ବେଲଗାମ୍‌ ଟ୍ରାଫିକ ବ୍ୟବସ୍ଥା, ନାକେଦମ୍‌ ସହରବାସୀ: ସ୍ପିଡ୍‌ ବାଇକର୍‌ଙ୍କ ଯୋଗୁ ଦୁର୍ଘଟଣା ଭୟ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଟ୍ରାଫିକ ସମସ୍ୟା ବେଲଗାମ୍‌ ହୋଇପଡ଼ିଛି। ସହରସ୍ଥିତ ଯେଉଁ ରାସ୍ତା ଓ ଛକକୁ ଦେଖିଲେ ଏହି ସମସ୍ୟା ରହିଛି। ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତାଠାରୁ ଆରମ୍ଭ କରି ଭଟଲି ଛକ, ବାନ୍ଦୁଟିକ୍ରା(ଭିଏସ୍‌ଏସ୍‌ ନଗର) ଛକ, ଗାନ୍ଧୀଛକ, ଘରୋଇ ବସଷ୍ଟାଣ୍ଡ୍‌ ଛକ, ଗୁରୁଦ୍ୱାରା ଛକ, ଏସ୍‌ପି ଅଫିସ ଛକ, ଥାନାଛକ, କାଳୀ ମନ୍ଦିର ଛକ, ବୀରଛକ, ବିକାଶ ଛକ, ହସ୍ପିଟାଲ ରାସ୍ତା, ଜେଲ ଛକ, ଜର୍ଜ ହାଇସ୍କୁଲ ରାସ୍ତା ଆଦି ସ୍ଥାନରେ ଦୀର୍ଘବର୍ଷ ଧରି ଏହି ସମସ୍ୟା ଲାଗି ରହିଛି। ଏଥିପାଇଁ ଯାତାୟାତ ସମୟରେ ସହରବାସୀ ତଥା ଏଠାକୁ ଆସୁଥିବା ଲୋକଙ୍କୁ ନାକେଦମ୍‌ ହେବାକୁ ପଡୁଥିବାବେଳେ ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଘଟି ଲୋକେ ମୃତାହତ ମଧ୍ୟ ହେଉଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ସହିତ ରାସ୍ତା ପ୍ରଶସ୍ତୀକରଣ କରାଯାଉଛି। ମାତ୍ର ସହରର ଭଟଲି ଛକ, ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଦୀର୍ଘବର୍ଷ ଧରି ଟ୍ରାଫିକ ସମସ୍ୟା ବହୁଳ ହୋଇପଡ଼ି ଥିଲେ ସୁଦ୍ଧା ଜବରଦଖଲ ଉଚ୍ଛେଦ ପାଇଁ ସେଠାକୁ ପ୍ରଶାସନର ହାତ ପହଞ୍ଚି ପାରି ନାହିଁ। ଏଭଳି ସ୍ଥିତିରେ ସହର ମଧ୍ୟରେ ରହିଥିବା ଟ୍ରାଫିକ ସମସ୍ୟା ଏବେ ମଧ୍ୟ ଅସମାହିତ ରହିଛି ଏବଂ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ତେଜି ଉଠିଛି।
ସହରରେ ଜନସଂଖ୍ୟା ବୃଦ୍ଧି ସହିତ ଯାନବାହନ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଅନ୍ୟପଟେ ସହର ରାସ୍ତା ପ୍ରଶସ୍ତୀକରଣ ଚାଲିଥିଲେ ହେଁ ଏବେ ମଧ୍ୟ ସହର ମଧ୍ୟରେ ରହିଥିବା ଭଟଲି ଛକ, ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଭଳି ଅନେକ ରାସ୍ତା ଏପର୍ଯ୍ୟନ୍ତ ସଂକୁଚିତ ହୋଇ ରହି ଯାଇଛି। ସେହିପରି ଗାଡ଼ି ପାର୍କିଂ ପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ଥାୟୀ ବ୍ୟବସ୍ଥା ହୋଇପାରି ନାହିଁ। ଫଳରେ ଲୋକେ ଏଣେତେଣ ଗାଡ଼ିଗୁଡ଼ିକୁ ରଖିବାକୁ ବାଧ୍ୟ ହେଉଛନ୍ତି। କେବଳ ସେତିକି ନୁହେଁ, ସହର ମଧ୍ୟରେ ବିଭିନ୍ନ ସମୟରେ ତୀବ୍ର ବେଗରେ କେତେକ ବାଇକ୍‌ ଆରୋହୀମାନେ ଯାଉଥିଲେ ହେଁ ତାକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯାଉ ନାହିଁ। ଅନ୍ୟପଟେ ସହରର ବିଭିନ୍ନ ଛକ ସ୍ଥାନରେ ପର୍ଯ୍ୟାପ୍ତଭାବେ ସ୍ବୟଂଚାଳିତ ଟ୍ରାଫିକ୍‌ ସିଗନାଲ୍‌ ବ୍ୟବସ୍ଥାର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ଗାନ୍ଧୀଛକ ଏବଂ ଗୁରୁଦ୍ୱାରା ଛକରେ ଲାଗିଥିବା ସ୍ବୟଂଚାଳିତ ଟ୍ରାଫିକ୍‌ ସିଗନାଲ୍‌ ବ୍ୟବସ୍ଥା ବର୍ଷାଧିକକାଳ ଧରି ଅଚଳ ହୋଇ ପଡ଼ିଛି। ଏହାର ସୁଯୋଗରେ ଅନେକ ସମୟରେ ସ୍ପିଡ୍‌ ବାଇକର୍‌ମାନେ ଲୋକଙ୍କୁ ଧକ୍କା ଦେଇ ଖସିଯାଉ ଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଲୋକେ ମୃତାହତ ହେବାର ନଜିର ମଧ୍ୟ ରହିଛି। ଗତ କିଛିମାସ ତଳେ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ଛକରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଧକ୍କାରେ ସାଇକେଲ ଯୋଗେ ସ୍କୁଲକୁ ଯାଉଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା।
ସେହିପରି ସହରସ୍ଥିତ ବିଭିନ୍ନ ରାସ୍ତାରେ ବୁଲା ଗୋରୁ, କୁକୁରଙ୍କ ପାଇଁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ସେଥିପ୍ରତି କିଛି ପଦକ୍ଷେପ ନିଆଯାଉ ନାହିଁ। କାଞ୍ଜିହାଉସରେ ବୁଲା ଗୋରୁଙ୍କୁ ରଖିବା ବଦଳରେ ପୌର ପ୍ରଶାସନ ସେଥିପ୍ରତି ଆଖି ବୁଜି ଦେଇଛି। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ଏବଂ ଏଥିପାଇଁ କେତେବେଳେ ଗୋରୁ ତ ଆଉକେବେ ଗାଡ଼ି ଚାଳକମାନେ ଗୁରୁତର ଆହତ ହେଉଛନ୍ତି। ସହରରେ ଟ୍ରାଫିକ ସମସ୍ୟା ଏଭଳି ଅସମ୍ଭାଳ ହୋଇପଡ଼ି ଥିବାବେଳେ ସହର ମଧ୍ୟରେ ଅନେକ ସମୟରେ ବିଭିନ୍ନ ଭାରିଯାନ, ବାଲି ବୋଝେଇ ଟ୍ରାକ୍ଟର, ଡମ୍ପର ଆଦି ଗାଡ଼ି ବେଲଗାମ୍‌ଭାବେ ଯାତାୟାତ କରିବା ଏହି ସମସ୍ୟା ଏବଂ ଦୁର୍ଘଟଣା ଆଶଙ୍କାକୁ ଦ୍ୱିଗୁଣିତ କରି ପକାଇଛି। ଏଭଳି ସ୍ଥିତିରେ ସହର ମଧ୍ୟରେ ରହିଥିବା ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ତ୍ୱରିତ୍‌ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?