ନିୟମ ମାନୁନାହାନ୍ତି ବ୍ୟବସାୟୀ

ଅନୁଗୋଳ ଅଫିସ, ୩୧ା୭ ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ଅନୁଗୋଳ ସହରର ଅନେକ ସ୍ଥାନରେ ବିକ୍ରି ହେଉଥିବା ଖାଦ୍ୟ ଅତ୍ୟନ୍ତ ଅସ୍ବାସ୍ଥ୍ୟକର। ବିଶେଷକରି ବର୍ଷାଦିନେ ଏପରି ଅପମିଶ୍ରିତ ଓ ବାସିଖାଦ୍ୟ ଲୋକଙ୍କୁ ନାନା ରୋଗରେ ପକାଇବ। ଏହାର ପ୍ରସ୍ତୁତି ବେଳେ କେତେଜଣ ବ୍ୟବସାୟୀ ସ୍ବଚ୍ଛତା ନିୟମ ପାଳନ କରୁ ନ ଥିବାରୁ ଲୋକେ ଟଙ୍କା ଦେଇ ବେମାରି କିଣୁଛନ୍ତି। ଏପରି ଅଭିଯୋଗ ଆସିବା ପରେ ଅନୁଗୋଳ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଜରିମାନା ଆଦାୟ କରାଯାଇଥିଲା। ଶୁକ୍ରବାର ଦ୍ୱିତୀୟ ଦିନ ପାଇଁ ମଧ୍ୟ ଚଢ଼ାଉ କରାଯାଇଥିଲା।
ଜନସ୍ବାସ୍ଥ୍ୟ ବିଭାଗର କହିବା ଅନୁଯାୟୀ, ଅନୁଗୋଳ ସହରର କେତେଜଣ ଖାଦ୍ୟ ବ୍ୟବସାୟୀ ନିୟମ ପାଳନ କରୁନାହାନ୍ତି। ବିଶେଷକରି ପାଉଁରୁଟି, ମିକ୍ସଚର ଆଦି ପ୍ୟାକେଟ୍‌ ଉପରେ ପ୍ରସ୍ତୁତି ତାରିଖ ଉଲ୍ଲେଖ ରହୁନାହିଁ। ତେଣୁ ଲୋକମାନେ ଘରକୁ ନେଉଥିବା ଖାଦ୍ୟ ବାସି କି ତାଜା ତାହା ଜାଣିପାରୁନାହାନ୍ତି। ଏପରି କି ଫ୍ୟାକ୍ଟ୍ରି ଗୁଡ଼ିକରେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି। କର୍ମଚାରୀମାନେ ଗ୍ଲୋବ୍ସ ପରିଧାନ କରୁନାହାନ୍ତି କି ମାସ୍କ ଲଗାଉନାହାନ୍ତି। ବାହାରେ ବ୍ୟବହାର ହେଉଥିବା ଚପଲ ଫ୍ୟାକ୍ଟ୍ରି ଭିତରେ ପିନ୍ଧୁଛନ୍ତି। ଖାଦ୍ୟ ପ୍ରସ୍ତୁତି ସମୟରେ ସେମାନେ ଅଲଗା ପୋଷାକ ପିନ୍ଧିବା କଥା। କିନ୍ତୁ ତାହା ମଧ୍ୟ ପାଳନ ହେଉନାହିଁ। ସେହିଭଳି ରାସ୍ତା ପାର୍ଶ୍ୱରେ ବିରିୟାନି ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ ମଧ୍ୟରୁ କେତେଜଣ ବାସି ଖାଦ୍ୟ ପ୍ରଦାନ କରୁଛନ୍ତି। ବରା, ସିଙ୍ଗଡା, ଗୁଲୁଗୁଲା ଓ ମିଠା ଦୋକାନଗୁଡ଼ିକ ମଧ୍ୟରୁ କେତୋଟିରେ ଏପରି ବାସି ଖାଦ୍ୟ ବିକ୍ରି କରାଯାଉଛି। ତେଣୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୦ ଦୋକାନୀଙ୍କ ନିକଟରୁ ୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଚଢ଼ାଉରେ ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଧନଞ୍ଜୟ ବେହେରା, ଫୁଡ୍‌ ଇନ୍ସପେକ୍ଟର ହରପ୍ରିୟା ବେହେରାଙ୍କ ସହ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

ହଇଜା ବ୍ୟାପିବା ଆଶଙ୍କା
ବର୍ଷା ଦିନରେ ଏପରି ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇଲେ ହଇଜା ବ୍ୟାପିବା ଆଶଙ୍କା ରହିଥାଏ। ତେଣୁ ଏହାକୁ ରୋକିବାକୁ ସହରରେ ଚଢ଼ାଉ କରାଯାଉଛି। ଯେଉଁ ବ୍ୟବସାୟୀମାନେ ନିୟମ ପାଳନ କରୁନାହାନ୍ତି, ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି।
-ଧନଞ୍ଜୟ ବେହେରା, ଏଡିଏମ୍‌ଓ(ଜନସ୍ବାସ୍ଥ୍ୟ), ଅନୁଗୋଳ
ଲୋକ ଦେଖାଣିଆ ଚଢ଼ାଉ
ଲୋକ ଦେଖାଣିଆ ଚଢ଼ାଉ ଚାଲିଛି। ଏହି ନିୟମିତ ହେଉ ନ ଥିବାରୁ ଅସାଧୁ ବ୍ୟବସାୟୀମାନେ ଏହାର ସୁଯୋଗ ନେଉଛନ୍ତି। ବିଭାଗୀୟ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କଲେ ବ୍ୟବସାୟୀମାନଙ୍କ ମନରେ ଭୟ ସୃଷ୍ଟି ହୁଅନ୍ତା।
-ପ୍ରତାପ ମହାପାତ୍ର, ଅନୁଗୋଳ
ଲାଇସେନ୍ସ ନ ଥାଇ ବେପାର
ପାଟିକୁ ସୁଆଦିଆ ଲାଗିବାକୁ ଖାଦ୍ୟଗୁଡ଼ିକରେ ବିଭିନ୍ନ କେମିକାଲ ବ୍ୟବହାର କରାଯାଉଛି। ସେହିପରି ବିନା ଲାଇସେନ୍ସରେ ଅନେକ ବ୍ୟବସାୟୀମାନେ ଖାଦ୍ୟ ପସରା ମେଲାଉଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ ବେଆଇନ କାର୍ଯ୍ୟ ବନ୍ଦ ହୁଅନ୍ତା।
-ବରଦାପ୍ରସନ୍ନ ଦାସ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

୨ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ, ଜାଣନ୍ତୁ କାରଣ…

କୋଣାର୍କ,୨୧।୮: ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗରେ ୨ଜଣ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ। ଖବର ପାଇ ବଳଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri