ହାଇଜେନିକ ମାଛ ବଜାରକୁ ନେଇ ବ୍ୟବସାୟୀ ଅସନ୍ତୋଷ

ବ୍ରହ୍ମପୁର ଅଫିସ୍‌,୧୩।୨: କମାପଲୀ ଓଭରବ୍ରିଜ ଓ ମର୍ଦ୍ଦରାଜ ଭେଣ୍ଡିଂ ଜୋନରେ ବ୍ୟବସାୟ କରୁଥିବା ମାଛ ବ୍ୟବସାୟୀଙ୍କୁ ଠିକ୍‌ ଜାଗାରେ ଥଇଥାନ ଉଦ୍ଦେଶ୍ୟରେ ବିଏମ୍‌ସି ପକ୍ଷରୁ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ପଛ ପାର୍ଶ୍ୱରେ ହାଇଜେନିକ୍‌ ମାଛ ବଜାର ନିର୍ମିତ ହୋଇଛି। ଏହାର ତଳ ମହଲାରେ ମାଛ ବ୍ୟବସାୟୀଙ୍କ ନିମନ୍ତେ ୭୨ଟି ପିଣ୍ଡି ରହିଛି। କିନ୍ତୁ ବହୁ ବୟୋଜ୍ୟେଷ୍ଠ ବ୍ୟବସାୟୀଙ୍କୁ ତିନି ମହଲା ଉପରେ ବ୍ୟବସାୟ ପାଇଁ ମଧ୍ୟ ପିଣ୍ଡି ଦିଆଯାଇଛି। ଯାହା ତାଙ୍କ ପାଇଁ କଷ୍ଟସାଧ୍ୟ। ଅନ୍ୟପଟେ ବିଏମ୍‌ସି କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ୨୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ମାଛ ବଜାରରେ ସ୍ଥାନ ନିମନ୍ତେ ଆବେଦନ କରିଥିଲେ। ଏଥିମଧ୍ୟରୁ ୭୨ ଜଣଙ୍କୁ ସ୍ଥାନ ଦିଆଯାଇଛି। ଏ ନେଇ ବିଏମ୍‌ସି ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ଷଡ଼ଙ୍ଗୀଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ଆସନ୍ତା ୧ ସପ୍ତାହ ମଧ୍ୟରେ ନୂତନ ମାଛ ବଜାର କାର୍ଯ୍ୟକ୍ଷମ ହେବ। ଏଥିରେ କିଭଳି ସମସ୍ତ ବ୍ୟବସାୟୀ ସୁଯୋଗ ପାଇବେ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏହି ମାର୍କେଟ ପାଇଁ ୨୦୧୯ ସ୍ବାୟତ୍ତ ଶାସନ ଦିବସରେ ଶିଳାନ୍ୟାସ କରାଯାଇଥିଲା। ଏହାକୁ ୧ ବର୍ଷ ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଧାର୍ଯ୍ୟ ସମୟ ମଧ୍ୟରେ ଏହା ନିର୍ମିତ ହୋଇପାରିଲା ନାହିଁ। ଫଳରେ ଦୀର୍ଘ ଦିନର ଅବଧି ପରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ୨୦୨୧ ଡିସେମ୍ବର ୧୨ରେ ବିଏମ୍‌ସି କର୍ତ୍ତୃପକ୍ଷ ଓ ଲୋକ ପ୍ରତିନିଧିଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହୋଇଥିଲା। ଯାହାକୁ ନେଇ ମାଛ ବ୍ୟବସାୟୀ ଆଶ୍ୱସ୍ତି ପ୍ରକାଶ କରିବା ସହ ବ୍ୟବସାୟ ପାଇଁ ଉପଯୁକ୍ତ ସ୍ଥାନ ପାଇଥିବା ନେଇ ଖୁସି ବ୍ୟକ୍ତ କରିଥିଲେ। କିନ୍ତୁ ଉଦ୍‌ଘାଟନର ୨ ମାସ ବିତିଥିଲେ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଅନ୍ୟପଟେ ବିଏମ୍‌ସି କର୍ତ୍ତୃପକ୍ଷ ଏହି ମାଛ ବଜାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଏ ନେଇ ବିଏମ୍‌ସି ପକ୍ଷରୁ ଗତ କିଛି ଦିନ ତଳେ ଟାଉନ ହଲ ପରିସରରେ ମାଛ ବ୍ୟବସାୟୀଙ୍କୁ ସ୍ଥାନ ଯୋଗାଇବା ନେଇ ଲଟେରି ଉଠାଣ ହୋଇଥିଲା। ଏଥିରେ ଯୋଗ୍ୟ ବ୍ୟବସାୟୀ ସ୍ଥାନ ପାଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ବହୁ ବ୍ୟବସାୟୀ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍‌ ମାଛ ବ୍ୟବସାୟୀ କହିଛନ୍ତି, ଦୀର୍ଘ ଦିନ ଧରି ଏହି ଭେଣ୍ଡିଂ ଜୋନ୍‌ରେ ବ୍ୟବସାୟ କରିଆସୁଛୁ। ଏହି ନୂତନ ମାଛ ବଜାରରେ ସ୍ଥାନ ଦିଆଯିବା ନେଇ ପ୍ରତିଶ୍ରୁତି ମିଳିବା ସହ ବିଏମ୍‌ସି ପକ୍ଷରୁ ସର୍ଭେ ମଧ୍ୟ ସରିଛି। କିନ୍ତୁ ବର୍ତ୍ତମାନ ଏହି ବଜାରରେ ରହିଥିବା ୬୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀଙ୍କ ମଧ୍ୟରୁ କାହାକୁ ବି ନୂତନ ବଜାରରେ ସ୍ଥାନ ମିଳି ନାହିଁ। ଏଣୁ ନିତିଦିନିଆ ବ୍ୟବସାୟୀଙ୍କୁ ତଳ ଓ ଉପର ମହଲାରେ ସ୍ଥାନ ଦେବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି। ତତ୍‌ସହିତ ଯୋଗ୍ୟ ବ୍ୟବସାୟୀଙ୍କୁ ସ୍ଥାନ ଦେବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି। ନଚେତ ଆଗାମୀ ଦିନରେ ବହୁ ମାଛ ବ୍ୟବସାୟୀ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଦେଶର ବିକାଶରେ ଯୁବପିଢ଼ି ଅଂଶୀଦାର ହେବା ଲାଗି ଆହ୍ବାନ’

ଛତ୍ରପୁର,୨୭ା୭(ସନ୍ତୋଷ ପାଢ଼ୀ):‘ଧରିତ୍ରୀ’ର ୫୦ ବର୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ରୀଛାତ୍ରଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।...

ହରିକୃଷ୍ଣପୁରରେ ଦୋଳପୂର୍ଣିମା, ପାଞ୍ଜିପଢ଼ା

ଶେରଗଡ଼,୧୦ା୩(ଡି.ଏନ.ଏ.)-ଶେରଗଡ଼ ନିକଟସ୍ଥ ହରିକୃଷ୍ଣପୁର ଗ୍ରାମରେ ସୋମବାର ଦୋଳପୂର୍ଣିମା ଓ ପାଞ୍ଜିପଢ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଧା କୃଷ୍ଣଙ୍କୁ ଦୋଳ ବିମାନରେ ବସାଯାଇ ଗ୍ରାମ...

ମୁମ୍ବାଇରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୯ା୮(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଭୀମପୁର ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ଘଟିଛି। ସେ ହେଲେ ଲୋକନାଥ ସାହୁ (୫୫)। ଲୋକନାଥ...

କଲଭର୍ଟ ନିର୍ମାଣରେ ବିଳମ୍ବ

ଗଞ୍ଜାମ,୬ା୬(ଡି.ଏନ.ଏ.)- ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୪ ରାଉଳ ସାହି ମୁଖ୍ୟ ରାସ୍ତା କଲଭର୍ଟ ନିର୍ମାଣ କାର୍ଯ୍ୟ ବିଳମ୍ବ ଯୋଗୁ ଅସନ୍ତୋଷ ଦେଖାଦେଇଛି। ଉକ୍ତ...

ପେନାରା ଘାଟିରେ ସଂଯୋଗୀକରଣ ରାସ୍ତା ଦବିଲା

ଦାରିଙ୍ଗବାଡି,୨୦।୫(ଡି.ଏନ.ଏ.)-ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପେନାରା ଘାଟିରେ ଏକ ବ୍ରିଜ ନିକଟରେ ସଂଯୋଗୀକରଣ ରାସ୍ତା ଦବି ଯାଇଛି। ଫଳରେ ଉକ୍ତ ରାସ୍ତା ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ...

ଧରିତ୍ରୀ ପୋର୍ଟାଲ ପ୍ରଭାବ: ତାଲା ପକାଯାଇଥିବା ଗୋରୁଙ୍କୁ ଛାଡ଼ିଲା ଗଞ୍ଜାମ ଏନ୍‌ଏସି , ଭୋକ ଉପାସରେ ବୁଲୁଥିବାରୁ ଖାଦ୍ୟପେୟ ବ୍ୟବସ୍ଥା କରିବାକୁ ଦାବି

ଗଞ୍ଜାମ,୨୯।୩(ଡି.ଏନ୍‌.ଏ.): କରୋନା କଟକଣା ଲାଗି ଗଞ୍ଜାମ ସହର ଶୂନଶାନ। ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା ପରେ ଘରୁ ବାହାରୁନାହାନ୍ତି ଲେକେ। ଗତ ୨୨ ତାରିଖରେ ହୋଇଥିବା...

ନିଖୋଜ ନାବାଳିକା ବେଙ୍ଗାଲୁରୁରୁ ଉଦ୍ଧାର

ଗଞ୍ଜାମ,୧୮ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧିନସ୍ଥ କରପଡ଼ା ପଞ୍ଚାୟତ ଆଲିଆବାଦ ଗ୍ରାମର ଜଣେ ନାବାଳିକା କିଛି ଦିନ ହେବ ଘରୁ କେଉଁଆଡ଼େ ପଳାଇଥିଲେ। ଚାରିଆଡ଼େ ନିଜ...

ପୁଣି କାନ୍ଧରେ ବୁହାହେଲା ମୃତଦେହ

କ.ନୂଆଗାଁ,୨ା୭(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଅଞ୍ଚଳରେ ପୁଣି ମୃତଦେହକୁ କାନ୍ଧରେ ବୋହି ନେଇଛନ୍ତି ପରିବାର ଲୋକେ। ବଣ୍ଡଗୁଡା ଗ୍ରାମ ପଞ୍ଚାୟତରେ ରାତି...

Advertisement
Archives

Model This Week