ହାଇଜେନିକ ମାଛ ବଜାରକୁ ନେଇ ବ୍ୟବସାୟୀ ଅସନ୍ତୋଷ

ବ୍ରହ୍ମପୁର ଅଫିସ୍‌,୧୩।୨: କମାପଲୀ ଓଭରବ୍ରିଜ ଓ ମର୍ଦ୍ଦରାଜ ଭେଣ୍ଡିଂ ଜୋନରେ ବ୍ୟବସାୟ କରୁଥିବା ମାଛ ବ୍ୟବସାୟୀଙ୍କୁ ଠିକ୍‌ ଜାଗାରେ ଥଇଥାନ ଉଦ୍ଦେଶ୍ୟରେ ବିଏମ୍‌ସି ପକ୍ଷରୁ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ପଛ ପାର୍ଶ୍ୱରେ ହାଇଜେନିକ୍‌ ମାଛ ବଜାର ନିର୍ମିତ ହୋଇଛି। ଏହାର ତଳ ମହଲାରେ ମାଛ ବ୍ୟବସାୟୀଙ୍କ ନିମନ୍ତେ ୭୨ଟି ପିଣ୍ଡି ରହିଛି। କିନ୍ତୁ ବହୁ ବୟୋଜ୍ୟେଷ୍ଠ ବ୍ୟବସାୟୀଙ୍କୁ ତିନି ମହଲା ଉପରେ ବ୍ୟବସାୟ ପାଇଁ ମଧ୍ୟ ପିଣ୍ଡି ଦିଆଯାଇଛି। ଯାହା ତାଙ୍କ ପାଇଁ କଷ୍ଟସାଧ୍ୟ। ଅନ୍ୟପଟେ ବିଏମ୍‌ସି କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ୨୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ମାଛ ବଜାରରେ ସ୍ଥାନ ନିମନ୍ତେ ଆବେଦନ କରିଥିଲେ। ଏଥିମଧ୍ୟରୁ ୭୨ ଜଣଙ୍କୁ ସ୍ଥାନ ଦିଆଯାଇଛି। ଏ ନେଇ ବିଏମ୍‌ସି ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ଷଡ଼ଙ୍ଗୀଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ଆସନ୍ତା ୧ ସପ୍ତାହ ମଧ୍ୟରେ ନୂତନ ମାଛ ବଜାର କାର୍ଯ୍ୟକ୍ଷମ ହେବ। ଏଥିରେ କିଭଳି ସମସ୍ତ ବ୍ୟବସାୟୀ ସୁଯୋଗ ପାଇବେ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏହି ମାର୍କେଟ ପାଇଁ ୨୦୧୯ ସ୍ବାୟତ୍ତ ଶାସନ ଦିବସରେ ଶିଳାନ୍ୟାସ କରାଯାଇଥିଲା। ଏହାକୁ ୧ ବର୍ଷ ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଧାର୍ଯ୍ୟ ସମୟ ମଧ୍ୟରେ ଏହା ନିର୍ମିତ ହୋଇପାରିଲା ନାହିଁ। ଫଳରେ ଦୀର୍ଘ ଦିନର ଅବଧି ପରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ୨୦୨୧ ଡିସେମ୍ବର ୧୨ରେ ବିଏମ୍‌ସି କର୍ତ୍ତୃପକ୍ଷ ଓ ଲୋକ ପ୍ରତିନିଧିଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହୋଇଥିଲା। ଯାହାକୁ ନେଇ ମାଛ ବ୍ୟବସାୟୀ ଆଶ୍ୱସ୍ତି ପ୍ରକାଶ କରିବା ସହ ବ୍ୟବସାୟ ପାଇଁ ଉପଯୁକ୍ତ ସ୍ଥାନ ପାଇଥିବା ନେଇ ଖୁସି ବ୍ୟକ୍ତ କରିଥିଲେ। କିନ୍ତୁ ଉଦ୍‌ଘାଟନର ୨ ମାସ ବିତିଥିଲେ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଅନ୍ୟପଟେ ବିଏମ୍‌ସି କର୍ତ୍ତୃପକ୍ଷ ଏହି ମାଛ ବଜାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଏ ନେଇ ବିଏମ୍‌ସି ପକ୍ଷରୁ ଗତ କିଛି ଦିନ ତଳେ ଟାଉନ ହଲ ପରିସରରେ ମାଛ ବ୍ୟବସାୟୀଙ୍କୁ ସ୍ଥାନ ଯୋଗାଇବା ନେଇ ଲଟେରି ଉଠାଣ ହୋଇଥିଲା। ଏଥିରେ ଯୋଗ୍ୟ ବ୍ୟବସାୟୀ ସ୍ଥାନ ପାଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ବହୁ ବ୍ୟବସାୟୀ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍‌ ମାଛ ବ୍ୟବସାୟୀ କହିଛନ୍ତି, ଦୀର୍ଘ ଦିନ ଧରି ଏହି ଭେଣ୍ଡିଂ ଜୋନ୍‌ରେ ବ୍ୟବସାୟ କରିଆସୁଛୁ। ଏହି ନୂତନ ମାଛ ବଜାରରେ ସ୍ଥାନ ଦିଆଯିବା ନେଇ ପ୍ରତିଶ୍ରୁତି ମିଳିବା ସହ ବିଏମ୍‌ସି ପକ୍ଷରୁ ସର୍ଭେ ମଧ୍ୟ ସରିଛି। କିନ୍ତୁ ବର୍ତ୍ତମାନ ଏହି ବଜାରରେ ରହିଥିବା ୬୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀଙ୍କ ମଧ୍ୟରୁ କାହାକୁ ବି ନୂତନ ବଜାରରେ ସ୍ଥାନ ମିଳି ନାହିଁ। ଏଣୁ ନିତିଦିନିଆ ବ୍ୟବସାୟୀଙ୍କୁ ତଳ ଓ ଉପର ମହଲାରେ ସ୍ଥାନ ଦେବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି। ତତ୍‌ସହିତ ଯୋଗ୍ୟ ବ୍ୟବସାୟୀଙ୍କୁ ସ୍ଥାନ ଦେବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି। ନଚେତ ଆଗାମୀ ଦିନରେ ବହୁ ମାଛ ବ୍ୟବସାୟୀ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତରଚିକିତ୍ସା ଦାବିରେ ରାସ୍ତାରୋକ

ଚିକିଟି, ୧୦/୦୯/୨୦୨୬ (ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧୀନ ଚିକିଟି ଫାଣ୍ଡି ଅଞ୍ଚଳର ଓଳପୁର ଛକ ନିକଟରେ ଶନିବାର…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?