ଅଗଷ୍ଟରୁ ବଦଳୁଛି ପିଏଫ୍‌ର ଏହି ବଡ଼ ନିୟମ: କମ୍‌ ଆସିବ ଦରମା

ନୂଆଦିଲ୍ଲୀ,୧।୮: ଅଗଷ୍ଟ ମାସରେ ବଳିଛି ଅନେକ ନିୟମ। ସେଭଳି ଗୋଟିଏ ହେଉଛି ଆପଣଙ୍କ ଦରମା ସମ୍ପର୍କିତ। ଏହି ମାସରୁ ଟେକ୍‌ ହୋମ୍‌ ସାଲାରୀ/ଇନ୍‌ ହ୍ୟାଣ୍ଡ(ଘରୋଇ ଦରମା) ବୃଦ୍ଧି ପାଇବ।

କରୋନା ମୁକାବିଲାକୁ ନେଇ କେନ୍ଦ୍ର ସରକାର ପିଏଫ୍‌ ସହ ଜଡ଼ିତ କିଛି ନିୟମ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ପିଏଫ୍‌ ଯୋଗଦାନକୁ ୧୨%ରୁ କମ୍‌ କରି ୧୦% କରି ଦିଆଯାଇଛି। ଫଳରେ କର୍ମଚାରୀଙ୍କ ଟେକ୍‌ ହୋମ୍‌ ସାଲାରୀ ୨% ବଢ଼ିବ।

ତେବେ ଏହା ଅନିବାର୍ଯ୍ୟ ନୁହେଁ। କାରଣ କର୍ମଚାରୀମାନେ ସହମତି ପ୍ରକାଶ କରିବାକୁ ପଡ଼ିବ। ଜୁଲାଇ ପର୍ଯ୍ୟନ୍ତ ଏହି ନିୟମ ଥିଲା। ଏଣୁ ଯେଉଁ ଲୋକେ ଏହି ନୂଆ ନିୟମକୁ ଚୟନ କରିବେ, ଅଗଷ୍ଟରୁ ତାଙ୍କର ଟେକ୍‌ ହୋମ୍‌ ସାଲାରୀ କମ୍‌ ଆସିବ। ହେଲେ ସେମାନଙ୍କର ପିଏଫ୍‌ରେ ଯୋଗଦାନ କମିଯିବ।

ସାଧାରଣ ଭାଷାରେ କହିବାକୁ ଗଲେ, ମୂଳ ବେତନର ୧୨% ଯୋଗଦାନ କର୍ମଚାରୀ କରିଥାଏ। କେବଳ ଏତିକି ନୁହେଁ କମ୍ପାନୀ ପକ୍ଷରୁ ମଧ୍ୟ ପିଏଫ୍‌ରେ ଅଂଶ ଦିଆଯାଏ। ଉକ୍ତ ୧୨%ର ୮.୩୩% ପେନ୍‌ସନ ଯୋଜନା ଇପିଏସ୍‌ରେ ହୋଇଥାଏ। ବାକି ୩.୬୭% ଯୋଗଦାନ କର୍ମଚାରୀ ଭବିଷ୍ୟ ନିଧି(ଇପିଏଫ୍‌)ରେ ହୋଇଥାଏ। ଏବେ ଏହି ନୂଆ ନିୟମ ଦ୍ୱାରା ଇନ୍‌ହ୍ୟାଣ୍ଡ ସାଲାରି କମ୍‌ ଆସିବ। ଏହାଦ୍ୱାରା ୪.୩ କୋଟି କର୍ମଚାରୀ ଲାଭବାନ ହେବେ।

ଏହାଛଡ଼ା କରୋନା ସଙ୍କଟ ଆରମ୍ଭ ହେବା ସମୟରେ ୧୦୦ରୁ କମ୍‌ କର୍ମଚାରୀ ଥିବା ଏବଂ ୧୫୦୦୦ ପର୍ଯ୍ୟନ୍ତ ଦରମା ପାଉଥିବା ୯୦% କର୍ମଚାରୀ ଥିବା କମ୍ପାନୀଗୁଡ଼ିକର ପିଏଫ୍‌ ସରକାର ଜମା କରୁଛନ୍ତି। ଏହା ଜୁଲାଇରେ ଶେଷ ହୋଇଛି। ଅଗଷ୍ଟରୁ ବେସିକ୍‌ ସାଲାରୀର ୧୨% ପିଏଫ୍‌ ପାଇଁ କଟାଯିବ। ନୂଆ ନିୟମ ଲାଗୁ କରାଇଥିଲେ ୧୦% କଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri