ବ୍ରହ୍ମପୁର ସିଟି ହାଇସ୍କୁଲ: ବର୍ଷାରେ ଗଳୁଛି ପାଣି

ବ୍ରହ୍ମପୁର ଅଫିସ,୧୩।୨: ବ୍ରହ୍ମପୁର ସହରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ହେଉଛି ବ୍ରହ୍ମପୁର ସିଟି ହାଇସ୍କୁଲ। ୧୯୩୦ରୁ ୨୦୨୨ ଦୀର୍ଘ ୯୨ ବର୍ଷର ଏହି ବିଦ୍ୟାଳୟରୁ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ କୋଟା.ହରିନାରାୟଣଙ୍କ ଭଳି ବହୁ ଜଣାଶୁଣା ବ୍ୟକ୍ତି ଶିକ୍ଷା ଗ୍ରହଣ କରିଛନ୍ତି। କିନ୍ତୁ ଏହାର ମୁଖ୍ୟ କୋଠା ପ୍ରଥମ ମହଲାରେ ଥିବା ୭ଟି ଶ୍ରେଣୀ ଗୃହ ସମେତ କନ୍‌ଫରେନ୍ସ ହଲ୍‌ ସ୍ଥିତି ଦୟନୀୟ ହୋଇଛି। ଉପରେ ମହଲାରେ ୯ମ ଓ ୧୦ ଶ୍ରେଣୀ ଛାତ୍ରଙ୍କ ପାଠପଢ଼ା ହୋଇଥାଏ। କିନ୍ତୁ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ମୁଖ୍ୟ କୋଠାର ପ୍ରଥମ ମହଲାର ଛାତରୁ ବର୍ଷା ଦିନେ ପ୍ରବଳ ପାଣି ଗଳୁଛି । ଯାହାଦ୍ୱାରା ପାଠପଢ଼ା ସମୟରେ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇଛି। ୨୦୦୬ରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ପରିଦର୍ଶନ ପରେ ପାଠପଢ଼ା, କ୍ରୀଡ଼ା, ସାଂସ୍କୃତିକ, ସମରାଭ୍ୟାସ ପ୍ରତ୍ୟେକ କ୍ଷେତ୍ରରେ ବିଦ୍ୟାଳୟ ଅଧିକ ଉନ୍ନତି କରିବା ସହ ଚର୍ଚ୍ଚାର ପରିସରକୁ ଆସିଥିଲା। କିନ୍ତୁ ଏତେସବୁ ସୁବିଧା ଥାଇ ଏହା କେବଳ ବାହାର ଆଡ଼ମ୍ବର ଥିତ୍ଲେ ମଧ୍ୟ ଭିତରେ ଫମ୍ପା ଦେଖିବାକୁ ମିଳୁଛି। ବାରମ୍ବାର ଏନେଇ ଜିଲା ଶିକ୍ଷାଧିକାରୀଙ୍କ ସମେତ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକାର ହୋଇପାରୁ ନ ଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ଜଣାପଡ଼ିଛି। ପ୍ରଥମ ମହଲା କୋଠା ଛାତରେ ଦିଆ ଯାଇଥିବା ଲୁହା ବିମ୍‌ ମଧ୍ୟ ଖରାପ ହୋଇ ସ୍ଥାନେ ସ୍ଥାନେ ଝଡ଼ିବା ସ୍ଥିତିରେ ରହିଛି। ଯାହାଦ୍ୱାରା ଯିବା ଆସିବା ଓ ଶ୍ରେଣୀରେ ପାଠପଢ଼ା ସମୟରେ କେତେବେଳେ ମଧ୍ୟ ଏହା ଖସି ଛାତ୍ରଙ୍କ ଉପରେ ପଡ଼ିବ ତାହା କୁହାଯାଇ ନ ପାରେ। ୨୦୨୧ ନଭେମ୍ବର ୧୬ରେ ଏହି ବିଦ୍ୟାଳୟ ସରକାରଙ୍କ ୫-ଟି ଅଧୀନ ସ୍ମାର୍ଟ ସ୍କୁଲ ଯୋଜନାର ଅନ୍ତର୍ଭୁକ୍ତ ହୋଇସାରିଛି। ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ୍‌, ଇ-ଲାଇବ୍ରେରି, ସ୍ମାର୍ଟ ଲାବୋରେଟୋରିରେ ସମସ୍ତ ବ୍ୟବସ୍ଥା ଥିଲେ ସୁଦ୍ଧା ଛାତ ମରାମତି କାର୍ଯ୍ୟ ଏଯାଏ ଆରମ୍ଭ ହୋଇ ନ ଥିବାରୁ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକ ପନ୍ନାଗ ଭୂଷଣ ମାଝିଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ୨୦୧୮ରୁ ୨୦୨୨ ମଧ୍ୟରୁ ପୂର୍ବତନ ପ୍ରଧାନଶିକ୍ଷକ ଓ ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ବାର ଏନେଇ ଜିଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ। ସେହିଭଳି ରାସ୍ତା ଓ କୋଠା ନିର୍ମାଣ ବିଭାଗ ମଧ୍ୟ ସିଟି ହାଇସ୍କୁଲ ତାଙ୍କ ଅଧୀନରେ ଆସୁ ନ ଥିବା କହି ନୀରବ ରହିଛନ୍ତି ବୋଲି ପ୍ରଧାନଶିକ୍ଷକ ପ୍ରତିକ୍ରିୟାରେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋନଗର ଓଭରବ୍ରିଜ୍‌ ରାସ୍ତା ପାଲଟିଛି ପାର୍କିଂ ଜୋନ୍‌

ଗୋପାଳପୁର,୧୩।୫(ଡି.ଏନ.ଏ.): ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ନାଁରେ ଗମନାଗମନ ସୁବିଧା ଓ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ସଡ଼କ ନିର୍ମାଣ...

ପ୍ରସ୍ତାବରେ ଅଟକିଛି ଟ୍ରକ୍‌ ଟର୍ମିନାଲ ନିର୍ମାଣ

ଛତ୍ରପୁର,୧୫।୫(ଡି.ଏନ.ଏ.): ଗଞ୍ଜାମ ଜିଲାରେ ପ୍ରତିବର୍ଷ ଦୁର୍ଘଟଣା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଶିଳ୍ପାନୁଷ୍ଠାନକୁ ମାଲ ପରିବହନ...

ଚାଳରେ କୁକୁଡ଼ା ଚଢ଼ିବାକୁ ନେଇ ଗୋଷ୍ଠୀ ସଂଘର୍ଷ: ୮ କୋର୍ଟ ଚାଲାଣ

କୁକୁଡ଼ାଖଣ୍ଡି,୫ା୭(ଡି.ଏନ.ଏ.)- କୁକୁଡ଼ାଖଣ୍ଡି ଦଳିତ ସାହିରେ ଜଣଙ୍କ ଚାଳରେ କୁକୁଡ଼ା ଚଢ଼ିବା ଘଟଣାକୁ ବୁଧବାର ରାତିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଆକ୍ରମଣ ପ୍ରତି...

ରେଡ୍‌ ଜୋନ୍‌ରେ ଗଞ୍ଜାମ: ଦିନକରେ ୩୨୩ ପଜିଟିଭ, ଜିଲାକୁ ଫେରିଛନ୍ତି ପ୍ରବାସୀ

ଛତ୍ରପୁର,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏବେ ଜିଲା ରେଡ୍‌ ଜୋନ୍‌ରେ ରହିଛି। ପୂର୍ବରୁ ଦୈନିକ କରୋନା ପଜିଟିଭ...

ଛତ୍ରପୁର ଏନ୍‌ଏସି ଉପାଧ୍ୟକ୍ଷ ହେଲେ ଜି. ପାପା ରାଓ

ଛତ୍ରପୁର,୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ଉପାଧ୍ୟକ୍ଷ ଭାବେ ୪ ନମ୍ବର ଓ୍ବାର୍ଡ ବିଜେଡି କାଉନସିଲର ଜି. ପାପା ରାଓ ଗୁରୁବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।...

କରୋନା ମୁକାବିଲା ଚିନ୍ତା: ଏମ୍‌କେସିଜିରେ ଖୋଲାଯାଇଛି ସ୍ବତନ୍ତ୍ର ଓ୍ବାର୍ଡ, ହୋଲି ନ ଖେଳିବାକୁ ଜିଲାପାଳଙ୍କ ପରାମର୍ଶ

ଛତ୍ରପୁର,୮ା୩(ଡି.ଏନ୍‌.ଏ.)- କରୋନା ଭାଇରସ୍‌ ନେଇ ସତର୍କତା ଅବଲମ୍ବନ ପରିପ୍ରେକ୍ଷୀରେ ବାହାରେ ହୋଲି ନ ଖେଳିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜନସାଧାରଣଙ୍କୁ ରବିବାର ପରାମର୍ଶ...

ନାବାଳକ ଗାଡ଼ି ଚଳାଇଲେ ଅଭିଭାବକ ଜେଲ ଯିବେ

ଭଞ୍ଜନଗର,୨୧।୮(ଡି.ଏନ.ଏ): ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ଦୁର୍ଘଟଣା ହାର ବଢ଼ୁଛି। ମୋଟର ଯାନ ଆଇନ ସମ୍ପର୍କରେ ସେମାନଙ୍କ ମଧ୍ୟରେ ସଚେତନତା ଲୋଡ଼ା। ସରକାର ମୋଟର...

ଗଞ୍ଜାମ ସହରକୁ କରୋନା ମୁକ୍ତ ପାଇଁ ଶପଥ

ଗଞ୍ଜାମ,୨୪।(ଡି.ଏନ.ଏ.): ଗଞ୍ଜାମ ସହରରୁ ସମ୍ପୂର୍ଣ୍ଣ କରୋନା ମୁକ୍ତ ନିମନ୍ତେ ତହସିଲଦାର ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ଗୁରୁବାର ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି...

Advertisement
Archives

Model This Week