ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ କିନ୍ନର

ଭୁବନେଶ୍ୱର,୩୦।୬(ବ୍ୟୁରୋ):କରୋନା କଟକଣା ଭିତରେ ଓଡ଼ିଶାରୁ ଟ୍ରେନ୍‌ରେ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ। ଏହି କାରବାରରେ ସମ୍ପୃକ୍ତ ହେଉଛନ୍ତି କିନ୍ନର। ସୋମବାର ଗୁଜରାଟର ସୁରଟକୁ ଚାଲାଣବେଳେ ଆର୍‌ପିଏଫ୍‌ ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ଭୁବନେଶ୍ୱର ରେଳ ଷ୍ଟେଶନରେ ଚଢାଉ କରି ଦୁଇ ଚାଲାଣକାରୀ କିନ୍ନରଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଜିଲା ବେଗୁନିଆପଡା ଥାନା ଖଞ୍ଚଣା ଗ୍ରାମର ଲକ୍ଷ୍ମୀଧର ମହାନ୍ତି ଓରଫ ଲିଜା(୨୫) ଓ ବସନ୍ତ ସ୍ବାଇଁ(୩୪)। ସେମାନଙ୍କଠାରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତଙ୍କୁ ହସ୍ତାନ୍ତର ପରେ ଜିଆର୍‌ପି ଥାନାରେ ମାମଲା(୪୬/୨୧) ରୁଜୁ ହୋଇଛି। ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।
ପୋଲିସ ସୂଚନା ଅନୁଯାୟୀ, କିନ୍ନର ଲିଜା ଓ ବସନ୍ତ ଦୁଇବର୍ଷ ତଳେ ଟ୍ରେନରେ ବୁଲି ଯାତ୍ରୀଙ୍କଠାରୁ ଟଙ୍କା ମାଗୁଥିଲେ। ଏହାପରେ ସେମାନେ ବିଭିନ୍ନ ବିବାହ ଉତ୍ସବରେ ନୃତ୍ୟ ପରିବେଷଣ କରି ରୋଜଗାର କରୁଥିଲେ। ତେବେ କେବେଠୁ ଓ କାହା ଦ୍ୱାରା ଗଞ୍ଜେଇ କାରବାରରେ ସାମିଲ ହୋଇଛନ୍ତି ସେନେଇ ପଚରାଉଚରା ଚାଲିଛି। ସୁରଟରେ ରହୁଥିବା ଓଡିଆ ଶ୍ରମିକଙ୍କ ପାଇଁ ସେମାନେ ଏହି ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ସେମାନେ କହିଛନ୍ତି। ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଲିଜା ଓ ବସନ୍ତ ଖୋର୍ଦ୍ଧା ଜିଲା ବାଲୁଗାଁରୁ ପ୍ରଶାନ୍ତି ଏକ୍ସପ୍ରେସରେ ଚଢି ଭୁବନେଶ୍ୱରରେ ୬ଟା ୩୦ରେ ପହଞ୍ଚତ୍ଥିଲେ। ସେମାନେ ଗାନ୍ଧୀଧାମ ଏକ୍ସପ୍ରେସରେ ସୁରଟ ଯିବା ପାଇଁ ଷ୍ଟେଶନରେ ଅପେକ୍ଷା କରିଥିଲେ। ଗଞ୍ଜେଇ ଚାଲାଣ ସଂକ୍ରାନ୍ତରେ ସୂଚନା ପାଇବା ପରେ ଆରପିଏଫ୍‌ ଏବଂ କ୍ରାଇମବ୍ରାଞ୍ଚ ଟ୍ରେନ୍‌ ଓ ଷ୍ଟେଶନ ପରିସରକୁ ତନ୍ନତନ୍ନ କରି ଯାଞ୍ଚ କରି ବହୁ ସମୟ ପରେ ଏକ ଲଗେଜରୁ ଗଞ୍ଜେଇ ଠାବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମସିରେ ବଢିଲା ବିଦ୍ରୋହ, ମମତାଙ୍କ ହାତ ଛାଡିବେ ସାୟନି ଘୋଷ!

କୋଲକାତା, ୧୦।୬: ବଙ୍ଗଳାରେ କ୍ଷମତା ପରିବର୍ତ୍ତନ ପରେ, ଟିଏମସି ତାସର ଘର ପରି ଭାଙ୍ଗି ପଡୁଥିବା ପରି ମନେ ହେଉଛି। ସୂତ୍ର ଅନୁଯାୟୀ, ଏପରି ରିପୋର୍ଟ ଅଛି…

ଘର ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା; ଜାମିନ ଆବେଦନ ଖାରଜ ହେବାରୁ ୨ ଯାଆଙ୍କୁ…

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୋକର୍ଣ୍ଣପୁର ଗ୍ରାମ ବଡ଼ ସାହିର ଝୁନୁ ସେଠୀ ଓ ବୁଧି ସେଠୀ ୨ ଯାଆଙ୍କୁ ବୁଧବାର…

ଅପରେଶନ ବୈତରଣୀ: ୪ ହାଇୱା, ଜେସିବି, ଖନନ ଯନ୍ତ୍ର, ୩୩ ଟ୍ରାକ୍ଟର ଜବତ: ୩୮ ମାମଲା ରୁଜୁ…

ହାଟଡିହୀ/ଆନନ୍ଦପୁର/ବଞ୍ଚୋ, ୧୦।୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ):‘ଅପରେଶନ ବୈତରଣୀ’ର ଧାରାବାହିକତା ଏବଂ କେନ୍ଦୁଝର ଜିଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଉପଖଣ୍ଡ ପୋଲିସ ପକ୍ଷରୁ…

ଆକ୍ସନ ମୋଡ୍‌ରେ ଧର୍ମଶାଳା ପୋଲିସ: ୪ ବାଇକ୍‌ ଜବତ, ଦୁଇ ଲୁଟେରାଙ୍କୁ ଗିରଫ କରି…

ଧର୍ମଶାଳାର,୧୦ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦୁଇ ବାଇକ୍‌ ଲୁଟେରାଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସେମାନଙ୍କ…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ନବମ ଗ୍ରାମସଭା: ଏକର ପିଛା ଏତେ କୋଟି ଦାବି କଲେ ଗ୍ରାମବାସୀ

ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ର ୧୨ଟି ମୌଜା ର ଜମି କୁ ନେଇ ପ୍ରସ୍ତାବିତ…

ସମୁଦ୍ରରୁ ମାଡ଼ି ଆସୁଛି ବଡ଼ ବାତ୍ୟା! ଏହିଦିନ କରିବ ଲ୍ୟାଣ୍ଡଫଲ୍‌…

ନୂଆଦିଲ୍ଲୀ,୧୦।୬: ଆସୁଛି ବଡ଼ ବାତ୍ୟା । ଯାହାକୁ ନେଇ ଛାନିଆ ହେଲେଣି ଉପକୂଳବାସୀ । ସାମୁଦ୍ରିକ ବାତ୍ୟା କ୍ରିଷ୍ଟିନାକୁ ନେଇ ଏବେ ସବୁଠି ଭୟର ମାହୋଲ ।…

୪ ଥାକିଆ ହେବ ପିପିଲି-କୋଣାର୍କ ରାସ୍ତା

ଗୋପ,୧୦ା୬(ଭାରତୀ ଭୂଷଣ ଉପାଧ୍ୟାୟ): ପର୍ଯ୍ୟଟନର ବିକାଶ ଲାଗି ଖୁବ୍‌ଶୀଘ୍ର ପିପିଲି-କୋଣାର୍କ ରାଜ୍ୟ ରାଜପଥକୁ ୪ ଥାକିଆ ରାସ୍ତା କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ…

ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଅନୁପ୍ରବେଶ, ଓଡ଼ିଶା ପ୍ରଶାସନ ଉପରେ…

ପଟ୍ଟାଙ୍ଗି,୧୦ା୬(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ଅନୁପ୍ରବେଶ କରି ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri