Posted inଫୁରସତ

ଭାରତରେ ପ୍ରଥମ ଥର ପାଇଁ ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍‌ ‘ସୁପର ଆନାକୋଣ୍ଡା’

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଦେଶରେ ପ୍ରଥମ ଥର ପାଇଁ ୨ କିଲୋମିଟର ଲମ୍ବା ଟ୍ରେନ୍‌ ଚଳାଚଳ କରୁଛି। ଏହି ଟ୍ରେନର ନାମ ‘ସୁପର ଆନାକୋଣ୍ଡା’ ରଖାଯାଇଛି। ରେଳମନ୍ତ୍ରୀ ପିୟୁଷ ଗୋୟଲ ସୋସିଆଲ ମିଡିଆରେ ଟ୍ରେନର ଭିଡିଓ ଶେୟାର କରିଥିବାବେଳେ ଏହାକୁ ‘ସୁପର ଆନାକୋଣ୍ଡା’ ବୋଲି କହିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ଟ୍ରାକ୍‌ରେ ୧୭୭ ଓ୍ବାଗନ୍‌ ଥିବା ଏହି ଟ୍ରେନ୍‌ ଚଳାଇବା ଭାରତୀୟ ରେଳବାଇ ପାଇଁ ଏକ ବଡ଼ ସଫଳତା।

ପ୍ରକୃତପକ୍ଷେ, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ୨ଟି ମାଲବାହୀ ଟ୍ରେନ୍‌ ଯୋଗ କରି ଏହି ନୂତନ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ ‘ଆନାକୋଣ୍ଡା ଫର୍ମେସନ’ରେ ଓଡ଼ିଶାର ଲାଜକୁରା ଏବଂ ରାଉରକେଲା ମଧ୍ୟରେ ଚାଲିଥିଲା। ଉକ୍ତ ଟ୍ରେନରେ ସମୁଦାୟ ୧୫୦୦୦ ଟନ୍‌ ସାମଗ୍ରୀ ରହିଥିଲା। ସମୟ ବଞ୍ଚାଇବା ପାଇଁ ଏହି ଅନନ୍ୟ ପରୀକ୍ଷଣ କରାଯାଇଥିଲା। ରେଳବାଇ ପାଇଁ ଏହି ଟ୍ରେନ ଚଳାଇବା ଚ୍ୟାଲେଞ୍ଜ ସଦୃଶ ଥିଲା। କାରଣ ଏହା ମାଲବାହୀ ଟ୍ରେନ ବ୍ୟସ୍ତବହୁଳ ଟ୍ରାକ୍‌ରେ ଗଡ଼ିଥିଲା।

ପରେ ଏହି ଟ୍ରେନ୍‌ରେ ତିନୋଟି ମାଲବାହୀ ଟ୍ରେନ୍‌ ଏକାଠି କରାଯାଇଥିଲା। ଯେଉଁଥିରେ ୧ କୋଟିରୁ ଅଧିକ ମୂଲ୍ୟର ସାମଗ୍ରୀ ବିଳାସପୁର ଏବଂ ଚକ୍ରଧରପୁର ବିଭାଗ ମାଧ୍ୟମରେ ପରିବହନ କରାଯାଇଥିଲା। ଏହି ମାଲବାହୀ ଟ୍ରେନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୬୦କିଲୋମିଟର ଥିଲା।

ବ୍ରଜଜନଗର ନିକଟ ଲାଜକୁରାଠାରୁ ଆରମ୍ଭ କରି ଏହି ‘ସୁପର ଆନାକୋଣ୍ଡା’ ରେକର୍ଡ ସମୟ ୨ ଘଣ୍ଟା ୧୫ ମିନିଟ୍‌ରେ ରାଉରକେଲା ଷ୍ଟେଶନରେ ପହଞ୍ଚିଥିଲା। ଜଣେ ବରିଷ୍ଠ ରେଳ ଅଧିକାରୀ କହିଛନ୍ତି, ଥରେ ତିନୋଟି ମାଲବାହୀ ଟ୍ରେନ ଚଳାଇବା ଏକ ରୋମାଞ୍ଚକର ଅନୁଭୂତି ଅଟେ।

ଏଥିପାଇଁ ୬୦୦୦ ହର୍ସ ପାଓ୍ବାର ବିଶିଷ୍ଟ ୩ ଟି ଇଲେକ୍ଟ୍ରିକ ଇଞ୍ଜିନ ଲଗାଯାଇଥିଲା। ଏହାକୁ ମୁଖ୍ୟ ଲୋକୋ ପାଇଲଟ୍‌ ରାନ୍ଧୀର କୁମାର ଏବଂ ରାୟଗଡ଼ରୁ ଗାର୍ଡ ଏସ୍‌ ମଲ୍ଲିକ ପରିଚାଳନା କରିଥିଲେ। ଏହି ଲୋକୋ ପାଇଲଟ୍‌ ଟିମ୍‌ରେ ୬ ଜଣ ଲୋକୋ ପାଇଲଟ୍‌ ଏବଂ ଜଣେ ସହାୟକ ଲୋକୋ ପାଇଲଟ୍‌ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri