ବେନ୍ଦାଳିଆରେ ଚାଷୀ କରୋନା ସଂକ୍ରମିତ: ଘର କାନ୍ଥରେ ଲାଗିଲା କୋଭିଡ଼-୧୯ ସମ୍ପର୍କିତ ପେପର

ବ୍ରହ୍ମପୁର ଅଫିସି,୬।୭: ଗଞ୍ଜାମ ଜିଲା କୁକୁଡଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଠୀ ପଞ୍ଚାୟତର ବେନ୍ଦାଳିଆ ଗ୍ରାମର ଜଣେ ଚାଷୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଘଟଣା ଜଣାପଡ଼ିବା ପରେ ସୋମବାର କୁକୁଡ଼ାଖଣ୍ଡି ତହସିଲଦାର ଡ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ଉକ୍ତ ଗ୍ରାମରେ ପହଞ୍ଚି ଲୋକମାନଙ୍କୁ ସଚେତନ କରିଛନ୍ତି । ସମ୍ପୃକ୍ତ ଚାଷୀଙ୍କ ଘରେ ଥିବା ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଗୃହ ସଂଗରୋଧରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ତାଙ୍କ ଘର କାନ୍ଥରେ କୋଭିଡ଼ -୧୯ ସମ୍ପର୍କିତ ଏକ ପେପର ଛପାଇ ଦେଇଛନ୍ତି। ସେହିପରି ସଂକ୍ରମିତ ବ୍ୟକ୍ତି ଜଣଙ୍କ କାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଆଶା କର୍ମୀ ଓ ଡାକ୍ତରୀ ଦଳ କାମ ଆରମ୍ଭ କରୁଥିବା ସେ ସୂଚନା ଦେଇଛନ୍ତି । ଅଗ୍ନିଶମ ବାହିନୀ ଗ୍ରାମରେ ପହଞ୍ଚି ସାରା ଗାଁ ବିଶୋଧନ କରିଛି। ତହସିଲଦାର ଗ୍ରାମବାସୀଙ୍କୁ ଗାଁ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଚାଷୀଙ୍କ ପରିବାର ଲୋକ ବାହାରକୁ ନ ଯିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ସେମାନଙ୍କ ଆବଶ୍ୟକ ପ୍ରତ୍ୟେକ ସାମଗ୍ରୀ ପଞ୍ଚାୟତ ତରଫରୁ ଯୋଗାଇଦିଆଯିବ ବୋଲି ତହସିଲଦାର କହିଛନ୍ତି ।
ସୂଚନାନୁଯାୟୀ, ସମ୍ପୃକ୍ତ ଚାଷୀ ଫସଲ ନେଇ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ବିକ୍ରି କରୁଥିଲେ। ଗତ ଶୁକ୍ରବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଏମ୍‌କେସିଜି ମେଡିକଲର ସଂଘରୋଧ କକ୍ଷରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ବାବ ପରୀକ୍ଷା ପରେ ରବିବାର ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ସିତଳାପଲ୍ଲୀସ୍ଥିତ କୋଭିଡ଼-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେହିପରି ମେଡିକାଲରେ ତାଙ୍କ ପାଖରେ ଥିବା ତାଙ୍କର ୨ ପୁଅ ଏବେ ସଂଗରୋଧରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁପା ଅଳଙ୍କାର ଚୋରି ଘଟଣା: ୬ କେଜି ରୁପା ଉଦ୍ଧାର, ୩ ଗିରଫ

ବ୍ରହ୍ମପୁର ଅଫିସ, ୭।୯: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ମାଲସେନାପେଟା ସାହିରେ ଥିବା ଶ୍ରୀସାଇ ରିଫାଇନେରୀ ଏବଂ ରୁପା ଅଳଙ୍କାର ଦୋକାନରୁ ହୋଇଥିବା ଚୋରି...

ବାତ୍ୟା ଆଶ୍ରୟସ୍ଥଳୀରେ ଅସାମାଜିକଙ୍କ ଆଡ୍ଡା

ରାୟଗଡ଼(ଗଜପତି) ୧।୫(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଥିବା ବାତ୍ୟା ଆଶ୍ରୟସ୍ଥଳି। ଯାହା ଏବେ  ଅସାମାଜିକଙ୍କ  ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ସ୍ଥାନୀୟ ଲୋକେ...

ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହାତୀ

ପାରଳାଖେମୁଣ୍ଡି, ୧୭।୪ (ସ୍ବ.ପ୍ର.): ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟର ଅମରା ଓ ରାଟିଣୀ ଅଞ୍ଚଳରେ କେତେକ ଜଙ୍ଗଲୀ ହାତୀ ଚଳପ୍ରଚଳ କରୁଥିବା ଦେଖିବାକୁ...

ସାପ କାମୁଡ଼ାରେ ମହିଳା ମୃତ

ଦାରିଙ୍ଗବାଡ଼ି,୫।୬(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ଗଦଡ଼ି ଗ୍ରାମରେ ସାପକାମୁଡ଼ାରେ ସୋମବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଇଟି ପ୍ରଧାନ...

ନାବାଳିକା ବଳାତ୍କାର ଘଟଣା: ମାମୁଙ୍କୁ ମାଡ଼,୩ ଗିରଫ

ଅନୁଗୋଳ ଅଫିସ, ୫।୮: ଅନୁଗୋଳ ସହର ବସ୍‌ଷ୍ଟାଣ୍ଡ ନିକଟରେ ଗତ ୨୧ ତାରିଖରେ ବଳାତ୍କାର ଶିକାର ହୋଇଥିବା ୮ ବର୍ଷୀୟା ନାବାଳିକାଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିବା ଅଭିଯୋଗରେ...

କଳାପଥର ଉତ୍ତୋଳନ:୫ ମାମଲାରେ ପେଞ୍ଚ

ଯାଜପୁର ଅଫିସ,୨୬।୩: ଯାଜପୁର ଜିଲା ରାଜସ୍ବ ବିଭାଗର ଛତ୍ରଛାୟା ତଳେ ଚାଲିଥିବା ବେଆଇନ କଳାପଥର ଲୁଟ୍‌ ଘଟଣା ଦିନକୁଦିନ ଅଣାୟତ୍ତ ହେବାରେ ଲାଗିଛି। ତହସିଲ କୋର୍ଟରୁ...

ସଂଗ୍ରାମୀଙ୍କ ଗାଁ ଚମ୍ପାଇଲୋ ଅବହେଳିତ

ଖୋର୍ଦ୍ଧା ଅଫିସ,୨୦ା୧: ‘ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’। ସ୍ବାଧୀନତା ସଂଗ୍ରାମ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏହି ଡାକରା ଭାରତୀୟଙ୍କ ମଧ୍ୟରେ...

ପାଟଣା ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ, ଥରିଲା ସବୁକିଛି

ପାଟଣା,୨୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ସୋମବାର ପୂର୍ବାହ୍ନରେ ୨ ଥର ପ୍ରଚଣ୍ତ ଶବ୍ଦ ଶୁଣିବାକୁ ମିଳିଛି। ଫଳରେ ଭୂମି ସହ ଘର କାନ୍ଥ, ଝରକା,...

Advertisement
Archives

Model This Week