ଗଞ୍ଜାମ ଜିଲାକୁ ଭୋଜି ଖାଇବାକୁ ଯାଇ ଦମ୍ପତି କରୋନା ଆକ୍ରାନ୍ତ: ପିଣ୍ଡିକି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଆର.ଉଦୟଗିରି,୬।୭(ଡି.ଏନ୍‌.ଏ.): ଗଜପତି ଜିଲାର ମୋହନା ବ୍ଲକ ପିଣ୍ଡିକି ଗ୍ରାମର ଏକ ଦମ୍ପତି କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ପରେ ଗ୍ରାମକୁ ୭ ଦିନ ଲାଗି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଶନିବାର ରାତିରେ ଜିଲାପାଳ ଅନୁପମ ସାହା ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଜାତୀୟ ରାଜପଥକୁ ସଂଯୋଗ ହେଉଥିବା ପିଣ୍ଡିକି ଓଡ଼ିଆ ସାହି , କୁମ୍ଭାର ସାହି, ପଦାଆମ୍ବ ଓ ଲାବରମା ଗ୍ରାମକୁ ପ୍ରଶାସନ ପକ୍ଷରୁ ପରିଦର୍ଶନ ଓ ବିଭିନ୍ନ ଦାୟିତ୍ୱ ପଦାଧିକାରୀମାନଙ୍କୁ ବଣ୍ଟାଯାଇଛି। ଗ୍ରାମକୁ ରବିବାର ବିଶୋଧନ କରାଯାଇଛି ।
ପ୍ରଶାସନ ନିୟମକୁ ନମାନି ଦମ୍ପତି ଭୋଜି ଖାଇବାକୁ ଗଞ୍ଜାମ ଜିଲା ଯାଇ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ଗଞ୍ଜାମ ଜିଲାରୁ ସଂକ୍ରମିତ ହୋଇ ଆସିବା ପରେ ନିଜ ଗ୍ରାମ ଏବଂ ମୋହନା ବଜାରରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାପନ୍ତରିଆ ଶିଶୁ ପାର୍କ କାର୍ଯ୍ୟ ଆରମ୍ଭ

ବ୍ରହ୍ମପୁର ଅଫିସ୍‌,୨୦ା୩:ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ୧୯ ନଂ ୱାର୍ଡ ଅନ୍ତର୍ଗତ ଖଲାସୀ ସାହି ଛକରେ ଅଧାପନ୍ତରିଆ ଶିଶୁ ପାର୍କ ନେଇ ଗତ ୧୪ ତାରିଖରେ...

ରାଉରକେଲା ଏନ୍‌ଆଇଟିରୁ ୪ ପଜିଟିଭ୍‌

ରାଉରକେଲା ଅଫିସ,୨୮।୩: ରାଉରକେଲାସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନ୍‌ଆଇଟି)ରୁ ରବିବାର ୪ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଉକ୍ତ ଶିକ୍ଷାନୁଷ୍ଠାନରୁ ୩...

କରୋନା ସଂକ୍ରମଣ ପ୍ରତିହତ ପାଇଁ ମକ୍‌ ଡ୍ରିଲ୍‌

କେନ୍ଦ୍ରାପଡ଼ା ଅଫିସ, ୨୮ା୧୨: ଚାଇନା ସମେତ ଅନ୍ୟ କେତେଗୋଟି ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ...

ଦୁଇ ଟ୍ରକ୍‌ ମଧ୍ୟରେ ମୁହାମୁହିଁ ଧକ୍କା: ଚାଲିଗଲା ୨ ଜୀବନ, ୨ ଗୁରୁତର

ନୂଆପଡ଼ା ଅଫିସ,୩୧।୭: ନୂଆପଡ଼ା ଜିଲା କୋମନା ଥାନା ତରବୋଡ କେନ୍ଦୁପତ୍ର ଗୋଦାମ ପାଖ ୩୫୩ ନମ୍ବର ଜାତୀୟ ରାଜପଥରେ ୨ ଟ୍ରକ୍‌ ମଧ୍ୟରେ ମୁହାମୁହିଁ ଧକ୍କା...

ଉଦ୍‌ଘାଟନକୁ ବିତିଲାଣି ଅଢ଼େଇବର୍ଷ : କାମରେ ଲାଗୁନି ବିଜୁ ଯାତ୍ରୀ ନିବାସ

ପାରାଦୀପ,୧୩।୮(ସ୍ବ.ପ୍ର.): ପାରାଦୀପକୁ ବର୍ଷତମାମ ବହୁ ପର୍ଯ୍ୟଟକ, ଦେଶ ବିଦେଶର ବହୁ ଛାତ୍ରୀଛାତ୍ର ଓ ଅନ୍ୟ ଅତିଥିମାନେ ଆସୁଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ସେମାନଙ୍କ ରହଣୀ ପାଇଁ...

ପୋଲିସକୁ ଆକ୍ରମଣ: ୫ ଗିରଫ

ତିହିଡ଼ି,୧୭।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି-ଗୁଆମାଳ ରାସ୍ତାପାର୍ଶ୍ୱରେ ଥିବା ବିଦେଶୀ ମଦ ଦୋକାନ ନିକଟରେ ଗୁରୁବାର ମଧ୍ୟାହ୍ନରେ ତିହିଡ଼ି ପୋଲିସକୁ...

ଭରତପୁର କୋଇଲା ଖଣି ଦୁର୍ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ

ଅନୁଗୋଳ ଅଫିସ, ୬।୮: ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ପରିବାର ଓ ବିଧାୟକଙ୍କ ସହିତ ଜିଲା...

ଦିଅର ଟାଙ୍ଗିଆ ଚୋଟରେ ଚାଲିଗଲା ଭାଉଜ ଜୀବନ

ଭୁବନ, ୨୪।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ଭୂଷଳ ପଞ୍ଚାୟତ ଅଧୀନ ଅସୁରବନ୍ଧ ଦଳିତ ସାହିରେ ରବିବାର ରାତିରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଦିଅର ରବୀନ୍ଦ୍ର ମଳିକ...

Advertisement
Archives

Model This Week