ନିୟମ ମାନୁନାହାନ୍ତି ବ୍ୟବସାୟୀ

ଅନୁଗୋଳ ଅଫିସ, ୩୧ା୭ ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ଅନୁଗୋଳ ସହରର ଅନେକ ସ୍ଥାନରେ ବିକ୍ରି ହେଉଥିବା ଖାଦ୍ୟ ଅତ୍ୟନ୍ତ ଅସ୍ବାସ୍ଥ୍ୟକର। ବିଶେଷକରି ବର୍ଷାଦିନେ ଏପରି ଅପମିଶ୍ରିତ ଓ ବାସିଖାଦ୍ୟ ଲୋକଙ୍କୁ ନାନା ରୋଗରେ ପକାଇବ। ଏହାର ପ୍ରସ୍ତୁତି ବେଳେ କେତେଜଣ ବ୍ୟବସାୟୀ ସ୍ବଚ୍ଛତା ନିୟମ ପାଳନ କରୁ ନ ଥିବାରୁ ଲୋକେ ଟଙ୍କା ଦେଇ ବେମାରି କିଣୁଛନ୍ତି। ଏପରି ଅଭିଯୋଗ ଆସିବା ପରେ ଅନୁଗୋଳ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଜରିମାନା ଆଦାୟ କରାଯାଇଥିଲା। ଶୁକ୍ରବାର ଦ୍ୱିତୀୟ ଦିନ ପାଇଁ ମଧ୍ୟ ଚଢ଼ାଉ କରାଯାଇଥିଲା।
ଜନସ୍ବାସ୍ଥ୍ୟ ବିଭାଗର କହିବା ଅନୁଯାୟୀ, ଅନୁଗୋଳ ସହରର କେତେଜଣ ଖାଦ୍ୟ ବ୍ୟବସାୟୀ ନିୟମ ପାଳନ କରୁନାହାନ୍ତି। ବିଶେଷକରି ପାଉଁରୁଟି, ମିକ୍ସଚର ଆଦି ପ୍ୟାକେଟ୍‌ ଉପରେ ପ୍ରସ୍ତୁତି ତାରିଖ ଉଲ୍ଲେଖ ରହୁନାହିଁ। ତେଣୁ ଲୋକମାନେ ଘରକୁ ନେଉଥିବା ଖାଦ୍ୟ ବାସି କି ତାଜା ତାହା ଜାଣିପାରୁନାହାନ୍ତି। ଏପରି କି ଫ୍ୟାକ୍ଟ୍ରି ଗୁଡ଼ିକରେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି। କର୍ମଚାରୀମାନେ ଗ୍ଲୋବ୍ସ ପରିଧାନ କରୁନାହାନ୍ତି କି ମାସ୍କ ଲଗାଉନାହାନ୍ତି। ବାହାରେ ବ୍ୟବହାର ହେଉଥିବା ଚପଲ ଫ୍ୟାକ୍ଟ୍ରି ଭିତରେ ପିନ୍ଧୁଛନ୍ତି। ଖାଦ୍ୟ ପ୍ରସ୍ତୁତି ସମୟରେ ସେମାନେ ଅଲଗା ପୋଷାକ ପିନ୍ଧିବା କଥା। କିନ୍ତୁ ତାହା ମଧ୍ୟ ପାଳନ ହେଉନାହିଁ। ସେହିଭଳି ରାସ୍ତା ପାର୍ଶ୍ୱରେ ବିରିୟାନି ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ ମଧ୍ୟରୁ କେତେଜଣ ବାସି ଖାଦ୍ୟ ପ୍ରଦାନ କରୁଛନ୍ତି। ବରା, ସିଙ୍ଗଡା, ଗୁଲୁଗୁଲା ଓ ମିଠା ଦୋକାନଗୁଡ଼ିକ ମଧ୍ୟରୁ କେତୋଟିରେ ଏପରି ବାସି ଖାଦ୍ୟ ବିକ୍ରି କରାଯାଉଛି। ତେଣୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୦ ଦୋକାନୀଙ୍କ ନିକଟରୁ ୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଚଢ଼ାଉରେ ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଧନଞ୍ଜୟ ବେହେରା, ଫୁଡ୍‌ ଇନ୍ସପେକ୍ଟର ହରପ୍ରିୟା ବେହେରାଙ୍କ ସହ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

ହଇଜା ବ୍ୟାପିବା ଆଶଙ୍କା
ବର୍ଷା ଦିନରେ ଏପରି ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇଲେ ହଇଜା ବ୍ୟାପିବା ଆଶଙ୍କା ରହିଥାଏ। ତେଣୁ ଏହାକୁ ରୋକିବାକୁ ସହରରେ ଚଢ଼ାଉ କରାଯାଉଛି। ଯେଉଁ ବ୍ୟବସାୟୀମାନେ ନିୟମ ପାଳନ କରୁନାହାନ୍ତି, ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି।
-ଧନଞ୍ଜୟ ବେହେରା, ଏଡିଏମ୍‌ଓ(ଜନସ୍ବାସ୍ଥ୍ୟ), ଅନୁଗୋଳ
ଲୋକ ଦେଖାଣିଆ ଚଢ଼ାଉ
ଲୋକ ଦେଖାଣିଆ ଚଢ଼ାଉ ଚାଲିଛି। ଏହି ନିୟମିତ ହେଉ ନ ଥିବାରୁ ଅସାଧୁ ବ୍ୟବସାୟୀମାନେ ଏହାର ସୁଯୋଗ ନେଉଛନ୍ତି। ବିଭାଗୀୟ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କଲେ ବ୍ୟବସାୟୀମାନଙ୍କ ମନରେ ଭୟ ସୃଷ୍ଟି ହୁଅନ୍ତା।
-ପ୍ରତାପ ମହାପାତ୍ର, ଅନୁଗୋଳ
ଲାଇସେନ୍ସ ନ ଥାଇ ବେପାର
ପାଟିକୁ ସୁଆଦିଆ ଲାଗିବାକୁ ଖାଦ୍ୟଗୁଡ଼ିକରେ ବିଭିନ୍ନ କେମିକାଲ ବ୍ୟବହାର କରାଯାଉଛି। ସେହିପରି ବିନା ଲାଇସେନ୍ସରେ ଅନେକ ବ୍ୟବସାୟୀମାନେ ଖାଦ୍ୟ ପସରା ମେଲାଉଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ ବେଆଇନ କାର୍ଯ୍ୟ ବନ୍ଦ ହୁଅନ୍ତା।
-ବରଦାପ୍ରସନ୍ନ ଦାସ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri