ଟ୍ରାଫିକ୍‌ ଆଇଆଇସିଙ୍କ ବିରୋଧରେ ମାମଲା

ଯାଜପୁର ଅଫିସ,୨୨ା୧୨: ଟ୍ରାଫିକ ନିୟମ ଖିଲାପ କରି ନ ଥିବା ସତ୍ତ୍ବେ ଜଣେ ଆଇନଜୀବୀଙ୍କ ନାମରେ ଅନ୍‌ଲାଇନ ଚାଲାଣ କଟାଯିବା ଘଟଣା ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀଙ୍କୁ ମହଙ୍ଗା ପଡିଛି। ଏଥିନେଇ ସମ୍ପୃକ୍ତ ଆଇନଜୀବୀ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ଏକ ଅଭିଯୋଗ ଫର୍ଦ୍ଦ (ମାମଲା ନଂ. ୨୪୭/୨୦୨୧) ଦାଖଲ କରିଛନ୍ତି। ଅଭିଯୋଗକାରୀ ଓ ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ଜେଏମ୍‌ଏଫ୍‌ସି ସୌମ୍ୟରଞ୍ଜନ ପୃଷ୍ଟି ଟ୍ରାଫିକ ଆଇଆଇସି ହୃଦାନନ୍ଦ ବେହେରା ଏବଂ ତାଙ୍କ ୨ ସହଯୋଗୀ କନ୍‌ଷ୍ଟେବଳଙ୍କ ବିରୋଧରେ ଆଇପିସିର ଧର୍ତ୍ତବ୍ୟ ଅପରାଧ ଧାରା ୩୮୫/୨୯୪/ ୨୧୧/୪୧୮/୪୬୯/୩୪ରେ ମାମଲା ରୁଜୁ କରିଛନ୍ତି। ଏହିକ୍ରମରେ ଆସନ୍ତା ୨୮ରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ଆଇଆଇସିଙ୍କୁ ସମନ ଜାରି କରାଯାଇଛି।
ଆଇନଜୀବୀ ଉଦୟନାଥ ସାହୁଙ୍କ ଅଭିଯୋଗ ଅନୁଯାୟୀ, ଅକ୍ଟୋବର ୧୨ ଅପରାହ୍ନ ୨ ଟା ୨୦ରେ ସେ ନିଜ କାରକୁ ଚଣ୍ଡିଖୋଲ ଟ୍ରାଫିକ ଛକ ନିକଟ ସର୍ଭିସ ରୋଡ଼ ବାମ ପାର୍ଶ୍ୱରେ ପାର୍କିଂ କରି ପାଖ ଦୋକାନକୁ ଯାଇଥିଲେ। ଟ୍ରାଫିକ୍‌ ପୋଲିସ ଗାଡ଼ିର ଫଟୋ ଉଠାଇବା ସହ ଥାନାରେ ଦଶହରା ପୂଜା ହେବ, ତେଣୁ ସେମାନଙ୍କୁ ପୂଜା ଖର୍ଚ୍ଚ ୧୦୦୦ ଟଙ୍କା ଦେବାକୁ ଆଇଆଇସି ପରାମର୍ଶ ଦେଇଥିଲେ। ଟଙ୍କା ନ ଦେଲେ ଗାଡ଼ି ଉପରେ ୫ ହଜାର ଟଙ୍କା ଚାଲାଣ କାଟି ଦିଆଯିବ ବୋଲି ଭୟ ଦେଖାଇଥିଲେ। ପ୍ରତିବାଦ କରିବାରୁ ବେହେରା ଉତ୍‌କ୍ଷିପ୍ତ ହୋଇ ଆଇନଜୀବୀ ସାହୁଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିଲେ। ସାହୁ ଘଟଣାସ୍ଥଳରୁ ଯାଜପୁର ଏସ୍‌ପିଙ୍କୁ ଫୋନ ଯୋଗେ ଆଇଆଇସିଙ୍କ ସମ୍ପର୍କରେ ଅବଗତ କରାଇଥିଲେ। ପରେ ସନ୍ଧ୍ୟାରେ ୨ହଜାର ଟଙ୍କା ଜରିମାନା ଲାଗୁ କରାଯାଇଥିବା ନେଇ ବାହନ ପୋର୍ଟାଲରୁ ତାଙ୍କ ଫୋନ୍‌କୁ ଏକ ଏସ୍‌ଏମ୍‌ଏସ୍‌ ଆସିଥିଲା। ପରଦିନ ଏଥିନେଇ ସେ ସ୍ଥାନୀୟ ପୋଲିସକୁ ଅବଗତ କରାଇବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ା ଶେଷରେ ଗତ ୧୦ ତାରିଖ ଦିନ ସାହୁ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟଙ୍କ ଇଜଲାସରେ ଅଭିଯୋଗ ଦାଖଲ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରତାପ ଦାସ, କୈଳାସ ଚନ୍ଦ୍ର ସାମଲ ଓ ବିଜୟ ରାଉଳ ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି। ଏସଂକ୍ରାନ୍ତରେ ଆଇଆଇସି ବେହେରା କହିଛନ୍ତି, ଆଇନଜୀବୀ ଭୁଲ ରାସ୍ତାରେ ଗାଡ଼ି ପାର୍କିଂ କରିଥିଲେ। ତାଙ୍କୁ କହିବାରୁ ଓଲଟା ଗାଳିଗୁଲଜ କରିଥିଲେ। ତେଣୁ ମୋ ବିରୋଧରେ ହୋଇଥିବା ଅଭିଯୋଗରେ ସତ୍ୟତା ନାହିଁ ବୋଲି ଆଇଆଇସି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଛି ୨୨ ଏନ୍‌ଏଚ୍‌ କାମ

ଯାଜପୁର ଅଫିସ,୪।୧୨: କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୁରଣ ପ୍ରଦାନରେ ବିଳମ୍ବ କାରଣରୁ ଜାତୀୟ ରାଜପଥ(ଏନ୍‌ଏଚ୍‌) ନିର୍ମାଣରେ ଅଗ୍ରଗତି ଆଶାନୁରୂପ ହୋଇପାରୁନାହିଁ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସହଜ କରିବା...

ଖଣିଜ ପାଣ୍ଠିରୁ ନିର୍ମାଣ ହେବ ମଣ୍ଡି

ଯାଜପୁର ଅଫିସ,୧୨।୨: ରାଜ୍ୟରେ ଖରିଫ ଋତୁ ଧାନ ସଂଗ୍ରହ ଚାଲିଥିବାବେଳେ ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିପୁଳ ସଂଖ୍ୟାରେ...

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ବରୀ

ବରଗଡ଼ ଅଫିସ, ୨୮।୯: ବରଗଡ଼ ତଳିପଡ଼ାସ୍ଥିତ ଶ୍ରାଶ୍ରୀ ସମଲେଶ୍ବରୀ ଦେବୀଙ୍କ ମନ୍ଦିରରେ ଶନିବାରଠାରୁ ଶାରଦୀୟ ପୂଜନୋତ୍ସବ ଆରମ୍ଭ ହୋଇଯାଇଛି। ଏହି ଅବସରରେ ମହାଳୟା ତିଥିରେ ମାଁ...

ପୋଲିସଙ୍କୁ ଛତା ପ୍ରଦାନ

ଛେଣ୍ଡିପଦା, ୬।୪(ସ୍ବ.ପ୍ର.)-କରୋନା ମୁକାବିଲା ଲାଗି ପରିବାରକୁ ଭୁଲି ଦିନରାତି ଖଟୁଛନ୍ତି ପୋଲିସ କର୍ମଚାରୀ। କେତେକ ସ୍ଥାନରେ ଅମାନିକ ଯୁବକମାନେ ପୋଲିସ ଉପରକୁ ଆକ୍ରମଣ କରିବା ଭଳି...

ଋଷିକୂଲ୍ୟାରେ ଭାସୁଛି ପଥରରେ ବନ୍ଧା ହୋଇଥିବା ଯୁବତୀଙ୍କ ମୃତଦେହ

ଗଞ୍ଜାମ,୨୮ା୮(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ସ୍ଥିତ ଋଷିକୂଲ୍ୟା ନଦୀପାର୍ଶରେ ପଥରରେ ବନ୍ଧା ହୋଇ ଏକ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତ ଯୁବତୀ ଜଣକ...

ଅଜଣା ଗାଡ଼ି ଧକ୍କାରେ ଅବକାରୀ କର୍ମଚାରୀଙ୍କ ଜୀବନଗଲା

ରେଢ଼ାଖୋଲ,୧୫।୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ୫୫ନଂ ଜାତୀୟ ରାଜପଥ ଚାରମାଳ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ସମ୍ବଲପୁର ଅବକାରୀ ବିଭାଗର କର୍ମଚାରୀ...

ନଦୀରେ ବୁଡ଼ି ଶିଶୁ ମୃତ

କୁଆମରା ,୨୨ା୧(ଡ଼ି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ଅଧୀନ ବରଡିହି ପଞ୍ଚାୟତର ପରିଛିପୁର ଗ୍ରାମର ଏକ ୪ ବର୍ଷର ଶିଶୁ ପୁତ୍ର ସୋନ ନଦୀରେ ବୁଡ଼ି ପ୍ରାଣ...

ବରଗଡ଼ରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ୧୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୪ା୬ : ବରଗଡ଼ ଜିଲାରେ ପୁଣି ଜଣେ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ବିଜେପୁର ବ୍ଲକ ଅନ୍ତର୍ଗତ ଗଣ୍ଠିଆପାଲିର ଏବଂ ତାମିଲନାଡୁ...

Advertisement
Archives

Model This Week