠାରେ ଭାରତୀୟ ଜାତୀୟ କଂଗ୍ରେସ ବିଜୟ ଲାଭ କରିଛି। ସେଥିମଧ୍ୟରୁ ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୩ ଥର ବିଜୟ ଲାଭ କରି ପଦ୍ମପୁର ବିଧାୟକ ରହିଥିଲେ। ଫଳରେ ଏହି ନିର୍ବାଚନ ମଣ୍ଡଳୀରେ ତାଙ୍କ ଦଳ କିମ୍ବା ସେ ନୂଆ ନୁହନ୍ତି ।
ସେହିପରି ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରଦୀପ ପୁରୋହିତ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ ନୂଆ ନୁହନ୍ତି। କ୍ରମାଗତ ପରାଜୟ ପରେ ୨୦୧୪ ସାଧାରଣ ନିର୍ବାଚନରେ ପଦ୍ମପୁରବାସୀ ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। କିନ୍ତୁ ନିର୍ବାଚନମଣ୍ଡଳବାସୀଙ୍କ ଆସ୍ଥା, ବିଶ୍ୱାସକୁ ପୁରୋହିତ ଅତୁଟ ରଖି ପାରି ନ ଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ଏହି ଆସନ ହାତଛଡ଼ା କରିବାକୁ ପଡ଼ିଥିଲା। ଚଳିତ ଉପନିର୍ବାଚନରେ ପୁରୋହିତ ପୁଣି ଲୋକଙ୍କ ଆସ୍ଥା ଫେରାଇବାରେ କେତେ ସକ୍ଷମ ହେବେ ତାହା ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ ।
ପଦ୍ମପୁର ନିର୍ବାଚନ ମଣ୍ଡଳୀକୁ ଲୋକେ ବିଜେଡ଼ିର ଗଡ଼ କୁହନ୍ତି । ୨୦୦୪ ଓ ୨୦୧୪ ସାଧାରଣ ନିର୍ବାଚନକୁ ଛାଡ଼ିଦେଲେ ୧୯୯୦ ସାଧାରଣ ନିର୍ବାଚନରୁ ଏପର୍ଯ୍ୟନ୍ତ ପୂର୍ବର ଜନତା ଦଳ ତଥା ଏବକାର ବିଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରି ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଏଠାରୁ ବାଜିମାତ୍‌ କରିଆସୁଥିଲେ। ଏଥର ବିଜେଡି ସ୍ବର୍ଗତ ବରିହାଙ୍କ ଝିଅ ବର୍ଷାଙ୍କୁ ଦଳୀୟ ପ୍ରାର୍ଥିନୀ କରିଛି। ବର୍ଷା ପ୍ରଥମଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେ କେବଳ ସ୍ବର୍ଗତ ବରିହାଙ୍କ ଝିଅ ନୁହନ୍ତି, ପୂର୍ବତନ ସତ୍ୟବାଦୀ ବିଧାୟକ ରମାରଞ୍ଜନ ବଳିୟାର ସିଂଙ୍କ ବୋହୂ। ଏହି ଦୃଷ୍ଟିରୁ ସେ ରାଜନୀତିରେ ଅଭିଜ୍ଞ ହୋଇ ନ ଥିଲେ ମଧ୍ୟ ରାଜନୈତିକ ପରିବେଶ ତଥା ପରିବାରରେ ରହି ଆସୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ।
ପଦ୍ମପୁରବାସୀ ସବୁଦଳ ଅର୍ଥାତ୍‌ କଂଗ୍ରେସ, ଭାଜପା, ବିଜେଡ଼ିକୁ ନିର୍ବାଚନ ମଣ୍ଡଳୀରେ ଶାସନ ସୁଯୋଗ ଦେଇଛନ୍ତି। ଏହାସତ୍ତ୍ୱେ ଏଠାରେ ରହିଥିବା ସମସ୍ୟା ସମାଧାନ ହୋଇପାରିନାହିଁ। ପଦ୍ମପୁରକୁ ଜିଲା ଗଠନ ଦାବି ନୂଆଁ ନୁହେଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ଜିଲା ପୁନର୍ଗଠନ ବେଳେ ପଦ୍ମପୁରବାସୀ ନୂଆ ଜିଲା ଚାହୁଁଥିଲେ। ସେହିପରି ବର୍ତ୍ତମାନ ଫସଲବୀମା, ଇନପୁଟ୍‌ ସବ୍‌ସିଡ଼ି ସବୁ ଦଳ ପାଇଁ ଏକ ପ୍ରସଙ୍ଗ ପାଲଟିଛି। ପଦ୍ମପୁର ଉପଖଣ୍ଡ ମରୁଡ଼ି ପ୍ରପୀଡ଼ିତ ବୋଲି ସଭିଏଁ ଜାଣିଛନ୍ତି। କିନ୍ତୁ ସବୁଦଳକୁ ଏଠାରେ ସୁଯୋଗ ଦିଆଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପଦ୍ମପୁରରେ ମରୁଡ଼ିର ସ୍ଥାୟୀ ପ୍ରତିକାର କରାଯାଇପାରିନାହିଁ। ସେହିପରି ବରଗଡ଼ ଭାୟା ପଦ୍ମପୁର ଦେଇ ନୂଆପଡ଼ାକୁ ରେଳ ଲାଇନ ସଂଯୋଗ ମଧ୍ୟ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି। କିନ୍ତୁ ଏଥିପ୍ରତି କେହି ଦୃଷ୍ଟି ଦେଇ ନ ଥିବାବେଳେ ଏବେ ସବୁଦଳ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିବା ସାଧାରଣରେ ଆଲୋଚନା ହେଉଛି ।
ପଦ୍ମପୁରର ଜଣେ ସାମାଜିକ କର୍ମୀ ନିରୋଜ ଦୋରା କୁହନ୍ତି, ନିର୍ବାଚନ ଆସିଲେ ସୁବ ଦଳ ପ୍ରତିଶ୍ରୁତି ଦେଇଥାନ୍ତି, ମାତ୍ର ତାହା ପୂରଣ ନ ହେବା ଦୁର୍ଭାଗ୍ୟଜନକ। ଏବେ ମଧ୍ୟ ସବୁଦଳ ସେଭଳି ପ୍ରତିଶ୍ରୁତି ଦେଉଛନ୍ତି, ପ୍ରତିଶ୍ରୁତି ମୁତାବକ କାମ କଲେ ଅଞ୍ଚଳର ବିକାଶ ହେବ ଏବଂ ଅଞ୍ଚଳବାସୀ ଉପକୃତ ହେବେ। ସେହିପରି ଜଣେ ସଚେତନ ନାଗରିକ ରମେଶ ଗୁର୍ଲା କହିଛନ୍ତି, ଉପନିର୍ବାଚନ ଏବେ ଏକ ଖୋଲା ରଙ୍ଗମଞ୍ଚ ହୋଇଯାଇଛି ଏବଂ ଏକ ନାଟକ ହେଉଛି ବୋଲି ଅନୁଭୂତ ହେଉଛି। ସବୁଦଳର ନେତା ଗାଁରେ ବୁଲୁଛନ୍ତି ଏବଂ ଅଭିନୟ କରୁଛନ୍ତି। କିଏ ମୁଣ୍ଡିଆ ମାରି ତ ଆଉ କିଏ କାନ୍ଦି କାନ୍ଦି ଭୋଟ୍‌ ନିବେଦନ କରୁଛନ୍ତି। କିନ୍ତୁ ଜିତିଗଲା ପରେ ନିର୍ବାଚନୀ ପ୍ରତିଶ୍ରୁତିକୁ ଭୁଲି ଯାଉଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ଅନ୍ୟ ଜଣେ ନାଗରିକ କହ୍ନେଇ ଦୋରା କହିଛନ୍ତି, ନିର୍ବାଚନ ସମୟରେ ସବୁ ପ୍ରାର୍ଥୀ ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ତାହା ପ୍ରତିଶ୍ରୁତିରେ ହିଁ ରହିଯାଏ। ଫଳରେ ବର୍ତ୍ତମାନ ମଧ୍ୟ ପ୍ରାର୍ଥୀଙ୍କ ପ୍ରତିଶ୍ରୁତିକୁ ସହଜରେ ବିଶ୍ୱାସକୁ ନେଇ ହେଉନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

କନ୍ୟା ସଶକ୍ତୀକରଣର ବାର୍ତ୍ତା: ଦାରିଙ୍ଗବାଡ଼ିରେ ‘ୟୁଥ୍‌ କନ୍‌କ୍ଲେଭ୍‌’; ସହର ପରିକ୍ରମା କଲା ବିଶାଳ ଶୋଭାଯାତ୍ରା

ଦାରିଙ୍ଗବାଡି, ୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକ୍‌ ସ୍ତରୀୟ ୟୁଥ୍‌ କନ୍‌କ୍ଲେଭ୍‌ ତଥା…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?